ଅନ୍ତର୍ଜାତୀୟ

ପାକିସ୍ତାନର ମିରାଜ ବିମାନ ଦୁର୍ଘଟଣାଗ୍ରସ୍ତ

ଇସ୍‌ଲାମାବାଦ,୭।୨: ପାକିସ୍ତାନର ସରାକୋଟ ସହର ନିକଟରେ ସେନାର ପ୍ରଶିକ୍ଷଣ ବିମାନ ମିରାଜ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ପାକିସ୍ତାନ ବାୟୁ ସେନାର ମିରାଜ ବିମାନ ସବୁଦିନ ଭଳି ଶୁକ୍ରବାର ମଧ୍ୟ…

ୟେମେନରେ ଆମେରିକା ସେନା ପକ୍ଷରୁ ଏନକାଉଣ୍ଟର, ଅଲକାଏଦା ନେତା କାସିମ ନିହତ

ଓ୍ବାଶିଂଟନ୍‌,୭।୨: ଅଲକାଏଦା ନେତା କାସିମ-ଅଲ-ରିମି ଏନକାଉଣ୍ଟରରେ ନିହତ ହୋଇଛନ୍ତି। ୟେମେନରେ ଚାଲିଥିବା ଆତଙ୍କବାଦ ମୁକାବିଲା ଅଭିଯାନବେଳେ ସେ ନିହତ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି। ଅଲକାଏଦା ଇନ ଦି ଆରବିୟାନ ପେନିନ୍ସୁଲା(ଏକ୍ୟୁଏପି) ନାମକ ଇସଲାମିକ ସଂଗଠନର ନେତା…

ମଲାଲା ଆକ୍ରମଣକାରୀ ଜେଲ୍‌ରୁ ଚମ୍ପଟ

ଇସ୍‌ଲାମାବାଦ,୭-୨(ଆଇଏଏନ୍‌ଏସ୍‌):ନାରୀ ଶିକ୍ଷାର ପ୍ରସାର ପାଇଁ ପାକିସ୍ତାନରେ ସଚେତନତା ସୃଷ୍ଟି କରୁଥିବା ମଲାଲା ୟୁସୁଫଜାଇ ଏବଂ ପେଶାଓ୍ବର ସେନା ସ୍କୁଲରେ ଆକ୍ରମଣ କରିଥିବା ତେହରିକ୍‌-ଇ-ତାଲିବାନ ପାକିସ୍ତାନ (ଟିଟିପି)ର ମୁଖପାତ୍ର ଏହସାନୁଲ୍ଲା ଏହସାନ ଜେଲ୍‌ରୁ ଖସିପଳାଇଛନ୍ତି। ଆତଙ୍କବାଦୀ ଏହସାନ ତାଙ୍କ ସ୍ତ୍ରୀ ଓ ଦୁଇଝିଅଙ୍କ…

କରୋନା ନେଲା ହ୍ବିସିଲବ୍ଲୋୟର ଡାକ୍ତରଙ୍କ ଜୀବନ

ବେଜିଂ, ୭-୨:ଯେଉଁ କରୋନା ଭାଇରସ୍‌କୁ ନେଇ ସେ ଲୋକଙ୍କୁ ବୁଝାଇଶୁଝାଇ ସଚେତନ କରୁଥିଲେ, ଶେଷରେ ସେହି ଘାତକ ଭୂତାଣୁ ତାଙ୍କର ଜୀବନ ନେଲା। ଡାକ୍ତର ଲି ଓ୍ବେନ୍‌ଲିଆଙ୍ଗ(୩୪)ଙ୍କ ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ଚାଇନାରେ କରୋନା ଭାଇରସ୍‌ ସଂକ୍ରମଣରେ ମୃତ୍ୟୁସଂଖ୍ୟା…

ବାଳିକା ଶିକ୍ଷାକ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟକୁ ପୂରଣ କରିଛି ଭାରତ: ୟୁନେସ୍କୋ

ଜାତିସଂଘ,୬।୨: ଭାରତ ବାଳିକା ଶିକ୍ଷାକ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟକୁ ପୂରଣ କରିବାରେ ସଫଳତା ହାସଲ କରିପାରିଛି। ଏହି କ୍ଷେତ୍ରରେ ଭାରତ ଯଥେଷ୍ଟ ଆଗୁଆ ରହିଛି ବୋଲି ୟୁନେସ୍କୋ ମହାନିର୍ଦ୍ଦେଶକ ଔଡ୍ରେ ଅଜୋଲେ କହିଛନ୍ତି। ଭାରତର ଲକ୍ଷ୍ୟ ଏବଂ ଚିନ୍ତାଧାରା ୟୁନେସ୍କୋକୁ ବେଶ୍‌ ପ୍ରଭାବିତ…

ମହାକାଶରେ ୩୨୮ ଦିନ ବିତାଇ ପୃଥିବୀକୁ ଫେରିଲେ କ୍ରିଷ୍ଟିନା କୋଚ୍‌

ଓ୍ବାଶିଂଟନ,୬।୨: ମହାକାଶରେ ଅଧିକ ଦିନ ରହି ରେକର୍ଡ କରିଥିବା ଆମେରିକାର ମହାକାଶ ଯାତ୍ରୀ କ୍ରିଷ୍ଟିନା କୋଚ୍‌ ପୃଥିବୀକୁ ଫେରିଛନ୍ତି। ସେ ମହାକାଶରେ ୩୨୮ ଦିନ ବିତାଇ ରେକର୍ଡ କରିଛନ୍ତି। ଏନେଇ ନାସା ପକ୍ଷରୁ ସୂଚନା ଦିଆଯାଇଛି। କ୍ରିଷ୍ଟିନା କୋଚ୍‌ଙ୍କ ସହିତ ୟୁରୋପୀୟ…

ପୃଥିବୀକୁ ଧ୍ୱଂସ କରିଥିବା ଗ୍ରହାଣୁ ପିଣ୍ଡଯୋଗୁ ବି ସୃଷ୍ଟି ହୋଇଥିଲା ଜୀବନ

ପେନସିଲ୍‌ଭାନିଆ,୬।୨: ପ୍ରାୟ ୬୬ ନିୟୁତ ବର୍ଷ ତଳେ ପୃଥିବୀ ସହିତ ଚିକ୍ସିଲୁବ୍‌ ଗ୍ରହାଣୁପିଣ୍ଡ ଧକ୍କା ହୋଇଥିଲା। ଏହାର ପ୍ରଭାବରେ ଭୂମିକମ୍ପ ହେବା ସହିତ ଅଗ୍ନି ଉଦ୍‌ଗୀରଣ ହେବାକୁ ଲାଗିଥିଲା। ଆକାଶରେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ବହଳ ଧୂଆଁ ଆସ୍ତରଣ ସୃଷ୍ଟି ହୋଇଥିଲା।…

୧୦ ମିନିଟ୍‌ରେ ସରିଲା ଡାକ୍ତରଙ୍କ ବିବାହ, କାରଣ ଜାଣିଲେ କରିବେ ପ୍ରଶଂସା

ବେଜିଂ,୬।୧: ଚାଇନାରେ ସୃଷ୍ଟି ହୋଇଥିବା ପ୍ରାଣଘାତୀ କରୋନା ଭାଇରସ ବିଶ୍ୱର ୩୦ରୁ ଅଧିକ ରାଷ୍ଟ୍ରକୁ ବ୍ୟାପିଗଲାଣି। ଏହି ଭାଇରସ ଯୋଗୁ ଚାଇନାରେ ମୃତ୍ୟୁସଂଖ୍ୟା ୫୫୦ ଟପି ଯାଇଛି। ଭାଇରସ ଜନିତ ମୃତ୍ୟୁସଂଖ୍ୟା କମିବା ପରିବର୍ତ୍ତେ ହୁ ହୁ ହୋଇ ବଢିବାରେ ଲାଗିଛି।…

ମାଛଧରା ପ୍ରତିଯୋଗିତାରେ ଆବୁଧାବି ଚାମ୍ପିୟନ: ୩୯ ଲକ୍ଷରେ ବିକ୍ରି ହେଲା ୩୦.୮୫ କିଗ୍ରା ଓଜନର ବଡ଼ମାଛ

ଆବୁଧାବି,୬।୨:ଅନ୍ତର୍ଜାତୀୟ ମାଛଧରା ପ୍ରତିଯୋଗିତାରେ ଆବୁଧାବି ଚାମ୍ପିୟନ୍‌ ହୋଇଛି। ଅନ୍ତର୍ଜାତୀୟ ମେରାଇନ୍‌ ସ୍ପୋର୍ଟ କ୍ଲବ୍‌ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଆବୁଧାବିର ହମଦାନ୍‌ ଅବଦୁଲା ଅଲ୍‌ଙ୍କୁ ବିଜେତା ଭାବେ ଘୋଷଣା କରାଯାଇଛି। ସେ ୩୦.୮୫ କିଗ୍ରା ଓଜନର ବଡ଼ ମାଛ ଧରି ଥିଲେ।…

ସାଇକେଲ ଚୋରକୁ ୩ ବର୍ଷ ଜେଲ୍‌

ବ୍ରସେଲ୍ସ୍‌,୬।୨: ସାଇକେଲ ଚୋରି କରିଥିବା ଜଣେ ବ୍ୟକ୍ତିଙ୍କୁ ବେଲଜିୟମ୍‌ର ଅଦାଲତ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ କରିଛନ୍ତି। ଜଜ୍‌ କହିଛନ୍ତି ଯାହାର ସାଇକେଲ ଚୋରି ହୋଇଥିଲା ସେ ବ୍ୟକ୍ତି ଜଣକ ବାଧ୍ୟ ହୋଇ କାର୍‌ ଚଳାଇଲେ। ଏହାଦ୍ୱାରା ପରିବେଶ ପ୍ରଦୂଷଣ ସୃଷ୍ଟି…

କରୋନା ସଂକ୍ରମିତଙ୍କ ଯାଞ୍ଚ୍‌ କାର୍ଯ୍ୟରେ ରୋବୋ ନିଯୁକ୍ତ

ବେଜିଂ,୬।୨: ଚାଇନାରେ କରୋନା ଭୁତାଣୁ ସଂକ୍ରମଣଙ୍କ ସଂଖ୍ୟା ବଢ଼ିଚାଲିଛି। ଇତିମଧ୍ୟରେ ୫୬୨ ଲୋକଙ୍କ ମୃତ୍ୟୁ କରୋନା ଭୁତାଣୁ ଯୋଗୁ ହୋଇସାରିଛି। ସେହିପରି ୨୭ ହଜାରରୁ ଅଧିକ ଲୋକଙ୍କଠାରେ ଏହି ଭୁତାଣୁ ଚିହ୍ନଟ ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସଂକ୍ରମିତଙ୍କ ଯାଞ୍ଚ୍‌ରେ ରୋବୋକୁ…

ସୁସ୍ଥ ହେଲେ ଥାଇଲାଣ୍ଡର ପ୍ରଥମ କରୋନାଭାଇରସ ଆକ୍ରାନ୍ତ

ବ୍ୟାଙ୍କକ୍‌,୬।୨: କରୋନାଭାଇରସରେ ଆକ୍ରାନ୍ତ ଥିବା ଥାଇଲାଣ୍ଡର ପ୍ରଥମ ବ୍ୟକ୍ତି ସୁସ୍ଥ ହୋଇଥିବା ସୂଚନା ଦେଇଛନ୍ତି ଥାଇଲାଣ୍ଡ ସ୍ବାସ୍ଥ୍ୟ ମନ୍ତ୍ରୀ। ତାଙ୍କୁ ହସ୍ପିଟାଲରୁ ଘରକୁ ଯିବାକୁ ଅନୁମତି ମିଳିଛି। ୫୦ ବର୍ଷୀୟ ଉକ୍ତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଣେ ଟ୍ୟାକ୍ସି ଡ୍ରାଇଭର। ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri