ଦୈନିକ ପଜିଟିଭ୍‌ ହାର ଏକ ପ୍ରତିଶତରୁ କମ, ସାପ୍ତାହିକ ସଂକ୍ରମଣ ହାର ୦.୮ ପ୍ରତିଶତ…

ନୂଆଦିଲ୍ଲୀ, ୭।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଦୈନିକ ପଜିଟିଭ୍‌ ହାର ଏକ ପ୍ରତିଶତରୁ କମ ହୋଇଛି ଏବଂ ସୁସ୍ଥତା ହାରରେ ମଧ୍ୟ ଉନ୍ନତି ହୋଇଛି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ପ୍ରେସ ବିଜ୍ଞପ୍ତି ଅନୁସାରେ ଦେଶରେ ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୧ ପ୍ରତିଶତ ରହିଛି। ସେହିପରି ସକ୍ରିୟ ମାମଲା ୦.୦୧ ପ୍ରତିଶତ ରହିଛି। ଦୈନିକ ସଂକ୍ରମଣ ୦.୧୧ ପ୍ରତିଶତ ଏବଂ ସାପ୍ତାହିକ ସଂକ୍ରମଣ ୦.୮ ପ୍ରତିଶତ ରହିଛି। ଅପରପକ୍ଷରେ ମୃତ୍ୟୁ ହାର କମି ୧.୧୯ ପ୍ରତିଶତରେ ପହଞ୍ଚିଛି।
ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି କମି ଶହେ ତଳେ ରହିଛି। ଏହା ୮୯ ଛୁଇଁଛି। ଗୋଟିଏ ଦିନ ତଳେ ଏହା ୯୧ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ଶୂନରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ଶୂନ ଥିଲା। ଏହି ସମୟରେ ସକ୍ରିୟ ମାମଲା ୧୭ ଶହ ଉପରେ ରହିଛି। ଏହା ୧ ହଜାର ୭୭୧ ରେ ପହଞ୍ଚିଛି। ଗୋଟିଏ ଦିନତଳେ ଏହା ୧ ହଜାର ୮୧୭ ଥିଲା। ସେହିପରି ୨୪ ଘଣ୍ଟାରେ ୧୩୫ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୯୧ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୦ ହଜାର ୭୪୫ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୬ ଲକ୍ଷ ୮୩ ହଜାର ୫୪୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୧ ଲକ୍ଷ ୫୧ ହଜାର ୨୭ ଜଣ ସୁସ୍ଥ ହୋଇ ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷରେ ଉପସାଗରୀୟ ଅଞ୍ଚଳରେ : ଗଲାଣି ୩୪ ହଜାର ଭାରତୀୟଙ୍କ ଜୀବନ

ହାଇଦ୍ରାବାଦ,୨୩ା୧୧: ଉପସାଗରୀୟ ରାଷ୍ଟ୍ର କୁଏଟ୍‌, ସୌଦି ଆରବ, ବାହାରିନ୍‌, କାତାର, ଓମାନ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଦିନକୁ ହାରାହାରି ୧୫ ଭାରତୀୟ ପ୍ରାଣ...

ପୁଣିଥରେ କେରଳକୁ ନିପା ଭାଇରସ୍‌ ଭୟ

ଥିରୁଭାନନ୍ତପୁରମ,୩।୬: କେରଳର ଜଣେ ୨୩ ବର୍ଷୀୟ ବ୍ୟକ୍ତି ନିପା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ପ୍ରାଥମିକ ଅବସ୍ଥାରେ ତାଙ୍କ ଦେହରେ ନିପା ଭାଇରସ୍‌ର ଲକ୍ଷଣ...

ସୀମାରେ ସଂଘର୍ଷ

ନୂଆଦିଲ୍ଲୀ,୩୦ା୧: ପୂର୍ବରୁ ସୀମା କହିଲେ କେବଳ ଜମ୍ମୁ-କଶ୍ମୀର ସଂଲଗ୍ନ ନିୟନ୍ତ୍ରଣରେଖା ଓ ଉତ୍ତର ପୂର୍ବକୁ ଲାଗି ରହିଥିବା ଚାଇନା ସୀମାକୁ ବୁଝାଉଥିଲା। ହେଲେ ଦୁଇମାସ ହେବ...

ବଞ୍ଚିଥିବା ଶିକ୍ଷକଙ୍କୁ ଡକାଗଲା ତାଙ୍କ ମୃତ୍ୟୁ ସାର୍ଟିଫିକେଟ ପାଇଁ

ଠାଣେ,୨।୭: ମୃତ୍ୟୁ ପ୍ରମାଣପତ୍ର ପ୍ରସ୍ତୁତ ଥିବା ଜଣାଇବା ପାଇଁ ଠାଣେର ମ୍ୟୁନିସିପାଲ କର୍ପୋରେଶନ ଅଫିସରୁ ଜଣେ ୫୫ ବର୍ଷୀୟ ଶିକ୍ଷକଙ୍କୁ ଆସିଥିଲା ଫୋନ କଲ୍‌। ଶିକ୍ଷକ...

‘ବଞ୍ଚିଥିବା ଯାଏ ସିଏଏ ଲାଗୁ କରାଇଦେବିନି’

କୋଲକାତା,୧୭ା୧୨(ପି.ଟି.): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ବିରୋଧରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପକ୍ଷରୁ କୋଲକାତାରେ ବିଶାଳ ରାଲି ଅନୁଷ୍ଠିତ...

ଲକ୍‌ଡାଉନ୍‌ ନିୟମ ନମାନିବାରୁ ଦଣ୍ଡ: ଖୋର୍ଦ୍ଧାରେ ୩୬ ଗାଡ଼ି ଜବତ

ଖୋର୍ଦ୍ଧା ଅଫିସ,୨୪।୩: କୋଭିଡ-୧୯ ସହ ମୁକାବିଲା ନିମନ୍ତେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲାକୁ ସମ୍ପୂର୍ଣ୍ଣ ତାଲା ବନ୍ଦ ବା...

ତ୍ରିପୁରା ପୋଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ଦିଲ୍ଲୀରେ ବିକ୍ଷୋଭ

ନୂଆଦିଲ୍ଲୀ, ୨୩।୧୧: ତ୍ରିପୁରାରେ ଟିଏମ୍‌ସିର ଯୁବନେତ୍ରୀଙ୍କ ଉପରେ ପୋଲିସର ବର୍ବରତା ଓ ଗିରଫଦାରି ପ୍ରତିବାଦରେ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବାହାରେ ଦଳର ଏମ୍‌ପିମାନେ ଧାରଣାରେ ବସିଛନ୍ତି।...

ଦୃଷ୍ଟିଶକ୍ତି ହରାଇଥିବା ୧୧ ଜଣଙ୍କୁ ପେନ୍‌ସନ୍‌ ଦିଅନ୍ତୁ ସରକାର: ଶିବରାଜ

ଭୋପାଳ,୧୮।୮: ନିକଟରେ ମୋତିଆବିନ୍ଦୁ ଅପରେଶନ କରି ମଧ୍ୟପ୍ରଦଶର ୧୧ ଜଣ ବ୍ୟକ୍ତି ଦୃଷ୍ଟିଶକ୍ତି ହରାଇଥିଲେ। ଏଥିରେ ତ୍ରୁଟିଥିବାରୁ ମୁଖ୍ୟମନ୍ତ୍ରୀ କମଳନାଥ ଏମାନଙ୍କ ପାଇଁ ୫୦ ହଜାର...

Advertisement
Archives

Model This Week