ଚାକିରି ପାଇଁ ଜମି ଦୁର୍ନୀତି: ରାବ୍ରି ଦେବୀଙ୍କୁ ଇଡି ଜେରା
ନୂଆଦିଲ୍ଲୀ,୧୯।୫: ବିହାରରେ ଚାକିରି ପାଇଁ ଜମି ଦୁର୍ନୀତିର ମନିଲଣ୍ଡରିଂ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କୁ ଗୁରୁବାର ପ୍ର୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୫ ଘଣ୍ଟା ଜେରା କରିଛି। ସକାଳ ୧୧ଟାରେ ରାବ୍ରି ଇଡି କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ମଧ୍ୟାହ୍ନ ଭୋଜନ ପାଇଁ ବାହାରକୁ…
ଅଭିଷେକଙ୍କୁ ସିବିଆଇ, ଇଡି ଜେରା କରିପାରିବେ: ହାଇକୋର୍ଟ
କୋଲକାତା, ୧୯ା୫: ପଶ୍ଚିମବଙ୍ଗର ବହୁକୋଟି ଟଙ୍କା ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଜେରା କରିପାରିବେ। କାଲକାଟା ହାଇକୋର୍ଟ ଗୁରୁବାର ତାଙ୍କ ପୂର୍ବ ରାୟକୁ କାଏମ ରଖିଛନ୍ତି। ସିବିଆଇ ଏବଂ…
କାହିଁକି ପଛରେ ପଡ଼ିଲେ ଡିକେଏସ୍
ବେଙ୍ଗାଲୁରୁ/ନୂଆଦିଲ୍ଲୀ,୧୯ା୫: ଉଭୟ ସିଦ୍ଦାରାମାୟା ଏବଂ ଡି.କେ. ଶିବକୁମାର (ଡିକେଏସ୍) କର୍ନାଟକ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିଲେ। କିନ୍ତୁ ସିଦ୍ଦାରାମାୟାଙ୍କ ପଲା ଭାରି ଥିବା ଫଳାଫଳ ଆସିବା ପରଠୁ ଏକପ୍ରକାର ସ୍ପଷ୍ଟ ଥିଲା। କର୍ନାଟକ କଂଗ୍ରେସ ସଭାପତି ଶିବକୁମାର କଠିନ ପରିଶ୍ରମ କରି ଦଳ…
ରତନଲାଲ କଟାରିଆଙ୍କ ପରଲୋକ
ନୂଆଦିଲ୍ଲୀ,୧୯ା୫: ଭାରତୀୟ ଜନତା ପାର୍ଟି (ଭାଜପା)ର ଅମ୍ବାଲା ଏମ୍ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରତନଲାଲ କଟାରିଆଙ୍କ ଗୁରୁବାର ପରଲୋକ ହୋଇଛି। ତାଙ୍କୁ ୭୨ ବର୍ଷ ବୟସ ହେଉଥିଲା। ୩ ଥର ଏମ୍ପି ରହିଥିବା କଟାରିଆ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ପିଜିଆଇ…
ସିଦ୍ଦାରାମାୟା କର୍ନାଟକ ମୁଖ୍ୟମନ୍ତ୍ରୀ
ବେଙ୍ଗାଲୁରୁ/ନୂଆଦିଲ୍ଲୀ,୧୯ା୫: କର୍ନାଟକ ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବାର ୫ ଦିନ ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଚଳାବସ୍ଥା ଦୂର ହୋଇଛି। ବରିଷ୍ଠ କଂଗ୍ରେସ ନେତା ସିଦ୍ଦାରାମାୟା ମୁଖ୍ୟମନ୍ତ୍ରୀ ଏବଂ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଡି.କେ. ଶିବକୁମାର ଉପମୁଖ୍ୟମନ୍ତ୍ରୀ…
କାର୍ରେ ନାବାଳିକାଙ୍କୁ ଗଣବଳାତ୍କାର
କୋକ୍ରାଝର,୧୮।୫: ଆସାମ କୋକ୍ରାଝର ଜିଲାରେ ଚଳନ୍ତା କାର୍ରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ସନ୍ଧ୍ୟାରେ ନାବାଳିକାଙ୍କୁ ଏକ କାରରେ…
ଜି-୨୦ ବୈଠକ ପୂର୍ବରୁ ଶ୍ରୀନଗରରେ ପହଞ୍ଚିଲେ ଏନ୍ଏସ୍ଜି କମାଣ୍ଡୋ
ଶ୍ରୀନଗର,୧୮।୫: ଜମ୍ମୁ-କଶ୍ମୀରର ଶ୍ରୀନଗରରେ ହେବାକୁ ଥିବା ଜି-୨୦ ବୈଠକ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି। ଗୁରୁବାର ନ୍ୟାଶନାଲ ସିକ୍ୟୁରିଟି ଗାର୍ଡ (ଏନ୍ଏସ୍ଜି) ଏବଂ ସାମୁଦ୍ରିକ କମାଣ୍ଡୋ ଶ୍ରୀନଗରରେ ପହଞ୍ଚି ଫ୍ଲାଗ୍ ମାର୍ଚ୍ଚ କରିଛନ୍ତି। ଏପରିକି ସୁରକ୍ଷା କର୍ମୀ ଲାଲଚକ୍ କ୍ଲକ…
ଜି ପରମେଶ୍ୱର, ଏମ ବି ପାଟିଲଙ୍କ ସମେତ ସିଦ୍ଦାରାମାୟାଙ୍କ ସରକାରରେ ୧୧ ନେତା ହୋଇପାରନ୍ତି ମନ୍ତ୍ରୀ
ବେଙ୍ଗାଲୁରୁ,୧୮।୫: କର୍ନାଟକରେ ସରକାର ଗଠନ କରିବାକୁ ନେଇ କଂଗ୍ରେସ ପକ୍ଷରୁ ଗୁରୁବାର ଅଫିସିୟାଲି ଘୋଷଣା କରାଯାଇଛି। ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦାରାମାୟା ଓ ଉପମୁଖ୍ୟମନ୍ତ୍ରୀ ଭାବେ ଡିକେ ଶିବକୁମାରଙ୍କ ନାମ ଘୋଷଣା କରାଯାଇଛି। କର୍ନାଟକ କ୍ୟାବିନେଟର ସମ୍ଭାବିତ ମନ୍ତ୍ରୀଙ୍କ ସୂଚୀ…
୧୦ ହଜାର କୋଟି ସରକାରୀ ଟଙ୍କାର ହିସାବ ମିଳୁନି
ରାଞ୍ଚି,୧୮ା୫: ଝାଡ଼ଖଣ୍ଡରେ ସବୁବେଳେ ଯୋଜନା ନାମରେ ସରକାରୀ ପାଣ୍ଠି ଲୁଟ୍ ହେଉଥିବା ଖବର ଚର୍ଚ୍ଚାରେ ରହିଥାଏ। କିନ୍ତୁ ଏଥର ଯାହା ପ୍ରକାଶ ପାଇଛି ତାହା ଅଧିକ ଆଶ୍ଚର୍ଯ୍ୟଜନକ। ବିଭାଗ ପାଇଁ ସ୍ଥିର ହୋଇଥିବା ବଜେଟର ୧୦୦୦୦ କୋଟି ଟଙ୍କା କେଉଁଠାରେ ଖର୍ଚ୍ଚ…
‘ଜେଲରେ ୩୫ କିଲୋ ଓଜନ କମିଗଲାଣି, କଙ୍କାଳ ହୋଇଗଲେଣି…’, ଜାମିନ ପାଇଁ ସୁପ୍ରିମକୋର୍ଟଙ୍କୁ ଗୁହାରି କଲେ ସତ୍ୟେନ୍ଦ୍ର ଜୈନ
ନୂଆଦିଲ୍ଲୀ,୧୮।୫: ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗୁରୁବାର ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ଜବାବ ମାଗିଛନ୍ତି। ସତ୍ୟେନ୍ଦ୍ର ଜୈନ ମନି ଲଣ୍ଡରିଂ ମାମଲାରେ ଗତ କିଛି ମାସ ହେବ ଦିଲ୍ଲୀର ତିହାର ଜେଲରେ…
ବିହାରରେ ହେବନାହିଁ ଜାତି ଜନଗଣନା, ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୮।୫: ବିହାରରେ ଜାତି ଜନଗଣନାକୁ ନେଇ ଗୁରୁବାର ନୀତୀଶ ସରକାରଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ଏକ ଝଟକା ଲାଗିଛି। ସୁପ୍ରିମକୋର୍ଟ ଜାତି ଆଧାରିତ ଜନଗଣନା ସମ୍ପନ୍ଧିତ ଆବେଦନ ଉପରେ ଶୁଣାଣି କରି ପାଟନା ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି। ଏବେ ଏହି ମାମଲାର…
ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳରେ ଆଉ ଏକ ପରିବର୍ତ୍ତନ, ବଦଳିଲା ଏସପି ସିଂ ବଘେଲଙ୍କ ବିଭାଗ
ନୂଆଦିଲ୍ଲୀ,୧୮।୫: କେନ୍ଦ୍ରୀୟ ମନ୍ତ୍ରିପରିଷଦରେ ଗୁରୁବାର ହଠାତ୍ ପରିବର୍ତ୍ତନ କରାଯାଇଛି। ପ୍ରଥମେ କିରେନ ରିଜିଜୁ ଓ ଏବେ ଆଇନ ରାଜ୍ୟମନ୍ତ୍ରୀ ଏସପି ସିଂ ବଘେଲଙ୍କ ମନ୍ତ୍ରଣାଳୟ ବଦଳାଇ ଦିଆଯାଇଛି।ଏବେ ତାଙ୍କୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟରେ ରାଜ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି। ଯେହେତୁ ଆଇନ ମନ୍ତ୍ରଣାଳୟରେ ଅର୍ଜୁନ…
Archives


