Posted inଜାତୀୟ

“୨୦୨୪ ନିର୍ଵାଚନ ପାଇଁ ବହୁତ କାମ ଅଛି”: କୁସ୍ତିରୁ ‘ସନ୍ୟାସ’ ନେଲେ ବ୍ରିଜ ଭୂଷଣ

ନୂଆଦିଲ୍ଲୀ,୨୪ା୧୨: ଭାଜପା ଏମପି ତଥା ଭାରତୀୟ କୁସ୍ତି ସଂଘର ପୂର୍ବତ୍ତନ ସଭାପତି ବ୍ରିଜଭୂଷଣ ଶରଣ ସିଂହ ରବିବାର ଏକ ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଏହି ସମୟରେ ଗଣ୍ଡାରେ କୁସ୍ତି ପ୍ରତିଯୋଗିତା କରିବା ନେଇ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ସମସ୍ତ ଫେଡେରେସନ ହାତ ଟେକି ଦେଇଥିଲେ। ତେଣୁ ୧୫ରୁ ୨୦ ବର୍ଷର ପିଲା ମାନଙ୍କ ଭବିଷ୍ୟତ ଯେପରି ନଷ୍ଟ ନ ହେବ, ଏଥିପାଇଁ ନନ୍ଦୀନି ନଗର ଠାରେ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲି।

ତେବେ ଏହାରି ମଧ୍ୟରେ ଏମପି ପଦରୁ ଇସ୍ତଫା ଦେଇଥିବା ରିପୋର୍ଟକୁ ମଧ୍ୟ ଅସ୍ୱୀକାର କରିଛନ୍ତି। ଯୌନ ନିର୍ଯାତନା ଅଭିଯୋଗରେ ଆଥଲେଟମାନେ ରାସ୍ତାରେ ଧାରଣା ଦେବା ପରେ ବ୍ରିଜ ଭୂଷଣ ଡବ୍ଲୁଏଫଆଇ ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ। ଗତ ସପ୍ତାହରେ ଅନୁଷ୍ଠିତ ହୋଇଥିବା ନୂତନ ନିର୍ବାଚନରେ ​​ତାଙ୍କ ସହଯୋଗୀ ସଞ୍ଜୟ ସିଂ ଏହି ପାଦ ପାଇଁ ନିର୍ବାଚିତ ହୋଇଥିଲେ।

ତେବେ ଏହି ନିର୍ବାଚିତ ଫଳାଫଳ ଆସିବା ପରେ କୁସ୍ତି ସାକ୍ଷୀ ମଲିକ୍ କ୍ରୀଡାରୁ ଅବସର ନେଇଥିବା ଘୋଷଣା କରିଥିଲେ ଏବଂ ବଜରଙ୍ଗ ପୁନିଆ ତାଙ୍କ ପଦ୍ମଶ୍ରୀଙ୍କୁ ଫେରାଇ ଦେଇଥିଲେ। ଏହି କ୍ରମରେ ବିବାଦ ବଢିବା ପରେ ରବିବାର କେନ୍ଦ୍ର କ୍ରୀଡା ମନ୍ତ୍ରାଳୟ ନବ ନିର୍ବାଚିତ ଭାରତୀୟ କୁସ୍ତି ସଂଘକୁ ନିଲମ୍ବନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲିସ୍ତାନୀ ଉଗ୍ରପନ୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ: ଆମେରିକାକୁ କହିଲା ଭାରତ

ନୂଆଦିଲ୍ଲୀ,୧୭ା୩:ଆମେରିକା ମାଟିରେ ଖଲିସ୍ତାନୀ ଉଗ୍ରପନ୍ଥୀମାନେ ଭାରତ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆମେରିକା ଗୋଇନ୍ଦା ମୁଖ୍ୟ ତୁଲ୍‌ସୀ ଗାବାର୍ଡଙ୍କୁ...

7th Pay Commission: କେନ୍ଦ୍ରୀୟ କର୍ମଚାରୀମାନଙ୍କ ପାଇଁ ଖୁସିଖବର, ଏହି ଦିନ ବଢିବ DA

ନୂଆଦିଲ୍ଲୀ,୧୭।୩: କେନ୍ଦ୍ର ସରକାର ଖୁବଶୀଘ୍ର ସରକାରୀ କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେଇପାରନ୍ତି। ଆସନ୍ତା ସପ୍ତାହ ସୁଦ୍ଧା, ସରକାର କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା...

‘ଚନ୍ଦ୍ରାୟାନ-୫ ମିଶନ’କୁ ମଞ୍ଜୁରୀ ଦେଲେ କେନ୍ଦ୍ର ସରକାର, ଜାପାନ କରିବ ସହଯୋଗ

ନୂଆଦିଲ୍ଲୀ,୧୭।୩: କେନ୍ଦ୍ର ସରକାର ମହତ୍ୱାକାଂକ୍ଷୀ ‘ଚନ୍ଦ୍ରାୟାନ-୫ ମିଶନ’କୁ ଅନୁମୋଦନ କରିଛନ୍ତି। ଏହି ମିଶନ ଅଧୀନରେ, ଚନ୍ଦ୍ରପୃଷ୍ଠର ଅଧ୍ୟୟନ ପାଇଁ ୨୫୦ କିଲୋଗ୍ରାମର ଏକ ରୋଭର ପଠାଯିବ।...

“ଭାଷା ଘୃଣାଯୋଗ୍ୟ ନୁହେଁ, ଦିଲ୍ଲୀରେ ଯୋଗାଯୋଗ ପାଇଁ ହିନ୍ଦୀ ଉପଯୋଗୀ”: ଚନ୍ଦ୍ରବାବୁ ନାଇଡୁ

ନୂଆଦିଲ୍ଲୀ,୧୭।୩: ସୋମବାର ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଏମକେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ତାମିଲନାଡୁ ସରକାର ଏବଂ କେନ୍ଦ୍ର ମଧ୍ୟରେ ଚାଲିଥିବା ଭାଷା ବିବାଦ...

ପୋଡକାଷ୍ଟରେ ଚାଇନା ବିଷୟରେ ଏମିତି କହିଦେଲେ ପ୍ରଧାନମନ୍ତ୍ରୀ ମୋଦି, ଚାଇନା କଲା ବାଃ ବାଃ…

ନୂଆଦିଲ୍ଲୀ,୧୭।୩: ଲେକ୍ସ ଫ୍ରିଡମ୍ୟାନ ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନକୁ ଚାଇନା ସକାରାତ୍ମକ ପ୍ରତିକ୍ରିୟା ଦେଇଛି। ଚାଇନା ବୈଦେଶିକ ମନ୍ତ୍ରଣାଳୟ ଭାରତ-ଚାଇନା ସମ୍ପର୍କକୁ ମଜବୁତ କରିବା...

‘କେଦାରନାଥରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ କଟକଣା ଜାରି ହେଉ’; ଭାଜପା ବିଧାୟିକାଙ୍କ ମନ୍ତବ୍ୟକୁ ନେଇ ବିବାଦ

ଡେରାଡୁନ୍‌, ୧୬।୩: କେଦାରନାଥ ଧାମ୍‌ରେ ଅଣହିନ୍ଦୁଙ୍କ ପ୍ରବେଶ ଏବଂ ଗତିବିଧି ଉପରେ କଟକଣା ଲଗାଯିବା ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଏନେଇ କେଦାରନାଥର ଭାଜପା ବିଧାୟିକା ଆଶା...

ସୁନା ପରେ ବେଙ୍ଗାଲୁରୁ ବିମାନବନ୍ଦରରୁ ଜବତ ହେଲା ଡ୍ରଗ୍ସ; ୨ ମହିଳା ଗିରଫ

ମାଙ୍ଗାଲୁରୁ,୧୬ା୩: ବେଙ୍ଗାଲୁରୁ ବିମାନବନ୍ଦରରୁ ୩୭ କିଲୋଗ୍ରାମ୍‌ ଡ୍ରଗ୍ସ ସହ ନାଇଜେରିଆର ୨ ମହିଳାଙ୍କୁ ଗିରଫ କରାଯାଇଛି। ଜବତ ନିଶାଦ୍ରବ୍ୟର ମୂଲ୍ୟ ୭୫ କୋଟି ଟଙ୍କା ହେବ।...

ଟ୍ରମ୍ପଙ୍କୁ ବିଶ୍ୱାସ କଲେ ମୋଦି, ପାକିସ୍ତାନକୁ ନେଇ କହିଲେ ଏମିତି…

ନୂଆଦିଲ୍ଲୀ,୧୬ା୩: ପ୍ରସିଦ୍ଧ ପୋଡକାଷ୍ଟର ଏବଂ ଏଆଇ ଗବେଷକ ଲେକ୍ସ ଫ୍ରିଡମ୍ୟାନଙ୍କ ସହ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ସମାଲୋଚନା କରିଛନ୍ତି। ସେ ଚାଇନା-ଭାରତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri