Posted inଜାତୀୟ

ମୋଦିଙ୍କ ସହ ମୂଲଚାଲ କରୁଛନ୍ତି ସହଯୋଗୀ

ନୂଆଦିଲ୍ଲୀ,୭ା୬:ଭାଜପା ନେତୃତ୍ୱରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) କେନ୍ଦ୍ରରେ ପୁନର୍ବାର ସରକାର ଗଢ଼ିବାକୁ ଯାଉଥିବାବେଳେ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି), ସଂଯୁକ୍ତ ଜନତା ଦଳ (ଜେଡିୟୁ) ଏବଂ ଅନ୍ୟ ସହଯୋଗୀ ଦଳଗୁଡ଼ିକ ପକ୍ଷରୁ ଚାପ ରାଜନୀତି ଆରମ୍ଭ ହୋଇଯାଇଛି। ଏଥର ଲୋକ ସଭା ନିର୍ବାଚନରେ ସରକାର ଗଢ଼ିବା ପାଇଁ ଭାଜପାକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିନାହିଁ। ଏହି ଦଳ ଏକକ ସଂଖ୍ୟାଗରିଷ୍ଠ ହୋଇଥିବାବେଳେ ସରକାର ଗଢ଼ିବା ପାଇଁ ଆବଶ୍ୟକ କୁହୁକ ସଂଖ୍ୟା ୨୭୨ରୁ ୩୨ ଆସନ କମ୍‌ ରହିଛି। ତେଣୁ ସରକାର ଗଢ଼ିବା ପାଇଁ ଭାଜପା ସହଯୋଗୀ ଜେଡିୟୁ, ଟିଡିପି ଏବଂ ଅନ୍ୟ ଛୋଟ ଦଳଗୁଡ଼ିକ ଉପରେ ନିର୍ଭରଶୀଳ ହୋଇଛି। ଏହାର ସୁଯୋଗ ନେଇ ମେଣ୍ଟ ନେତାମାନେ ବିଭିନ୍ନ ଦାବି ଓ ସର୍ତ୍ତ ଉପସ୍ଥାପନ କରିଛନ୍ତି। ଛୋଟ ଛୋଟ ଆଞ୍ଚଳିକ ଦଳ ମଧ୍ୟ ମୋଦିଙ୍କ ସହ ମୂଲଚାଲ କରୁଥିବା ଚର୍ଚ୍ଚା ହେଉଛି।
ବିହାରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା, ୪ ମନ୍ତ୍ରୀ ପଦ
ବିହାରରେ ଜେଡିୟୁ ୧୨ ଆସନ ଜିତି ଭାଜପାର ଦ୍ୱିତୀୟ ବୃହତ୍‌ ସହଯୋଗୀ ପାଲଟିଛି। ତେଣୁ ଏହି ଦଳ କ୍ୟାବିନେଟରେ ୩ଟି ପ୍ରମୁଖ ମନ୍ତ୍ରଣାଳୟ ଦାବି କରିଛି। ମନ୍ତ୍ରିମଣ୍ଡଳ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜେଡିୟୁ ମୁଖ୍ୟ ନୀତୀଶ କୁମାର ଆଲୋଚନା କରି ନିଷ୍ପତ୍ତି ନେବେ। ତେବେ ଏହା ସମ୍ମାନଜନକ ହେବା ଆବଶ୍ୟକ ବୋଲି ଜେଡିୟୁ ନେତା ତଥା ବିହାର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଶ୍ରବଣକୁମାର କହିଛନ୍ତି। ୨୦୨୫ ବିହାର ବିଧାନସଭା ନିର୍ବାଚନକୁ ନଜରରେ ରଖି କେନ୍ଦ୍ର କ୍ୟାବିନେଟ୍‌ରେ ଜେଡିୟୁକୁ ଉପଯୁକ୍ତ ପ୍ରତିନିଧିତ୍ୱ ମିଳିବା ଆବଶ୍ୟକ ବୋଲି ସେ ଯୁକ୍ତି ଦର୍ଶାଇଛନ୍ତି। ନୀତୀଶ କୁମାରଙ୍କ ଦଳ ମୁଖ୍ୟତଃ, ରେଳ, ଗ୍ରାମାଞ୍ଚଳ ବିକାଶ, କୃଷି, ଜଳସମ୍ପଦ ଏବଂ ଭାରି ଶିଳ୍ପ ମନ୍ତ୍ରଣାଳୟ ଚାହୁଁଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଜେଡିୟୁରୁ ରାଜ୍ୟ ସଭା ସଦସ୍ୟ ସଞ୍ଜୟ ଝା, ରାଜୀବ ରଞ୍ଜନ ସିଂ ‘ଲଲନ’, କୌଶଳେନ୍ଦ୍ର କୁମାର, ରାମପ୍ରୀତ୍‌ ମଣ୍ଡଳ ଏବଂ ଲଭ୍‌ଲି ଆନନ୍ଦ ମନ୍ତ୍ରୀପଦ ଦୌଡ଼ରେ ଆଗରେ ଅଛନ୍ତି। ଏପରି କି ଅମିତ ଶାହାଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରୀ କରାଯିବାକୁ ନେଇ ମଧ୍ୟ ନୀତୀଶ ବିରୋଧ କରୁଥିବା କୁହାଯାଉଛି।
କେବଳ ମନ୍ତ୍ରୀପଦ ନୁହେଁ, ଅଗ୍ନିପଥ ଯୋଜନାର ସମୀକ୍ଷା ପାଇଁ ମଧ୍ୟ ଜେଡିୟୁ ଦାବି କରିଛି। ସେନାରେ ସ୍ବଳ୍ପମିଆଦୀ ନିଯୁକ୍ତି ପାଇଁ ପ୍ରଚଳିତ ଅଗ୍ନିବୀର ଯୋଜନାକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହାକୁ ନେଇ ଲୋକଙ୍କ ଆପତ୍ତି ରହିଥିବାବେଳେ ତାହାର ସମାଧାନ ହେବା ଜେଡିୟୁ ଚାହେଁ ବୋଲି ଏହାର ନେତା କେ.ସି. ତ୍ୟାଗୀ ଗୁରୁବାର କହିଛନ୍ତି। ଏହା ବ୍ୟତୀତ ଜାତି ଜନଗଣନା କାର୍ଯ୍ୟକାରୀ କରାଯିବା ଲାଗି ଜେଡିୟୁ ସର୍ତ୍ତ ରଖିଛି। ଜେଡିୟୁ ଏକକ ଦଓ୍ବୋନି ସଂହିତା (ୟୁସିସି)କୁ ବିରୋଧ କରୁ ନ ଥିବାବେଳେ ଏନେଇ ସବୁ ପକ୍ଷ, ମୁଖ୍ୟମନ୍ତ୍ରୀ, ରାଜନୈତିକ ଦଳ ଏବଂ ବିଭିନ୍ନ ବର୍ଗଙ୍କ ସହ ପରାମର୍ଶ କରାଯିବା ଆବଶ୍ୟକ। ଏଥିସହିତ ବିହାରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମିଳିବା ଆବଶ୍ୟକ ବୋଲି ଜେଡିୟୁ ନେତା କହିଛନ୍ତି।
ଟିଡିପିକୁ ଦରକାର ୫ ବଡ଼ ମନ୍ତ୍ରଣାଳୟ
୧୬ ଆସନ ହାତେଇ ଭାଜପାର ସବୁଠୁ ବଡ଼ ସହଯୋଗୀ ହୋଇଥିବା ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କ ଟିଡିପି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ଆବାହକ ପଦ ସହ ଲୋକ ସଭା ବାଚସ୍ପତି ପଦ ପାଇଁ ଦାବି କରିଛି। ଏନ୍‌ଡିଏ ଆବାହକ ପଦ ଦାବିକୁ ନେଇ ଗୈରିକ ଦଳରେ ଅସନ୍ତୋଷ ଦେଖାଦେଇଛି। ଏହି ପଦ ପାଇଁ ଟିଡିପି ଦାବି କରିବା ଅଯୌକ୍ତିକ ବୋଲି କେତେଜଣ କହିଛନ୍ତି। ଏହା ବ୍ୟତୀତ କେନ୍ଦ୍ର କ୍ୟାବିନେଟରେ ଟିଡିପି ୫ ପ୍ରମୁଖ ମନ୍ତ୍ରଣାଳୟ ଦାବି କରିଛି। ସେହି ସେଗୁଡ଼ିକ ହେଲା ଅର୍ଥ, ସଡ଼କ ପରିବହନ, ପଞ୍ଚାୟତିରାଜ, ସ୍ବାସ୍ଥ୍ୟ ଓ ଶିକ୍ଷା। ଏହାବାଦ୍‌ ଚନ୍ଦ୍ରାବାବୁ ତାଙ୍କ ପୁଅ ନର ଲୋକେଶଙ୍କ ପାଇଁ କେନ୍ଦ୍ରରେ ବଡ଼ ଭୂମିକା ଚାହୁଁଥିବା ଜଣାପଡ଼ିଛି। ଶୁକ୍ରବାର ହେବାକୁ ଥିବା ଏନ୍‌ଡିଏ ସଂସଦୀୟ ଦଳ ବୈଠକ ପୂର୍ବରୁ ଟିଡିପି ନେତୃତ୍ୱ ସବୁ ସମ୍ଭାବ୍ୟ ଦାବିକୁ ନେଇ ଅଙ୍କକଷା ଚଳାଇଛି।
ଅନ୍ୟ ସହଯୋଗୀ ଦଳର ଦାବି
ନିର୍ବାଚନରେ ଚିରାଗ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ସମସ୍ତ ୫ ଆସନ ଜିତିଥିବାବେଳେ ସରକାର ଗଠନ ପୂର୍ବରୁ କେତେକ ଦାବି ରଖିଛି। ଅଗ୍ନିପଥ ଯୋଜନାର ସମୀକ୍ଷା କରାଯିବା ସହ ଦେଶବ୍ୟାପୀ ଜାତି ଜନଗଣନା କାର୍ଯ୍ୟକାରୀ କରାଯିବା ଆବଶ୍ୟକ ବୋଲି ଚିରାଗ କହିଛନ୍ତି। ସେହିପରି ଅନ୍ୟତମ ସହଯୋଗୀ ଜେଡିଏସ୍‌ ୨ଟି ଆସନ ଜିତିଥିବାବେଳେ ଏହାର ନେତା ଏଚ୍‌.ଡି. କୁମାରସ୍ବାମୀଙ୍କ ପାଇଁ କେନ୍ଦ୍ର କ୍ୟାବିନେଟରେ କୃଷିମନ୍ତ୍ରୀ ପଦ ଚାହିଁଛି। ମହାରାଷ୍ଟ୍ରର ୭ ଲୋକ ସଭା ଆସନରେ
ଶପଥ ପୂର୍ବରୁ…
ଜିତିଥିବା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନା କେନ୍ଦ୍ରରେ ୨ ମନ୍ତ୍ରୀପଦ ଚାହୁଁଛନ୍ତି। ୨ ଆସନ ଜିତିଥିବା ପଓ୍ବନ କଲ୍ୟାଣଙ୍କ ଜନସେନା କେନ୍ଦ୍ରୀୟ ଭୂମିକା ଚାହୁଁଥିବା ଜଣାପଡ଼ିଛି। ତେବେ ଭାଜପା ପ୍ରମୁଖ ମନ୍ତ୍ରଣାଳୟ ଏବଂ ଭୂମିକା ଦେବା ମାନସିକତାରେ ନ ଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ନୂଆ ସରକାର ଗଠନ ପୂର୍ବରୁ ଏହାର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନ ଉଠିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

୩୬ ଘଣ୍ଟାରେ ଜ୍ଞାନେଶ କୁମାରଙ୍କୁ ୩ ବଡ଼ ଆଶ୍ୱସ୍ତି, ନୀରବ ରହି ମଜବୁତ କଲେ ନିଜ ସ୍ଥିତି

ନୂଆଦିଲ୍ଲୀ,୨୮।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଗତ କିଛି ଦିନ ହେବ ରାଜନୀତି ସରଗରମ ରହିଛି। ସେପ୍ଟେମ୍ବର ୨୩ରେ ପ୍ରକାଶିତ ଏକ ରିପୋର୍ଟରେ…

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

UPI ଚାର୍ଜ ଉପରେ ରୋକ ଲଗାଇବା ନେଇ ସୁପ୍ରିମକୋର୍ଟ ନେଲେ ଏହି ନିଷ୍ପତ୍ତି: RBI, କେନ୍ଦ୍ରକୁ…

ନୂଆଦିଲ୍ଲୀ,୨୮।୯: ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR (Merchant Discount Rate) ଲାଗୁ କରାଯିବାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା…

‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

ନୂଆଦିଲ୍ଲୀ,୨୮।୯: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ କରିବାକୁ ଘୋଷଣା…

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

NDA ସହ ଯିବା ଚର୍ଚ୍ଚା ମଧ୍ୟରେ ବଡ଼ ଘୋଷଣା କଲେ ଶରଦ ପାୱାର: ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୮।୯: ଗତ କିଛି ମାସ ଧରି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିଲା ଯେ, ଶରଦ ପାୱାର ବିଜେପି ନେତୃତ୍ୱାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ସହ ଯାଇପାରନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?