Odisha Elections 2024

ମା’ କାଳୀଙ୍କ ଆପତ୍ତିଜନକ ଫଟୋ ଟୁଇଟ କରିବା ପରେ କ୍ଷମା ମାଗିଲା ୟୁକ୍ରେନ

କ୍ୱିଭ,୨।୫: ରୁଷିଆ ସହ ୟୁକ୍ରେନର ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ଯୁଦ୍ଧ ମଧ୍ୟରେ ଏବେ ୟୁକ୍ରେନ ଏମିତି ଏକ କାମ କରିଛି ଯାହା ଭାରତୀୟଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛି। ଏବେ କିନ୍ତୁ ସେ ଏହି କାର୍ଯ୍ୟ ପାଇଁ ଅନୁତାପ କରିବା ସହ ଭାରତକୁ କ୍ଷମା ମାଗିଛି। ସୂଚନାଯୋଗ୍ୟ, ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ଫଟୋ ଟୁଇଟ କରିଛି ଯେଉଁଥିରେ ହିନ୍ଦୁ ଦେବୀ ମା’କାଳୀଙ୍କ ଆପତ୍ତିଜନକ ଫଟୋକୁ ଦେଖାଯାଇଛି। କିଛି ସମୟ ପରେ ୟୁକ୍ରେନ୍‌ ତା’ର ଭୁଲ ବୁଝିପାରି ଫଟୋକୁ ଟୁଇଟରରୁ ଡିଲିଟ କରି ଦେଇଥିଲା।
ଏବେ ୟୁକ୍ରେନର ଉପ ବୈଦେଶିକ ମନ୍ତ୍ରି ଏମିନ ଝାପରୋଭା ତାଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା ଭୁଲ ପାଇଁ କ୍ଷମା ମାଗିଛନ୍ତି। ସେ ଟୁଇଟ କରିଛନ୍ତି, କି ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ହିନ୍ଦୁ ଦେବୀ କାଳୀଙ୍କ ବିକୃତ ରୂପକୁ ଚିତ୍ରିତ କରିଥିବାରୁ ଆମେ ଦୁଃଖ ପ୍ରକାଶ କରୁଛୁ। ୟୁକ୍ରେନ ଓ ଏହାର ବାସିନ୍ଦା ଭାରତୀୟ ସଂସ୍କୃତିର ସମ୍ମାନ କରନ୍ତି ଓ ଅତ୍ୟଧିକ ସମର୍ଥନ ବି କରନ୍ତି। କାଳୀ ମାଆଙ୍କ ଫଟୋକୁ ପୂର୍ବରୁ ହଟାଇ ଦିଆଯାଇଛି। ଆପଣଙ୍କ ସମ୍ମାନ ଓ ମିତ୍ରତାର ଭାବନାରେ ସଂଯୋଗକୁ ଆମେ ଆଗକୁ ବଢାଇବାକୁ ଦୃଢ ସଂକଳ୍ପିତ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣଗ୍ରସ୍ଥ ହେଲିକପ୍ଟର ଠାବ, ଇରାନ ରାଷ୍ଟ୍ରପତି ମୃତ

ନୂଆଦିଲ୍ଲୀ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସି।ଆଜେରବାଇଜାନରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ସମୟରେ ହେଲିକପ୍ଟରର ଏକ ଦୁର୍ଘଟଣାର ସମ୍ମୁଖୀନ...

୧୭ ଘଣ୍ଟା ପରେ ମିଳିଲା ଇରାନ ରାଷ୍ଟ୍ରପତି ରଇସିଙ୍କ ହେଲିକପ୍ଟର ଠାବ, ମିଳିନି ରାଷ୍ଟ୍ରପତିଙ୍କ ସନ୍ଧାନ

ନୂଆଦିଲ୍ଲୀ,୨୦।୫: ଇରାନର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରକୁ ଉଦ୍ଧାରକାରୀ ଦଳ ପାଇଛନ୍ତି। ତେବେ ରାଷ୍ଟ୍ରପତି ରଇସି ଏବଂ ହେଲିକପ୍ଟରରେ ତାଙ୍କ ସହ ଯାତ୍ରା...

