Posted inଜାତୀୟ

ମଣିପୁର ପାଇଁ ଶାନ୍ତି କମିଟି ଗଠିତ

ନୂଆଦିଲ୍ଲୀ/ଗୁଆହାଟୀ, ୧୧ ।୬:  ହିଂସା କ୍ଷତିଗ୍ରସ୍ତ ମଣିପୁରରେ ଶାନ୍ତି ଓ ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ସରକାର ଏକ କମିଟି ଗଠନ କରିଛନ୍ତି। ମଣିପୁର ରାଜ୍ୟପାଳ ଅନୁସୂୟା ଉଇକେଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଶାନ୍ତି କମିଟିରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ଏମ୍‌ପି, ବିଧାୟକ ଏବଂ ବିଭିନ୍ନ ରାଜନୈତିକ ଦଳର ନେତା ସଦସ୍ୟ ରହିଛନ୍ତି। ଏହା ବ୍ୟତୀତ ପୂର୍ବତନ ପ୍ରଶାସନିକ ଅଧିକାରୀ, ଶିକ୍ଷାବିତ୍‌, ସାହିତି୍ୟକ, କଳାକାର, ସାମାଜିକ କର୍ମୀ ଏବଂ ବିଭିନ୍ନ ଧର୍ମୀୟ ସଂଗଠନର ପ୍ରତିନିଧିଙ୍କୁ କମିଟିରେ ନିଆଯାଇଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଶାନ୍ତି ଆଲୋଚନା ଏବଂ ବିବାଦରେ ସମ୍ପୃକ୍ତ ଥିବା ଗୋଷ୍ଠୀ ମଧ୍ୟରେ ବୁଝାମଣା କରି ମଣିପୁରର ବିଭିନ୍ନ ଧର୍ମୀୟ ସମ୍ପ୍ରଦାୟ ମଧ୍ୟରେ ଶାନ୍ତି ସ୍ଥାପନ ପ୍ରକ୍ରିୟାକୁ ସୁଗମ କରିବା ଏହି କମିଟିର ଉଦ୍ଦେଶ୍ୟ।
ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ମଣିପୁର ଗସ୍ତ ବେଳେ ହିଂସାକାଣ୍ଡର ସିବିଆଇ ତଦନ୍ତ ଏବଂ ଶାନ୍ତି କମିଟି ଗଠନ ନେଇ ଘୋଷଣା କରିଥିଲେ। ଇତିମଧ୍ୟରେ ସିବିଆଇ ପକ୍ଷରୁ ୧୦ ଜଣିଆ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ ହେବା ସହ ୬ଟି ଏତଲା ଦାଏର ହୋଇଛି। ଗତ ୨୪ ଘଣ୍ଟାରେ ମଧ୍ୟରେ ଇମ୍ଫାଲ ଇଷ୍ଟ, କାକ୍‌ଚିଙ୍ଗ, ତେଙ୍ଗନୁପାଲ ଏବଂ ବିଷ୍ଣୁପୁର ଜିଲାରୁ ୫୭ ଅସ୍ତ୍ର, ୧,୫୮୮ ଗୁଳି ଏବଂ ୨୩ ବୋମା ଜବତ ହୋଇଛି। ଏହାକୁ ମିଶାଇ ମୋଟ ୯୫୩ ଅସ୍ତ୍ର, ୧୩,୩୫୧ ଗୁଳିଗୋଳା ଏବଂ ୨୨୩ ବୋମା ଜବତ ହେଲାଣି।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଶନିବାର ତାଙ୍କ ମଣିପୁର ପ୍ରତିପକ୍ଷ ଏନ୍‌. ବୀରେନ୍‌ ସିଂ ଏବଂ ବିଭିନ୍ନ ସଂଗଠନ ଓ ସିଭିଲ ସୋସାଇଟି ସହ ଏକାଧିକ ବୈଠକ କରିଛନ୍ତି। ମେ’ ୩ରୁ ଆରମ୍ଭ ହୋଇଥିବା ମଣିପୁର ହିଂସାରେ ଏପର୍ଯ୍ୟନ୍ତ ୧୦୫ ଜଣଙ୍କ ଜୀବନ ଯିବା ସହ ୩୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀରବତାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମଣିପୁରବାସୀଙ୍କ ପ୍ରତି ବିଶ୍ୱାସଘାତ କରିଥିବା ସେ ଅଭିଯୋଗ କରିଛନ୍ତି। ଏପରି କି ଶାନ୍ତି ଫେରାଇଆଣିବା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଲୋକଙ୍କୁ ନିବେଦନ କରିନାହାନ୍ତି। ମୋଦିଙ୍କ ନୀରବତା ରାଜ୍ୟବାସୀଙ୍କ କଟା ଘା’ରେ ଚୂନ ଦେବା ଭଳି ବୋଲି ଖାର୍ଗେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?