ନ୍ୟୁୟର୍କରୁ ଆସିଲା ଖୁସି ଖବର: କମିଲା କରୋନା ସଂକ୍ରମଣ

ନ୍ୟୁୟର୍କ,୨୯।୬: କରୋନା ଭାଇରସ ସଂକ୍ରମଣ ଯୋଗୁ ଅଣନିଶ୍ୱାସି ହୋଇ ପଡିଥିବା ଆମେରିକା ଏବେ ଧୀରେ ଧୀରେ ନିଶ୍ୱାସ ମାରିବାକୁ ପ୍ରସ୍ତୁତ ହେଉଛି। ଆମେରିକାର ନ୍ୟୁୟର୍କ ସହର ସବୁଠାରୁ ଅଧିକ ପ୍ରଭାବିତ ସହର ହୋଇଥିବା ବେଳେ ଏବେ ସେଠାରୁ ଆସିଛି ଏକ ଖୁସି ଖବର। ଗତ ରବିବାର ଏଠାରେ ସବୁଠାରୁ କମ୍‌ ମାତ୍ର ୫ ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା କୁହାଯାଉଛି। ଶନିବାର ଏଠାରେ ମୃତ୍ୟୁ ସଂଖ୍ୟା ୧୩ ଥିବା ବେଳେ ରବିବାର ଏହା କମ୍‌ ହୋଇଯିବା ସମସ୍ତଙ୍କୁ ସମାନ୍ୟ ଆଶ୍ୱସ୍ତି ଦେଇଛି ବୋଲି ଆଲୋଚନା ହେଉଛି। ମାର୍ଚ୍ଚ ୧୫ ପରେ ରାଜ୍ୟରେ ହୋଇଥିବା କରେନା ମୃତ୍ୟୁ ତୁଳନାରେ ଏହା ସବୁଠାରୁ କମ୍‌ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଆମେରିକାରେ କରୋନା ସଂକ୍ରମଣ ଆରମ୍ଭ ହେବା ପରେ ଗତ ଏପ୍ରିଲରେ ପାଖାପାଖି ୮୦୦ଜଣଙ୍କ ମୃତ୍ୟୁ ହେଉଥିଲା। ତେଣୁ ସେହି ଅନୁପାତରେ ଏବେ ଆମେରିକାର ମୃତ୍ୟୁ ସଂଖ୍ୟା କମ୍‌ ହୋଇଥିବା କୁହାଯାଉଛି। ସେପଟେ କରୋନା ମହାମାରୀ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ସହର ଭାବେ ନ୍ୟୁୟର୍କ ବେଶ୍‌ ଜଣାଶୁଣା। ନ୍ୟୁୟର୍କରେ ଏବେ ସୁଦ୍ଧା କରୋନା ସଂକ୍ରମଣରେ ୨୫ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।


All Right Reserved By Dharitri.Com

ସାରା ଜୀବନ ଏକାଠି ରହିବା ସଂକଳ୍ପରେ ୭ ବାନ୍ଧବୀ

୭ ବାନ୍ଧବୀ, ଦୀର୍ଘ ୨୦ ବର୍ଷର ସେମାନଙ୍କ ସମ୍ପର୍କ। ବାନ୍ଧବୀ ନୁହେଁ ତ ସେମାନେ ଭଉଣୀ ପରି। ଆଉ ଏହି ସମ୍ପର୍କକୁ ସାରା ଜୀବନ ବଜାୟ...

ଲକ୍‌ଡାଉନ୍‌ ଅବଧି ବୃଦ୍ଧି ଗୁଜବକୁ ନେଇ ପ୍ରତିକ୍ରିୟା ରଖିଲେ କ୍ୟାବିନେଟ ସଚିବ

ନୂଆଦିଲ୍ଲୀ,୩୦।୩: ସାରା ଦେଶରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରଯାଇଛି।...

କରୋନା ଭାଇରସ୍‌ରେ ସଂକ୍ରମିତ ହୋଇ ଉହାନ ହସ୍ପିଟାଲରେ ନିର୍ଦ୍ଦେଶକଙ୍କ ମୃତ୍ୟୁ

ବେଜିଂ,୧୮।୨: କରୋନା ଚାଇନା ସମେତ ସାରା ବିଶ୍ୱରେ ଆତଙ୍କ ଖେଳାଇଛି। ପ୍ରତିଦିନ ସେଠାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ଭାଇରସ୍‌ରେ ସଂକ୍ରମିତ ହୋଇ...

କରୋନାଭାଇରସ ରୋକିବାକୁ ଟେଲିଭିଜନ, ସିନେମାରୁ ହଟାଯାଉଛି କିସିଂ ସିନ୍‌

ତାଇପେ,୧୦।୨: ଚାଇନାରେ କରୋନାଭାଇରସ ମହାମାରୀର ରୂପ ନେଇଥିବା ବେଳେ ଏବେ ଏହାକୁ ରୋକିବା ପାଇଁ ଚାଇନା ସରକାର ଭିନ୍ନ ଭିନ୍ନ ପଦକ୍ଷେପ ନେଉଛନ୍ତି। ଶୁଣିବାକୁ ମିଳିଛି...

ଯୁବବର୍ଗଙ୍କୁ ସଂକ୍ରମିତ କଲେ କରୋନା ଯୁଦ୍ଧରେ ହେବ ବିଜୟ!

ଲଣ୍ଡନ,୫।୫: ଏବେ ସାରା ବିଶ୍ୱ କରୋନା ଭାଇରସର ଚିକିତ୍ସା ପଦ୍ଧତି ଖୋଜିବାରେ ବ୍ୟସ୍ତ ରହିଛି। କିଛି ବିକାଶଶୀଳ ଦେଶ କରୋନା ଭ୍ୟାକ୍ସିନ ତିଆରି କରିବାରେ ଲାଗି...

କେବଳ ଗରିବଙ୍କୁ ମିଳିବ ମାଗଣା କୋଭିଡ୍‌ ପରୀକ୍ଷା ସୁବିଧା

ନୂଆଦିଲ୍ଲୀ,୧୪ା୪: କୋଭିଡ୍‌-୧୯ ପରୀକ୍ଷା ଦେୟ ଦେବାକୁ ଯେଉଁମାନେ ଅକ୍ଷମ କେବଳ ସେମାନଙ୍କୁ ଘରୋଇ ଲାବରେଟୋରିଗୁଡ଼ିକ ମାଗଣା ପରୀକ୍ଷା ସୁବିଧା ଯୋଗାଇଦେବାକୁ ସୁପ୍ରିମକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି।...

ବ୍ରହ୍ମବରଦାରେ ୧୨କୁ ବଢ଼ିଲା ଶଟ୍‌ଡାଉନ ଅବଧି

ରସୁଲପୁର,୮।୪(ଡିଏନଏ): ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଅଞ୍ଚଳର ଜଣେ ମୌଲବୀ କରୋନା ଆକ୍ରାନ୍ତଭାବେ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢ଼ିଯାଇଛି। ଗତ ଶନିବାରଠାରୁ...

ଗୁଗୁଲ ମ୍ୟାପ୍‌କୁ ପୂରିଲା ୧୫ ବର୍ଷ

ଓ୍ବାଶିଂଟନ,୮।୨: ଗୁଗୁଲ ମ୍ୟାପ୍‌କୁ ଶନିବାର ୧୫ ବର୍ଷ ପୂରିଛି। ଗୁଗୁଲ ଦ୍ୱାରା ବିକଶିତ ହୋଇଥିବା ଓ୍ବେବ୍‌ ମ୍ୟାପିଂ ସର୍ଭିସ୍‌ ୨୦୦୫ ଫେବୃୟାରୀ ୮ରେ ଶୁଭାରମ୍ଭ ହୋଇଥିଲା।...

Coronavirus Update



Archives

Model This Week

Why Dharitri

Leave a comment

Your email address will not be published. Required fields are marked *