ଜାତୀୟ

୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ଗୁଆହାଟୀ,୧୨।୯: ଆସାମରେ ଆତଙ୍କବାଦୀ ମଡ୍ୟୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚାଲିଛି। ସୋମବାର ପୋଲିସ ଆଉ ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ଉଭୟଙ୍କୁ ମୋରିଗାଓଁରୁ ଗିରଫ କରାଯାଇଛି। ଏହି ଦୁଇ ଆତଙ୍କବାଦୀ ମୁସାଦିକ ହୁସେନ ଏବଂ ଇକ୍ରାମୁଲ ଇସଲାମ ବୋଲି ଜଣାପଡିଛି। ଆତଙ୍କବାଦୀ…

ଲଦାଖ ସେକ୍ଟରରେ ସିନ୍ଧୁ ନଦୀ ଉପରେ ପୋଲ ନିର୍ମାଣ କଲେ ଯବାନ: ଚାଇନାକୁ ମିଳିବ କଡ଼ା ଜବାବ…

ଲେହ, ୧୨।୯ : ଭାରତୀୟ ସେନାର କର୍ପସ ଅଫ ଇଞ୍ଜିନିୟର୍ସ ଲଦାଖ ସେକ୍ଟରର ସିନ୍ଧୁ ନଦୀ ଉପରେ ପୋଲ ନିର୍ମାଣ କରିଛନ୍ତି। ଭାରତୀୟ ସେନାର ଇଞ୍ଜିନିୟରିଂ ଦକ୍ଷତାର ଏକ ୪୫ ସେକେଣ୍ଡର ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓରେ ଯବାନମାନେ…

କବରରୁ ବାହାର କରାଯିବ ନାହିଁ ଆମିରଙ୍କ ମୃତଦେହ, ୯ ମାସ ତଳେ ହୋଇଥିବା ଏନ୍‌କାଉଣ୍ଟର ମାମଲାରେ ଏସ୍‌ସିଙ୍କ ବଡ଼ ଫଇସଲା…

ନୂଆଦିଲ୍ଲୀ, ୧୨।୯ : ଶ୍ରୀନଗରର ଚର୍ଚ୍ଚିତ ତଥା ବିବାଦୀୟ ହୈଦରପୋରା ଏନକାଉଣ୍ଟର ମାମଲାରେ ସୁପ୍ରିମକୋର୍ଟ (ଏସ୍‌ସି) ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ୯ ମାସ ତଳେ ହୋଇଥିବା ଏହି ମାମଲାର ଶୁଣାଣି ବେଳେ ଏନକାଉଣ୍ଟରରେ ନିହତ ହୋଇଥିବା ଆମିର ମ୍ୟାଗ୍ରେଙ୍କ…

ବିକଶିତ ଅର୍ଥବ୍ୟବସ୍ଥା ପାଇଁ ସୁରକ୍ଷିତ-ଦ୍ରୁତ ଲଜିଷ୍ଟିକ ଯୋଗାଣ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ…

ନୂଆଦିଲ୍ଲୀ, ୧୨।୯ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଗତ କିଛି ଦଶନ୍ଧି ମଧ୍ୟରେ ବିଶ୍ୱରେ ଯୋଗାଯୋଗ ବ୍ୟବସ୍ଥା ବୃଦ୍ଧି ପାଇଛି। ଲଜିଷ୍ଟିକ୍ସ ଏବଂ ଯୋଗାଣ ଶୃଙ୍ଖଳା ଏଥିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଆମେ ଦୁନିଆର…

ଯୁଦ୍ଧରେ ଯବାନ ନୁହନ୍ତି ସମଗ୍ର ଦେଶ ସାମିଲ ହୋଇଥାଏ…

ନୂଆଦିଲ୍ଲୀ, ୧୨।୯ : ଭାରତୀୟ ସେନା ଦ୍ୱାରା ଆର୍ମି ଲଜିଷ୍ଟିକ ସମ୍ମିଳନୀ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଅଂଶଗ୍ରହଣ କରିଛନ୍ତି। ଏହି ସମୟରେ ସେନାର ଆଧୁନିକୀକରଣରୁ ଯୁଦ୍ଧର ପ୍ରଭାବ ଉପରେ ଆଲୋଚନା କରାଯାଇଥିଲା। ସେନା…

ସୋନାଲି ଫୋଗଟ ହତ୍ୟା ମାମଲା: ସିବିଆଇ ଯାଞ୍ଚ ପାଇଁ ସୁପାରିଶ

ପାଣାଜୀ,୧୨।୯: ଅଭିନେତ୍ରୀ ତଥା ଭାଜପା ନେତ୍ରୀ ସୋନାଲି ଫୋଗଟଙ୍କ ରହସ୍ୟଜନକ ମୃତ୍ୟୁ ନେଇ ଚର୍ଚ୍ଚା ଜୋର ଧରିଛି। ଏସବୁ ଭିତରେ ସୋନାଲି ଫୋଗଟ ହତ୍ୟା ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଗୋଆ ସରକାର ସୁପାରିଶ କରିଛନ୍ତି। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ…

ବିଶ୍ୱ ଦୁଗ୍ଧ ସମ୍ମିଳନୀର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ…

ଗ୍ରେଟର ନୋଏଡା, ୧୨।୯ : ଭାରତୀୟ ଏକ୍ସପୋ ମାର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ଦୁଗ୍ଧ ସମ୍ମିଳନୀର ଶୁଭାରମ୍ଭ କରିଛନ୍ତି। ଗ୍ରେଟର ନୋଏଡା ଏକ୍ସପୋ ସେଣ୍ଟରରେ ଦୁଗ୍ଧ ପ୍ରଦର୍ଶନୀ ବୁଲି ପ୍ରଧାନମନ୍ତ୍ରୀ ଦେଖିଛନ୍ତି। ୪୮ ବର୍ଷ ପରେ ଭାରତରେ ଦୁଗ୍ଧ ସମ୍ମିଳନୀ…

ନିର୍ବାଚନ ପୂର୍ବରୁ ମୁସଲମାନଙ୍କ ପାଇଁ ଭାଜପାର ସଂଖ୍ୟାଲଘୁ ମିତ୍ର ଯୋଜନା…

ଅହମଦାବାଦ, ୧୨।୯ : ଗୁଜରାଟରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଭୋଟରଙ୍କୁ ହାତେଇବା ପାଇଁ ସମସ୍ତ ରାଜନୈତିକ ଦଳ ବିଭିନ୍ନ ରଣନୀତି ଉପରେ କାର୍ଯ୍ୟ କରୁଛନ୍ତି। ୨୭ ବର୍ଷ ଧରି ଗୁଜୁରାଟରେ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି ଏହାର ମୂଳ…

ଭାରତ ଯୋଡ ଯାତ୍ରାରେ ଆମିଷ-ମଦ୍ୟପାନ-ଧୂମପାନ ନିଷେଧ…

ନୂଆଦିଲ୍ଲୀ, ୧୨।୯ : ସୋମବାର, କେରଳରେ କଂଗ୍ରେସର ଭାରତ ଯୋଡ ଯାତ୍ରାର ଦ୍ୱିତୀୟ ଦିନରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମାହୋଇଛି। ଦଳର ନେତା ରାହୁଲ ଗାନ୍ଧୀ ସକାଳେ ଭେଲାୟାନି ଜଙ୍କଶନରୁ ତାଙ୍କର ପଦଯାତ୍ରା ଆରମ୍ଭ କରିଛନ୍ତି। ଏହି ୧୫୦ ଦିନିଆ…

ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ କଡ଼ା ପଦକ୍ଷେପ, ୬୦ଟି ସ୍ଥାନରେ ଏନ୍‌ଆଇଏ ଚଢ଼ାଉ…

ଲକ୍ଷ୍ନୌ, ୧୨।୯ : ସଂଗଠିତ ଆତଙ୍କବାଦୀ ଗୋଷ୍ଠୀ ଏବଂ ଗ୍ୟାଙ୍ଗଷ୍ଟରଙ୍କ କାର୍ଯ୍ୟ କଳାପ ଉପରେ ରୋକ ପାଇଁ ଏନଆଇଏ କଡ଼ା ପଦକ୍ଷେପ ଗ୍ରହଣ କରିଛି। ଏହି ମର୍ମରେ ଉତ୍ତର ଭାରତର ପ୍ରାୟ ୬୦ ଟି ସ୍ଥାନରେ ଚଢ଼ାଉ କରାଯାଇଛି। ନାର୍କୋ ଆତଙ୍କବାଦ,…

ରାମମନ୍ଦିର ନିର୍ମାଣ ବଜେଟ ୧୮ ଶହ କୋଟି ଟଙ୍କା ଟପିଲା…

ଅଯୋଧ୍ୟା, ୧୨।୯ : ରବିବାର ରାମ ଜନମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ରାମ ମନ୍ଦିର ନିର୍ମାଣରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ ଆଲୋଚନା ହୋଇଥିଲା ଯେଉଁଥିରେ ପ୍ରାୟ ୧୮ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଆକଳନ…

୫୦ ବର୍ଷ ପରେ ଭାରତକୁ ପୁଣି ଆସିବେ ଚିତାବାଘ, ଜନ୍ମଦିନରେ ଏନକ୍ଲୋଜରରେ ଛାଡ଼ିବେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୧୨।୯ : ଦୁନିଆର ଦ୍ରୁତତମ ଦୌଡ଼ୁଥିବା ପ୍ରାଣୀ ଚିତା ବିଲୁପ୍ତ ହେବାର ପ୍ରାୟ ୫୦ ବର୍ଷ ପରେ ସେପ୍ଟେମ୍ବର୧୭ ରେ ଭାରତକୁ ପୁଣି ଆସିିବାକୁ ଯାଉଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ କହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?