କେଉଁଠି ଅଛନ୍ତି ଇରାନ ରାଷ୍ଟ୍ରପତି? ଦୁର୍ଘଟଣା ଗ୍ରସ୍ତ ହେଲିକପ୍ଟର ସହ ହୋଇ ପାରୁନାହିଁ ସମ୍ପର୍କ

ତେହେରାନ,୧୯।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା, ଏହା ପରେ ଜରୁରୀକାଳୀନ ପରିସ୍ଥିତିରେ ଏହାକୁ ଅବତରଣ...

ୟୁକ୍ରେନ୍‌ର ୧୦୩ ଡ୍ରୋନ୍‌, ୧୨ ମିଶାଇଲ୍‌କୁ ଖସାଇଲା ରୁଷିଆ

ମସ୍କୋ,୧୯ା୫: ରୁଷିଆର ଏୟାର ଡିଫେନ୍ସ ଗତ ୨୪ ଘଣ୍ଟା ମଧ୍ୟରେ ୟୁକ୍ରେନ୍‌ର ୧୦୩ଟି ଡ୍ରୋନ୍‌ ଓ ୧୨ଟି ଆମେରିକା ନିର୍ମିତ ଏଟିଏସିଏମ୍‌ଏସ ମିଶାଇଲ ଖସାଇଥିବା ରବିବାର...

ବ୍ରିଟେନରେ ଶୁଭିଲା ‘ଅବକି ବାର ୪୦୦ ପାର୍‌’

ଲଣ୍ଡନ,୧୯।୫: ଏଥର ବ୍ରିଟେନର ସଂସଦ ମଇଦାନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ଲୋଗାନ ‘ଅବକି ବାର୍‌ ୪୦୦ ପାର୍‌’ ଶୁଣଇବାକୁ ମିଳିଛି। ଭାରତୀୟ ମହିଳାମାନେ ଶନିବାର ବ୍ରିଟିଶ ସଂସଦ...

ଇରାନ ରାଷ୍ଟ୍ରପତିଙ୍କୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ତେହେରାନ,୧୯।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀନ ପରିସ୍ଥିତିରେ ଅବତରଣ କରାଯାଇଥିଲା।...

ମହିଳା ସଂସଦୀୟ ପ୍ରତିନିଧିତ୍ୱ କ୍ଷେତ୍ରରେ ପାକିସ୍ତାନ-ବାଂଲାଦେଶଠାରୁ ବି ପଛରେ ଭାରତ

ନୂଆଦିଲ୍ଲୀ,୧୯ା୫: ଲୋକ ସଭା ନିର୍ବାଚନ ପ୍ରାୟ ଶେଷ ପର୍ଯ୍ୟାୟରେ। ଫଳାଫଳ ପାଇଁ ଆଉ ୧୫ ଦିନ ବାକି ଅଛି। ସମସ୍ତ ଦଳ ସେମାନଙ୍କର ବିଜୟ ଦାବି...

ଆଜି ମହାକାଶ ଯିବେ ପ୍ରଥମ ଭାରତୀୟ ସ୍ପେସ୍‌ ଟୁରିଷ୍ଟ ଗୋପୀଚାନ୍ଦ

ଓ୍ବାଶିଂଟନ,୧୯ା୫: ଜେଫ୍‌ ବେଜୋସ୍‌ଙ୍କ ବ୍ଲ୍ୟୁ ଅରିଜିନ ମିଶନରେ ପ୍ରଥମ ଭାରତୀୟ ସ୍ପେସ୍‌ ଟୁରିଷ୍ଟ ଭାବେ ଗୋପୀଚାନ୍ଦ ଥୋକାତୁରା ରବିବାର ମହାକାଶକୁ ଯାତ୍ରା କରିବେ। ପାଇଲଟ ଗୋପୀଚାନ୍ଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri