ଆଜି ଦେଶର ୪୪ଟି ସ୍ଥାନରେ ଆୟୋଜିତ ହେବ ରୋଜଗାର ମେଳା, ୭୦ ହଜାରରୁ ଅଧିକନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭିଡିଓ କନ୍ଫରେନ୍ସ ମାଧ୍ୟମରେ ପ୍ରାୟ ୭୦ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଶୁକ୍ରବାର ଏକ ବିବୃତ୍ତିରେ କହିଛି ଯେ, ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଯୁବକମାନଙ୍କୁ ସମ୍ବୋଧିତ…
ବାହାରେ ଗୋରୁ ବୁଲିଲେ ମାଲିକଙ୍କୁ ମିଳିବ ଏଭଳି ଦଣ୍ଡ, ଚପଲ ମାଡ଼ ସାଙ୍ଗକୁ ଗଣିବେ ତଣ୍ଡ
ଭୋପାଳ:ଗ୍ରାମବାସୀଙ୍କ ଭଲ ମନ୍ଦ ବୁଝିବା ସହ ବିଭିନ୍ନ ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରିବା ପ୍ରତ୍ୟେକ ସରପଞ୍ଚଙ୍କ କାର୍ଯ୍ୟ। ମାତ୍ର ମଧ୍ୟପ୍ରଦେଶ ନାଗ୍ନାଡୁଇ ଗାଁ ସରପଞ୍ଚ ସେଠାରେ ଏକ ନୂଆ ନିୟମ ଲାଗୁ କରିଛନ୍ତି, ଯାହାକୁ ନେଇ ଏବେ ବିବାଦ ବଢ଼ିଛି। ଯଦି…
ଟ୍ରେନ୍ ଧକ୍କାରେ ସିଂହ ମୃତ
ଅମ୍ରେଲି,୨୧।୭: ଗୁଜୁରାଟର ଆମ୍ରେଲି ଜିଲାରେ ଏକ ମାଲଗାଡି ଟ୍ରେନ ଧକ୍କାରେ ଗୋଟିଏ ସିଂହର ମତ୍ୟୁ ଘଟିଥିବା ବେଳେ ଆଉ ଗୋଟିଏ ଆହତ ହୋଇଛି। ଗୁରୁବାର ବିଳମ୍ବିତ ରାତି ପ୍ରାୟ ୨.୫୫ ସମୟରେ ରାଜୁଲା ତାଲୁକା ଅନ୍ତର୍ଗତ ଉଚାୟା ଗ୍ରାମ ନିକଟରେ ଏପରି…
ମଣିପୁରରେ ମହିଳାଙ୍କୁ ଉଲଗ୍ନ ବୁଲାଇବା ଘଟଣା: ଥିଲେ କାରଗିଲ୍ ଯୁଦ୍ଧ ଲଢ଼ିଥିବା ଯବାନଙ୍କ ପତ୍ନୀ, କହିଲେ…
ଇମ୍ଫାଲ,୨୧।୭: ମଣିପୁରରେ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଘଟଣାକୁ ନେଇ ରାଜନୀତି ସରଗରମ ରହିଛି। ଅପରପକ୍ଷେ ଘଟଣା ମାନବିକତାର ମୃତ୍ୟୁ ବୋଲି ଅନେକ ପ୍ରତିକ୍ରିୟା ରଖୁଛନ୍ତି। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ, ରାଜନେତା, କଳାକାରମାନେ ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ…
ମଣିପୁର, ୟୁପିରେ ୨ଜଣଙ୍କୁ ମୁଣ୍ଡକାଟି ହତ୍ୟା
ଇମ୍ଫାଲ/ଲକ୍ଷ୍ନୌ,୨୧ା୭: ଭାଜପା ଶାସିତ ମଣିପୁରରେ ୨ କୁକି ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଯାଇଥିବା ଭିଡିଓ ଭାଇରାଲ ପରେ ବର୍ତ୍ତମାନ ଦେଶବ୍ୟାପୀ ବିକ୍ଷୋଭ ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ପୁଣି ମଣିପୁରରେ…
ଓଏନଜିସି ତୈଳକମ୍ପାନୀରେ ଭୟାବୟ ଅଗ୍ନିକାଣ୍ଡ
ଗୌହାଟୀ,୨୧।୭: ଆସାମ ଶିବସାଗରର ଅୟଲ ଆଣ୍ଡ ନାଚରାଲ ଗ୍ୟାସ କର୍ପୋରେଶନ(ଓଏନଜିସି) ତୈଳକମ୍ପାନୀରେ ଭୟାବୟ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବା ପାଇଁ ତୁରନ୍ତ ପୋଲିସ ଏବଂ ଓଏନଜିସି ଦମକଳ ବାହିନୀଙ୍କୁ ନିୟୋଜିତ କରାଯାଇଛି।
ପୁଣି ନକଲି କଫ୍ ସିରପ ପିଇ ୬ ଶିଶୁ ମୃତ, ଭାରତକୁ ସାହାର୍ଯ୍ୟ ମାଗିଲା ହୁ
ଲଣ୍ଡନ,୨୧।୭: ନକଲି କଫ ସିରପ ଯୋଗୁ ପୁଣି କିଛି ଶିଶୁଙ୍କ ମୃତ୍ୟୁ ହୋଇଛି। ନକଲି କଫ ସିରପ ପିଇବା ଯୋଗୁ କାମେରୁନରେ ୬ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ୨୦୨୨ ମସିହାରେ ଗାମ୍ବିଆ, ଉଜବେକିସ୍ତାନ ଏବଂ ଇଣ୍ଡୋନେସିଆରେ କଫ୍ ସିରପ ପିଇ ୩୦୦ରୁ…
ସାମ୍ନାକୁ ଆସିଲା ସୀମା-ସଚିନଙ୍କ ବିବାହର ଫଟୋ, ମଥାରେ ସିନ୍ଦୁର ଲଗାଇ…
ନୋଏଡା,୨୧।୭: ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦାରଙ୍କୁ ନେଇ ଲଗାତାର ଅନୁସନ୍ଧାନ ଜାରି ରହିଛି। ସୀମା ନେପାଳ ଦେଇ ପାକିସ୍ତାନରୁ ଆସି ଗ୍ରେଟର ନୋଏଡାରେ ପ୍ରେମିକ ସଚିନଙ୍କ ସହ ରହି ଆସୁଥିଲେ। ଏହି ଘଟଣା ଜଣାପଡ଼ିବା ପରେ ୟୁପି…
ମଣିପୁର ମାମଲା: ୧୧ ଦିନ ପାଇଁ ପୋଲିସ ହେପାଜତକୁ ଗଲେ ୪ ଅଭିଯୁକ୍ତ
ଇମ୍ଫାଲ,୨୧।୭: ମଣିପୁରରେ ୨ ଆଦିବାସୀ ମହିଳାଙ୍କ ସହ ହୋଇଥିବା ବର୍ବରତା ମାମଲାରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। କୋର୍ଟ ଅଭିଯୁକ୍ତମାନଙ୍କୁ ୧୧ ଦିନ ପାଇଁ ପୋଲିସ ହେପାଜତକୁ ପଠାଇଥିବା ନେଇ ଶୁକ୍ରବାର ପୋଲିସ ସୂଚନା ଦେଇଛି। ପ୍ରକାଶ ଯେ, ମଣିପୁରରେ ଆଦିବାସୀ…
କର୍ନାଟକରୁ ରାଜ୍ୟ ସଭା ଯିବେ ସୋନିଆ ପ୍ରସ୍ତାବ ଦେଲେ ସିଦ୍ଦାରାମାୟା
ନୂଆଦିଲ୍ଲୀ,୨୧ା୭: କର୍ନାଟକରୁ ରାଜ୍ୟ ସଭାର ୪ ଆସନ ଆଗାମୀ ୮ ମାସରେ ଖାଲି ହେବାକୁ ଯାଉଥିବାବେଳେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଉକ୍ତ ରାଜ୍ୟରୁ ପାର୍ଲାମେଣ୍ଟର ଉଚ୍ଚ ସଦନକୁ ନିର୍ବାଚିତ ହେବା ନେଇ ଚର୍ଚ୍ଚା ଜୋର ଧରିଛି। କର୍ନାଟକରୁ ରାଜ୍ୟ…
‘ଇଣ୍ଡିଆ’ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଆସନ୍ତା ସପ୍ତାହରେ ମଣିପୁର ଯାଇପାରନ୍ତି ବିରୋଧୀ ଦଳ ନେତା
ନୂଆଦିଲ୍ଲୀ,୨୧।୭: ମଣିପୁରରେ ହିଂସା ଜାରି ରହିଥିବା ବେଳେ ବୁଧବାର ଦୁଇ ମହିଳାଙ୍କ ସହ ହୋଇଥିବା ବର୍ବରତାର ଏକ ଭିଡିଓ ଭାଇରାଲ ହୋଇଯାଇଛି। ଏହି ଭିଡିଓ ଏବେ ଅନେକ ପ୍ରଶ୍ନ ଉଠାଇଛି ଆଉ ଏହାକୁ ନେଇ ବିରୋଧୀ ଏବେ ସରକାରଙ୍କୁ ଟାର୍କେଟ କରିଛନ୍ତି।…
ଇଣ୍ଡୋନେସିଆରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ହେବେ ସନ୍ଦୀପ ଚକ୍ରବର୍ତ୍ତୀ
ନୂଆଦିଲ୍ଲୀ,୨୧।୭: ଆଇଏଫଏସ ଅଧିକାରୀ ସନ୍ଦୀପ ଚକ୍ରବର୍ତ୍ତୀଙ୍କୁ ଇଣ୍ଡୋନେସିଆ ରିପବ୍ଲିକରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରାଯାଇଛି। ବୈଦେଶିକ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇଛି। ସନ୍ଦୀପ ଚକ୍ରବର୍ତ୍ତୀ ବର୍ତ୍ତମାନ ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅଛନ୍ତି।
Archives


