Advertisement
Posted inଜାତୀୟ

କେଜରିୱାଲଙ୍କୁ ବିରୋଧିଙ୍କ ଟାର୍ଗେଟ, ବିନା ସର୍ତ୍ତରେ ମାଗନ୍ତୁ କ୍ଷମା

ନୂଆଦିଲ୍ଲୀ,୧୮ ।୧୦: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗୋଟିଏ ଦିନ ପୂର୍ବରୁ ମନୀଷ ସିସୋଡିଆଙ୍କୁ ଭଗତ ସିଂଙ୍କ ସହ ତୁଳନା କରିଥିଲେ । ଯାହାକୁ ନେଇ ଏବେ ବିବାଦ ଉଠିଛି । ଭାରତୀୟ ଜନତା ପାର୍ଟି(ଭାଜପା)ର ମହାସଚିବ ଜୀବନ ଗୁପ୍ତା କହିଛନ୍ତି ଏଏପି ସୁପ୍ରିମୋ ଅରବିନ୍ଦ କେଜରିୱାଲ ଦିଲ୍ଲୀର ମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଦେଶର ମହାନାୟକ ଭଗତ ସିଂଙ୍କ ସହ ତୁଳନା କରିବା ଭୁଲ । ସେ କହିଛନ୍ତି ଯାହାଙ୍କ ନାମରେ ଭ୍ରଷ୍ଟାଚାର ଅଭିଯୋଗ ରହିଛି ତାଙ୍କୁ ଦେଶର ଆଦର୍ଶ ଶହୀଦଙ୍କ ସହ ତୁଳନା କରିବା ଶହୀଦଙ୍କ ଅପମାନ ଓ ଏହା ନିନ୍ଦନୀୟ । ଜୀବନ ଗୁପ୍ତା ଆହୁରି ମଧ୍ୟ କହିଛନ୍ତି ଯେଉଁ ବ୍ୟକ୍ତି ଭ୍ରଷ୍ଟାଚାର ଓ ଅନ୍ୟ ମାମଲାରେ ସିବିଆଇ ତଥା ଅନ୍ୟ ଯାଞ୍ଚ ଏଜେନ୍ସିର ସାମ୍ନା କରୁଛନ୍ତି ତାଙ୍କର ତୁଳନା ୨୩ ବର୍ଷ ବୟସରେ ଦେଶପାଇଁ ପ୍ରାଣବଳୀ ଦେଇଥିବା ଶହୀଦ ଭଗତ ସିଂ ସହ କେମିତି କରାଯିପାରିବ ।
କେବଳ ଭାଜପା ନୁହେଁ ଅନ୍ୟ କିଛି ରାଜନୈତିକ ଦଳ ବି କେଜରିୱାଲଙ୍କୁ ବିରୋଧ କରିଛନ୍ତି । କଂଗ୍ରେସ ନେତା ସୁଖପାଲ ସିଂ ଖୈରା କେଜରିୱାଲଙ୍କୁ କ୍ଷମା ମାଗିବାକୁ କହିଛନ୍ତି । ସେ ଟୁଇଟ କରି ଲେଖିଛନ୍ତି, ଅରବିନ୍ଦ କେଜରିୱାଲ ଶହୀଦ ଭଗତ ସିଂ ଓ ଅନ୍ୟ ଶହୀଦଙ୍କ ଅପମାନ କରିଛନ୍ତି । ତେଣୁ ସେ ବିନା ସର୍ତ୍ତରେ କ୍ଷମା ମାଗନ୍ତୁ । କେଜରିୱାଲ ଭାରତକୁ ଲୁଟୁଛନ୍ତି, ହେଲେ ଭଗତ ସିଂ ଭାରତ ପାଇଁ ନିଜ ଜୀବନ ଦେଇ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ହଜାରେ ଦିନରେ ୬ ଲକ୍ଷ ଗାଁରେ ବିଛାଯିବ ଅପ୍ଟିକାଲ ଫାଇବର

ନୂଆଦିଲ୍ଲୀ, ୧୫।୮: ଦେଶରେ ଯୋଗାଯୋଗ ବ୍ୟବସ୍ଥା ଦ୍ରୁତ ଗତିରେ ଆଗେଇବାରେ ଲାଗିଛି। ୨୦୧୪ ପୂର୍ବରୁ ଦେଶର ୬୦ ପଞ୍ଚାୟତରେ ଅପ୍ଟିକାଲ ଫାଇବର ବିଛାଯାଇଥିଲା। ତେବେ ପରବର୍ତ୍ତୀ...

ପୁଣି ବଢିଲା ଘରୋଇ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ

ନୂଆଦିଲ୍ଲୀ,୬ ।୭: ରୋଷେଇ ଘରେ ପୁଣି ମହଙ୍ଗା ମାଡ । ସାଧାରଣ ଜନତାଙ୍କୁ ପୁଣି ଲାଗିଲା ଝଟକା । ବୁଧବାର ଅର୍ଥାତ୍ ଜୁଲାଇ ୬ରୁ ବୃଦ୍ଧି...

ଯୁବତୀଙ୍କ ଗର୍ଭପାତ କରାଇଲେ ଡାକ୍ତର ନେବେ ୧୦ ହଜାର ଟଙ୍କା, ଭିଡିଓ ଭାଇରାଲ୍‌

ଲକ୍ଷ୍ନୌ,୫।୧୧: ଉତ୍ତର ପ୍ରଦେଶର ବଦାୟୁଁ ସହରର ଏକ ଘରୋଇ ଡାକ୍ତରଖାନାର ମହିଳା ଡାକ୍ତରଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ଅବିବାହିତା ଯୁବତୀଙ୍କ ଗର୍ଭପାତ...

ଜମ୍ମୁ-କଶ୍ମୀରରୁ ୨ ଜୈଶ କର୍ମୀ ଗିରଫ

ଜମ୍ମୁ,୨୧।୯: ଦକ୍ଷିଣ କଶ୍ମୀରର ପୁଲଓ୍ବାମାରେ ପୋଲିସ ରେଡ୍‌ କରୁଥିବା ସମୟରେ ଶନିବାର ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ୨ ଓଭର ଗ୍ରାଉଣ୍ଡ କର୍ମୀଙ୍କୁ ଗିରଫ କରିଥିବା ଜଣାପଡିଛି।...

ମୂଲ ଲାଗି ସ୍ତ୍ରୀ-ପିଲାଙ୍କ ଭରଣପୋଷଣ କରିବା ପୁରୁଷଙ୍କର କର୍ତ୍ତବ୍ୟ, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୨୯।୯ : ସୁପ୍ରିମକୋର୍ଟ କହିଛନ୍ତି ଯେ ଜଣେ ପୁରୁଷଙ୍କୁ ନିଜ ସ୍ତ୍ରୀ ଏବଂ ପିଲାମାନଙ୍କର ଭରଣପୋଷଣ ପାଇଁ ମୂଲ ଲାଗି ପରିଶ୍ରମ କରି ମଧ୍ୟ...

ଠେଲି ଠେଲି ନେଉଛନ୍ତି ଟିକା ଭର୍ତ୍ତି ଗାଡ଼ି

ପାଟନା, ୯ା୪- ଦେଶରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରନ୍ତଙ୍କ ସଂଖ୍ୟା ଓ ଟିକା ଅଭାବ ନେଇ କେନ୍ଦ୍ର ଏବଂ ବିଭିନ୍ନ ରାଜ୍ୟ ସରକାର...

ରାତି ଅନ୍ଧାରରେ ଭୁଶୁଡ଼ିଲା ୪ ମହଲା କୋଠା

ମୁମ୍ବାଇ, ୧୮।୮: ଦେଶର ଆର୍ଥିକ ସହର ବଲିଉଡ୍‌ର ବାନ୍ଦ୍ରାଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ୪ ମହଲା କୋଠାଘର ଭୁଶୁଡ଼ି ପଡ଼ିଛି। କୋଠାଘରେ...

୨୬/୧୧ ଆକ୍ରମଣକୁ ଦୋହରାଇବାକୁ ଯୋଜନା କରୁଥିଲେ ଆତଙ୍କବାଦୀ ମୋଦି ଡାକିଲେ ଜରୁରୀ ବୈଠକ

ନୂଆଦିଲ୍ଲୀ,୨୦ ।୧୧: ଜମ୍ମୁ-କଶ୍ମୀରର ନଗରୋଟାରେ ଟ୍ରକରେ ଯାଉଥିବା ଜୈଶ-ଇ-ଆତଙ୍କବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କର ହୋଇଥିବା ମୁକାବିଲା ପରେ କେନ୍ଦ୍ର ସରକାର ସତର୍କ ହୋଇଯାଇଛନ୍ତି । ଏହି ଆତଙ୍କବାଦୀମାନେ...

Advertisement
Archives

Model This Week