ଅନ୍ତର୍ଜାତୀୟ

ପୁତ୍ରଙ୍କୁ ଉତ୍ତରାଧିକାରୀ ଭାବେ ପଦବୀ ଦେବେ କାମ୍ବୋଡିଆ ପ୍ରଧାନମନ୍ତ୍ରୀ…

ଫନୋମ ପେହ୍ନ,୨।୫ : କାମ୍ବୋଡିଆରେ କ୍ଷମତା ପରିବର୍ତ୍ତନ ହେବାକୁ ଯାଉଛି। କିନ୍ତୁ କ୍ଷମତାର କେନ୍ଦ୍ର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ହୁନ ସେନଙ୍କ ଘରେ ରହିବ। ୪୦ ବର୍ଷ ଧରି ଦେଶରେ ଶାସନ କରୁଥିବା ହୁନ ସେନ ବର୍ତ୍ତମାନ ତାଙ୍କ ପଦକୁ ପୁତ୍ରଙ୍କୁ ଉତ୍ତରାଧିକାରୀ…

ନେପାଳରେ ହିମସ୍ଖଳନ: ୮ ଜଣ ବରଫ ତଳେ ରହିଥିବା ଆଶଙ୍କା…

କାଠମାଣ୍ଡୁ,୨।୫ : ନେପାଳର ଦାର୍ଚୁଲା ଜିଲାରେ ହିମସ୍ଖଳନ ଘଟିଛି। ଏହି ଘଟଣାରେ ୮ ଜଣ ବରଫ ତଳେ ରହିଥିବାର ଆଶଙ୍କା ରହିଛି। ପୋଲିସ କହିଛି, ସେମାନଙ୍କର ସନ୍ଧାନ ଜାରି ରହିଛି। ଘଟଣାସ୍ଥଳରେ ପୋଲିସ ସହିତ ସଶସ୍ତ୍ର ପୋଲିସ ଫୋର୍ସର ଟିମ ନିୟୋଜିତ…

ଖେବର ପଖତୁନଖ୍ବାରେ ମୃତ ୩ ଆତଙ୍କବାଦୀଙ୍କ ମଧ୍ୟରେ ଟିଟିପି କମାଣ୍ଡର ବି ସାମିଲ

ପେଶାଓ୍ବର,୨।୫: ପାକିସ୍ତାନ ସୁରକ୍ଷାକର୍ମୀ ଦେଶର ଅଶାନ୍ତ ଅଞ୍ଚଳ ଖେବର ପଖତୁନଖ୍ବାରେ ଭିନ୍ନ ଭିନ୍ନ ଗୁଇନ୍ଦା ଆଧାରିତ ଅଭିଯାନରେ ଜଣେ କୁଖ୍ୟାତ ତହରିକ-ଏ-ତାଲିବାନ ପାକିସ୍ତାନ(ଟିଟିପି) କମାଣ୍ଡର ଓ ଦୁଇ ଅନ୍ୟଙ୍କୁ ନିହତ କରିଛନ୍ତି। ଏହାସହ କିଛି ମହତ୍ୱପୂର୍ଣ୍ଣ ଗିରଫଦାରି ବି କରିଛନ୍ତି। ମିଡିଆ…

ତାଜିକିସ୍ତାନରେ ୫.୧ ତୀବ୍ରତାର ଭୂକମ୍ପ

ଦୁଶାଂବେ,୨।୫: ତାଜିକିସ୍ତାନରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୫.୧। ନେଶନାଲ ସେଣ୍ଟର ଫର ସସ୍ମୋଲୋଜି ପକ୍ଷରୁ ଏହି ସୂଚନା ଦିଆଯାଇଛି। ସ୍ଥାନୀୟ ସମୟ ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ଏହି ଭୂକମ୍ପ ଅନୁଭୂତ ହୋଇଛି।…

ଫ୍ରାନ୍ସ-ଗ୍ରୀସ ଅଭ୍ୟାସରେ ଭାଗନେଲା ଭାରତୀୟ ବାୟୁସେନା, ପ୍ରଥମଥର ଦେଶ ବାହାରେ ଏକ୍ସରସାଇଜରେ ସାମିଲ ହେଲା ରାଫେଲ

ଏଥେନ୍ସ/ନୂଆଦିଲ୍ଲୀ,୨।୫: ଭାରତୀୟ ବାୟୁସେନା(ଆଇଏଏଫ) ଗ୍ରୀସରେ ୪ଟି ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନ ସହ ଅଭ୍ୟାସରେ ଭାଗ ନେଇଛି। ଏହି ଯୁଦ୍ଧାଭ୍ୟାସକୁ ‘ଏନିଓଚୋସ-୨୦୨୩’ ନାମ ଦିଆଯାଇଛି। ଏପଟେ ଫ୍ରାନ୍ସରେ ଚାଲିଥିବା ଏକ୍ସ-ଓରିୟନରେ ଆଇଏଏଫ ବା ଭାରତୀୟ ବାୟୁସେନାର ରାଫେଲ ଯୁଦ୍ଧ ବିମାନ ପ୍ରଥମଥର…

ରାଜ କପୁରଙ୍କ ମହଲର ମାଲିକାନା ଆବେଦନ ଖାରଜ…

ଇସଲାମାବାଦ,୨।୫ : ବଲିଉଡ କିମ୍ବଦନ୍ତୀ ରାଜ କପୁରଙ୍କ ମହଲର ମାଲିକାନା ଅଧିକାର ପାଇଁ ଦାଖଲ ହୋଇଥିବା ଆବେଦନକୁ ପେଶୱାର ହାଇକୋର୍ଟ ଖାରଜ କରିଦେଇଛନ୍ତି। ପେଶୱାରରେ ଅବସ୍ଥିତ ଏହି ମହଲକୁ ସରକାର ଏକ ଜାତୀୟ ଐତିହ୍ୟ ବୋଲି ଘୋଷଣା କରିଛନ୍ତି। ପେଶୱାର ହାଇକୋର୍ଟର…

କ୍ୱାଡ଼ରେ ନୂଆ ସଦସ୍ୟ ଅନ୍ତର୍ଭୁକ୍ତ କରିବାର ଯୋଜନା ଏବେ ନାହିଁ…

ଓ୍ବାଶିଂଟନ,୨।୫ : ଚଳିତ ମାସ ଶେଷରେ ଅଷ୍ଟ୍ରେଲିଆରେ ହେବାକୁ ଥିବା କ୍ୱାଡ ନେତାଙ୍କ ଶିଖର ସମ୍ମିଳନୀ ପୂର୍ବରୁ ହ୍ବାଇଟ ହାଉସ କହିଛି, କ୍ୱାଡରେ ନୂତନ ସଦସ୍ୟ ସାମିଲ କରିବାର କୌଣସି ଯୋଜନା ଏବେ ନାହିଁ। କ୍ୱାଡ ଦେଶର ମୁଖ୍ୟ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ…

୫ ମାସରେ ୨୦ ହଜାର ରୁଷିଆ ସୈନିକ ମୃତ, ୮୦ ହଜାରରୁ ଅଧିକ ଆହତ: ଆମେରିକା…

ଓ୍ବାଶିଂଟନ,୨।୫ : ପୂର୍ବ ୟୁକ୍ରେନରେ ବିଶେଷ କରି ବାଖମୁଟରେ ପାଞ୍ଚ ମାସ ଧରି ଚାଲିଥିବା ଯୁଦ୍ଧରେ ୨୦ ହଜାରରୁ ଅଧିକ ରୁଷିଆ ସୈନିକଙ୍କର ମୃତ୍ୟୁ ଘଟିଛି ଏବଂ ୮୦ ହଜାରରୁ ଅଧିକ ଆହତ ହୋଇଛନ୍ତି। ହ୍ବାଇଟ ହାଉସର ଜଣେ ଅଧିକାରୀ ଏହି…

ବିମାନ ଦୁର୍ଘଟଣାଗ୍ରସ୍ତ: ୩ ମୃତ…

କାଲିଫର୍ନିଆ,୨।୫ : କାଲିଫର୍ନିଆ ମାଉଣ୍ଟେନ ବିମାନବନ୍ଦର ନିକଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ବିମାନରେ ଥିବା ତିନି ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଫେଡେରାଲ ଆଭିଏଶନ ଆଡମିନିଷ୍ଟ୍ରେଶନ ଅନୁଯାୟୀ, ସୋମବାର ଅପାହ୍ନେପ୍ରାୟ ୨ ଟା ସମୟରେ…

ବିଲାଓ୍ବଲ ଭୁଟ୍ଟୋଙ୍କ ଭଉଣୀ ନିକାହ ପରେ କରାଚି ହିନ୍ଦୁ ମନ୍ଦିରରେ କଲେ ଦର୍ଶନ, ସୋସିଆଲ ମିଡିଆରେ ହଇଚଇ

କରାଚି,୨।୫: ଲେଖକ, ସମାଜିକ କର୍ମୀ ଓ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଜୁଲଫିକାର ଅଲି ଭୁଟ୍ଟୋଙ୍କ ନାତୁଣୀ ଫାତିମା ଭୁଟ୍ଟୋ ନିକାହ ପରେ ହିନ୍ଦୁ ମନ୍ଦିର ଦର୍ଶନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଫାତିମାଙ୍କ ଏଭଳି ପଦକ୍ଷେପକୁ ନେଇ ସୋସିଆଲ…

କାନାଡାରେ ମିଶନ ମିଲେଟ ଏବଂ ସ୍ବରାଜ ଏକ ଗାଥା ଆୟୋଜନ, ଭାରତୀୟ ରାଜ୍ୟର ପାରମ୍ପରିକ ବ୍ୟଞ୍ଜନ ସାମିଲ

ଟୋରୋଣ୍ଟୋ,୨।୫: କାନାଡାର ସହର ଟୋରୋଣ୍ଟୋରେ ‘ରେଡିଓ ଡିସୁମ’ ଓ ‘କନସଲେଟ ଜେନରାଲ ଅଫ ଇଣ୍ଡିଆ, ଟୋରୋଣ୍ଟୋ’ର ସହଯୋଗରେ ପ୍ରଥମ କରି ‘ ମିଲେଟ ମେଳା’ ଓ ‘ସ୍ବରାଜ-ସ୍ବତନ୍ତ୍ରତା କି ଗାଥା’ର ଆୟୋଜନ ରବିବାର ଅର୍ଥାତ୍‌ ୩୦ ଏପ୍ରିଲରେ ବଡ ଧୁମଧାମରେ କରାଯାଇଛି।…

ମା’ କାଳୀଙ୍କ ଆପତ୍ତିଜନକ ଫଟୋ ଟୁଇଟ କରିବା ପରେ କ୍ଷମା ମାଗିଲା ୟୁକ୍ରେନ

କ୍ୱିଭ,୨।୫: ରୁଷିଆ ସହ ୟୁକ୍ରେନର ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ଯୁଦ୍ଧ ମଧ୍ୟରେ ଏବେ ୟୁକ୍ରେନ ଏମିତି ଏକ କାମ କରିଛି ଯାହା ଭାରତୀୟଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛି। ଏବେ କିନ୍ତୁ ସେ ଏହି କାର୍ଯ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri