ସରକାରୀ ଡକ୍ୟୁମେଣ୍ଟ ଲୁଚାଇବା ମାମଲା: କୋର୍ଟରେ ହାଜର ହେଲେ ଟ୍ରମ୍ପ
ଓ୍ବାଶିଂଟନ୍,୧୪।୬:ରାଷ୍ଟ୍ରପତି ନିର୍ବାଚନ ହାରିବା ଏବଂ ହ୍ବାଇଟ୍ ହାଉସ୍ ଛାଡିବା ପରେ ଡୋନାଲ୍ଡ ଟ୍ରମ୍ପ ନିଜ ବାସଭବନରେ କ୍ଲାସିଫାଏଡ୍ ଡକ୍ୟୁମେଣ୍ଟ ଏବଂ ସରକାରୀ ରେକର୍ଡକୁ ଲୁଚାଇ ରଖିଥିବାର ଅଭିଯୋଗ ହୋଇଥିଲା। ଏହି ମାମଲାରେ ଗିରଫ ହୋଇ ସେ ମିଆମି କୋର୍ଟରେ ହାଜର ହୋଇଛନ୍ତି।…
ଓଡେଶାକୁ ମିଶାଇଲ ମାଡରେ ୩ମୃତ ୧୩ଆହତ
କିଭ୍,୧୪।୬: ଋଷର ରାତିସାରା ମିଶାଇଲ ମାଡରେ ଥରିଉଠିଛି ୟୁକ୍ରେନର ବ୍ଲାକ୍ ସି ବନ୍ଦର। ଋଷ ବ୍ଲାକ୍ ସି ବନ୍ଦରର ଓଡେଶାରେ କିଛି ଅଟ୍ଟାଳିକାକୁ ଟାର୍ଗେଟ କରି ମିଶାଇଲ୍ ମାଡ କରିଛି। ଯେଉଁଥିରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ଜଣ ଆହତ ହୋଇଛନ୍ତି।…
ଚାଇନାର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବାକୁ ଆମେରିକାକୁ ଚେତାବନୀ…
ବେଜିଂ,୧୪।୬ : ଚାଇନା ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗ ବୁଧବାର ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନଙ୍କୁ ଫୋନ କରିଛନ୍ତି। ସେ କହିଛନ୍ତି ଆମେରିକା ଚାଇନାର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ବନ୍ଦ କରିବା ଉଚିତ। ରାଜ୍ୟ ଗଣମାଧ୍ୟମ ପକ୍ଷରୁ ଏସମ୍ପର୍କରେ ସୂଚନା…
୫୩୧ ଶରଣାର୍ଥୀଙ୍କୁ ଆଫଗାନିସ୍ତାନ ପଠାଇଲା ପାକିସ୍ତାନ…
ଇସଲାମାବାଦ,୧୪।୬ : ପାକିସ୍ତାନ ମହିଳା ଏବଂ ଶିଶୁଙ୍କ ସମେତ ୫୩୧ ଶରଣାର୍ଥୀଙ୍କୁ ଆଫଗାନିସ୍ତାନକୁ ଫେରାଇ ଦେଇଛି। ତାଲିବାନ ନେତୃତ୍ୱାଧୀନ ଶରଣାର୍ଥୀ ଏବଂ ପ୍ରତ୍ୟାବର୍ତ୍ତନ ମନ୍ତ୍ରଣାଳୟ ଏ ସମ୍ପର୍କରେ ଆଫଗାନିସ୍ତାନର ଗଣମାଧ୍ୟମ ମାଧ୍ୟମରେ ଏହି ସୂଚନା ଦିଆଯାଇଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ତାଲିବାନ…
ମାଇକ୍ରୋସଫ୍ଟ-ଆକ୍ଟିଭିଜନ ବ୍ଲିଜାର୍ଡ ଚୁକ୍ତିରେ ରୋକ ଲଗାଇଲେ କୋର୍ଟ…
ଓ୍ବାଶିଂଟନ,୧୪।୬ : ଆମେରିକାର ଜଣେ ବିଚାରପତି ମାଇକ୍ରୋସଫ୍ଟ କର୍ପୋରେଶନର ଭିଡିଓ ଗେମ ନିର୍ମାତା ଆକ୍ଟିଭିଜନ ବ୍ଲିଜାର୍ଡ ଚୁକ୍ତିକୁ ଅସ୍ଥାୟୀ ଭାବରେ ଅବରୋଧ କରିବା ଏବଂ ଆସନ୍ତା ସପ୍ତାହରେ ଶୁଣାଣି ସ୍ଥିର କରିବାକୁ ଫେଡେରାଲ ବାଣିଜ୍ୟ ଆୟୋଗର (ଏଫଟିସି) ଅନୁରୋଧକୁ ମଙ୍ଗଳବାର ବିଳମ୍ବିତ…
ଦୋଷୀ ସାବ୍ୟସ୍ତ ହେଲେ ବି ନିର୍ବାଚନ ଲଢ଼ିବେ ଟ୍ରମ୍ପ୍…
ଓ୍ବାଶିଂଟନ,୧୪।୬ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଗୁପ୍ତପ୍ତଥ୍ୟ ବେଆଇନ ଭାବେ ରଖିଥିବାର ଅଭିଯୋଗ ହୋଇଛି। ଜୁନ ୧୩ ରେ ଟ୍ରମ୍ପ ମିଆମିର ଏକ ଫେଡେରାଲ କୋର୍ଟରେ ନିଜକୁ ନିର୍ଦ୍ଦୋଷ କହିଛନ୍ତି। ସୂଚନାଯୋଗ୍ୟ ଯେତେବେଳେ ଜାନୁଆରୀ ୨୦୨୧ରେ ଟ୍ରମ୍ପ…
୧୯୮୦ ପରଠାରୁ ୟୁରୋପରେ ଖରାପ ପାଗ ନେଇଛି ଲକ୍ଷେ ୯୫ ହଜାର ଲୋକଙ୍କ ଜୀବନ, କ୍ଷତି ୫୬ ହଜାର କୋଟି…
ଷ୍ଟକହୋମ,୧୪।୬ : ୟୁରୋପୀୟ ପରିବେଶ ଏଜେନ୍ସି ବୁଧବାର କହିଛି ୧୯୮୦ ପରଠାରୁ ୟୁରୋପରେ ପାଣିପାଗ ପରିସ୍ଥିତି ଯୋଗୁ ଲକ୍ଷେ ୯୫ ହଜାର ଲୋକଙ୍କ ଜୀବନ ଯାଇଛି। ସେହିପରି ୫୬ ହଜାର କୋଟିରୁ ଅଧିକ ଅର୍ଥନୈତିକ କ୍ଷତି ହୋଇଛି। ଇଏଏ ଏହାର ରିପୋର୍ଟରେ…
ସ୍ବାମୀଙ୍କୁ ହତ୍ୟା ପରେ ଗୁଗଲରେ ଧନୀଙ୍କ ପାଇଁ ବିଳାସପୂର୍ଣ୍ଣ ଜେଲ ଖୋଜିଲେ
ଓ୍ବାଶିଂଟନ୍,୧୪ା୬: ଆମେରିକୀୟ ମହିଳା କୋଉରି ରିଚିନ୍ସଙ୍କ ବିରୋଧରେ ସ୍ବାମୀ ହତ୍ୟା ଅଭିଯୋଗ ରହିଛି। ୩୩ ବର୍ଷୀୟା କୋଉରି ହେଉଛନ୍ତି ୩ ସନ୍ତାନଙ୍କ ଜନନୀ ଏବଂ ଜଣେ ଲେଖିକା। ୨୦୨୨ ମାର୍ଚ୍ଚରେ ସେ ନିଜ ସ୍ବାମୀ ଏରିକ୍ ରିଚିନ୍ସଙ୍କୁ ମାତ୍ରାଧିକ ଫେଣ୍ଟାନିଲ (ମସ୍ତିଷ୍କ…
ଜେଲେନ୍ସ୍କିଙ୍କ ସହରରେ ମିଶାଇଲ ମାଡ଼: ୧୧ ନିହତ
କିଭ୍,୧୪ା୬: ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କିଙ୍କ ସହର କ୍ରିଭି ରିହରେ ସୋମବାର ରାତିରେ ରୁଷୀୟ ସୈନ୍ୟ ତୁହାକୁ ତୁହା ମିଶାଇଲ ଆକ୍ରମଣ କରିଛନ୍ତି। କ୍ଷେପଣାସ୍ତ୍ର ମାଡ଼ରେ ଅନୂ୍ୟନ ୧୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨୮ ଆହତ ହୋଇଛନ୍ତି। ଭଗ୍ନାବଶେଷ ତଳେ…
ନାଇଜେରିଆରେ ବୋଟ୍ ବୁଡ଼ି ୧୦୦ ମୃତ
ଅବୁଜା,୧୪।୬: ନର୍ଦ୍ଦର୍ନ ନାଇଜେରିଆରେ ବୋଟ୍ ବୁଡ଼ି ୧୦୦ ଜଣଙ୍କ ମୃତ୍ୟୁ ଘଟିଛି। ସୋମବାର ଉସ୍ମାନ ଇବ୍ରାହିମ୍ର ୨ଟି ଗ୍ରାମର ଲୋକେ ନାଇଜର ଷ୍ଟେଟ୍ର ଇଗବୋଟିରେ ଏକ ବିବାହ ସମାରୋହ ଯୋଗଦେଇ ବୋଟ୍ ଯୋଗେ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ବୋଟ୍ଟି…
ମିତ୍ରତା ପାଇଁ ଆଗ୍ରହୀ ନୁହନ୍ତି ଦିଲ୍ଲୀ, ମୁମ୍ବାଇ ବାସିନ୍ଦା
(ପ୍ରସ୍ତୁତି: ଜ୍ୟୋତିର୍ମୟୀ ସେଠୀ) ଓ୍ବାଶିଂଟନ୍,୧୪।୬: ବାହାର ଦେଶ ବା ରାଜ୍ୟକୁ କୌଣସି କାମରେ କିମ୍ବା ଭ୍ରମଣ ଉଦ୍ଦେଶ୍ୟରେ ଗଲେ ସେଠାକାର ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା ଜରୁରୀ। ନୂଆ ଜାଗା ସମ୍ପର୍କରେ ଜାଣିବା ଲାଗି ସେହି ସ୍ଥାନର ଲୋକ ହିଁ…
ଚାଇନା ମୁହାଁ ଜାପାନୀ ବୈଜ୍ଞାନିକ..
ଟୋକିଓ,୧୩।୬ : ବହୁ ସଂଖ୍ୟକ ଜାପାନୀ ବୈଜ୍ଞାନିକ ଏବଂ ଗବେଷକ ଏବେ ଚାକିରି ପାଇଁ ଚାଇନାର ବିଶ୍ୱବିଦ୍ୟାଳୟ ଏବଂ ଲାବୋରେଟୋରୀରେ ଯୋଗ ଦେଉଛନ୍ତି। ପୂର୍ବରୁ ଚାଇନାରେ କେବଳ ଜାପାନୀ ଇଞ୍ଜିନିୟରମାନଙ୍କର ଚାହିଦା ରହିଥିଲା। କିନ୍ତୁ ବର୍ତ୍ତମାନ ଜ୍ୟୋତିର୍ବିଜ୍ଞାନୀଙ୍କ ଠାରୁ ଆରମ୍ଭ କରି…
Archives


