Posted inଜାତୀୟ

ସଂସଦରେ ବିକ୍ଷୋଭ ମନା

ନୂଆଦିଲ୍ଲୀ,୧୬ା୭: ଆଗକୁ ପାର୍ଲାମେଣ୍ଟ ପରିସରରେ ବିକ୍ଷୋଭ, ଧାରଣା, ଅନଶନ କିମ୍ବା ଧର୍ମୀୟ ଉତ୍ସବ କରାଯାଇପାରିବ ନାହିଁ। ଏନେଇ ରାଜ୍ୟ ସଭା ସେକ୍ରେଟାରିଏଟ୍‌ ପକ୍ଷରୁ ଗୁରୁବାର ଏକ ସର୍କ୍ୟୁଲାର ଜାରି କରାଯାଇଛି। ଉଭୟ ସଦନରେ ‘ଅସଂସଦୀୟ ଶବ୍ଦ’ ବ୍ୟବହାର ଉପରେ କଟକଣାର ଦିନକ ପରେ ପ୍ରକାଶ ପାଇଥିବା ଏହି ରିପୋର୍ଟକୁ ନେଇ କେନ୍ଦ୍ର ସରକାରଙ୍କୁ ବିରୋଧୀ ଦଳଗୁଡ଼ିକ ପୁଣି ଟାର୍ଗେଟ କରିଛନ୍ତି।
ଜୁଲାଇ ୧୮ରେ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ପୂର୍ବରୁ ରାଜ୍ୟ ସଭା ସେକ୍ରେଟାରି ଜେନେରାଲ ପି.ସି. ମୋଦି ନିର୍ଦ୍ଦେଶାବଳୀ ସମ୍ବଳିତ ଏକ ବୁକ୍‌ଲେଟ୍‌ ଜାରି କରି ବିକ୍ଷୋଭ ନ କରିବା ନିମନ୍ତେ ଏମ୍‌ପିମାନଙ୍କ ସହଯୋଗ ଲୋଡ଼ିଛନ୍ତି। ଏନେଇ କଂଗ୍ରେସ ସାଧାରଣ ସମ୍ପାଦକ ତଥା ରାଜ୍ୟ ସଭାରେ ଦଳର ମୁଖ୍ୟ ସଚେତକ ଜୟରାମ ରମେଶ ଟୁଇଟ୍‌ କରି କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। ଜୟରାମ ଏଥିରେ ‘ବିଶ୍ୱଗୁରୁର ସଦ୍ୟ ଟାର୍ଗେଟ: ଧାରଣା ମନା’ ଉଲ୍ଲେଖ କରି ସର୍କ୍ୟୁଲାରର ଏକ କପି ଶେୟାର କରିଛନ୍ତି। ସେହିପରି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ଡେରେକ୍‌ ଓ’ବ୍ରାଏନ୍‌ ମଧ୍ୟ ଏହି ପ୍ରସଙ୍ଗରେ କେନ୍ଦ୍ରକୁ ଘେରିଛନ୍ତି। ବିକ୍ଷୋଭ, ଧାରଣା, ଅନଶନ ଆଦି ହେଉଛି ବିରୋଧ ଜଣାଇବା ପାଇଁ ବୈଧ ସଂସଦୀୟ କୌଶଳ। ଆମକୁ କେହି ଅଟକାଇପାରିବେ ନାହିଁ। ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାର ଏହାର ପ୍ରତିବାଦରେ ଶନିବାର ଦିଲ୍ଲୀରେ ଏକାଠି ହୋଇ ଆଲୋଚନା କରିବାକୁ ଆହ୍ବାନ ଦେଇଛନ୍ତି। ଅତୀତରେ ପାର୍ଲାମେଣ୍ଟ ପରିସର ଓ ମହାମତ୍ା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ବିରୋଧୀ ସଦସ୍ୟମାନେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଆସିଛନ୍ତି। ତେଣୁ ବିରୋଧୀ ଦଳଗୁଡ଼ିକ ଏହା ଉପରେ ଆପତ୍ତି ଉଠାଇଛନ୍ତି। ପ୍ରକାଶ ଯେ, ଲୋକ ସଭା ସେକ୍ରେଟାରିଏଟ୍‌ ପକ୍ଷରୁ ବୁଧବାର କେତେକ ଶବ୍ଦକୁ ଅସଂସଦୀୟ ଦର୍ଶାଇ ଏକ ସର୍କ୍ୟୁଲାର ଜାରି କରାଯାଇଥିଲା। ଏହାର ଦିନକ ପରେ ରାଜ୍ୟ ସଭା ସେକ୍ରେଟାରିଏଟ୍‌ ପାର୍ଲାମେଣ୍ଟ ପରିସରରେ ବିକ୍ଷୋଭ ନ କରିବାକୁ କହିବା ପରେ ବିରୋଧୀ ଦଳଗୁଡ଼ିକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର ଓ ଏହାର ମୁଖ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ କିପରି ଧ୍ୱଂସ କରିଚାଲିଛନ୍ତି, ବିତର୍କ ବେଳେ ତାହା ବର୍ଣ୍ଣନା କରିବାକୁ ଯାଇ ବିରୋଧୀ ସଦସ୍ୟ ବ୍ୟବହାର କରୁଥିବା ଶବ୍ଦଗୁଡ଼ିକ ଉପରେ କଟକଣା ଜାରି କରାଯାଇଥିବା ବିରୋଧୀ କହିଛନ୍ତି। ବିବାଦ ପରେ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ପାର୍ଲାମେଣ୍ଟରେ କୌଣସି ଶବ୍ଦର ବ୍ୟବହାର ଉପରେ କଟକଣା ଜାରି କରାଯାଇ ନାହିଁ। କିନ୍ତୁ ସଦସ୍ୟମାନେ ଗୃହର ମର୍ଯ୍ୟାଦା ରକ୍ଷା କରିବା ଉଚିତ। ଅସଂସଦୀୟ ଶବ୍ଦାବଳୀ ଜାରି କରିବା ଏକ ନିୟମିତ ପ୍ରକ୍ରିୟା, ଯାହାକି ୨୦୦୯ରୁ ଚାଲିଆସିଛି। ଏହାକୁ ନେଇ କୌଣସି ପ୍ରକାର ରାଜନୀତି ହେବା ଅନୁଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?