ପୁତ୍ରଙ୍କୁ ଉତ୍ତରାଧିକାରୀ ଭାବେ ପଦବୀ ଦେବେ କାମ୍ବୋଡିଆ ପ୍ରଧାନମନ୍ତ୍ରୀ…

ଫନୋମ ପେହ୍ନ,୨।୫ : କାମ୍ବୋଡିଆରେ କ୍ଷମତା ପରିବର୍ତ୍ତନ ହେବାକୁ ଯାଉଛି। କିନ୍ତୁ କ୍ଷମତାର କେନ୍ଦ୍ର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ହୁନ ସେନଙ୍କ ଘରେ ରହିବ। ୪୦ ବର୍ଷ ଧରି ଦେଶରେ ଶାସନ କରୁଥିବା ହୁନ ସେନ ବର୍ତ୍ତମାନ ତାଙ୍କ ପଦକୁ ପୁତ୍ରଙ୍କୁ ଉତ୍ତରାଧିକାରୀ ଭାବେ ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଶାସକ କାମ୍ବୋଡିଆ ପିପୁଲ୍ସ ପାର୍ଟି (ସିପିପି) ଗତ ମାସରେ ଘୋଷଣା କରିଥିଲା, ଜୁଲାଇରେ ହେବାକୁ ଥିବା ସଂସଦ ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ ବଡ ପୁଅ ହୁନ ମାନେଟ ଦଳର ପ୍ରାର୍ଥୀ ହେବେ। ହୁନ ମନେଟ ବର୍ତ୍ତମାନ ପର୍ଯ୍ୟନ୍ତ ରୟାଲ କାମ୍ବୋଡିଆ ସେନାରେ ଜଣେ କମାଣ୍ଡର ଥିଲେ। ଏପ୍ରିଲ ୨୪ରେ, ମାନେଟ ସେନାରେ ନିଜର ପଦ ଛାଡିଥିଲେ। ସେବେଠାରୁ ସେ ଖୋଲାଖୋଲି ଭାବେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତି। ସଂସଦ ନିର୍ବାଚନରେ ଜିତିବା ପରେ ତାଙ୍କ ପାଇଁ ପ୍ରଧାନମନ୍ତ୍ରୀ ହେବାର ରାସ୍ତା ସଫା ହୋଇଯିବ।

ହୁନ ମାନେଟ ୪୫ ବର୍ଷ ବୟସ୍କ। ସେ ଅର୍ଥନୀତିରେ ଡକ୍ଟରେଟ ହାସଲ କରିଛନ୍ତି। ହୁନ ସେନ ପୂର୍ବରୁ କହିଥିଲେ , ସେ ୨୦୨୮ ନିର୍ବାଚନ ପର୍ଯ୍ୟନ୍ତ କ୍ଷମତାରେ ରହିବେ। କିନ୍ତୁ ବର୍ତ୍ତମାନ ତାଙ୍କର ବୟସ ୭୦ ବର୍ଷରୁ ଅଧିକ ଏବଂ ନିକଟ ଅତୀତରେ ତାଙ୍କ ସ୍ବାସ୍ଥ୍ୟ ଦ୍ରୁତ ଗତିରେ ହ୍ରାସ ପାଇଛି ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ସେ ତାଙ୍କ ଉତ୍ତରାଧିକାରୀ ପ୍ରସ୍ତୁତି କାର୍ଯ୍ୟକୁ ତ୍ୱରାନ୍ବିତ କରିଛନ୍ତି। କ୍ଷମତା ହସ୍ତାନ୍ତର ଏହି ବର୍ଷ ଘଟିବ ।

ସିପିପି ପୂର୍ବରୁ ଏକ ମାର୍କ୍ସବାଦୀ ଦଳ ଥିଲା। କିନ୍ତୁ ସୋଭିଏତ ସଂଘର ବିଚ୍ଛିନ୍ନ ହେବା ପରେ ଦଳ ତାଙ୍କର ଧାରଣା ବଦଳାଇଥିଲା। ଅତୀତରେ ସିପିପି ବିରୋଧରେ ପରିବାରବାଦ ଅଭିଯୋଗ ଅଣାଯାଇଛି। କାମ୍ବୋଡିଆ ରାଜ୍ୟଗୁଡିକରେ ପୁରାତନ ନେତାଙ୍କ ସମ୍ପର୍କୀୟଙ୍କୁ ମନ୍ତ୍ରୀ ତଥା ରାଜ୍ୟପାଳ ପଦବୀ ଦିଆଯାଉଛି ଅଭିଯୋଗ ଅଣାଯାଇଛି। ତେବେ ହୁନ ମନେଟଙ୍କୁ ପ୍ରୋତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମକୁ ଅଧିକ ବିରୋଧ କରିବାର ସମ୍ଭାବନା ନାହିଁ।

ଉଲ୍ଲେଖଥାଉ କି, ସିପିପି ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରିନାହିଁ। ଦଳର ମୁଖପାତ୍ର ସୋକ ଏସେନ ୱେବସାଇଟ ନିକ୍କାଇ ଏସିଆ ଡଟ କମ ସହିତ ଏକ ବାର୍ତ୍ତାଳାପରେ କହିଛନ୍ତି ହୁନ ମନେଟ ପ୍ରଧାନମନ୍ତ୍ରୀ ପଦ ପାଇଁ ଭବିଷ୍ୟତର ପ୍ରାର୍ଥୀ। ଭବିଷ୍ୟତର ଅର୍ଥ ସେ ବର୍ତ୍ତମାନ ପାଇଁ ପ୍ରାର୍ଥୀ ନୁହଁନ୍ତି ବୋଲି ସୋକ କହିଛନ୍ତି । ଯଦି ପ୍ରଧାନମନ୍ତ୍ରୀ ହୁନ ସେନ ଆଗାମୀ ନିର୍ବାଚନ ପରେ ଅବସର ନେବାକୁ ନିଷ୍ପତ୍ତି ନିଅନ୍ତି, ତେବେ ରାଜା ନୋରୋଡମ ସିଂହାମଣି ସଂସଦରେ ବିଶ୍ୱାସର ଭୋଟ ମାଧ୍ୟମରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଘୋଷଣା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନକାରୀ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ପୋଲିସ ଅଫିସରଙ୍କ ବଦଳି

ନୂଆଦିଲ୍ଲୀ,୨୭ା୭:ଗତ ୨୦ ତାରିଖରେ ସିଜେପିର ‘ଚଲୋ ସଂସଦ’ ଅଭିଯାନ ବେଳେ ଆନ୍ଦୋଳନରତ ଜଣେ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ଦିଲ୍ଲୀର ଜଣେ ବରିଷ୍ଠ ପୋଲିସ ଅଫିସରଙ୍କୁ ଯନ୍ତରମନ୍ତର ବିକ୍ଷୋଭ…

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା…

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

ନଇଁଲେ ସମ୍ରାଟ ସରକାର: ଛାତ୍ରଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର

ପାଟନା,୨୭।୭: NEET ପେପର୍‌ ଲିକ ନେଇ ହୋଇଥିବା ପ୍ରତିବାଦ ପରେ ବିହାର ସରକାର ସମସ୍ତ ସମ୍ପର୍କିତ ମାମଲା ପ୍ରତ୍ୟାହାର କରିବାକୁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ସୋମବାର…

CJP ଅଲ୍ଟିମେଟମ୍‌ରେ ସରକାର ଛାନିଆ: ନେଲେ ବଡ଼ ଆକ୍ସନ

ନୂଆଦିଲ୍ଲୀ,୨୭।୭: ନିଟ୍‌ ପ୍ରତିବାଦକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କକ୍ରୋଚ ଜନତା ପାର୍ଟି (CJP) ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗର ସରକାର ବିଚାର କରିଛନ୍ତି। ସରକାର ସେହି…

ସରକାରୀ ଛୁଟି ନଥାଇ ସ୍କୁଲରେ ତାଲା, ଘରକୁ ଫେରିଆସିଲେ ପିଲା

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି ।…

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା) : ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଇନର ଫାଶରେ ଛନ୍ଦି ହୋଇଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସୋମବାର…

ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର:ଗର୍ଭବତୀ-ପ୍ରସୂତି ପାଇବେ ସୁବିଧା

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ନିରୀକ୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri