Posted inଜାତୀୟ

କବରରୁ ବାହାର କରାଯିବ ନାହିଁ ଆମିରଙ୍କ ମୃତଦେହ, ୯ ମାସ ତଳେ ହୋଇଥିବା ଏନ୍‌କାଉଣ୍ଟର ମାମଲାରେ ଏସ୍‌ସିଙ୍କ ବଡ଼ ଫଇସଲା…

ନୂଆଦିଲ୍ଲୀ, ୧୨।୯ : ଶ୍ରୀନଗରର ଚର୍ଚ୍ଚିତ ତଥା ବିବାଦୀୟ ହୈଦରପୋରା ଏନକାଉଣ୍ଟର ମାମଲାରେ ସୁପ୍ରିମକୋର୍ଟ (ଏସ୍‌ସି)  ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ୯ ମାସ ତଳେ ହୋଇଥିବା ଏହି ମାମଲାର ଶୁଣାଣି ବେଳେ ଏନକାଉଣ୍ଟରରେ ନିହତ ହୋଇଥିବା ଆମିର ମ୍ୟାଗ୍ରେଙ୍କ ପିତାଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ମୃତ ଆମିରଙ୍କ ପିତା ଅବଦୁଲ ଲତିଫ ତାଙ୍କ ପୁଅଙ୍କ ମୃତଦେକୁ କବରରୁ ବାହାର କରିବା ପାଇଁ କୋର୍ଟରେ ଆବେଦନ କରିଥିଲେ। ଏହି ପ୍ରସଙ୍ଗରେ ଅଗଷ୍ଟ ୨୭ ରେ ସୁପ୍ରିମକୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ।

ନଅ ମାସ ପୂର୍ବେ ହୈଦରପୋରାରେ ପୋଲିସ ଏନକାଉଣ୍ଟରରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଚାରିଜଣ ଆତଙ୍କବାଦୀ ବୋଲି ପୋଲିସ ଦାବି କରିଥିଲା। ଯାହାକୁ ତିନିଜଣ ମୃତକଙ୍କ ପରିବାର ସଦସ୍ୟ ବିରୋଧ କରିଥିଲେ। ସେମାନଙ୍କ ମଧ୍ୟରୁ ଆମିରଙ୍କ ପିତା ଅବଦୁଲ ଲତିଫ ମ୍ୟାଗ୍ରେ ମଧ୍ୟ ଥିଲେ। ମୃତକଙ୍କ ପରିବାର ଏବଂ ରାଜନୈତିକ ଦଳର ବିରୋଧ ପରେ ସରକାର ଅଲତାଫ ଭଟ୍ଟ ଏବଂ ମୁଦାସିରଙ୍କ ମୃତଦେହକୁ ସେମାନଙ୍କ ପରିବାରକୁ ଫେରାଇ ଦେଇଛନ୍ତି।

ଆମିରଙ୍କ ପିତା ଅବଦୁଲ ମ୍ୟାଗ୍ରେ ପୂର୍ବରୁ ଏହି ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପୁଅର ମୃତଦେହ ପାଇବା ପାଇଁ ସେ ଏକ ପିଟିଶନ ଦାଖଲ କରିଥିଲେ। ଏହା ପରେ ପରିବାର ସଦସ୍ୟଙ୍କୁ ପୁଅର ମୃତ ଶରୀରରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ପରେ ମୃତ ଶରୀର କ୍ଷୟ ହୋଇଯାଇଥିବା କହି ସରକାର ସେହି ଆଦେଶକୁ ସ୍ଥଗିତ ରଖିଥିଲେ। ଏହା ପରେ ହାଇକୋର୍ଟ ପୀଡିତଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରି ୧୦ ଜଣଙ୍କୁ ଆମିରଙ୍କ କବରରେ ଫାତିହା ପଢ଼ିବାକୁ ଅନୁମତି ଦେଇଥିଲେ। ଏହା ପରେ ଆମିରଙ୍କ ପିତା ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରୋସେଶନରେ ବାଣ ପଡ଼ି ଜଳିଗଲା ଘର, ୬ ଜୀବନ୍ତ ଦଗ୍ଧ

ପାଟନା,୨୬ା୪: ବିହାରର ଦରଭଙ୍ଗା ଜିଲା ଅଣ୍ଟୋର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀ ଆସୁଥିବା ବେଳେ ପ୍ରୋସେଶନରେ ବାଣ ଫୁଟା ଯାଉଥିଲା। ଠିକ୍‌ ଏହି...

ଏନକ୍ରିପସନ୍ ହଟାଇବାକୁ ପାଇଁ କୁହାଗଲେ ଭାରତରେ ପରିଚାଳନା ବନ୍ଦ, ଦିଲ୍ଲୀ ହାଇକୋର୍ଟଙ୍କ କହିଲା ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ସ୍ପଷ୍ଟ ଭାବେ କହିଛି ଯେ ଯଦି ଏନକ୍ରିପସନ୍ ହଟାଇବାକୁ କୁହାଯାଏ ତେବେ ଏହା ଭାରତ ଛାଡିବ। ହ୍ବାଟ୍ସଆପ୍‌ ଦିଲ୍ଲୀ...

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri