ନକଲି ଆଧାର କାର୍ଡ ଦେଖାଇ ସଂସଦରେ ପ୍ରବେଶ କରିବାକୁ ଉଦ୍ୟମ, ୩ ଗିରଫ
ନୂଆଦିଲ୍ଲୀ,୭।୬: ରାଜଧାନୀ ଦିଲ୍ଲୀର ସଂସଦ ପୋଲିସ ଷ୍ଟେଶନ ପାର୍ଲାମେଣ୍ଟର ସୁରକ୍ଷା ଭଙ୍ଗ କରୁଥିବା ତିନି ଜଣଙ୍କୁ ଗିରଫ କରିଛି। ତାଙ୍କ କାର୍ଯ୍ୟକଳାପର ଖବର ସାମ୍ନାକୁ ଆସିବା ମାତ୍ରେ ସଂସଦର ସୁରକ୍ଷା ସହ ଜଡିତ ସମସ୍ତ ସୁରକ୍ଷା ଏଜେନ୍ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।…
ଆରବିଆଇର ବଡ଼ ଘୋଷଣା: ରେପୋ ରେଟ୍ ଅପରିବର୍ତ୍ତିତ
ନୂଆଦିଲ୍ଲୀ,୭।୬: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣ ବଜେଟ ପୂର୍ବରୁ ଆରବିଆଇର ବହୁ ପ୍ରତୀକ୍ଷିତ ମୁଦ୍ରା ନୀତି କମିଟି ବୈଠକ ଆଜି ଶେଷ ହୋଇଛି। ଏଥର ରେପୋ ରେଟ୍ରେ କୌଣସି ପରିବର୍ତ୍ତନ ନ କରିବାକୁ କମିଟି ପୁଣି ଥରେ ନିଷ୍ପତ୍ତି ନେଇଛି।…
ମୋଦିଙ୍କ ସହ ମୂଲଚାଲ କରୁଛନ୍ତି ସହଯୋଗୀ
ନୂଆଦିଲ୍ଲୀ,୭ା୬:ଭାଜପା ନେତୃତ୍ୱରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) କେନ୍ଦ୍ରରେ ପୁନର୍ବାର ସରକାର ଗଢ଼ିବାକୁ ଯାଉଥିବାବେଳେ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି), ସଂଯୁକ୍ତ ଜନତା ଦଳ (ଜେଡିୟୁ) ଏବଂ ଅନ୍ୟ ସହଯୋଗୀ ଦଳଗୁଡ଼ିକ ପକ୍ଷରୁ ଚାପ ରାଜନୀତି ଆରମ୍ଭ ହୋଇଯାଇଛି। ଏଥର ଲୋକ…
ଆଜି ବେଙ୍ଗାଲୁରୁ କୋର୍ଟରେ ହାଜର ହେବେ ରାହୁଲ ଗାନ୍ଧୀ
ବେଙ୍ଗାଲୁରୁ,୭।୬:କଂଗ୍ରେସ ନେତା ରାହୁଲ ଗାନ୍ଧୀ ମାନହାନି ମାମଲାରେ ଶୁକ୍ରବାର ବେଙ୍ଗାଲୁରୁର ସ୍ବତନ୍ତ୍ର ଅଦାଲତରେ ହାଜର ହେବେ। ତାଙ୍କ ନାମରେ ଏକ ଖବରକାଗଜରେ ଅପମାନଜନକ ବିଜ୍ଞାପନ ଦେବା ନେଇ କର୍ନାଟକ ଭାଜପା ପକ୍ଷରୁ ମାମଲା ଦାୟର କରାଯାଇଥିଲା। ଗତ ବର୍ଷ ବିଧାନସଭା ନିର୍ବାଚନ…
ଏନ୍ସିପି ବୈଠକରେ ଅଜିତ ଗୋଷ୍ଠୀର ୫ ବିଧାୟକ ଅନୁପସ୍ଥିତ: ପାଓ୍ବାରଙ୍କ ଦଳକୁ ଯିବା ନେଇ ଚର୍ଚ୍ଚା
ମୁମ୍ବାଇ,୭ା୬:ଲୋକ ସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ମହାରାଷ୍ଟ୍ର ରାଜନୀତିରେ ହଟ୍ଟଚମଟ ସୃଷ୍ଟି ହୋଇଛି। ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ଗୋଷ୍ଠୀର କେତେଜଣ ବିଧାୟକ ଶରଦ ପାଓ୍ବାରଙ୍କ କ୍ୟାମ୍ପ୍କୁ ଫେରିବା ଲାଗି ଆଗ୍ରହ ପ୍ରକାଶ କରିଥିବା ଚର୍ଚ୍ଚା ହେଉଛି। ମୁମ୍ବାଇର ଏକ…
ଫାଇନାଲ୍ ହେଲା ମୋଦି କ୍ୟାବିନେଟ୍: ଶେଷ ଡିଲ୍ ବିଷୟରେ ଜାଣନ୍ତୁ
ନୂଆଦିଲ୍ଲୀ,୭।୬:ଜୁନ ୪ରେ ଲୋକ ସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିବାରୁ ନୂତନ ସରକାର ଗଠନକୁ ନେଇ ଆଲୋଚନା ଜାରି ରହିଛି। ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ତାଙ୍କ କ୍ୟାବିନେଟ ସମ୍ପର୍କରେ ଜୋରଦାର ଆଲୋଚନା ହେବାରେ ଲାଗିଛି।…
କେଜ୍ରିଓ୍ବାଲଙ୍କର ମାରାତ୍ମକ ରୋଗ ନାହିଁ: କୋର୍ଟ
ନୂଆଦିଲ୍ଲୀ,୭ା୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଅନ୍ତରୀଣ ଜାମିନରେ ଆସି ଜୋର୍ଦାର ପ୍ରଚାର ଚଳାଇଥିଲେ। ସେ କୌଣସି ମାରାତ୍ମକ ରୋଗରେ ପୀଡ଼ିତ ନ ଥିବା ଏଥିରୁ ସୂଚନା ମିଳୁଛି ବୋଲି ଦିଲ୍ଲୀର ଏକ କୋର୍ଟ କହିବା ସହ ତାଙ୍କୁ ଅନ୍ତରୀଣ ଜାମିନ…
ପାର୍ଲାମେଣ୍ଟ ପରିସରରେ ଗାନ୍ଧୀ, ଆମ୍ବେଡ୍କର, ଶିବାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର; ସମାଲୋଚନା କଲା କଂଗ୍ରେସ
ନୂଆଦିଲ୍ଲୀ,୭।୬: ପାର୍ଲାମେଣ୍ଟ ପରିସରରେ ଥିବା ମହାତ୍ମା ଗାନ୍ଧୀ, ବି.ଆର୍. ଆମ୍ବେଡ୍କର ଏବଂ ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତିକୁ ସେମାନଙ୍କ ମୂଳ ସ୍ଥାନରୁ ହଟାଇ ଦିଆଯାଇଛି। ସେଗୁଡ଼ିକୁ ପୁରୁଣା ପାର୍ଲାମେଣ୍ଟ ବିଲ୍ଡିଂ ନିକଟରେ ଥିବା ଲନ୍କୁ ସ୍ଥାନାନ୍ତର କରାଯାଇଛି। ପ୍ରତିମୂର୍ତ୍ତିଗୁଡ଼ିକର ସ୍ଥାନ ପରିବର୍ତ୍ତନକୁ ନେଇ…
ଏନ୍ଇଇଟିରେ ଅନିୟମିତତା: ସାନି ପରୀକ୍ଷା କରିବାକୁ ଛାତ୍ରୀଛାତ୍ର, ଅଭିଭାବକଙ୍କ ଦାବି
ନୂଆଦିଲ୍ଲୀ,୬ା୬: ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ହେଉଥିବା ନ୍ୟାଶନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍ଇଇଟି-ୟୁଜି) ଫଳାଫଳ ପ୍ରକାଶ ପାଇବାର ଦିନକ ପରେ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ସର୍ବଭାରତୀୟ ର଼୍ୟାଙ୍କ ୧ରେ ଥିବା ୬୭ଜଣ ଛାତ୍ରୀଛାତ୍ରଙ୍କୁ ୭୨୦ରୁ…
ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗେଦେବେ ଏହି ସବୁ ଦେଶର ରାଷ୍ଟ୍ରନେତା
ନୂଆଦିଲ୍ଲୀ,୬ା୬: ଲୋକ ସଭା ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ୨୯୩ ଆସନ ଜିତି ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଢ଼ିବାକୁ ଯାଉଛି। ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟା ୬ରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ…
ମୋଦି, ଶାହାଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଲେ ରାହୁଲ
ନୂଆଦିଲ୍ଲୀ,୬ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ସର୍ବବୃହତ୍ ଷ୍ଟକ୍ ମାର୍କେଟ ଦୁର୍ନୀତିର ସହ ସିଧାସଳଖ ସମ୍ପୃକ୍ତ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଅଭିଯୋଗ କରିଛନ୍ତି। ସେମାନଙ୍କ ପରାମର୍ଶକ୍ରମେ ଶେୟାର ବଜାରରେ ପୁଞ୍ଜି ଲଗାଇଥିବା…
ହରଡଗଡ଼ାରେ ଭାଜପା, ଜେଡିୟୁ-ଟିଡିପି ହାତରେ ରହିପାରେ ଏହି ସବୁ ବିଭାଗ
ନୂଆଦିଲ୍ଲୀ,୬।୬: ଭାଜପାକୁ ସରକାର ଗଠନ କରିବାକୁ ମ୍ୟାଜିକ୍ ନମ୍ବର ମିଳିନାହିଁ। ତେଣୁ ଏନଡିଏ ମେଣ୍ଟରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଓ ନୀତୀଶ କୁମାରଙ୍କ ଜେଡିୟୁର ଗୁରୁତ୍ୱ ବଢିଯାଇଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ଦଳ କେନ୍ଦ୍ର କ୍ୟାବିନେଟର ବଡ଼ ମନ୍ତ୍ରଣାଳୟ ନେବାକୁ…

