ଅନ୍ତର୍ଜାତୀୟ

ବାଂଲାଦେଶରେ ଖାଇକୁ ଖସିଲା ବସ: ୧୭ ମୃତ-୩୦ ଆହତ…

ଢାକା,୧୯।୩ : ରବିବାର ବାଂଲାଦେଶର ଏକ ଦ୍ରୁତଗାମୀ ବସ ଏକ ଖାଇକୁ ଖସିପଡିଛି। ଫଳରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୩୦ ଜଣ ଆହତ ହୋଇଥିବା ମଧ୍ୟ କୁହାଯାଉଛି। ପୋଲିସର ସୂଚନାନୁସାରେ, ଏମାଦ ପରିବହନ ଦ୍ୱାରା ପରିଚାଳିତ ଏହି…

ଇମ୍ରାନଙ୍କ ପାର୍ଟିକୁ ନିଷିଦ୍ଧ ସଂଗଠନ ଘୋଷଣା କରିବାକୁ ପାକିସ୍ତାନ ସରକାରଙ୍କ ଯୋଜନା…

ଇସଲାମାବାଦ,୧୯।୩ : ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଲାହୋର ବାସଭବନରୁ ଅସ୍ତ୍ରଶସ୍ତ୍ର ଏବଂ ପେଟ୍ରୋଲ ବୋମା ଜବତ କରିଥିବା ପୋଲିସ ଦାବି କରିବା ପରେ ପାକିସ୍ତାନ ସରକାର ତେହେରିକ-ଇ-ଇନସାଫ ପାର୍ଟିକୁ ନିଷିଦ୍ଧ ସଂଗଠନ ଭାବରେ ଘୋଷଣା କରିବା ପ୍ରକ୍ରିୟା ଆରମ୍ଭ କରିବାକୁ…

ତାଲିବାନ-ଆଇଏସଆଇଏସ ମୁହାଁମୁହିଁ…

କାବୁଲ,୧୯।୩ : ଆଫଗାନିସ୍ତାନରେ ତାଲିବାନ ଆଇଏସଆଇଏସ ମୁହାଁମୁହିଁ ହୋଇଛନ୍ତି। ତାଲିବାନ ଆକ୍ରମଣରେ କେତେକ ଆଇଏସଆଇଏସ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ତାଲିବାନ ମୁଖପାତ୍ର ଜାବୁଲ୍ଲା ମୁଜାହିଦ କହିଛନ୍ତି ଯେ ବାଲଖ ପ୍ରଦେଶର ମଜାର-ଇ-ସରିଫରେ ବିଦ୍ରୋହୀଙ୍କ ବିରୋଧରେ ତାଲିବାନ ସୁରକ୍ଷା ବାହିନୀ ଏକ ବଡ଼…

ମିଡ଼ିଆ ସଂସ୍ଥା ସଙ୍କଟରେ: ଆଫଗାନିସ୍ତାନ ଛାଡୁଛନ୍ତି ଗଣମାଧ୍ୟମ ପ୍ରତିନିଧି…

କାବୁଲ,୧୯।୩ : ଆଫଗାନିସ୍ତାନରେ ତାଲିବାନ ସରକାର ଆସିବା ପରଠାରୁ ମହିଳାମାନଙ୍କ ଉପରେ ଅତ୍ୟାଚାର ବଢ଼ିବା ସହିତ ଗଣମାଧ୍ୟମର ସ୍ବାଧୀନତାକୁ ଛଡ଼ାଇବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ଗଣମାଧ୍ୟମ ପ୍ରତିନିଧିଙ୍କ ସହ ମିଡିଆ ଅନୁଷ୍ଠାନର ଅବସ୍ଥା ଖରାପ ହେବାରେ ଲାଗିଛି। ଏହି କାରଣରୁ…

