ରାଜ କପୁରଙ୍କ ମହଲର ମାଲିକାନା ଆବେଦନ ଖାରଜ…

ଇସଲାମାବାଦ,୨।୫ : ବଲିଉଡ କିମ୍ବଦନ୍ତୀ ରାଜ କପୁରଙ୍କ ମହଲର ମାଲିକାନା ଅଧିକାର ପାଇଁ ଦାଖଲ ହୋଇଥିବା ଆବେଦନକୁ ପେଶୱାର ହାଇକୋର୍ଟ ଖାରଜ କରିଦେଇଛନ୍ତି। ପେଶୱାରରେ ଅବସ୍ଥିତ ଏହି ମହଲକୁ ସରକାର ଏକ ଜାତୀୟ ଐତିହ୍ୟ ବୋଲି ଘୋଷଣା କରିଛନ୍ତି। ପେଶୱାର ହାଇକୋର୍ଟର ଦୁଇ ଜଣିଆ ବେଞ୍ଚ ଇସ୍ତିଆକ ଇବ୍ରାହିମ ଏବଂ ଅବଦୁଲ ଶକୁରଙ୍କ ମାଲିକାନା ଅଧିକାର ସମ୍ବନ୍ଧରେ ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରିଛନ୍ତି।

ଏହି ମହଲର ଅଧିଗ୍ରହଣ ପ୍ରକ୍ରିୟା ସହ ସମାନ ଅଦାଲତର ପୂର୍ବ ରାୟକୁ ଦୃଷ୍ଟିରେ ରଖି କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ଏହାକୁ ନୱାଜ ସରିଫ ସରକାର ଏକ ଜାତୀୟ ଐତିହ୍ୟ ଘୋଷଣା କରିଥିଲେ। ଖାଇବର ପାସ୍ତୁନଖ୍ବା ପ୍ରାଦେଶିକ ପ୍ରତ୍ନତତ୍ତ୍ୱ ବିଭାଗ ମଧ୍ୟ ମଧ୍ୟ ଏହାକୁ ଏକ ବିଜ୍ଞପ୍ତି ମାଧ୍ୟମରେ ୨୦୧୬ ରେ ଜାତୀୟ ଐତିହ୍ୟ ଭାବରେ ଘୋଷଣା କରିଥିଲା। ଏହି ମାମଲା ସିଭିଲ କୋର୍ଟକୁ ନିଆଯିବା ଉଚିତ ବୋଲି ପରିଷଦକୁ କୋର୍ଟ କହିଥିଲେ।

ସୂଚନାଯୋଗ୍ୟ, ଏହି ମହଲ ବର୍ତ୍ତମାନ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ଅଛି। ଏହାର ବର୍ତ୍ତମାନର ମାଲିକମାନେ ଏହାର ମୂଳ ସ୍ଥାନକୁ ଦୃଷ୍ଟିରେ ରଖି ଢାଞ୍ଚାକୁ ଭାଙ୍ଗିବାକୁ ଏବଂ ଏକ ବ୍ୟବସାୟିକ ପ୍ଲାଜା ନିର୍ମାଣ କରିବାକୁ ଚାହୁଁଛନ୍ତି। ତେବେ, ଐତିହାସିକ ଗୁରୁତ୍ୱକୁ ଦୃଷ୍ଟିରେ ରଖି ପ୍ରତ୍ନତତ୍ତ୍ୱ ବିଭାଗ ମହଲକୁ ସଂରକ୍ଷଣ କରିବାକୁ ଚାହୁଁଥିବାରୁ ଏହିପରି ସମସ୍ତ ପଦକ୍ଷେପ ନିଆଯାଇଥିଲା। ଏହି ମହଲ ୧୯୧୮ ରୁ ୧୯୨୨ ମଧ୍ୟରେ ମହାନ ଅଭିନେତା ରାଜ କପୁରଙ୍କ ଜେଜେବାପା ଦେୱାନ ବଶେଶ୍ୱରନାଥ କପୁରଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ରାଜ କପୁର ଏବଂ ତାଙ୍କ ମାମୁଁ ତ୍ରିଲୋକ କପୁର ଏଠାରେ ଜନ୍ମ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

ଏଲନ ମସ୍କଙ୍କୁ ‘ଅହଂକାରୀ’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ସିଡନୀ,୨୩।୪: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ମଙ୍ଗଳବାର ବିଲିୟନେୟାର ବ୍ୟବସାୟୀ ଏଲନ ମସ୍କଙ୍କୁ ‘ଅହଂକାରୀ’ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ଯେ, ଅଷ୍ଟ୍ରେଲିଆର ସିଡନୀରେ ଜଣେ...

ତାଇଓ୍ବାନ୍‌ରେ ବଡ଼ ଧରଣର ଭୂକମ୍ପ: ଭୁଶୁଡ଼ିଲା କୋଠା

ତାଇୱାନ,୨୩।୪: ତାଇୱାନରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର...

ଇସ୍ରାଏଲ ତିକ୍ତତା ମଧ୍ୟରେ ପାକିସ୍ତାନରେ ପହଞ୍ଚିଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ,୨୨ା୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ କଡ଼ା ସୁରକ୍ଷା ମଧ୍ୟରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ତିନି ଦିନିଆ ସରକାରୀ ଗସ୍ତରେ ସୋମବାର ପହଞ୍ଚିଛନ୍ତି। ଏନେଇ ବୈଦେଶିକ...

ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁଙ୍କୁ ବଡ଼ ସଫଳତା

ମାଲେ,୨୨ା୪:ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁଙ୍କ ପିପୁଲ୍ସ ନ୍ୟାଶନାଲ କଂଗ୍ରେସ (ପିଏନ୍‌ସି)କୁ ରବିବାର ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ବଡ଼ ସଫଳତା ମିଳିଛି। ୯୩ ସଦସ୍ୟ ବିଶିଷ୍ଟ ପାର୍ଲାମେଣ୍ଟ...

ଭାରତରେ ୫ ଲକ୍ଷ ଲୋକଙ୍କୁ ଚାକିରି ଦେବ ଆପଲ୍‌

କାଲିଫର୍ନିଆ,୨୨।୪:ବିଶ୍ୱର ଅଗ୍ରଣୀ ସ୍ମାର୍ଟଫୋନ ନିର୍ମାତା ଆପଲ ଭାରତ ପାଇଁ ଏକ ବଡ ଯୋଜନା ପ୍ରସ୍ତୁତ କରିଛି। ଆପଲର ଏହି ଯୋଜନା ଚାକିରି ଖୋଜୁଥିବା ଲୋକଙ୍କୁ ଆଶ୍ୱସ୍ତି...

ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଲା ନାସା

ନ୍ୟୁୟର୍କ,୨୧।୪: ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଛି ଆମେକାର ସ୍ପେସ୍‌ ଏଜେନ୍ସି ନାସା। ନାସା ମୁଖ୍ୟ ବିଲ ନେଲସନ, ଚାଇନା ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri