Posted inଜାତୀୟ

ବିଶ୍ୱ ଦୁଗ୍ଧ ସମ୍ମିଳନୀର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ…

ଗ୍ରେଟର ନୋଏଡା, ୧୨।୯ : ଭାରତୀୟ ଏକ୍ସପୋ ମାର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ଦୁଗ୍ଧ ସମ୍ମିଳନୀର ଶୁଭାରମ୍ଭ କରିଛନ୍ତି। ଗ୍ରେଟର ନୋଏଡା ଏକ୍ସପୋ ସେଣ୍ଟରରେ ଦୁଗ୍ଧ ପ୍ରଦର୍ଶନୀ ବୁଲି ପ୍ରଧାନମନ୍ତ୍ରୀ ଦେଖିଛନ୍ତି। ୪୮ ବର୍ଷ ପରେ ଭାରତରେ ଦୁଗ୍ଧ ସମ୍ମିଳନୀ ଅନୁଷ୍ଠିତ ହେଉଛି ।

ଏହା ପୂର୍ବରୁ ୧୯୭୪ ରେ ମଧ୍ୟ ଦେଶ ପକ୍ଷରୁ ବିଶ୍ୱ ଦୁଗ୍ଧ କଂଗ୍ରେସ ଆୟୋଜନ କରାଯାଇଥିଲା। ତାପରେ ଦୁଗ୍ଧରେ ଆତ୍ମନିର୍ଭରଶୀଳ ହେବାର ଲକ୍ଷ୍ୟ ସ୍ଥିର ହୋଇଥିଲା। ଦେଶ ଏଥିରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏହି ସମ୍ମିଳନୀରେ ପୁଷ୍ଟିକର ଖାଦ୍ୟ ଏବଂ ଜୀବିକା ପାଇଁ ଦୁଗ୍ଧର ଆବଶ୍ୟକତା ବିଷୟ ଉପରେ ଆଲୋଚନା ହେବ। ସମ୍ମିଳନୀରେ ୫୦ ଟି ଦେଶରୁ ୧୪୩୩ରୁ ଅଧିକ ପ୍ରତିନିଧୀ ଅଂଶଗ୍ରହଣ କରିଛନ୍ତି।

ସେପ୍ଟେମ୍ବର ୧୨ ରୁ ୧୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମିଳନୀରେ ପୁଷ୍ଟିକର ଖାଦ୍ୟ ଏବଂ ଜୀବିକା ପାଇଁ ଦୁଗ୍ଧ ଶିଳ୍ପ ଉପରେ ୨୪ ଟି ଅଧିବେଶନ ହେବ। ଏଥିରେ ୯୧ ବିଦେଶୀ ଏବଂ ୬୫ ଜଣ ଭାରତୀୟ ବିଶେଷଜ୍ଞ ଦୁଗ୍ଧ ଶିଳ୍ପର ନବସୃଜନ ଏବଂ ବିକାଶ ଉପରେ ବିଚାର କରିବେ। ଏହା ସହିତ ତିନୋଟି ଯାନ୍ତ୍ରିକ ଅଧିବେଶନ ହେବ।

ସମ୍ମିଳନୀ ପାଇଁ ୧୧ ଟି ହଲ ପ୍ରସ୍ତୁତ କରାଯାଇଛି। ଏଥିମଧ୍ୟରୁ ତିନୋଟି ପ୍ରଦର୍ଶନୀ ହେଉଛି। ଦୁଗ୍ଧ ଶିଳ୍ପରେ ବ୍ୟବହୃତ ଟେକ୍ନୋଲୋଜି ପ୍ରଦର୍ଶନୀରେ ଉପସ୍ଥାପିତ ହେବ। ସମସ୍ତ ହଲ ଗୁଡିକ ଭାରତୀୟ ଗାଈ ଏବଂ ବଳଦ ପ୍ରଜାତିର ନାମରେ ନାମିତ ହାଇଛି। ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀକୁ ସମ୍ବୋଧିତ କରୁଥିବା ହଲର ନାମକୁ ଗୁଜରାଟର ପ୍ରସିଦ୍ଧ ଗାଈ ଗୀର୍‌ ନାମରେ ନାମିତ ହୋଇଛି।

ସମ୍ମିଳନୀରେ ୮୦୦ ରୁ ଅଧିକ ଦୁଗ୍ଧ ଚାଷୀ ଅଂଶଗ୍ରହଣ କରିଛନ୍ତି। ଭାରତୀୟ ଶ୍ୱେତ ବିପ୍ଳବର ଇତିହାସ ଏବଂ ସାମ୍ପ୍ରତିକ ପରିସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ଏକ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଛି। ଏହି ଅବସରରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

NEET-UG ୨୦୨୬, ପରୀକ୍ଷା ପାଇଁ ସହର ଆଲର୍ଟମେଣ୍ଟ କଲା NTA

ନୂଆଦିଲ୍ଲୀ,୭ା୬(ପି.ଟି.): ଏନ୍‌ଇଇଟି-ୟୁଜି ପରୀକ୍ଷା ଆସନ୍ତା ୨୧ରେ ହେବାକୁ ଯାଉଛି । ଏଥିପାଇଁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପରୀକ୍ଷା ସହର ଆଲର୍ଟମେଣ୍ଟ କରିଛି । ପରୀକ୍ଷାର୍ଥୀ କେଉଁ…

ଇସ୍ରାଏଲର ପାଲଟା ଆକ୍ରମଣ; ହିଜବୋଲାର କମାଣ୍ଡ ସେଣ୍ଟର ଧ୍ବସଂ, ନେତାନ୍ୟାହୁ…

ଜେରୁଜେଲମ, ୭।୬: ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବଂ ଉତ୍ତେଜନା ମଧ୍ୟରେ, ରବିବାର ଏକ ନୂତନ ଘଟଣା ସାମ୍ନାକୁ ଆସିଛି । ଇସ୍ରାଏଲୀ ସେନା…

ମୃତକଙ୍କ ପରିବାରକୁ ସମବେଦନା ଜଣାଉଥିବା ବେଳେ ମନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ! ଏଭଳି କାଣ୍ଡ ଘଟାଇଲେ ଗାଁ ଲୋକେ

ପାଟନା,୭ା୬: ବିହାରର ଦକ୍ଷତା ବିକାଶ ମନ୍ତ୍ରୀ ଅରୁଣ ଶଙ୍କର ପ୍ରସାଦଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ମଧୁବାଣୀର ଥାହର ଗାଁରେ ଏହି ଘଟଣା ଘଟିଛି ।…

ଶୌଚ ହେବାକୁ ଆସି ଥୁବା-ହଞ୍ଜର ନାଳରେ ବୁଡିଗଲେ ମହିଳା, ଚାଲିଗଲା ଜୀବନ

ନନ୍ଦପୁର/ପାଡୁଆ,୭।୬(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଥୁବା-ହଞ୍ଜର୍ ନାଳରୁ ରବିବାର ଅପରାହ୍ନରେ ଜଣେ ମହିଳାଙ୍କ ମୃତଦେହ ନନ୍ଦପୁର ଅଗ୍ନିଶମ ବାହିନୀ ଓ ନନ୍ଦପୁର…

ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ପରେ ପ୍ରତାରଣା, ବଳାତ୍କାର ମାମଲାରେ….

ଦିଗପହଣ୍ଡି,୭ା୬(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧିନସ୍ଥ ଏକ ଗାଁ ରେ ଜଣେ ଯୁବତୀଙ୍କୁ ବିବାହପ୍ରତିଶ୍ରୁତି ଦେଇ ଜଣେ ଯୁବକ ଏକାଧିକ ଥର ଶାରିରୀକ…

ଛୁଆ ରହିଥିବା ବେଳେ ଶିଶୁ ୱାର୍ଡରେ ହଠାତ୍ ଲାଗିଗଲା ନିଆଁ, ତାପରେ ଯାହା ଘଟିଲା….

ଛତ୍ରପୁର,୭ା୬(ଦିଲ୍ଲୀପ ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟରେ ଅଗ୍ନିକାଣ୍ଡ ହୋଇଛି । ଚିକିତ୍ସାଳୟର ଶିଶୁ ୱାର୍ଡରେ ନିଆଁ ଲାଗିଥିବା ବେଳେ କାହାର କିଛି କ୍ଷତି ହୋଇନଥିବା ସୂଚନା…

ଅଶୁଭ! କଟକ ଚଣ୍ଡୀ ମନ୍ଦିର ଉପରେ ବଜ୍ରପାତ, ଚୂଡ଼ାରୁ ଖସିଲା…..

କଟକ,୭ା୬(ପ୍ରଭୁକଲ୍ୟାଣ ପାଲ୍): କଟକରେ ତାଣ୍ଡବ ରଚିଲା କାଳ ବୈଶାଖୀ । କଟକର ଅଧିଷ୍ଠାତ୍ରୀ ଦେବୀ କଟକ ଚଣ୍ଡୀ ମନ୍ଦିର ଦଧିନଉତି ଉପରେ ଘଡ଼ଘଡ଼ି ପଡିଥିବା ସୂଚନା ରହିଛି…

ମୁକୁଳା ୧୧ କେଭି ଟ୍ରାନ୍ସଫର୍ମର ସାଙ୍ଗକୁ ଗଭୀର ଗର୍ତ୍ତ: ବଡ଼ ଅଘଟଣ ଆଶଙ୍କାରେ ଧୁଲିଗୁଡ଼ା ଗ୍ରାମବାସୀ

ଥୁଆମୂଳ ରାମପୁର,୭।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କାଣୀଗୁମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଧୁଲିଗୁଡ଼ା (ମାନିଆଁଗୁଡ଼ା) ଠାରେ ବିଦ୍ୟୁତ ବିଭାଗର ଅବହେଳା ଦେଖିବାକୁ ମିଳିଛି । ଥୁଆମୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri