ଏକ ଲକ୍ଷ ଲୋକ କଲେ ସାମୂହିକ ଗୀତା ପାଠ: ପ୍ରଧାନମନ୍ତ୍ରୀ କଲେ ପ୍ରଶଂସା
କୋଲକାତା,୨୪।୧୨: କୋଲକାତାର ପ୍ୟାରେଡ ଗ୍ରାଉଣ୍ଡରେ ଏକ ଲକ୍ଷ ଲୋକ ଏକତ୍ରିତ ହୋଇ ଗୀତା ପାଠ କରିଛନ୍ତି। ଏହି ଗୀତା ପାଠ କାର୍ଯ୍ୟକ୍ରମ ଅଲ ଇଣ୍ଡିଆ ସଂସ୍କୃତ ପରିଷଦ ଏବଂ ମତିଲାଲ ଭାରତ ତୀର୍ଥ ସେବା ମିଶନ ଦ୍ୱାରା ଆୟୋଜିତ ହୋଇଛି। ଏହି…
ମୁଁ ଜଣେ ପୀଡ଼ିତ, ମୋତେ ଅପମାନର ସାମ୍ନା କରିବାକୁ ପଡ଼େ: ଉପରାଷ୍ଟ୍ରପତି
ନୂଆଦିଲ୍ଲୀ,୨୪।୧୨: ଟିଏମସି ଏମ୍ପି ପରିହାସ କରିବା ପରେ ଉପରାଷ୍ଟ୍ରପତି ଜଗଦୀପ ଧନଖର ମୁହଁ ଖୋଲିଛନ୍ତି। ଉପରାଷ୍ଟ୍ରପତି ତାଙ୍କ ସରକାରୀ ବାସଭବନରେ ଇଣ୍ଡିଆନ୍ ଷ୍ଟାଟିଟିକାଲ୍ ସର୍ଭିସର ପ୍ରୋବେସନର୍ସଙ୍କୁ ସମ୍ବୋଧିତ କରି କହିଛନ୍ତି, ମୁଁ ଜଣେ ପୀଡିତ। ମୋତେ ବାରମ୍ବାର ଅପମାନର ସମ୍ମୁଖୀନ ହେବାକୁ…
“୨୦୨୪ ନିର୍ଵାଚନ ପାଇଁ ବହୁତ କାମ ଅଛି”: କୁସ୍ତିରୁ ‘ସନ୍ୟାସ’ ନେଲେ ବ୍ରିଜ ଭୂଷଣ
ନୂଆଦିଲ୍ଲୀ,୨୪ା୧୨: ଭାଜପା ଏମପି ତଥା ଭାରତୀୟ କୁସ୍ତି ସଂଘର ପୂର୍ବତ୍ତନ ସଭାପତି ବ୍ରିଜଭୂଷଣ ଶରଣ ସିଂହ ରବିବାର ଏକ ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଏହି ସମୟରେ ଗଣ୍ଡାରେ କୁସ୍ତି ପ୍ରତିଯୋଗିତା କରିବା ନେଇ ପ୍ରତିକ୍ରିୟା ଦେଇଛନ୍ତି।…
ଗୁଗ୍ଲ ଦେବ ୫,୮୦୦ କୋଟି ଟଙ୍କା, ୧୦ କୋଟି ୟୁଜର୍ସଙ୍କୁ ମିଳିବ ଏହି ରାଶି, ଜାଣିନିଅନ୍ତୁ ଆପଣଙ୍କ ଆକାଉଣ୍ଟକୁ ଆସିବ କି ନାହିଁ
ଓ୍ବାଶିଂଟନ/ନୂଆଦିଲ୍ଲୀ,୨୪ା୧୨: ବିଶ୍ୱର ଅଗ୍ରଣୀ ବୈଷୟିକ କମ୍ପାନୀ ଗୁଗ୍ଲକୁ କଠୋର ଅର୍ଥଦଣ୍ଡ ଦିଆଯାଇଛି। ବର୍ତ୍ତମାନ କମ୍ପାନୀକୁ ଆମେରିକାରେ ୭୦୦ ମିଲିୟନ ଡଲାର୍ (ପ୍ରାୟ ୫,୮୨୩ କୋଟି ଟଙ୍କା) ଦେବାକୁ ପଡ଼ିବ। ଗୁଗ୍ଲ ବଜାରରେ ଆଣ୍ଡ୍ରଏଡ୍ରେ କଠୋର ସ୍ଥିତିର ସୁଯୋଗ ନେଇ ଗୁଗ୍ଲକୁ ଏକ…
ନବ ନିର୍ବାଚିତ ଭାରତୀୟ କୁସ୍ତି ସଂଘକୁ ନିଲମ୍ବନ କଲା କ୍ରୀଡ଼ା ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୨୪ା୧୨: ସଞ୍ଜୟ ସିଂହଙ୍କ ନେତୃତ୍ୱରେ ନବ ନିର୍ବାଚିତ ଭାରତୀୟ କୁସ୍ତି ସଂଘ(ଡବ୍ଲୁଏଫ୍ଆଇ)କୁ ନିଲମ୍ବନ କରିଛି କ୍ରୀଡ଼ା ମନ୍ତ୍ରାଲୟ। ଭାରତୀୟ କୁସ୍ତି ସଂଘର ବିଦ୍ୟମାନ ନିୟମାବଳୀକୁ ଆଡ କରି ରବିବାର ଦିନ ମନ୍ତ୍ରଣାଳୟ ଏହାର ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନୁଯାୟୀ ବ…
ଜମ୍ମୁ-କଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ: ପ୍ରାର୍ଥନା କରୁଥିବା ବେଳେ ଅବସରପ୍ରାପ୍ତ ପୋଲିସ ଅଫିସରଙ୍କୁ ଗୁଳି କରି ହତ୍ୟା
ବାରାମୂଳା,୨୪।୧୨: ଜମ୍ମୁ-କଶ୍ମୀରରେ ପୁଣି ଏକ ଆତଙ୍କବାଦୀ ଆକ୍ରମଣ ହୋଇଛି। ବାଳାମୂଳାରେ ଜଣେ ଅବସରପ୍ରାପ୍ତ ପୋଲିସ ଅଫିସରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଏସ୍ଏସ୍ପି ମହମ୍ମଦ ଶଫି ମୀର। ସେ ମସଜିଦରେ ନମାଜ ପଢ଼ୁଥିବା ବେଳେ ଆତଙ୍କବାଦୀ ଗୁଳମାଡ଼ କରିଥିଲେ। ତେବେ ଗୁଳିକାଣ୍ଡ…
ଅଦିନିଆ ବର୍ଷାରେ ନଷ୍ଟହେଲା ଧଳାସୁନା
ଭବାନୀପାଟଣା,୨୪।୧୨(ଉତ୍ତମ କୁମାର ଦାଶ)ଚାଷ ଓ ଚାଷୀଙ୍କୁ ନେଇ ପରିଚିତ କଳାହାଣ୍ଡି ଜିଲା। ଧାନ ସହିତ କପା ଓ ଡାଲି ଜାତୀୟ ଶସ୍ୟ, ମାଣ୍ଡିଆ, ଗୁର୍ଜି ଭଳି ବିଭିନ୍ନ ଚାଷକୁ ନେଇ ବିଶ୍ୱଦରବାରରେ ନିଜର ସ୍ବତନ୍ତ୍ର ପରିଚୟ ପାଇଛି କଳାହାଣ୍ଡି। ଧାନ ଉତ୍ପାଦନରେ…
ସେନା ଉଠାଇନେଇଥିବା ୩ ନାଗରିକଙ୍କ ମୃତ୍ୟୁ
ପୁଞ୍ଚ୍,୨୪।୧୨: ଜମ୍ମୁ-କଶ୍ମୀରରେ ଦୁଇଟି ସେନା ଗାଡ଼ି ଉପରେ ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣରେ ୫ ସୈନ୍ୟ ଶହୀଦ ହୋଇଥିଲେ। ଉକ୍ତ ଆତଙ୍କବାଦୀଙ୍କୁ ଧରିବା ପାଇଁ ଅପରେଶନକୁ ଜୋର୍ଦାର କରାଯାଇଥିବାବେଳେ ସନ୍ଦେହରେ ସେନା ୩ ଜଣ ସ୍ଥାନୀୟ ଲୋକଙ୍କୁ ପଚରାଉଚରା ପାଇଁ ନେଇଯାଇଥିଲା। ହାଜତରେ…
ଗୋଟିଏ ପରିବାରର ୭୬ ମୃତ
ରାଫାହ,୨୪।୧୨: ଗାଜା ଷ୍ଟ୍ରିପ୍ ଉପରେ ଇସ୍ରାଏଲ୍ର ଆକ୍ରମଣ ଶନିବାର ଦ୍ୱାଦଶ ସପ୍ତାହରେ ପହଞ୍ଚିଛି। ଇସ୍ରାଏଲ୍ ଯୁଦ୍ଧବିମାନରୁ ଶୁକ୍ରବାର ବୋମାମାଡ଼ ଫଳରେ ଗାଜାଷ୍ଟ୍ରିପ୍ର ଗୋଟିଏ ପରିବାରର ୭୬ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଗାଜାର କୌଣସି ସ୍ଥାନ ଏବେ ନିରାପଦ ନୁହେଁ ବୋଲି…
ଆମେରିକାରେ ହିନ୍ଦୁ ମନ୍ଦିରକୁ ବିକୃତ କଲେ
ନ୍ୟୁୟର୍କ/ନୂଆଦିଲ୍ଲୀ,୨୪ା୧୨(ପି.ଟି.): ଆମେରିକାର କାଲିଫର୍ନିଆ ରାଜ୍ୟରେ ଥିବା ଏକ ଖ୍ୟାତନାମା ହିନ୍ଦୁ ମନ୍ଦିରକୁ ଭାରତ ବିରୋଧୀ ତତ୍ତ୍ୱମାନେ ବିକୃତ କରିଛନ୍ତି। ସମ୍ଭାବ୍ୟ ଘୃଣା ଅପରାଧକୁ ନେଇ ପୋଲିସ ତଦନ୍ତ ଚଳାଇଛି। ମନ୍ଦିର ଉପରେ ଆକ୍ରମଣକୁ ନେଇ ଭାରତ ଦୃଢ଼ ପ୍ରତିବାଦ ଜଣାଇବା ସହ…
ବିମାନରେ ୧୧ ଡଜନ ସାପ
ମୁମ୍ବାଇ,୨୪ା୧୨ବ୍ୟାଙ୍କକ୍ରୁ ଆସିଥିବା ଏକ ବିମାନର ବିସ୍କୁଟ୍ ଏବଂ କେକ୍ ପ୍ୟାକେଟଗୁଡ଼ିକ ମଧ୍ୟରେ ୧୧ ଡଜନ ସାପ୍ ଲୁଚାଇ ରଖାଯାଇଥିଲା। ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜା ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ସାପଗୁଡ଼ିକୁ ଜବତ କରାଯିବା ସହ ଜଣେ ଯାତ୍ରୀଙ୍କୁ ଗିରଫ କରାଯାଇଛି। ଯାତ୍ରୀଙ୍କ…
ପଦ୍ମଶ୍ରୀ ଫେରାଇଲେ ବୀରେନ୍ଦ୍ର
ନୂଆଦିଲ୍ଲୀ,୨୪ା୧୨(ପି.ଟି.)ଭାଜପା ଏମ୍ପି ବ୍ରିଜ୍ଭୂଷଣ ଶରଣ ସିଂଙ୍କ ଅନୁଗତ ସଞ୍ଜୟ ସିଂ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ) ସଭାପତି ଭାବେ ନିର୍ବାଚିତ ହେବା ପ୍ରତିବାଦରେ ଆଉ ଜଣେ ଆଥ୍ଲେଟ ନିଜ ପଦ୍ମଶ୍ରୀ ଫେରାଇବା ପାଇଁ ଶନିବାର ଘୋଷଣା କରିଛନ୍ତି। ବଧିର ଅଲିମ୍ପିକ୍ସରେ ସ୍ବର୍ଣ୍ଣ…

