ପଡ଼ୋଶୀଙ୍କ ବିରୋଧରେ ସାମରିକ ଉତ୍ତେଜନା ସୃଷ୍ଟିକରୁଛି ଚାଇନା

ଓ୍ବାଶିଂଟନ,୨୮ା୬ : ଚାଇନା ପଡ଼ୋଶୀ ଦେଶ ବିରୋଧରେ ସାମରିକ ଉତ୍ତେଜନା ସୃଷ୍ଟିକରିବା ଲାଗି ପ୍ରୟାସ କରୁଛି। ପୂର୍ବ ଲଦାଖରେ ଚାଇନା ସେନାର ଆକ୍ରମଣାତ୍ମକ ମନୋଭାବ ଏହାକୁ ସ୍ପଷ୍ଟ କରିଛି ବୋଲି ଆମେରିକାର ପ୍ରଭାବଶାଳୀ ସାଂସଦ ୟେଡ୍‌ ୟୋହୋ କହିଛନ୍ତି। ଅକାରଣରେ ଏକ ଶାନ୍ତିପ୍ରିୟ ଦେଶକୁ ଡରାଇ ତା ବିରୋଧରେ ଏଭଳି ଆଚରଣ ପ୍ରଦର୍ଶନ କରିବାକୁ ଆମେରିକା ବରଦାସ୍ତ କରିପାରିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ଏଭଳି ସ୍ଥିତିରେ ବିଶ୍ୱ ସମୁଦାୟ ଏକାଠି ହୋଇ ଚାଇନା ବିରୋଧରେ ମୁହଁ ଖୋଲିବା ଦରକାର। ମହାମାରୀ କରୋନା ଦ୍ୱନ୍ଦ୍ୱଠାରୁ ସମସ୍ତଙ୍କ ନଜର ହଟାଇବା ଲାଗି ଚାଇନା ଭାରତ, ହଂକଂ, ଭିଏତନାମ୍‌, ତାଇଓ୍ବାନ ଭଳି ପଡ଼ୋଶୀଙ୍କ ବିରୋଧରେ ଏଭଳି ଉଗ୍ରରୂପ ଦେଖାଉଛି। ପ୍ରକାଶଥାଉ କି, ଏହା ପୂର୍ବରୁ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟିଟିଭ୍‌ର ସଦସ୍ୟ ଡଃ ଆମି ବେରା ଚାଇନାର ସାମରିକ ଉତ୍ତେଜନା ବିରୋଧରେ ମୁହଁଖୋଲି କୂଟନୈତିକ ଆଲୋଚନା ଜରିଆରେ ସମସ୍ୟାର ସମାଧାନ କରିବାକୁ କହିଥିଲେ। ସୀମାରେ ଦୁଇଦେଶ ସେନା ଠୁଳକରିବା ସମସ୍ୟାର ସମାଧାନ ନୁହେଁ ବୋଲି ସେ ମତ ଦେଇଥିଲେ।


All Right Reserved By Dharitri.Com

ଫିନ୍‌ଲ୍ୟାଣ୍ଡର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ

ହେଲ୍‌ସିନ୍‌କି,୯।୧୨: ଫିନ୍‌ଲ୍ୟାଣ୍ଡରେ ସୋସିଆଲ ଡେମୋକ୍ରାଟିକ୍‌ ପାର୍ଟି ରବିବାର ପ୍ରଧାନମନ୍ତ୍ରୀ ପଦ ପାଇଁ ସର୍ବକନିଷ୍ଠ ମନ୍ତ୍ରୀଙ୍କୁ ଚୟନ କରିଥିବା ଜଣାପଡ଼ିଛି। ୩୪ବର୍ଷୀୟ ପୂର୍ବତନ ପରିବହନ ମନ୍ତ୍ରୀ ସନା...

୨୪ ଘଣ୍ଟାରେ ବାଗ୍‌ଦାଦରେ ଆମେରିକାର ଦ୍ୱିତୀୟ ବିମାନ ଆକ୍ରମଣ: ୬ ମୃତ

ବାଗଦାଦ,୪।୧: ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକା ଦ୍ୱିତୀୟ ଥର ବାଗଦାଦ ଉପରେ ବିମାନ ଆକ୍ରମଣ କରିବା ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା...

ସହରୀ ବସ୍ତିକୁ ବଡ଼ ବିପଦ

ନ୍ୟୁୟର୍କ,୨୯ା୪: ମହାମାରୀ କରୋନା ସ୍ଥାନକାଳ ବାଛ ବିଚାର କରୁନାହିଁ। ଯେଉଁଠି ଯେତେବେଳେ ପାରିଲା ମାଡ଼ିଯାଉଛି। ତେବେ ଅସ୍ବଚ୍ଛ ଓ ଅଶ୍ୱସ୍ତିକର ପରିବେଶରେ ଏହି ଘାତକ ଭୂତାଣୁ...

କରୋନା ଭାଇରସ: ରାଜ ପରିବାରର ପ୍ରଥମ ସଦସ୍ୟ ସ୍ପେନ ରାଜକୁମାରୀ ମାରିଆ ଟେରେସାଙ୍କ ମୃତ୍ୟୁ

ଓ୍ବାଶିଂଟନ,୨୯।୩: କରୋନା ଭାଇରସ ସଂକ୍ରମଣରେ ରାଜ ପରିବାରର ପ୍ରଥମ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ବୋରବନ-ପରମା ସ୍ପେନର ରାଜକୁମାରୀ ମାରିଆ ଟେରେସାଙ୍କର କରୋନା ଭାଇରସ ସଂକ୍ରମଣ ଯୋଗୁ...

ଭୋଟ୍‌ ଦେଲେ ୫ ଲକ୍ଷ ହଂକଂବାସୀ

ହଂକଂ,୧୩ା୭: ଚାଇନା ପକ୍ଷରୁ ହଂକଂରେ ଲାଗୁ ହୋଇଥିବା ନୂତନ ସୁରକ୍ଷା ଆଇନକୁ ସେଠାରେ ଜୋର୍‌ଦାର ବିରୋଧ କରାଯାଇଛି। ଲକ୍ଷାଧିକ ହଂକଂ ନାଗରିକ ଚାଇନାର ଏହି ଆଇନ...

ନ୍ୟୁଜିଲାଣ୍ଡରେ କରୋନା ମୁକାବିଲା କରିବ ସେନା

ଓ୍ବେଲିଂଟନ୍‌,୧୭।୬: ନ୍ୟୁଜିଲାଣ୍ଡ ଜୁନ ୮ରେ କରୋନା ମୁକ୍ତ ଦେଶ ବୋଲି ଘୋଷଣା କରିଥିଲା। କିନ୍ତୁ ଗୋଟିଏ ସପ୍ତାହ ପରେ ଦେଶରେ ପୁଣି ