ଜାତୀୟ

ମଣିପୁର ହିଂସା: ୨ ଖବରଦାତାଙ୍କ ସମେତ ୨୭ ନିଖୋଜ

ଇମ୍ଫାଲ,୨୮।୭: ମଣିପୁର ଜାତିଆଣ ହିଂସାକୁ ନେଇ ଲଗାତାର ଭାବେ ନୂଆ କଥା ସାମ୍ନାକୁ ଆସୁଛି। ଗୋଟିଏ ପଟେ ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣାର ତଦନ୍ତ ଭାର ସିବିଆଇକୁ ଦିଆଯାଇଥିବା ବେଳେ ଏବେ ହିଂସା ପ୍ରଭାବିତ ଅଞ୍ଚଳରୁ ୨…

ବିଦେଶରେ ଅବସାଦ, ଅନାହାରରେ ଛାତ୍ରୀ, ଭାରତ ଫେରାଇ ଆଣିବାକୁ ଗୁହାରି କଲେ ମାଆ

ନ୍ୟୁୟର୍କ/ହାଇଦ୍ରାବାଦ,୨୮।୭: ଜଣେ ଭାରତୀୟ ଛାତ୍ରୀ ସିକାଗୋ ସଡ଼କରେ ଅବସାଦ ଓ ଅନାହାରରେ ଥିବା ଦେଖିବାକୁ ମିଳିଛି। ହାଇଦ୍ରାବାଦର ଏହି ଛାତ୍ରୀ ଜଣଙ୍କର ଏଭଳି ଅବସ୍ଥା ଦେଖିବା ପରେ ତାଙ୍କୁ ଭାରତ ଫେରାଇ ଆଣିବାକୁ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି ତାଙ୍କ ମାଆ।…

ଚାଇନା ବିରୋଧରେ ଭାରତକୁ ସମର୍ଥନ କଲେ ଜାପାନ ବହିର୍ବ୍ୟାପାର ମନ୍ତ୍ରୀ

ନୂଆଦିଲ୍ଲୀ,୨୮।୭: ଜାପାନର ବହିର୍ବ୍ୟାପାର ମନ୍ତ୍ରୀ ଭାରତ ଗସ୍ତରେ ଅଛନ୍ତି। ଏହି ସମୟ ମଧ୍ୟରେ ଚାଇନା ସହିତ ଚାଲିଥିବା ବିବାଦକୁ ନେଇ ଭାରତ ବହିର୍ବ୍ୟାପାର ମନ୍ତ୍ରୀଙ୍କ ସମର୍ଥନ ପାଇଛି। ସ୍ବତନ୍ତ୍ର ଏବଂ ଖୋଲା ଭାରତ-ପ୍ରଶାନ୍ତ ମହାସାଗରକୁ ସୁନିଶ୍ଚିତ କରିବାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ…

ପୃଥିବୀକୁ ବଞ୍ଚାଇବା ପାଇଁ ‘ଇଣ୍ଟରନ୍ୟାଶନାଲ ବିଗ୍‌ କ୍ୟାଟ ଆଲାଇନ୍ସ’ ଆରମ୍ଭ କରିଛି ଭାରତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଚେନ୍ନାଇରେ ଆୟୋଜିତ ପରିବେଶ ଏବଂ ଜଳବାୟୁ ସ୍ଥିରତା ମନ୍ତ୍ରୀସ୍ତରୀୟ ବୈଠକକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ନିକଟରେ ଭାରତ ଅନ୍ତର୍ଜାତୀୟ ବିଗ୍‌ କ୍ୟାଟ ଆଲାଇନ୍ସ…

ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା

ସିକିମ, ୨୮।୭: ଅରୁଣାଚଳ ପ୍ରଦେଶର ପାଙ୍ଗିନ ଉତ୍ତରରେ ଭୂକମ୍ପ ଝଟକା। ଶୁକ୍ରବାର ସକାଳ ପ୍ରାୟ ୮.୫୦ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ରେ ମାପ କରାଯାଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଦ୍ୱାରା ଏହି…

ମଣିପୁର ଘଟଣାର ଭିଡିଓ ଶୁଟ୍‌ କରିଥିବା ବ୍ୟକ୍ତି ଗିରଫ

ଇମ୍ଫାଲ,୨୮।୭: ମଣିପୁରରରେ ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣାର ଭିଡିଓ କରିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ପ୍ରଥମେ ତାଙ୍କୁ ଚିହ୍ନଟ କରାଯିବା ପରେ ତାଙ୍କ ଫୋନକୁ ମଧ୍ୟ ଜବତ କରାଯାଇଥିବା ସୂଚନା ମିଳିଛି। ତେବେ ଗୁରୁବାର ଏହି ଜାତୀୟ…

ସରକାରୀ ହସ୍ପିଟାଲରେ ଡାଏଲିସିସ୍‌ କଲେ ମୋଦିଙ୍କ ଭାଇ

ଗାଜିଆବାଦ୍‌,୨୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାନଭାଇ ପ୍ରହ୍ଲାଦ ମୋଦି (୭୧) ଗାଜିଆବାଦର ସଞ୍ଜୟ ନଗରସ୍ଥିତ ଜିଲା ସଂଯୁକ୍ତ ହସ୍ପିଟାଲରେ ଡାଏଲିସିସ କରିଛନ୍ତି। ପ୍ରହ୍ଲାଦ ମୋଦି ପ୍ରତାପ ବିହାରର ଜଣେ ବନ୍ଧୁଙ୍କ ଘରକୁ ଆସି ହସ୍ପିଟାଲ ଯାଇଥିଲେ। ଜାନୁୟାରୀ ୨୦୨୩ରୁ ତାଙ୍କୁ ସପ୍ତାହରେ…

ଆଜମ୍‌ ଖାନ୍‌ଙ୍କୁ ପୁଣି ଝଟ୍‌କା

ଲକ୍ଷ୍ନୌ,୨୮।୭: ୨୦୧୯ର ଘୃଣା ଭାଷଣ ମାମଲାରେ ବରିଷ୍ଠ ସମାଜବାଦୀ ପାର୍ଟି ନେତା ଆଜମ୍‌ ଖାନ୍‌ଙ୍କୁ ଆହ୍ଲାବାଦ ହାଇକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଏହି ମାମଲାରେ ତାଙ୍କୁ ସ୍ବର ନମୂନା(ଭଏସ୍‌ ସାମ୍ପୁଲ) ଦେବାକୁ ହେବ ବୋଲି କୋର୍ଟ କହିଛନ୍ତି। ତେବେ ସେ ଉତ୍ତରପ୍ରଦେଶ…

ବିମାନରେ ମହିଳା ଯାତ୍ରୀଙ୍କୁ ଅସଦାଚରଣ, ଅଭିଯୁକ୍ତ ପ୍ରଫେସର ଗିରଫ

ନୂଆଦିଲ୍ଲୀ,୨୮।୭: ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାଉଥିବା ବିମାନରେ ଯୌନ ଉତ୍ପୀଡ଼ନ ଅଭିଯୋଗରେ ଜଣେ ପ୍ରଫେସରଙ୍କୁ ଗିରଫ କରାଯାଇଛି। ଉଡ଼ାଣ ସମୟରେ ପ୍ରଫେସର ଜଣେ ୨୪ ବର୍ଷ ବୟସ୍କ ଡାକ୍ତର ମହିଳା ଯାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହା ପରେ ଅଭିଯୁକ୍ତକୁ…

ସ୍ବାମୀ କରଜ ନ ଶୁଝିବାରୁ ସ୍ତ୍ରୀଙ୍କୁ ବଳାତ୍କାର

ପୁଣେ,୨୮ା୭ : ମହାରାଷ୍ଟ୍ରର ପୁଣେ ସହରରେ ଜଣେ ଋଣ ଲଗାଣକାରୀ ଜଣେ ମହିଳାଙ୍କୁ ବଳାତ୍କାର କରିଛନ୍ତି। ମହିଳାଙ୍କ ସ୍ବାମୀ ଅଭିଯୁକ୍ତଙ୍କଠାରୁ ଟଙ୍କା କରଜ ନେଇ ଶୁଝିପାରି ନ ଥିଲେ। ଏଥିରେ ଉତ୍‌କ୍ଷିପ୍ତ ମହାଜନ ସ୍ବାମୀଙ୍କୁ ଛୁରି ଦେଖାଇ ଧମକ ଦେବା ସହ…

ସିନେମାଟୋଗ୍ରାଫ ସଂଶୋଧନ ବିଲ୍‌ ରାଜ୍ୟ ସଭାରେ ଗୃହୀତ

ନୂଆଦିଲ୍ଲୀ,୨୮ା୭(ପି.ଟି.):ସିନେମାଟୋଗ୍ରାମ୍‌ (ସଂଶୋଧନ) ବିଲ୍‌ ଗୁରୁବାର ରାଜ୍ୟ ସଭାରେ ଗୃହୀତ ହୋଇଛି। ସିନେମା କାହାଣୀର ନକଲ ରୋକିବା ଏବଂ ଲାଇସେନ୍ସ ପ୍ରକ୍ରିୟାର ସରଳୀକରଣ ଏହି ବିଲ୍‌ର ଉଦ୍ଦେଶ୍ୟ। ଭାରତ କଥାକାରମାନଙ୍କ ଦେଶ ହୋଇଥିବାରୁ ଏହା ବିଶ୍ୱର ବିଷୟବସ୍ତୁଗୁଡ଼ିକର କେନ୍ଦ୍ର ହେବା ଆବଶ୍ୟକ ବୋଲି…

ହିମାଳୟରେ ରହିଛି ପ୍ରାଚୀନ ସମୁଦ୍ର

ନୂଆଦିଲ୍ଲୀ,୨୮ା୭:ହିମାଳୟ ପର୍ବତମାଳାରେ ପ୍ରାଚୀନ ହିମାଳୟର ଅବଶେଷ ରହିଥିବା ବେଙ୍ଗାଲୁରୁର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ (ଆଇଆଓଏସ୍‌ସି) ଏବଂ ଜାପାନର ନିଗାଟା ୟୁନିଭର୍ସିଟିର ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି। ହିମାଳୟ ଆଭ୍ୟନ୍ତରରେ ଥିବା ଖଣିଜ ମଧ୍ୟରୁ ବୈଜ୍ଞାନିକମାନେ ଜଳବିନ୍ଦୁର ସନ୍ଧାନ ପାଇଛନ୍ତି, ଯାହା ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?