ଜାତୀୟ

ସତୀ ପ୍ରଥାର ଗୁଣଗାନ କରି ଅଡୁଆରେ ଭାଜପା ଏମ୍‌ପି ଚନ୍ଦ୍ର ପ୍ରକାଶ ଯୋଶୀ, ଲୋକସଭାରେ ହଟ୍ଟଗୋଳ…

ନୂଆଦିଲ୍ଲୀ,୭।୨ : ସତୀ ପ୍ରଥାର ଗୁଣଗାନ କରି ଭାଜପା ଏମ୍‌ପି ଚନ୍ଦ୍ର ପ୍ରକାଶ ଯୋଶୀ ଅଡୁଆରେ ପଡ଼ିଛନ୍ତି। ଏନେଇ ବିରୋଧୀ ଦଳ ନେତା ଶାସକ ଦଳକୁ ଟାର୍ଗେଟ କରିଛନ୍ତି। ଲୋକ ସଭାରେ ବିରୋଧୀଦଳ ନେତାମାନେ ମଙ୍ଗଳବାର ବେଲରେ ବିକ୍ଷୋଭ ପ୍ରଦର୍ଶନ କରି…

ହନିଟ୍ରାପ୍‌ ଜାଲରେ ଆଇଟିବିପିର ଅବସରପ୍ରାପ୍ତ ଅଧିକାରୀ: ଲୁଟି ନେଲେ ୧କୋଟି ୮୦ଲକ୍ଷ

ନୂଆଦିଲ୍ଲୀ,୭।୨: ଦିଲ୍ଲୀ ପୋଲିସ ପୁଣି ଆଉ ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ୍‌ ପରିଛି। ଯେଉଁମାନେ ହନିଟ୍ରାପ୍‌ରେ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରୁଥିଲେ। ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଏହି ୩ଜଣ ଆପତ୍ତିଜନକ ଭିଡିଓ ଆଳରେ ନିଜକୁ…

୨୦୨୨ରେ ଆତଙ୍କବାଦୀ ଆକ୍ରମଣରେ ୩୦ ସାଧାରଣ ନାଗରିକ-୩୧ ସୁରକ୍ଷା କର୍ମୀଙ୍କ ଜୀବନ ଯାଇଛି…

ନୂଆଦିଲ୍ଲୀ,୭।୨ : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ୨୦୨୨ରେ ୩୦ ସାଧାରଣ ନାଗରିକ ଏବଂ ୩୧ ସୁରକ୍ଷା କର୍ମୀଙ୍କ ଜୀବନ ଯାଇଛି। ସେହିପରି ୨୨୧ ଜଣ ଆହତ ହୋଇଥିଲେ। କେନ୍ଦ୍ର ସ୍ବରାଷ୍ଟ୍ରରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଙ୍ଗଳବାର ଲୋକସଭାରେ ଏହି ସୂଚନା ପ୍ରଦାନ…

୯ ରାଜ୍ୟର ୩୧ ଜିଲା କର୍ତ୍ତୃପକ୍ଷଙ୍କୁ ନାଗରିକତ୍ୱ ପ୍ରଦାନ କ୍ଷମତା…

ନୂଆଦିଲ୍ଲୀ,୭।୨ : କେନ୍ଦ୍ର ସ୍ବରାଷ୍ଟ୍ରରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଅନୁଯାୟୀ, ନାଗରିକତ୍ୱ ଅଧିନିୟମ ଅନୁଯାୟୀ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ନାଗରିକତ୍ୱ ପ୍ରଦାନ କରିବାକୁ କେନ୍ଦ୍ର ସରକାର ନଅ ରାଜ୍ୟରେ ୩୧ଟି ଜିଲା କର୍ତ୍ତୃପକ୍ଷଙ୍କୁ କ୍ଷମତା ପ୍ରଦାନ…

ଯମୁନା ଏକ୍ସପ୍ରେସ ୱେରେ କାଞ୍ଜାୱାଲା ଭଳି ଘଟଣା, ୧୦ କିଲୋମିଟର ପର୍ଯ୍ୟନ୍ତ ମୃତ ଶରୀରକୁ ଘୋଷାଡି ନେଲା କାର

ମଥୁରା,୭ ।୨: ଯମୁନା ଏକ୍ସପ୍ରେସୱେରେ ଦିଲ୍ଲୀର କାଞ୍ଜାୱାଲା ଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ମଥୁରା ଜିଲାରେ ଜଣେ ବ୍ୟକ୍ତିଙ୍କୁ ଏକ କାର ପାଖାପାଖା ୧୦ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ନେଇଯାଇଛି । ଯେତେବେଳେ କାରଟି ଟୋଲଗେଟରେ ଅଟକିଥିଲା…

ଅଗଷ୍ଟା ୱେଷ୍ଟଲାଣ୍ଡ ମାମଲା: ଅଭିଯୁକ୍ତ ବ୍ରିଟିଶ ନାଗରିକ ଖ୍ରୀଷ୍ଟିଆନ ମିସେଲଙ୍କ ଜାମିନ ଖାରଜ…

ନୂଆଦିଲ୍ଲୀ,୭।୨ : ଅଗଷ୍ଟା ୱେଷ୍ଟଲାଣ୍ଡ ମାମଲାରେ ସୁପ୍ରିମକୋର୍ଟ ଅଭିଯୁକ୍ତ ବ୍ରିଟିଶ ନାଗରିକ ଖ୍ରୀଷ୍ଟିଆନ ମିସେଲଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଭିଭିଆଇପି ଚପର ସ୍କାମ ମାମଲାରେ ସିବିଆଇ ଏବଂ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦୁଇଟି ପୃଥକ ମାମଲା ପଞ୍ଜିକରଣ କରିଛନ୍ତି।…

‘ଅଗ୍ନି ବୀର ସ୍କିମ ସେନା ନୁହେଁ ଅଜିତ ଡୋଭାଲ ଥୋପିଛନ୍ତି’: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୭ ।୨: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ମଙ୍ଗଳବାର ଲୋକ ସଭାରେ ତାଙ୍କ ଭାଷଣ ଦେବା ସମୟରେ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ରାହୁଲ ଗାନ୍ଧୀ, ଅଗ୍ନିବୀର ଯୋଜନା, ଅଦାନି ମାମଲାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି…

କ୍ଷମା ମାଗନ୍ତୁ ରାହୁଲ: ଭାଜପା ଏମପି

ନୂଆଦିଲ୍ଲୀ,୭ ।୨: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ଉଷ୍ମ ହୋଇଛି ରାଜନୀତି । ଭାରତୀୟ ଜନତା ପାର୍ଟି(ଭାଜପା) ଏମପି ରାହୁଲ ଗାନ୍ଧୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି ।…

ଦୈନିକ ପଜିଟିଭ୍‌ ହାର ଏକ ପ୍ରତିଶତରୁ କମ, ସାପ୍ତାହିକ ସଂକ୍ରମଣ ହାର ୦.୮ ପ୍ରତିଶତ…

ନୂଆଦିଲ୍ଲୀ, ୭।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଦୈନିକ ପଜିଟିଭ୍‌…

ଥୋରାଟଙ୍କ ଇସ୍ତଫାକୁ ନେଇ ପ୍ରତିକ୍ରିୟା ରଖିଲେ ପାଟୋଲ

ନୂଆଦିଲ୍ଲୀ,୭।୨: କଂଗ୍ରେସର ବରିଷ୍ଠ ନେତା ବାଲାସାହେବ ଥୋରାଟ ବିଧାନସଭା ସିଏଲ୍‌ପି ପଦରୁ ଇସ୍ତଫା ଦେବା ପରେ ପ୍ରଦେଶ ଅଧ୍ୟକ୍ଷ ନାନା ପାଟୋଲଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ଇସ୍ତଫା ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ। ଏପର୍ଯ୍ୟନ୍ତ ତାଙ୍କ…

ତୁର୍କୀ ଭୂକମ୍ପକୁ ନେଇ ଭାବପ୍ରବଣ ହେଲେ ମୋଦି: କହିଲେ, ଯଥା ସମ୍ଭବ ସହାୟତା କରିବି

ନୂଆଦିଲ୍ଲୀ,୭।୨: ଭାରତୀୟ ଜନତା ପାର୍ଟି (ଭାଜପା)ର ସଂସଦୀୟ ଦଳର ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଥିଲେ। ଭାଜପା ସଂସଦୀୟ ଦଳ ବୈଠକରେ ତୁର୍କୀ ଏବଂ ସିରିଆରେ ହୋଇଥିବା ବିପର୍ଯ୍ୟୟ ଭୂକମ୍ପରେ ସମବେଦନା ଜଣାଇଛି। ଅନ୍ୟପଟେ ବୈଠକରେ…

ବଜରଙ୍ଗ ଦଳର କର୍ମୀଙ୍କୁ ହତ୍ୟା

ଉଦୟପୁର, ୭।୨: ରାଜସ୍ଥାନର ଉଦୟପୁରରରେ ଏକ ଅଭାବନୀୟ ଘଟଣା ଘଟିଛି। ହିନ୍ଦୁବାଦୀ ସଂଗଠନ ବଜରଙ୍ଗ ଦଳର ଜଣେ ଅଧିକାରୀ ରାଜୁ ପରମାରଙ୍କୁ ସର୍ବସାଧାରଣରେ ହତ୍ୟା କରାଯାଇଛି। ଆକ୍ରମଣକାରୀମାନେ ଅତି ନିକଟରୁ ତାଙ୍କ ମୁଣ୍ଡରେ ୩ଟି ଗୁଳି ଚଳାଇଥିଲେ। ଏହି କାରଣରୁ ରାଜୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?