ବିମାନ ଦୁର୍ଘଟଣାଗ୍ରସ୍ତ: ୩ ମୃତ…

କାଲିଫର୍ନିଆ,୨।୫ : କାଲିଫର୍ନିଆ ମାଉଣ୍ଟେନ ବିମାନବନ୍ଦର ନିକଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ବିମାନରେ ଥିବା ତିନି ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ଫେଡେରାଲ ଆଭିଏଶନ ଆଡମିନିଷ୍ଟ୍ରେଶନ ଅନୁଯାୟୀ, ସୋମବାର ଅପାହ୍ନେପ୍ରାୟ ୨ ଟା ସମୟରେ ବିଚକ୍ରାଫ୍ଟ ଏ-୩୬ ବିଗ ବିୟର ସିଟି ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅଗ୍ନିଶମ ବିଭାଗର ଅଧିକାରୀ କହିଛନ୍ତି, ବିମାନଟି ଖସି ପଡିଛି। ଏଥିରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଇଛି। ମୃତକଙ୍କୁ ଚିହ୍ନଟ କରାଯାଇ ପାରି ନାହିଁ।

ଦୁର୍ଘଟଣାର କାରଣ ଅନୁସନ୍ଧାନ କରାଯାଉଛି। ପାଣିପାଗ ବିଭାଗର ରିପୋର୍ଟରେ କୁହାଯାଇଛି, ଦୁର୍ଘଟଣା ସମୟରେ ଆକାଶ ଆଂଶିକ ମେଘୁଆ ଥିଲା।

ଗତ ତିନି ଦିନ ମଧ୍ୟରେ ଦକ୍ଷିଣ କାଲିଫର୍ନିଆରେ ଏହା ଦ୍ୱିତୀୟ ବିମାନ ଦୁର୍ଘଟଣା। ଏହାପୂର୍ବରୁ ଶନିବାର ଘନ କୁହୁଡ଼ିରେ ଲସ ଏଞ୍ଜେଲ୍ସର ଏକ ଘର ଉପରେ ସିଙ୍ଗଲ ଇଞ୍ଜିନ ବିମାନ ଦୁର୍ଘଟଣାଗ୍ରସ୍ତ ହେବାପରେ ଜଣଙ୍କର ମୃତ୍ୟୁ ଘଟିଥିବା ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବକ୍ରେଶ୍ୱର ମନ୍ଦିରରେ ଲୁଟେରାଙ୍କ ଆତଙ୍କ, ତାଲା ଭାଙ୍ଗି ଲୁଟିନେଲେ ଅଳଙ୍କାର

ଖଇରା, ୧୫।୧୧ (ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ଟିପିସଗଡ଼ିଆସ୍ଥିତ ପ୍ରସିଦ୍ଧ ବକ୍ରେଶ୍ୱର ଶୈବପୀଠରୁ ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ଖଇରା ଥାନାରେ…

ଗର୍ଜିଲା ଭାଜପା: ବିରୋଧୀଙ୍କୁ ଟାର୍ଗେଟ୍‌ କଲେ ବିଧାନସଭା ନେତା, ବଢ଼ିଲା ଚିନ୍ତା

ହାଟଡିହୀ,୧୫ା୧୧(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ରବିବାର ଭାଜପା ତରଫରୁ ବିରୋଧୀଙ୍କୁ ଟାର୍ଗେଟ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ବିରୋଧୀ ଦଳ ବିରୋଧରେ ଲଢ଼େଇ ଆହୁରି…

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଜିଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ଛତ୍ରପୁର,୧୫ା୧୧(ଦିଲ୍ଲୀପ ସାମଲ): ଆସନ୍ତା ୧୮ ଓ ୧୯ ତାରିଖରେ ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି…

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବରେ ଜିଜ୍ଞାସାଙ୍କ ସଫଳତା: ବକ୍ତୃତା ପ୍ରତିଯୋଗିତାରେ ତୃତୀୟ ସ୍ଥାନ

ବଡ଼ଗାଁ, ୧୪।୧୧ (ଅଶୋକ ଷଡ଼ଙ୍ଗୀ): ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ର ବକ୍ତୃତା ପ୍ରତିଯୋଗିତାରେ ତୃତୀୟ ସ୍ଥାନ ହାସଲ କରି ସୁନ୍ଦରଗଡ଼ ଜିଲାର ବଡ଼ଗାଁ ଅଞ୍ଚଳ ପାଇଁ ଗୌରବ…

ବ୍ରାହ୍ମଣୀରେ ବୁଡ଼ିଗଲେ ମଇଁଷି ଚରାଳି

ବରୀ,୧୫ା୧୧(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀରେ ଜଣେ ମଇଁଷି ଚରାଳି ଶନିବାର ବ୍ରାହ୍ମଣୀ ନଦୀରେ ମଇଁଷି ପାର କରୁଥିବାବେଳେ ବୁଡ଼ିଯାଇଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ ଯୁବକ ଜଣଙ୍କ…

ରୋଗ ଯନ୍ତ୍ରଣା ସହି ନପାରି କଳାକାରଙ୍କ ଆତ୍ମହତ୍ୟା ଉଦ୍ୟମ: ଫିନାଇଲ୍‌ ପିଇ

ହାଟଡିହୀ/ଛେନାପଦୀ, ୧୫।୧୧ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ୍‌ ଅନ୍ତର୍ଗତ ବେଲବନ୍ଧ ଗ୍ରାମର ଜଣେ ବୃଦ୍ଧ କଳାକାର ରୋଗ ଯନ୍ତ୍ରଣା ସହି ନପାରି ଶନିବାର…

୨୦୧୯ ଇତିହାସର ପୁନରାବୃତ୍ତି, ନ୍ୟୁଜିଲାଣ୍ଡ ମାଟିରେ ସମ୍ପୂର୍ଣ୍ଣ ଅସହାୟ ନଜର ଆସିଲେ ଭାରତୀୟ ବ୍ୟାଟ୍ସମ୍ୟାନ୍

ମାଉଣ୍ଟ ମାଉଙ୍ଗାନୁଇ, ୧୫ା୧୧: ମାଉଣ୍ଟ ମାଉଙ୍ଗାନୁଇର ବେ ଓଭାଲ ମଇଦାନରେ ଖେଳାଯାଉଥିବା ଦିନିକିଆ ସିରିଜର ପଞ୍ଚମ ତଥା ଚୂଡ଼ାନ୍ତ ମୁକାବିଲାରେ ଭାରତୀୟ ବ୍ୟାଟିଂ ଲାଇନ୍‌ଅପ୍ ପୁଣିଥରେ କିୱି…

ଜଣାପଡ଼ିଲା ଦେବ୍ରିଗଡ଼ରେ ଠାବ ମହାବଳର ଗତିପଥ: କେଉଁଠୁ ଆସିଲା…

ସମ୍ବଲପୁର, ୧୫।୧୧ (ପ୍ରମୋଦ ବହିଦାର): ଚଳିତ ନଭେମ୍ବର ମାସରେ ଓଡ଼ିଶାର ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଠାବ ହୋଇଥିବା ଏକ ବିରଳ ଅଣ୍ଡିରା ମହାବଳ ବାଘର ଗତିପଥ ସମ୍ପର୍କରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?