ଜାତୀୟ

କୋଭୋଭାକ୍ସ ବୁଷ୍ଟର ଖୁବ୍‌ଶୀଘ୍ର

ନୂଆଦିଲ୍ଲୀ, ୧୧।୪: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ସୋମବାର ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ବିକଶିତ କୋଭୋଭାକ୍ସ ଟିକାର ବୁଷ୍ଟର ଡୋଜ୍‌କୁ ଅନୁମତି ପ୍ରଦାନ କରିଛନ୍ତି। କୋଭୋଭାକ୍ସ ବୁଷ୍ଟର ଡୋଜ୍‌ ଖୁବ୍‌ଶୀଘ୍ର କୋଓ୍ବିନ୍‌ ପୋର୍ଟାଲରେ ଉପଲବ୍ଧ ହେବାକୁ ଯାଉଛି। ଏହାର ଗୋଟିଏ ଡୋଜ୍‌ର…

ଅନଶନରେ ବସିବେ ସଚିନ ପାଇଲଟ

ଜୟପୁର/ନୂଆଦିଲ୍ଲୀ, ୧୧ା୪: ରାଜସ୍ଥାନରେ ପୂର୍ବର ଭାଜପା ଶାସନ ଅମଳରେ ହୋଇଥିବା ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ ମଙ୍ଗଳବାର ଅନଶନରେ ବସିବେ। ବସୁନ୍ଧରା ରାଜେଙ୍କ ସମୟର ଦୁର୍ନୀତି ବିରୋଧରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ଲଢ଼େଇ…

ସିବିଆଇକୁ ବିରୋଧ ବଢ଼ୁଛି

ନୂଆଦିଲ୍ଲୀ, ୧୧।୪:କେତେକ ନିର୍ଦ୍ଦିଷ୍ଟ ମାମଲାରେ ରାଜ୍ୟରେ ସିବିଆଇର ତଦନ୍ତ ଅଧିକାର ଏବେ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। ଏକାଧିକ ରାଜ୍ୟ ସେମାନଙ୍କ ସାଧାରଣ ସହମତି ପ୍ରତ୍ୟାହାର କରିଦେଲେଣି। ନିକଟରେ ତେଲଙ୍ଗାନା, ମେଘାଳୟ ମଧ୍ୟ ଏହି ବିରୋଧ ତାଲିକାରେ ସାମିଲ ହୋଇଥିବା…

ଭାରତ ଦୁନିଆର ବିଶ୍ୱଗୁରୁ: ୟୁକ୍ରେନ ଉପ-ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୧୦।୪: ୟୁକ୍ରେନ ଉପ-ବୈଦେଶିକ ମନ୍ତ୍ରୀ ଏମିନ ଝାପରୋଭା ଭାରତ ଗସ୍ତରେ ଅଛନ୍ତି। ସୋମବାର ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇଥିଲା। ଏହି ଅବସରରେ ୟୁକ୍ରେନର ଉପ-ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଭାରତ ପ୍ରକୃତରେ ଦୁନିଆର ବିଶ୍ୱଗୁରୁ। ମୂଲ୍ୟବୋଧ ଏବଂ ନ୍ୟାୟ…

‘ଏଇଟା କୋଉ ନୂଆ କଥା’, ଇଡିର ସମନ ପରେ ପ୍ରତିକ୍ରିୟା ରଖିଲେ ତେଜସ୍ବୀ

ନୂଆଦିଲ୍ଲୀ,୧୦।୪: ଜମି ବଦଳରେ ଚାକିରି ଦେବା ମାମଲାରେ ମଙ୍ଗଳବାର ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ପଚରାଉଚରା କରାଯିବ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଏନେଇ ସୋମବାର ତେଜସ୍ବୀଙ୍କୁ ସମନ ପଠାଇଛି। ତେବେ ଇଡିର ସମନ ପାଇବା ପରେ ତେଜସ୍ବୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି…

ବିଦେଶ ଯାତ୍ରା କରୁଥିବା ଲୋକେ ଗଲା ବେଳେ ନିଜ ରାଜନୈତିକ ଚଷମା ଖୋଲିଦେବା ଉଚିତ୍‌: ଧନକର

ନୂଆଦିଲ୍ଲୀ,୧୦।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିକଟରେ ଇଂଲଣ୍ଡରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ସରଗରମ ରହିଥିଲା। ଏପରିକି ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ଭାଜପା ଜିଦ୍‌ ଧରି ବସିଥିଲା। ଇତିମଧ୍ୟରେ ଉପରାଷ୍ଟ୍ରପତି ଜଗଦୀପ ଧନକର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ…

କର୍ନାଟକ ନିର୍ବାଚନ ପୂର୍ବରୁ ଏଏପିକୁ ମିଳିଲା ଜାତୀୟ ଦଳର ମାନ୍ୟତା

ନୂଆଦିଲ୍ଲୀ,୧୦।୪: କର୍ନାଟକ ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି ପାଇଁ ଏକ ବଡ଼ ଖୁସି ଖବର। ସୋମବାର କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଅରବିନ୍ଦ କେଜ୍‌ରିୱାଲଙ୍କ ଆମ ଆଦମୀ ପାର୍ଟି (ଏଏପି)କୁ ଜାତୀୟ ଦଳର ମାନ୍ୟତା ଦେଇଛନ୍ତି। ଏଏପିର ନିର୍ବାଚନ ପ୍ରତୀକ ଝାଡୁ…

ଏପ୍ରିଲ ୨୬ରେ ଏମ୍‌ସିଡି ନିର୍ବାଚନ

ନୂଆଦିଲ୍ଲୀ,୧୦।୪: ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଆସନ୍ତା ଏପ୍ରିଲ ୨୬ରେ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି ଏପ୍ରିଲ ୧୨ରୁ ଏପ୍ରିଲ ୧୮ ପର୍ଯ୍ୟନ୍ତ ମେୟର ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ…

ସିସୋଡିଆ-ଜୈନଙ୍କ ଗିରଫଦାରୀ ବିରୋଧରେ ଏଏପି ସଂଗ୍ରହ କଲା ୧୦ଲକ୍ଷରୁ ଊର୍ଦ୍ଧ୍ୱ ଦସ୍ତଖତ

ନୂଆଦିଲ୍ଲୀ,୧୦।୪: ଆମ ଆଦମୀ ପାର୍ଟିର ନେତା ମନୀଷ ସିସୋଡିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ଗିରଫଦାରୀ ବିରୋଧରେ ଘରକୁ ଘର ଅଭିଯାନ ସମୟରେ ଦଳ ୧୦ଲକ୍ଷରୁ ଅଧିକ ଦସ୍ତଖତ ସଂଗ୍ରହ କରିଛି। ଏହାପରେ ସିସୋଡିଆ ଏବଂ ଜୈନଙ୍କ ଗିରଫଦାରୀକୁ ବିରୋଧ କରି ପ୍ରଧାନମନ୍ତ୍ରୀ…

ଜଳନ୍ଧର ଲୋକ ସଭା ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା, ଏଏପିରେ ସାମିଲ ହେଲେ ପୂର୍ବତନ ବିଧାୟକ

  ଚଣ୍ଡିଗଡ,୧୦।୪: ପଞ୍ଜାବର ଜଳନ୍ଧରଠାରେ ହେବାକୁ ଥିବା ଲୋକ ସଭା ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ଼ ଝଟକା। କରତାରପୁରର ପୂର୍ବତନ ବିଧାୟକ ସୁରେନ୍ଦ୍ର ଚୌଧୁରୀ ଏଏପିରେ ସାମିଲ ହୋଇଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ତାଙ୍କୁ ଦଳରେ ବିଧିବଦ୍ଧ ଭାବେ…

ବିବାଦୀୟ କାଳୀ ପୋଷ୍ଟର ମାମଲା, ସାରା ଦେଶରେ ଦାଖଲ ହୋଇଥିବା ସମସ୍ତ ଏଫ୍‌ଆଇଆର ଯାଞ୍ଚ କରିବ ଦିଲ୍ଲୀ ପୋଲିସ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୦।୪: ଦେବୀ କାଳୀଙ୍କ ବିବାଦୀୟ ପୋଷ୍ଟର ମାମଲାରେ ଫିଲ୍ମ ନିର୍ମାତା ଲୀନା ମଣିମେକାଲାଇଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନର ଶୁଣାଣି ସୋମବାର ସୁପ୍ରିମକୋର୍ଟ ହୋଇଛି। ତାଙ୍କ ବିରୋଧରେ ଥିବା ସମସ୍ତ ଏଫ୍‌ଆଇଆର ଦିଲ୍ଲୀ ପୋଲିସର ଆଇଏଫ୍‌ଏସ୍‌ଓ ୟୁନିଟକୁ ସ୍ଥାନାନ୍ତର କରିବାକୁ କୋର୍ଟ…

ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ମଙ୍ଗଳବାର ଇଡିରେ ହାଜର ହେବେ ତେଜସ୍ବୀ

ନୂଆଦିଲ୍ଲୀ,୧୦।୪: ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଅଡ଼ୁଆ ବେଳକୁ ବେଳ ବଢ଼ିବାରେ ଲାଗିଛି। ଜମି ବଦଳରେ ଚାକିରି ଦେବା ଦୁର୍ନୀତି ମାମଲାରେ ମଙ୍ଗଳବାର ଇଡି ତେଜସ୍ବୀଙ୍କୁ ପଚରାଉଚରା କରିବ। ଏଥିପାଇଁ ଯାଞ୍ଚ ଏଜେନ୍ସି ଆରଜେଡି ନେତାଙ୍କୁ ନିଜ ଦିଲ୍ଲୀ ସ୍ଥିତ ମୁଖ୍ୟାଳୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?