ମରୁଡ଼ି ସ୍ଥିତି ଅଣାୟତ୍ତ: ଖାଦ୍ୟ ପାଇଁ ଜାତିସଂଘର ଦ୍ୱାରସ୍ଥ ହେଲା ଆଫଗାନିସ୍ତାନ…

କାବୁଲ,୧୯।୩ : ଦେଶରେ ମରୁଡ଼ି ସ୍ଥିତି ଅଣାୟତ୍ତ ହେବାରୁ ଆଫଗାନିସ୍ତାନ ମିଳିତ ଜାତିସଂଘର ଦ୍ୱାରସ୍ଥ ହୋଇ ସାହାଯ୍ୟ ପାଇଁ ଅନୁରୋଧ କରିଛି। ବାସ୍ତବରେ, ଯୁଦ୍ଧ ପ୍ରଭାବିତ ଦେଶରେ ମରୁଡ଼ି ପରିସ୍ଥିତି ସଙ୍କଟ ଜନକ ହୋଇଛି। ଆଫଗାନିସ୍ତାନ ଜାତିସଂଘକୁ ଗହମ ଯୋଗାଣ ସୁବିଧା ଯୋଗାଇବାକୁ କହିଛି।

ସ୍ଥାନୀୟ ନ୍ୟୁଜ ଏଜେନ୍ସି ଅନୁଯାୟୀ କୃଷି ଏବଂ ପଶୁପାଳନ ବିଭାଗ ପକ୍ଷରୁ ମିଳିତ ଜାତିସଂଘକୁ ସାହାଯ୍ୟ କରିବାକୁ ଆହ୍ବାନ ଦିଆଯାଇଛି। ଏହାଦ୍ୱାରା ୍‌ଆଫଗାନିସ୍ତାନର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ମଧ୍ୟ ସହାୟକ ହେବ ବୋଲି ବିଭାଗ କହିଛି। ବାସ୍ତବରେ, ଅଗଷ୍ଟ ୨୦୨୧ରେ ତାଲିବାନ ଦେଶରେ କ୍ଷମତା ଦଖଲ କରିବା ପରେ ଆଫଗାନିସ୍ତାନର ଅର୍ଥନୀତି ଓଲଟପାଲଟ ହୋଇଯାଇଥିଲା। ସେବେଠାରୁ ଦେଶ ଏକ ମାନବିକ ସଙ୍କଟରେ ପଡିଛି ଏବଂ ଲୋକମାନେ ଖାଦ୍ୟ ଅଭାବରେ ଦୟନୀୟ ଜୀବନ ବିତାଉଛନ୍ତି।

ଏହି ରିପୋର୍ଟରେ ଆଫଗାନିସ୍ତାନର କୃଷି ଏବଂ ପଶୁପାଳନର ଡେପୁଟି ହେଡ ମିରୱାଜ ହାଜିଜାଦା କହିଛନ୍ତି ଯେ ବର୍ତ୍ତମାନର ପରିସ୍ଥିତିରେ ଅନ୍ତର୍ଜାତୀୟ ସମ୍ପ୍ରଦାୟ ଏବଂ ଅନ୍ୟ ଦେଶ ଆଫଗାନିସ୍ତାନକୁ ସମର୍ଥନ କରିବା ଆବଶ୍ୟକ। ଜାରି ରହିଥିବା ଖାଦ୍ୟ ସଙ୍କଟ ସମ୍ପର୍କରେ ତାଲିବାନ ନେତୃତ୍ୱାଧୀନ କୃଷି ମନ୍ତ୍ରଣାଳୟର ମୁଖପାତ୍ର ମୁସବାହୁଦ୍ଦିନ ମୁସ୍ତେନ କହିଛନ୍ତି ଯେ ଜରୁରୀକାଳୀନ ପରିସ୍ଥିତି ପାଇଁ ଏକ ଲକ୍ଷ ଟନ ଗହମ କ୍ରୟ ପାଇଁ ବଜେଟ ଆବଣ୍ଟନ ପାଇଁ କୃଷି ମନ୍ତ୍ରଣାଳୟ କ୍ୟାବିନେଟକୁ ପଠାଇଛି।

ସମଗ୍ର ବିଶ୍ୱରୁ ମାନବିକ ସହାୟତା ପାଇବା ସତ୍ତ୍ୱେ ଆଫଗାନିସ୍ତାନର ଦାରିଦ୍ର୍ୟ, ପୁଷ୍ଟିହୀନତା ଏବଂ ବେକାରୀ ହାର ଦେଶରେ ସର୍ବୋଚ୍ଚ ସ୍ତରରେ ରହିଛି। ଆଫଗାନିସ୍ତାନର ପରିସ୍ଥିତି ବିଷୟରେ ବର୍ଣ୍ଣନା କରି କୁଟବୁଦ୍ଦିନ ୟାକୁବି ନାମକ ଜଣେ ବିଶ୍ଳେଷକ କହିଛନ୍ତି, ଆଫଗାନିସ୍ତାନକୁ ପ୍ରତିବର୍ଷ ଛଅରୁ ଆଠ ନିୟୁତ ମେଟ୍ରିକ ଟନ ଗହମ ଦରକାର। ବର୍ତ୍ତମାନ ଘରୋଇ ଉତ୍ସରୁ ପ୍ରାୟ ପାଞ୍ଚ ନିୟୁତ ମେଟ୍ରିକ ଟନ ଯୋଗାଇ ଦିଆଯାଉଛି ଏବଂ ଅବଶିଷ୍ଟ ଆମଦାନୀ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?