ତାଇୱାନ ଯୁଦ୍ଧରେ ଆମେରିକା ସହ ଯୋଗଦେବା ପାଇଁ କୌଣସି ପ୍ରତିବଦ୍ଧତା ନାହିଁ : ଅଷ୍ଟ୍ରେଲୀୟ ପ୍ରତିରକ୍ଷା ମନ୍ତ୍ରୀ…

ମେଲବୋର୍ନ,୧୯।୩ : ତାଇୱାନର ପରିସ୍ଥିତି ବିଷୟରେ ଆଲୋଚନା କରୁଥିବାବେଳେ ଅଷ୍ଟ୍ରେଲିଆର ଉପମୁଖ୍ୟମନ୍ତ୍ରୀ ରିଚାର୍ଡ ମାର୍ଲେସ କହିଛନ୍ତି ଯେ ଅକସ ଆଲୋଚନାରେ ଅଷ୍ଟ୍ରେଲିଆ ଆମେରିକାକୁ କୌଣସି ପ୍ରତିଶ୍ରୁତି ଦେଇ ନାହିଁ। ରିଚାର୍ଡ ମାର୍ଲେସ ତାଙ୍କର ବହୁ ଦଶନ୍ଧି ଯୋଜନାକୁ ସୁରକ୍ଷିତ କରି ଏହି…

ମାରିଆପୋଲ ରାସ୍ତାରେ କାର ଚଳାଇ ବୁଲିଲେ ପୁଟିନ…

ମସ୍କୋ,୧୯।୩ : ଅନ୍ତର୍ଜାତୀୟ ଅପରାଧିକ କୋର୍ଟ (ଆଇସିସି) ଦ୍ୱାରା ଗିରଫ ପରୱାନା ଜାରି ହେବା ପରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଥମ ଥର ପାଇଁ ଲୋକ ଲୋଚନକୁ ଆସିଛନ୍ତି। ରବିବାର ପୁଟିନ ରୁଷିଆ ସେନା ଦ୍ୱାରା ଅଧିକୃତ ସହର ୟୁକ୍ରେନର…

ମରୁଡ଼ି ସ୍ଥିତି ଅଣାୟତ୍ତ: ଖାଦ୍ୟ ପାଇଁ ଜାତିସଂଘର ଦ୍ୱାରସ୍ଥ ହେଲା ଆଫଗାନିସ୍ତାନ…

କାବୁଲ,୧୯।୩ : ଦେଶରେ ମରୁଡ଼ି ସ୍ଥିତି ଅଣାୟତ୍ତ ହେବାରୁ ଆଫଗାନିସ୍ତାନ ମିଳିତ ଜାତିସଂଘର ଦ୍ୱାରସ୍ଥ ହୋଇ ସାହାଯ୍ୟ ପାଇଁ ଅନୁରୋଧ କରିଛି। ବାସ୍ତବରେ, ଯୁଦ୍ଧ ପ୍ରଭାବିତ ଦେଶରେ ମରୁଡ଼ି ପରିସ୍ଥିତି ସଙ୍କଟ ଜନକ ହୋଇଛି। ଆଫଗାନିସ୍ତାନ ଜାତିସଂଘକୁ ଗହମ ଯୋଗାଣ ସୁବିଧା…

ବେଆଇନ ପ୍ରବାସନ ବିଲ: ଲଣ୍ଡନ ରାଜରାସ୍ତାରେ ପ୍ରଦର୍ଶନ…

ଲଣ୍ଡନ,୧୯।୩ : ପ୍ରଧାନମନ୍ତ୍ରୀ ଋଷି ସୁନକ ସରକାରଙ୍କ ବେଆଇନ ପ୍ରବାସନ ବିଲ ବିରୋଧରେ ହଜାର ହଜାର ବିକ୍ଷୋଭକାରୀ ଲଣ୍ଡନର ରାଜରାସ୍ତାରେ ପ୍ରଦର୍ଶନ କରିଛନ୍ତି। କେନ୍ଦ୍ରୀୟ ଲଣ୍ଡନର ବିବିସି ମୁଖ୍ୟାଳୟ ବାହାରେ ପୋର୍ଟଲାଣ୍ଡ ପ୍ଲେସରେ ବିକ୍ଷୋଭକାରୀମାନେ ‘ଏଠାରେ ଶରଣାର୍ଥୀଙ୍କୁ ସ୍ବାଗତ’ ସ୍ଲୋଗାନ ଦେଇ…

ବିଟ୍ରେନ ଯାତ୍ରା ପୂର୍ବରୁ ପ୍ରିନ୍ସ ହ୍ୟାରିଙ୍କୁ ୨୮ ଦିନରେ ନୋଟିସ ଦେବା ବାଧ୍ୟତାମୂଳକ…

ଲଣ୍ଡନ,୧୯।୩ : ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ବ୍ରିଟିଶ ସରକାରଙ୍କ ସହ ଦୀର୍ଘ ଦିନ ଧରି ଚାଲିଆସୁଥିବା ବିବାଦ ମଧ୍ୟରେ ବ୍ରିଟେନ ଗସ୍ତ ପୂର୍ବରୁ ପ୍ରିନ୍ସ ହ୍ୟାରିଙ୍କୁ ଏକ ମାସର ନୋଟିସ ଦେବାକୁ ପଡିବ। ପ୍ରିନ୍ସ ହ୍ୟାରି ଏବଂ ତାଙ୍କ ସ୍ତ୍ରୀ…

ମିଳିତ ସମରାଭ୍ୟାସକୁ ବେଖାତିର, ପୁଣି ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କଲେ କିମ୍‌…

ପ୍ୟୋଙ୍ଗୟାଙ୍ଗ,୧୯।୩ : ଉତ୍ତର କୋରିଆ ରବିବାର ପୁଣି ଥରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। କିମ ଜୋଙ୍ଗଙ୍କ ଦେଶ ଏହି କ୍ଷେପଣାସ୍ତ୍ରକୁ କୋରିଆ ଉପଦ୍ୱୀପର ପୂର୍ବ ଉପକୂଳରୁ ଏବଂ ଜାପାନ ସାଗର ନିକଟରେ ନିକ୍ଷେପ କରିଥିଲା। ଉତ୍ତର କୋରିଆର ପଡ଼ୋଶୀମାନେ କହିଛନ୍ତି…

ଗିରଫ ୱାରେଣ୍ଟ ପରେ ଏମିତି ଢଙ୍ଗରେ ନଜର ଆସିଲେ ପୁଟିନ

ମସ୍କୋ,୧୯ ।୩: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ଅନ୍ତରାଷ୍ଟ୍ରୀୟ ଅପରାଧ ନ୍ୟାୟାଳୟ ପକ୍ଷରୁ ଗିରଫ ୱାରେଣ୍ଟ ଜାରି ହେବାର ଗୋଟିଏ ଦିନ ପରେ କ୍ରିମିଆ ଗସ୍ତ କରିଛନ୍ତି । ଏହା ତାଙ୍କର ଅଚାନକ ଗସ୍ତ ବୋଲି କୁହାଯାଉଛି । କ୍ରିମିଆ ଉପରେ…

ପାକିସ୍ତାନର ବଲୁଚିସ୍ତାନରେ ହଠାତ୍ ଆସିଲା ବନ୍ୟା, ଗୋଟିଏ ପରିବାରର ୮ ଜଣଙ୍କ ମୃତ୍ୟୁ

କ୍ୱେଟା,୧୯ ।୩: ପାକିସ୍ତାନର ବଲୁଚିସ୍ତାନ ଅଞ୍ଚଳରେ ମୂଷଳ ଧାରାରେ ବର୍ଷା ପରେ ଆସିଥିବା ବନ୍ୟାରେ ଶନିବାର ଏକ ଗାଡି ଭାସିଯିବା ଫଳରେ ଗୋଟିଏ ପରିବାରର ୮ ଜଣଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ପୋଲିସ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri