ମା’ କାଳୀଙ୍କ ଆପତ୍ତିଜନକ ଫଟୋ ଟୁଇଟ କରିବା ପରେ କ୍ଷମା ମାଗିଲା ୟୁକ୍ରେନ

କ୍ୱିଭ,୨।୫: ରୁଷିଆ ସହ ୟୁକ୍ରେନର ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ଯୁଦ୍ଧ ମଧ୍ୟରେ ଏବେ ୟୁକ୍ରେନ ଏମିତି ଏକ କାମ କରିଛି ଯାହା ଭାରତୀୟଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛି। ଏବେ କିନ୍ତୁ ସେ ଏହି କାର୍ଯ୍ୟ ପାଇଁ ଅନୁତାପ କରିବା ସହ ଭାରତକୁ କ୍ଷମା ମାଗିଛି। ସୂଚନାଯୋଗ୍ୟ, ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ଫଟୋ ଟୁଇଟ କରିଛି ଯେଉଁଥିରେ ହିନ୍ଦୁ ଦେବୀ ମା’କାଳୀଙ୍କ ଆପତ୍ତିଜନକ ଫଟୋକୁ ଦେଖାଯାଇଛି। କିଛି ସମୟ ପରେ ୟୁକ୍ରେନ୍‌ ତା’ର ଭୁଲ ବୁଝିପାରି ଫଟୋକୁ ଟୁଇଟରରୁ ଡିଲିଟ କରି ଦେଇଥିଲା।
ଏବେ ୟୁକ୍ରେନର ଉପ ବୈଦେଶିକ ମନ୍ତ୍ରି ଏମିନ ଝାପରୋଭା ତାଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା ଭୁଲ ପାଇଁ କ୍ଷମା ମାଗିଛନ୍ତି। ସେ ଟୁଇଟ କରିଛନ୍ତି, କି ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ହିନ୍ଦୁ ଦେବୀ କାଳୀଙ୍କ ବିକୃତ ରୂପକୁ ଚିତ୍ରିତ କରିଥିବାରୁ ଆମେ ଦୁଃଖ ପ୍ରକାଶ କରୁଛୁ। ୟୁକ୍ରେନ ଓ ଏହାର ବାସିନ୍ଦା ଭାରତୀୟ ସଂସ୍କୃତିର ସମ୍ମାନ କରନ୍ତି ଓ ଅତ୍ୟଧିକ ସମର୍ଥନ ବି କରନ୍ତି। କାଳୀ ମାଆଙ୍କ ଫଟୋକୁ ପୂର୍ବରୁ ହଟାଇ ଦିଆଯାଇଛି। ଆପଣଙ୍କ ସମ୍ମାନ ଓ ମିତ୍ରତାର ଭାବନାରେ ସଂଯୋଗକୁ ଆମେ ଆଗକୁ ବଢାଇବାକୁ ଦୃଢ ସଂକଳ୍ପିତ।


Enter your email to get our daily news in your inbox.

All Right Reserved By Dharitri.Com

ପଳାତକ ନୀରବ ମୋଦିଙ୍କୁ ଲାଗିଲା ଜୋରଦାର ଝଟକା: ଫେରାଇବେ ୧୦୦ କୋଟି ଟଙ୍କା

ନୂଆଦିଲ୍ଲୀ,୨୪।୬: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଲଣ୍ଡନ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଏକ ଋଣ ବିବାଦରେ ବ୍ୟାଙ୍କ ଅଫ ଇଣ୍ଡିଆ ସପକ୍ଷରେ ରାୟ…

ସ୍ବାମୀ ସ୍ମାର୍ଟ ଚାଷୀ, ସ୍ତ୍ରୀ ରୋଲ ମଡେଲ: ମଫସଲରେ ସଫଳ ସ୍ମାର୍ଟ ଫାର୍ମିଂ

ବଲାଙ୍ଗୀର,୨୪ା୬(ବୀରେନ୍ଦ୍ର କୁମାର ଝାଙ୍କର): ଚାଷୀ ଦମ୍ପତିଙ୍କ କଠିନ ପରିଶ୍ରମ, ଗଭୀର ଆତ୍ମବିଶ୍ୱାସ ଏବଂ ସରକାରୀ ଯୋଜନାଗୁଡ଼କର ଉପଯୁକ୍ତ ସମନ୍ବୟ ଏବେ ବଲାଙ୍ଗୀର ଜିଲାରେ ସ୍ବାବଲମ୍ବନ ଓ ସଫଳତାର…

କାଦୁଅ ରାସ୍ତା, ଅଧାବାଟରୁ ଫେରିଲା ମୁଖ୍ୟମନ୍ତ୍ରୀ ବସ୍‌

ଲୋଇସିଂହା,୨୪।୬(ସୁଶାନ୍ତ ବାରିକ):ବର୍ଷାରେ କେନାଲ ରାସ୍ତା କାଦୁଅ ହୋଇ ପଡିଥିବାରୁ ଆଗଲପୁରରୁ ପଟୁଆପାଲିକୁ ଚାଲୁଥିବା ମୁଖ୍ୟମନ୍ତ୍ରୀ ବସ୍‌ ଗତ ଦୁଇ ଦିନ ହେବ ଅଧାବାଟରୁ ଫେରୁଥିବା ଅଭିଯୋଗ ହୋଇଛି।…

ମିଳିନି ଧାନବିକ୍ରି ଟୋକନ:ଇଚ୍ଛାମୃତ୍ୟୁ ଆବେଦନ କଲେ ଚାଷୀ

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ): ଖରିଫ ଚାଷକାର୍ଯ୍ୟ ଆରମ୍ଭ ହୋଇଯାଇଛି। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀଙ୍କୁ ଗତ ରବିରେ ଅମଳ ଧାନ ବିକ୍ରି ପାଇଁ ଟୋକନ ମିଳିପାରି…

ଟଙ୍କା ଦେଣନେଣ କାରବାରରୁ ହତ୍ୟା, ଧରାପଡ଼ିଲେ ଅଭିଯୁକ୍ତ

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ କେନାଲରୁ ବାହାରିଥିବା ରେଶମ ପ୍ରଶାଖା କେନାଲ ବ୍ରିଜ୍‌ ନିକଟରୁ ରବିବାର ଜବତ ହୋଇଥିବା ମୃତ ମହିଳାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ହୋଇଛି।…

ରାସ୍ତା ପାଲଟିଛି ମରଣଯନ୍ତା: ହାଇୱା ଗାଡ଼ି ଚଳାଚଳରୁ ରାସ୍ତା କ୍ଷତିଗ୍ରସ୍ତ

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ):ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ବିଭିନ୍ନ ରାସ୍ତାର ଉନ୍ନତିକରଣ ପାଇଁ ରାଜ୍ୟ ସରକାର କୋଟିକୋଟି ଟଙ୍କା ଅନୁଦାନ ଦେଉଛନ୍ତି। ଏହି ଯୋଜନାରେ ରାସ୍ତାଘାଟ ମଧ୍ୟ ନିର୍ମିତ ହେଉଛି।…

ଶିଶୁ ଓ ସୋସିଆଲ ମିଡିଆ

ଡିଜିଟାଲ ଯୁଗରେ ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିବାରେ ଲାଗିଛି। ଏହାର ପ୍ରଭାବ ଶିଶୁ ଓ କିଶୋରଙ୍କ ଉପରେ ଅତ୍ୟଧିକ ମାତ୍ରାରେ ପଡ଼ୁଥିବାରୁ ନିର୍ଦ୍ଦିଷ୍ଟ ବୟସ ବର୍ଗ ପାଇଁ…

ଇରାନ ଉପରୁ କଟକଣା ହଟାଇଲା ଆମେରିକା: ଭାରତକୁ ମିଳି ନ ପାରେ ବିଶେଷ ଲାଭ

ଦୁବାଇ,୨୪ା୬: ନୂଆ ଶାନ୍ତି ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆଲୋଚନା ପରେ ଆମେରିକା ଇରାନ ଉପରୁ ସମସ୍ତ ପ୍ରତିବନ୍ଧକ ୬୦ ଦିନ ପାଇଁ ହଟାଇ ଦେଇଛି। ତେବେ ଯଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri