Posted inଜାତୀୟ

ରାହୁଲଙ୍କ ଦାଢ଼ି ଲାଡେନ ଭଳି , ନୀତୀଶ ବିହାର ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ: ସମ୍ରାଟ ଚୌଧୁରୀ…

ପାଟନା,୧୦।୬ : ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି(ଭାଜପା) ସମେତ ଅନ୍ୟ ଦଳର ନେତାମାନେ ନେଶର ବିଭିନ୍ନ ଅଞ୍ଚଳରେ ପ୍ରଚାର କାର୍ଯ୍ୟ ଜାରି ରଖିଛନ୍ତି। ଏହି କ୍ରମରେ ବିହାର ଭାଜପା ସଭାପତି ସମ୍ରାଟ ଚୌଧୁରୀ ମଧ୍ୟ ଦୁଇ ଦିନିଆ ବିହାର ଗସ୍ତରେ ଅଛନ୍ତି। ମୁସଲିମ ପ୍ରାଧାନ୍ୟ ଆରରିଆରେ ଏକ ସଭାରେ ସମ୍ବୋଧିତ କରି ସେ ଲଭ ଜିହାଦ ଏବଂ ଅନୁପ୍ରବେଶକାରୀଙ୍କ ବିଷୟରେ ଆଲୋଚନା କରିଥିଲେ। ସେ ନୀତୀଶ କୁମାର ଏବଂ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ରାହୁଲଙ୍କୁ କଡ଼ା ସମାଲୋଚନା କର ସେ ତାଙ୍କୁ ଓସାମା ବିନ ଲାଦେନ ସହିତ ତୁଳନା କରିଥିଲେ।

ରାହୁଲଙ୍କୁ ରାଜନୀତିରେ ଏକ ଛୋଟ ପିଲା ବୋଲି ବର୍ଣ୍ଣନା କରି ସମ୍ରାଟ ଚୌଧୁରୀ କହିଛନ୍ତି ଆଜିକାଲି ରାହୁଲ ଗାନ୍ଧୀ ଆତଙ୍କବାଦୀ ଓସାମା ବିନ ଲାଦେନଙ୍କ ପରି ଦାଢ଼ି ବଢ଼ାଇବାକୁ ଚାହୁଁଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରି ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି। ପ୍ରଥମେ ଦାଢ଼ି ସମ୍ପୂର୍ଣ୍ଣ ପକ୍ୱ ହେଉ, ତା’ପରେ କୌଣସି ସମାଧାନ ହୋଇପାରିବ। ଆମେ ରାହୁଲଙ୍କୁ ରାଜନୈତିକ ସ୍ତରରେ ୫୦ ବର୍ଷର ପିଲା ବୋଲି ବିବେଚନା କରୁଛୁ। ୫୦ ବର୍ଷ ବୟସ୍କ ଏବଂ ରାଜନୈତିକ ବୁଦ୍ଧି ନ ଥିବା ବ୍ୟକ୍ତିଙ୍କୁ ଆଉ କ’ଣ କୁହାଯାଇପାରେ ।

ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଜଣେ ବୃଦ୍ଧ। ନୀତୀଶଙ୍କର କିଛି ମନେ ରୁହେ ନାହିଁ। ଏକଜୁଟ ହୋଇଥିବା ବିରୋଧୀ ଦଳଙ୍କର ପ୍ରଧାନମନ୍ତ୍ରୀ କିଏ ହେବେ? ଏହା ସ୍ଥିର ହୋଇପାରି ନାହିଁ। ନୀତୀଶଙ୍କ ଅବସ୍ଥା ଗଜିନି ଫିଲ୍ମରେ ଆମୀର ଖାନଙ୍କ ଚରିତ୍ର ପରି ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ମୁକୁଟର ଦିବାସ୍ବପ୍ନ ତାଙ୍କୁ ଅସୁବିଧାରେ ପକାଉଛି। ନୀତୀଶ କୁମାର ବିହାରର ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ।

ବିହାର ଭାଜପା ସଭାପତି କହିଛନ୍ତି ଯଦି ରାଜ୍ୟରେ ଆମ ସରକାର ଗଠନ ହୁଏ, ତେବେ ’ଲଭ ଜିହାଦ’ ପ୍ରସଙ୍ଗରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗୋହତ୍ୟାକୁ ବନ୍ଦ କରିବା ହେଉଛି ଭାଜପାର ପ୍ରଥମ ଧର୍ମ।

ସମ୍ରାଟ ଚୌଧିରଙ୍କ ମନ୍ତବ୍ୟ ନେଇ ଆରଜେଡି ପକ୍ଷରୁ ଦୃଢ଼ ପ୍ରତିକ୍ରିୟା ପ୍ରକାଶ କରା ଯାଇଛି। ଆରଜେଡି ଏମପି ମନୋଜ ଝା କହିଛନ୍ତି ଏହି ଦେଶରେ କୋଟି କୋଟି ଲୋକ ଦାଢ଼ି ରଖନ୍ତି। ଅନେକ ସାଧୁ ଏବଂ ମହାତ୍ମା ଦାଢ଼ି ରଖନ୍ତି। ସେମାନେ ସମସ୍ତେ ଓସାମା ବିନ ଲାଡେନ କି? ଯଦି କାହାକୁ ବିରୋଧ କରିବାକୁ ପଡେ ତେବେ ତାହା ରାଜନୈତିକ ଦୃଷ୍ଟିକୋଣରୁ କରାଯିବା ଉଚିତ। ସମ୍ରାଟ ଚୌଧୁରୀଙ୍କ ସମସ୍ୟା ହେଉଛି ତାଙ୍କର ପ୍ରତିଯୋଗିତା ଗିରିରାଜ ସିଂଙ୍କ ସହ ଚାଲିଛି। ଯିଏକି ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ଗୋଡସେଙ୍କୁ ପ୍ରକୃତ ଦେଶପ୍ରେମୀ ବୋଲି କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

ଓଡ଼ିଶାକୁ ପୁଣି ଫେରିଲା କୋଭିଡ୍‌: ଭୁବନେଶ୍ୱରରେ ଚିହ୍ନଟ ହେଲେ ଆକ୍ରାନ୍ତ, ଭୟରେ…

ଭୁବନେଶ୍ୱର, ୧୪।୮ ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ବରମୁଣ୍ଡା ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତି କୋଭିଡ୍‌ ସଂକ୍ରମିତ ହୋଇଥିବା…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri