ମିଡ଼ିଆ ସଂସ୍ଥା ସଙ୍କଟରେ: ଆଫଗାନିସ୍ତାନ ଛାଡୁଛନ୍ତି ଗଣମାଧ୍ୟମ ପ୍ରତିନିଧି…

କାବୁଲ,୧୯।୩ : ଆଫଗାନିସ୍ତାନରେ ତାଲିବାନ ସରକାର ଆସିବା ପରଠାରୁ ମହିଳାମାନଙ୍କ ଉପରେ ଅତ୍ୟାଚାର ବଢ଼ିବା ସହିତ ଗଣମାଧ୍ୟମର ସ୍ବାଧୀନତାକୁ ଛଡ଼ାଇବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ଗଣମାଧ୍ୟମ ପ୍ରତିନିଧିଙ୍କ ସହ ମିଡିଆ ଅନୁଷ୍ଠାନର ଅବସ୍ଥା ଖରାପ ହେବାରେ ଲାଗିଛି। ଏହି କାରଣରୁ ଆଫଗାନିସ୍ତାନ ଗଣମାଧ୍ୟମର ଅର୍ଦ୍ଧେକ ଗଣମାଧ୍ୟମ ପ୍ରତିନିଧ ଚାକିରି ହରାଇଛନ୍ତି। ଏପରିକି କେତେକ ଦେଶ ଛାଡିବାକୁ ବାଧ୍ୟ ହୋଇଛନ୍ତି।

ଆଫଗାନିସ୍ତାନ ନ୍ୟାଶନାଲ ଗଣମାଧ୍ୟମ ପ୍ରତିନିଧି ସଂଘକୁ ଦର୍ଶାଇ ଟୋଲୋ ନ୍ୟୁଜ ରିପୋର୍ଟ ପ୍ରକାଶ କରିଛି। କୁହାଯାଇଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ୫୩ ପ୍ରତିଶତ ଗଣମାଧ୍ୟମ ପ୍ରତିନିଧି ଚାକିରି ହରାଇଛନ୍ତି। ଏଥି ସହିତ ଆଫଗାନିସ୍ତାନରେ ଜାତୀୟ ଗଣମାଧ୍ୟମ ପ୍ରତିନିଧି ଦିବସ ଅବସରରେ କୁହାଯାଇଥିଲା ଯେ ତାଲିବାନ ଶାସନ ଆସିବା ପରଠାରୁ ବିଭିନ୍ନ କାରଣରୁ ୫୦ ପ୍ରତିଶତ ଗଣମାଧ୍ୟମ ବନ୍ଦ ରହିଛି।

ତାଲିବାନର ସୂଚନା ଓ ସଂସ୍କୃତି ମନ୍ତ୍ରଣାଳୟ କହିଛି ଯେ ସେମାନେ ଗଣମାଧ୍ୟମ ପ୍ରତିନିଧିଙ୍କ ଅଧିକାରକୁ ସମର୍ଥନ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ସେମାନଙ୍କ ପାଇଁ ଉପଲବ୍ଧ ସୁବିଧା ବୃଦ୍ଧି ପାଇଁ ଉଦ୍ୟମ କରାଯାଉଛି। ମିଳିତ ଜାତିସଂଘର ୨୦୨୨ ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନରେ ଗଣମାଧ୍ୟମ ପ୍ରତିନିଧିଙ୍କ ବିରୋଧରେ ପ୍ରାୟ ୨୦୦ ମାମଲା ପଞ୍ଜିକୃତ ହୋଇଛି। ସେମାନଙ୍କୁ ମନଇଚ୍ଛା ଗିରଫ, ଅସଦାଚରଣ,ନିର୍ଯାତନା, ଭୟଭୀତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନିଆ ଶ୍ରୀଲଙ୍କା ଗସ୍ତରେ ନୌସେନା ମୁଖ୍ୟ…

କଲମ୍ବୋ,୧୩।୧୨ : ଚାରି ଦିନିଆ ଗସ୍ତରେ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ମଙ୍ଗଳବାର ଶ୍ରୀଲଙ୍କାରେ ପହଞ୍ଚିଛନ୍ତି। ନୌସେନା ମୁଖ୍ୟ ଭାରତ ଏବଂ ଶ୍ରୀଲଙ୍କା...

କରୋନା ଲଢ଼େଇ: ଶତ୍ରୁ ରାଷ୍ଟ୍ର ବି ପାଲଟିଲେ ମିତ୍ର

ଓ୍ବାଶିଂଟନ,୩।୧୨: କରୋନା ମହାମାରୀ ଲଢ଼େଇରେ ପୃଥିବୀର ବିଭିନ୍ନ ରାଷ୍ଟ୍ରର ବୈଜ୍ଞାନିକ ଔଷଧ ପ୍ରସ୍ତୁତି ପାଇଁ ଦିନରାତି ଲାଗି ରହିଛନ୍ତି। ପୃଥିବୀର କଲ୍ୟାଣ ପାଇଁ ଶତ୍ରୁ ରାଷ୍ଟ୍ର...

ଶେଷନାଗ ସହ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି ବିଭିନ୍ନ ଦେଶର ବରଫ କଳାକୃତି

ଓ୍ବାଶିଂଟନ,୨୫।୧: ଆମେରିକାର କଲରାଡୋରେ ଏବେ ଏକ ଭିନ୍ନ ଧରଣର ତଥା ପ୍ରାଚୀନ ପ୍ରତିଯୋଗୀତା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପ୍ରତିଯୋଗୀତା ହେଉଛି ବରଫ ଉପରେ...

୧୨ ରୁଷିଆ ଜେନେରାଲଙ୍କୁ ହତ୍ୟା କରିଥିବା ଦାବି କଲା ୟୁକ୍ରେନ

କ୍ୱିଭ୍‌,୫।୫: ଦୁଇ ମାସରୁ ଅଧିକ ସମୟ ଧରି ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ରୁଷିଆର ଆକ୍ରମଣରେ ୟୁକ୍ରେନର ଅନେକ ସହର ଧ୍ୱଂସ...

ସପ୍ତାହରେ ଗଲାଣି ୧୬୪ ଜୀବନ

ଅଲମାଟି,୯।୧: ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଜାଖସ୍ତାନରେ ସୃଷ୍ଟି ହୋଇଥିବା ହିଂସା ଥମିବାର ନାଁ ନେଉ ନାହିଁ। ସପ୍ତାହକ ମଧ୍ୟରେ ଅତିକମ୍‌ରେ ୧୬୪ ଜଣଙ୍କ ମୃତ୍ୟୁ...

ହାଫିଜ୍‌ ସୟିଦଙ୍କୁ ୧୫ ବର୍ଷ ଜେଲ

ଇସ୍‌ଲାମାବାଦ,୨୬।୧୨: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜମାତ୍‌-ଉଦ୍‌-ଦାଓ୍ବା (ଜେୟୁଡି)ର ନେତା ହାଫିଜ୍‌ ସୟିଦଙ୍କୁ ପାକିସ୍ତାନର ଏକ ଆତଙ୍କବାଦ ନିରୋଧୀ ଅଦାଲତ (ଏଟିସି) ୧୫ ବର୍ଷରୁ...

ଚାଇନାରେ ସ୍ଥିତି ଅଣାୟତ: ମୃତ୍ୟୁ ସଂଖ୍ୟା ୧୦୦୦ ଟପିଲା

ବେଜିଂ,୧୧।୨: ଚାଇନାର କରୋନା ମହାମାରୀ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଇତିମଧ୍ୟରେ ଚାଇନାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୧୦୧୧ରେ ପହଞ୍ଚିଛି। ୪୨...

ଟିକସ ଫାଙ୍କି: ଟ୍ରମ୍ପ୍‌ଙ୍କ କମ୍ପାନୀକୁ ୧.୬ ନିୟୁତ ଡଲାର ଜରିମାନା

ନ୍ୟୁୟର୍କ,୧୪ା୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କମ୍ପାନୀକୁ ଶୁକ୍ରବାର ଏକ ଅଦାଲତ ୧.୬ ନିୟୁତ ଡଲାର ଜରିମାନା ଆଦେଶ ଦେଇଛନ୍ତି। ଟ୍ରମ୍ପ ଅର୍ଗାନାଇଜେଶନର ଜଣେ...

Advertisement
Archives

Model This Week