କର୍ନାଟକ ନିର୍ବାଚନ: ତୃତୀୟ ତାଲିକାରେ କଂଗ୍ରେସ ଜାରି କଲା ୪୩ ପ୍ରାର୍ଥୀଙ୍କ ନାମ
ବେଙ୍ଗାଲୁରୁ,୧୫।୪-କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ୪୩ ପ୍ରାର୍ଥୀଙ୍କ ତୃତୀୟ ତାଲିକା କଂଗ୍ରେସ ଜାରି କରିଛି। କିଛିଦିନ ପୂର୍ବରୁ ଭାଜପା ଛାଡ଼ି କଂଗ୍ରେସରେ ଯୋଗଦେଇଥିବା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବାଡି ଆଥାନି ଆସନରୁ ଟିକେଟ ପାଇଛନ୍ତି। କୋଥୁର ଜି ମଞ୍ଜୁନାଥଙ୍କୁ କୋଲାର…
ନଦୀକୁ ଖସିଲା ଟ୍ରାକ୍ଟର, ୧୪ରୁ ଅଧିକଙ୍କ ମୃତ୍ୟୁ ଆଶଙ୍କା…
ଲକ୍ଷ୍ନୌ,୧୫।୪ : ଶନିବାର ଅପରାହ୍ନରେ ଉତ୍ତରପ୍ରଦେଶର ଶାହାଜାହାନପୁରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପ୍ରାୟ ୪୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର ଟ୍ରଲି ଗର୍ରା ନଦୀରେ ଖସି ପଡିଛି। ଏଥିରେ୧୪ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଦୁର୍ଘଟଣା…
‘ଯଦି ମୁଁ ଚୋର ତେବେ କେହି ସଚ୍ଚୋଟ ନୁହଁନ୍ତି’, କେଜରିଓ୍ବାଲଙ୍କ ଅଭିଯୋଗକୁ ନେଇ ଭାଜପା କହିଲା- ବିଶ୍ୱକୁ ଜ୍ଞାନ ବାଣ୍ଟୁଛ…
ନୂଆଦିଲ୍ଲୀ,୧୫।୪: ଦିଲ୍ଲୀ ଅବକାରୀ ନୀତି ମାମଲାରେ ସିବିଆଇର ନୋଟିସ ମିଳିବା ପରେ ଆମ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି। କେଜରିଓ୍ବାଲ କହିଛନ୍ତି, ଗତ…
୨୦୨୪ରେ ବାମପନ୍ଥୀଙ୍କୁ କରିବି ସମର୍ଥନ: ଦେବଗୌଡ଼ା…
ବେଙ୍ଗାଲୁରୁ,୧୫।୪ : ଜନତା ଦଳ (ସେକୁଲାର) ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡା କହିଛନ୍ତି, ସେ ୨୦୨୪ ଲୋକସଭା ନିର୍ବାଚନରେ ବାମପନ୍ଥୀ ଦଳ ସହ ଛିଡା ହେବେ। ବାମ ଦଳଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ ଜେଡିଏସ ମଧ୍ୟ ସମର୍ଥନ…
ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାରୀଙ୍କ ଭଣଜା ଗିରଫ
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୫ା୪: ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ଥିବା ପୋଲିସ କର୍ମଚାରୀ ଏକ ଡ୍ରଗ୍ସ ରାକେଟକୁ ଧରିବାରେ ସଫଳ ହୋଇଛି। ଏଥିରେ ବଲତେଜ ସିଂ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଯିଏକି ସତଓ୍ବନ୍ତ ସିଂଙ୍କ ଭଣଜା। ଯିଏକି ସାଥୀ ଅଙ୍ଗରକ୍ଷୀ ବେଆନ୍ତ ସିଂଙ୍କ ସହ…
କେଜ୍ରିଓ୍ବାଲଙ୍କୁ ୫ଟି ପ୍ରଶ୍ନର ଉତ୍ତର ମାଗିଲା ଭାଜପା
ନୂଆଦିଲ୍ଲୀ,୧୫।୪: ଦିଲ୍ଲୀର ନୂଆ ଅବକାରୀ ନୀତି ମାମଲାରେ ସିବିଆଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରି୍ଓ୍ବାଲଙ୍କୁ ସମନ ଜାରି କରିଛି। ଏହାକୁ ନେଇ ଶନିବାର ଭାଜପା ଖବରଦାତା ସମ୍ମିଳନୀ କରି କେଜରି୍ଓ୍ବାଲଙ୍କୁ ୫ଟି ପ୍ରଶ୍ନର ଉତ୍ତର ମାଗିଛିି। ଅବକାରୀ ନୀତିର ଗୁରୁତ୍ୱପୂର୍ଣ୍ଣ ବୈଠକ…
ବିଚାରାଧୀନ କଏଦୀଙ୍କ ପୋଷାକ ଓହ୍ଲାଇ ତଲାସୀ ନେବା ଅଧିକାରର ଉଲ୍ଲଂଘନ: କୋର୍ଟ…
ମୁମ୍ବାଇ,୧୫।୪ : ମୁମ୍ବାଇର ଏକ ସ୍ବତନ୍ତ୍ର ଅଦାଲତ କହିଛନ୍ତି, ବିଚାରାଧୀନ କଏଦୀଙ୍କ ପୋଷାକ ଓହ୍ଲାଇ ତଲାସୀ ନେବା ଅଧିକାରର ଉଲ୍ଲଂଘନ॥ ଏହା କଏଦୀଙ୍କର ମୌଳିକ ଅଧିକାରର ଉଲ୍ଲଂଘନ ବୋଲି କୋର୍ଟ କହିଛନ୍ତି। ବନ୍ଦୀମାନଙ୍କ ତଲାସୀ ପାଇଁ ସ୍କାନର ଏବଂ ବୈଷୟିକ ଉପକରଣ…
ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଐତିହାସିକ ନିଷ୍ପତ୍ତି, ଆଞ୍ଚଳିକ ଭାଷାରେ ହେବ କନଷ୍ଟେବଳ ଭର୍ତ୍ତି ପରୀକ୍ଷା
ନୂଆଦିଲ୍ଲୀ,୧୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ଐତିହାସିକ ନିଷ୍ପତ୍ତିକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସିଏପିଏଫଙ୍କ ପାଇଁ ହିନ୍ଦୀ ଓ ଇଂରାଜି ବ୍ୟତୀତ ଅନ୍ୟ ୧୩ଟି ଆଞ୍ଚଳିକ ଭାଷାରେ କନଷ୍ଟେବଳ ପରୀକ୍ଷା ଆୟୋଜନ କରିବାକୁ ମଞ୍ଜୁରୀ ପ୍ରଦାନ କରିଛି। ଏହି ନିଷ୍ପତ୍ତି…
ସମନ ଜାରି ପରେ ସିବିଆଇ, ଇଡିକୁ ସମାଲୋଚନା କଲେ କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୧୫ା୪: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସିବିଆଇ ସମନ ଜାରି ପରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏବଂ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ(ଇଡି)କୁ ସେ ସମାଲୋଚନା କରିଛନ୍ତି। କେଜ୍ରିଓ୍ବାଲ କହିଛନ୍ତି, ଅନୁସନ୍ଧାନକାରୀ ସଂସ୍ଥା ଆଫିଡାଭିଟ୍ରେ ମିଥ୍ୟା କହିଛି। ଏପରିକି…
‘ସମସ୍ତ ବିରୋଧିଙ୍କୁ ଗ୍ୟାସ ଚାମ୍ବରରେ ବନ୍ଦ କରି ଶେଷ କରିଦିଅ…’, କେଜରିଓ୍ବାଲଙ୍କୁ ସିବିଆଇର ସମନ ପରେ ଆରଜେଡିର ବୟାନ
ପାଟନା,୧୫।୪: ଦିଲ୍ଲୀର ନୂଆ ଅବକାରୀ ନୀତି ଘୋଟାଲା ମାମଲା ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପାଇଁ ସମସ୍ୟା ବଢାଇ ଦେଇଛି। କେନ୍ଦ୍ରୀୟ, ଯାଞ୍ଚ ବ୍ୟୁରୋ(ସିବିଆଇ)ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କୁ ରବିqାର ପଚରା ଉଚରା ପାଇଁ ସମନ ଜାରି କରିଛି। ସିବିଆଇର ଏହ ସମନକୁ ନେଇ…
କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହେଲା ଅସଦଙ୍କ ଅନ୍ତିମ ସଂସ୍କାର
ପ୍ରୟାଗରାଜ,୧୫।୪: ଏନକାଉଣ୍ଟରେ ମୃତ୍ୟୁ ହୋଇଥିବା ମାଫିଆ ଡନ ଅତିକ ଅହମଦଙ୍କ ପୁଅ ଅସଦ ଅହମଦଙ୍କର ପ୍ରୟାଗରାଜରେ ଅନ୍ତିମ ସଂସ୍କାର କରାଯାଇଛି। ଅସଦଙ୍କୁ ପ୍ରୟାଗରାଜର କସାରି-ମସାରି କବରସ୍ଥାନରେ ସୁପୁର୍ଦ-ଏ-ଖାକ କରାଯାଇଛି। ଅନ୍ତିମ ସଂସ୍କାରରେ ୨୫-୩୦ ଜଣ ସାମିଲ ହୋଇଥିଲେ। ଏହି ସମୟରେ ତାଙ୍କ…
କରୋନ: ଗୋଟିଏ ଦିନରେ ୨୭ ମୃତ, ୧୦ ହଜାରରୁ ଅଧିକ ସଂକ୍ରମିତ, ଆକ୍ଟିଭ କେଶ ୫୩ ହଜାର ଟପିଲା
ନୂଆଦିଲ୍ଲୀ,୧୫।୪: କରୋନା ସଂକ୍ରମଣ ଏବେ ବଢିବାରେ ଲାଗିଛି। ଏହାକୁ ନେଇ ଏବେ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତାରେ ପଡି ଗଲେଣି। ଗତ ୨୪ ଘଣ୍ଟାରେ ୧୦ ହଜାର ୭୫୩ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହାପରେ ଦେଶରେ ଆକ୍ଟିଭ ମାମଲା…

