Posted inଜାତୀୟ

ସବ୍‌ସିଡି ସାର ପାଇଁ ଗୋଟିଏ ବ୍ରାଣ୍ଡ୍‌ ‘ଭାରତ’

ନୂଆଦିଲ୍ଲୀ,୧୮।୧୦ : ଗୋଟିଏ ରାଷ୍ଟ୍ର ଗୋଟିଏ ସାର ଯୋଜନାର ଅଂଶବିଶେଷ ସ୍ବରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ୟୁରିଆ ସାରର ଗୋଟିଏ ବ୍ରାଣ୍ଡ ‘ଭାରତ’ର ଶୁଭାରମ୍ଭ କରିଛନ୍ତି। ଏହି ବ୍ରାଣ୍ଡ୍‌ରେ ସମସ୍ତ ସବ୍‌ସିଡିଯୁକ୍ତ ୟୁରିଆ ସାର ଉପଲବ୍ଧ ହେବ। ଏଥିସହିତ ପ୍ରଧାନମନ୍ତ୍ରୀ ୬୦୦ କିଷାନ ସମୃଦ୍ଧି କେନ୍ଦ୍ର ଉଦ୍‌ଘାଟନ କରିଛନ୍ତି। ଏହି ଦୁଇଟି ସଂସ୍କାର ସାର ଉପଲବ୍ଧତା ଓ ମାନ ବଢ଼ାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପିଏମ୍‌ କିଷାନ ସମ୍ମାନ ସମ୍ମିଳନୀ ୨୦୨୨ ଅବସରରେ ମୋଦି ଅନ୍ତର୍ଜାତୀୟ ସାପ୍ତାହିକ ସାର ଇ-ମାଗାଜିନ ‘ଇଣ୍ଡିଆ ଏଜ୍‌’ ଉଦ୍‌ଘାଟନ କରିଥିଲେ। କୃଷି ଓ ସାର ମନ୍ତ୍ରଣାଳୟ ଦ୍ୱାରା ମିଳିତ ଭାବେ ଏହି ସମ୍ମିଳନୀର ଆୟୋଜନ କରାଯାଇଥିଲା। କେନ୍ଦ୍ର ସରକାର ନୂଆ ଯୋଜନା ‘ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଉର୍ବରକ ପରିଯୋଜନା-ଓ୍ବାନ୍‌ ନେଶନ ଓ୍ବାନ୍‌ ଫର୍ଟିଲାଇଜର(ଓଏନ୍‌ଓଏଫ୍‌) ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଗୋଟିଏ ବ୍ରାଣ୍ଡ ‘ଭାରତ’ରେ କମ୍ପାନୀଗୁଡ଼ିକ ସମସ୍ତ ସବ୍‌ସିଡିଯୁକ୍ତ ସାର ବିପଣନ କରିବାକୁ ବାଧ୍ୟ। କେଉଁ ବ୍ରାଣ୍ଡ୍‌ର ସାର ଭଲ ଓ ମାଟିକୁ ଉପଯୁକ୍ତ ଉର୍ବରତା ଦେଇପାରିବ, ତାହା ଜାଣି ନ ପାରି ଚାଷୀମାନେ ଦ୍ୱନ୍ଦ୍ୱରେ ପଡ଼ୁଥିଲେ। କାରଣ ବ୍ୟବସାୟୀମାନେ ଅଧିକ କମିଶନ ପାଉଥିବା ନିର୍ଦ୍ଦିଷ୍ଟ ବ୍ରାଣ୍ଡ୍‌ର ସାରକୁ ସେମାନଙ୍କୁ ନେବା ପାଇଁ ପ୍ରବର୍ତ୍ତାଉଥିଲେ। କମ୍ପାନୀଗୁଡ଼ିକ ସେମାନଙ୍କ ଉତ୍ପାଦିତ ସାରର ବିକ୍ରି ବୃଦ୍ଧି ଲାଗି ଆକର୍ଷଣୀୟ ବିଜ୍ଞାପନ ଦେଉଥିଲେ। ଓଏନ୍‌ଓଏଫ୍‌ରେ ଏହି ସମସ୍ୟାର ସମାଧାନ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଗୋଟିଏ ବ୍ରାଣ୍ଡ୍‌ ଏବଂ ଗୋଟିଏ ମାନର ୟୁରିଆ ସାର ‘ଭାରତ’ ବ୍ରାଣ୍ଡ୍‌ ନାମରେ ସାରା ଦେଶରେ ଉପଲବ୍ଧ ହେବ। ଫଳରେ କମ୍ପାନୀଗୁଡ଼ିକ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହ୍ରାସ ପାଇବ।
ସେହିପରି ଉଦ୍‌ଘାଟିତ ହୋଇଥିବା ୬୦୦ ପିଏମ୍‌ କିଷାନ ସମୃଦ୍ଧି କେନ୍ଦ୍ର ଓ୍ବାନ୍‌-ଷ୍ଟପ୍‌-ଶପ୍‌ ଭାବେ କାର୍ଯ୍ୟ କରିବ। ଏହା କୃଷକମାନଙ୍କୁ ବହୁବିଧ ସେବା ଯୋଗାଇଦେବ। ଏହା କେବଳ ସାର,ବିହନ ଓ କୃଷି ଯନ୍ତ୍ରପାତି ଯୋଗାଇବ ନାହିଁ, ଏଥିସହିତ ମୃତ୍ତିକା, ବିହନ ଓ ସାର ପରୀକ୍ଷା ପାଇଁ ଗବେଷଣାଗାର ଯୋଗାଇଦେବ। ଏଥିସହିତ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶରେ ଥିବା ୩.୨୫ ଲକ୍ଷ ଖୁଚୁରା ସାର ଦୋକାନ ପିଏମ୍‌-କେଏସ୍‌କେରେ ପରିବର୍ତ୍ତନ ହେବ। ଏହି ଅବସରରେ ସାରରେ ଆତ୍ମନିର୍ଭର ହେବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।
କେନ୍ଦ୍ର ସରକାର ସାର ଉପରେ ୯୦ ପ୍ରତିଶତ ସବ୍‌ସିଡି ଦେଉଛନ୍ତି। ଅର୍ଥାତ୍‌ ୭୫ରୁ ୮୦ ଟଙ୍କାରେ ୟୁରିଆ କିଣାଯାଉଥିବାବେଳେ ଚାଷୀମାନଙ୍କୁ ମାତ୍ର ୬ ଟଙ୍କାରେ ଯୋଗାଇ ଦିଆଯାଉଛି। ସାର ସବ୍‌ସିଡି ଅର୍ଥ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା କରିବା ପାଇଁ ସରକାର ପ୍ରସ୍ତୁତି ଚଳାଇଥିବା କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଣେ ଭାରତୀୟ ଶିଖ ବିଚ୍ଛିନ୍ନତାବାଦୀଙ୍କୁ ହତ୍ୟା ପାଇଁ କରିଥିଲେ ଷଡଯନ୍ତ୍ର, ଅଭିଯୋଗ ଲଗାଇଲା ଆମେରିକା

ନୂଆଦିଲ୍ଲୀ, ୨୯ା୧୧: ଜଣେ ଭାରତୀୟ ନାଗରିକ ଶିଖ୍ ବିଚ୍ଛିନ୍ନତାବାଦୀ ନେତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ରରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛି ଆମେରିକା। ନ୍ୟୁୟର୍କର ଦକ୍ଷିଣ ଜିଲ୍ଲା...

ଦେଶର ଅର୍ଥନୀତିକୁ ମିଳିବ ବଳ, ପ୍ରଥମ ଥର ନିଲାମ ହେବ ଲିଥିୟମ, ଗ୍ରାଫାଇଟ ଭଳି ଖଣିଜ ପଦାର୍ଥ

ନୂଆଦିଲ୍ଲୀ, ୨୯ା୧୧: ଦେଶରେ ପ୍ରଥମ ଥର ପାଇଁ ନିଲାମ ହେବାକୁ ଯାଉଛି ଲିଥିୟମ, ଗ୍ରାଫାଇଟ ଏବଂ ଟିଟାନିୟମ ଭଳି ଖଣିଜ ପଦାର୍ଥ। ସମ୍ଭାବ୍ୟ ଯୋଗାଣ ଶୃଙ୍ଖଳାର...

ଲଲିଥାମ୍ବିକାଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ

ବେଙ୍ଗାଲୁରୁ,୨୯ା୧୧:ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ସ୍ଥିତ ହ୍ୟୁମାନ୍‌ ସ୍ପେସ୍‌ଫ୍ଲାଇଟ୍‌ ପ୍ରୋଗ୍ରାମ୍‌ ଡିରେକ୍ଟୋରେଟ୍‌ର ପୂର୍ବତନ ନିର୍ଦ୍ଦେଶିକା ଭି.ଆର୍‌. ଲଲିଥାମ୍ବିକାଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ ଦି ଲେଜିଅନ୍‌...

ପୁଣି ବଢୁଛି ଆଦାନୀଙ୍କ ସମ୍ପତ୍ତି

ଓ୍ବାଶିଂଟନ୍‌,୨୯ା୧୧:ଭାରତର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ସମ୍ପତ୍ତି ପୁଣି ବଢୁଛି। ଶୁକ୍ରବାର ହିଣ୍ଡେନବର୍ଗ ରିପୋର୍ଟ ସମ୍ପର୍କିତ ରାୟକୁ ସୁପ୍ରିମକୋର୍ଟ ସଂରକ୍ଷିତ ରଖିବା ପରେ ମଙ୍ଗଳବାର ଓ...

ଘୃଣା ଭାଷଣ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯।୧୧: ଘୃଣା ସୃଷ୍ଟି କରୁଥିବା ଭାଷଣ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ଜରୁରୀ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଘୃଣାର ଭାଷଣ ପ୍ରସଙ୍ଗରେ ଦାଖଲ ହୋଇଥିବା ଏକ...

ପାକିସ୍ତାନରେ ସ୍ବାମୀଙ୍କୁ ଛାଡି ଭାରତ ଫେରିଲେ ଅଞ୍ଜୁ

ନୂଆଦିଲ୍ଲୀ,୨୯।୧୧: ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପଡ଼ିବା ପରେ ଭାରତ ଛାଡି ପାକିସ୍ତାନ ପଳାଇଥିବା ଅଞ୍ଜୁ ଫେରି ଆସିଛନ୍ତି। ଅଞ୍ଜୁ ବୁଧବାର ୱାଘା ସୀମା ଦେଇ ଭାରତ...

ମଣିପୁରରେ ହେବ ଶାନ୍ତି ପ୍ରତିଷ୍ଠା, ସର୍ବ ପୁରାତନ ବିଦ୍ରୋହୀ ଗୋଷ୍ଠୀ ସହିତ ଐତିହାସିକ ଶାନ୍ତି ଚୁକ୍ତି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୯।୧୧: ମଣିପୁର ହିଂସା ପରେ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ନିରନ୍ତର ଚେଷ୍ଟା ଚଲାଇଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର। ବୁଧବାର ଏହି ଦିଗରେ ଏକ...

ମଣିପୁର ଛାତ୍ରୀଛାତ୍ରଙ୍କୁ ଦେଶର ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମ ଲେଖେଇବା ପାଇଁ ସୁଯୋଗ ଦିଅନ୍ତୁ ସରକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯।୧୧: ମଣିପୁର ହିଂସାରେ ବିସ୍ଥାପିତ ହୋଇଥିବା ଛାତ୍ରୀଛାତ୍ରଙ୍କୁ ସରକାର ଦେଶର ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମ ଲେଖେଇବା ପାଇଁ ସୁଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri