ବାଂଲାଦେଶରେ ଖାଇକୁ ଖସିଲା ବସ: ୧୭ ମୃତ-୩୦ ଆହତ…

ଢାକା,୧୯।୩ : ରବିବାର ବାଂଲାଦେଶର ଏକ ଦ୍ରୁତଗାମୀ ବସ ଏକ ଖାଇକୁ ଖସିପଡିଛି। ଫଳରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୩୦ ଜଣ ଆହତ ହୋଇଥିବା ମଧ୍ୟ କୁହାଯାଉଛି। ପୋଲିସର ସୂଚନାନୁସାରେ, ଏମାଦ ପରିବହନ ଦ୍ୱାରା ପରିଚାଳିତ ଏହି ବସ ଢାକା ଅଭିମୁଖେ ଯାତ୍ରା କରୁଥିଲା। ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ମଦାରିପୁରର ଏକ ଏକ୍ସପ୍ରେସୱେରେ ନିୟନ୍ତ୍ରଣ ହରାଇ ଏକ ଖାଇକୁ ଖସି ପଡ଼ିଥିଲା।

କେତେକ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି ବୋଲି ପୋଲିସ କହିଛି। ମଦାରିପୁର ପୋଲିସ ଅଧୀକ୍ଷକ ମହମ୍ମଦ ମାସୁଦ ଆଲାମ କହିଛନ୍ତି ଯେ ଆହତମାନଙ୍କୁ ଚିକିତ୍ସା ଲାଗି ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ନ୍ୟୁଜ ପୋର୍ଟାଲ କହିଛି ଯେ ବସରେ ଥିବା ଯାନ୍ତ୍ରିକ ତ୍ରୁଟି ଏହି ଦୁର୍ଘଟଣାର କାରଣ ହୋଇଛି।

ଏହି ଦୁର୍ଘଟଣା ବିଷୟରେ ବର୍ଣ୍ଣନା କରି ଫରିଦପୁର ଅଗ୍ନିଶମ ସେବାର ଡେପୁଟି ଆସିଷ୍ଟାଣ୍ଟ ଡାଇରେକ୍ଟର ସିପ୍ଲୁ ଅହମ୍ମଦ କହିଛନ୍ତି ଯେ ଏହା ବିଶ୍ୱାସ କରାଯାଏ ଯେ ଦ୍ରୁତ ଗତିରେ ଆସୁଥିବା ବସର ଟାୟାର ଫାଟି ଯାଇଥିଲା ଏବଂ ଏହା ନିୟନ୍ତ୍ରଣ ହରାଇ ଖାଇ ଭିତରକୁ ଖସି ପଡ଼ିଥିଲା । ସେ କହିଛନ୍ତି ଯେ ମୃତ ଓ ଆହତଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ।

ବସରେ ୪୩ ରୁ ଅଧିକ ଯାତ୍ରୀ ଢାକା ଅଭିମୁଖେ ଯାତ୍ରା କରୁଥିଲେ। ବାଂଲାଦେଶରେ ପୁରୁଣା ଏବଂ ଖରାପ ରକ୍ଷଣାବେକ୍ଷଣ ଯାନବାହାନ, ଖରାପ ସଡ଼କ ଏବଂ ତାଲିମପ୍ରାପ୍ତ ନ ଥିବା ଡ୍ରାଇଭର ଯୋଗୁଁ ସଡ଼କ ଦୁର୍ଘଟଣା ଅଧିକ ହେଉଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ କଡ଼ା ଜବାବ ଦେବାକୁ ତାଇଓ୍ବାନରେ ୨୦୦ ସୈନ୍ୟ ମୁତୟନ କରିବ ଆମେରିକା…

ଓ୍ବାଶିଂଟନ,୨୫।୨ : ଦକ୍ଷିଣ ଚାଇନା ସାଗରରେ ଚାଇନା ସହିତ ଯୁଦ୍ଧର ବିପଦକୁ ଦୃଷ୍ଟିରେ ରଖି ଆମେରିକା ୧୦୦ ରୁ ୨୦୦ ସୈନ୍ୟ ନିୟୋଜିତ କରିବାକୁ ଯାଉଛି।...

ପାକିସ୍ତାନରେ ହିନ୍ଦୁ ମନ୍ଦିର ଭଙ୍ଗା ଘଟଣା: ୧୨ ପୋଲିସ କର୍ମୀ ନିଲମ୍ବିତ

ପେଶାଓ୍ବର,୧୪ା୧- ଖାଇବର ପାଖତୁନଖ୍ବା ପ୍ରଦେଶ ସରକାର ହିନ୍ଦୁ ମନ୍ଦିର ଭଙ୍ଗା ଘଟଣାରେ ୧୨ ଜଣ ପୋଲିସକର୍ମୀଙ୍କୁ ନିଲମ୍ବିତ କରିଛି। ଘଟଣାର ତଦନ୍ତ ରିପୋର୍ଟରେ ନିଲମ୍ବିତ ପୋଲିସକର୍ମୀଙ୍କ...

ଟ୍ରମ୍ପଙ୍କ ସହ ଚା’ ପିଇଲେ ଦେବାକୁ ପଡ଼ୁଛି ୩୭ ଲକ୍ଷ, ଫଟୋ ଉଠାଇବାକୁ ୨୨ ଲକ୍ଷ

ଓ୍ବାଶିଂଟନ,୧୫।୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି। ଏବେ ସେ ନିଜର ବୟାନ ପାଇଁ ନୁହେଁ, ବରଂ ରୋଜଗାରକୁ ନେଇ...

ବାଇଡେନ, ହାରିସଙ୍କ ହେବ କରୋନା ଟେଷ୍ଟ

ଓ୍ବାଶିଂଟନ୍‌,୨୫।୮: କରୋନା ସଙ୍କଟ ମଧ୍ୟରେ ଆମେରିକାରେ ନଭେମ୍ବର ୩ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଏବେଠାରୁ ରାଜନୈତିକ ହଲଚଲ ଆରମ୍ଭ ହୋଇଗଲାଣି। ତେବେ ରାଷ୍ଟ୍ରପତି...

ଆମେରିକାରେ କରୋନାର ଦୋହରା ମାଡ଼: ୨୪ ଘଣ୍ଟାରେ ଲକ୍ଷେ ୭୭ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ

ଓ୍ବାଶିଂଟନ,୧୪।୧୧: ଆମେରିକାରେ କରୋନାର ଦୋହରା ମାଡ଼ ଆରମ୍ଭ ହୋଇଛି। ଗତ ୨୪ ଘଣ୍ଟାରେ ଏଠାରେ ଲକ୍ଷେ ୭୭ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଇଲିନୋଇସ୍‌,...

ଶହେ ରୋବୋଙ୍କୁ ବିଦାକଲା ଗୁଗଲ

ସାନ୍‌ ଫ୍ରାନ୍ସିସ୍କୋ, ୨୭।୨: ବିଶ୍ୱର ବହୁ ଆଇଟି କମ୍ପାନୀ କର୍ମଚାରୀ ଛଟେଇ ଅଭିଯାନ ଚଳାଇଛନ୍ତି। ଗୁଗଲ ଏଥିରୁ ବାଦ୍‌ ପଡିନାହିଁ। ପାଖାପାଖି ୧୨,୦୦୦ କର୍ମଚାରୀଙ୍କୁ ବାହାର...

ଚାଇନାକୁ ଝଟ୍‌କା, ୧୦ ଦେଶ ସୁରକ୍ଷା ବୁଝାମଣା ପାଇଁ ମନାକଲେ…

ବେଜିଂ, ୩୧।୫ : ଅଷ୍ଟ୍ରେଲିଆକୁ ଘେରି ରହିବା ପାଇଁ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଅଞ୍ଚଳରେ ଥିବା ୧୦ ଟି ଛୋଟ ଦେଶ ସହିତ ସୁରକ୍ଷା ଚୁକ୍ତି...

୬ ମହଲା କୋଠା ଭୁଶୁଡ଼ିଲା, ଫସି ରହିଛନ୍ତି ୨୦ରୁ ଊର୍ଦ୍ଧ୍ୱ ଲୋକ

ବେଜିଂ,୩୦ା୪: ଚାଇନାର  ହୁନାନ ଜିଲାରେ ୬ ମହଲା ବିଶିଷ୍ଟ ଆବାସିକ କୋଠା ଭୁଶୁଡ଼ିବା ପରେ ଅତି କମରେ ୩୯ ଜଣ ନିଖୋଜ ଅଛନ୍ତି ଏବଂ ୨୦ରୁ...

Advertisement
Archives

Model This Week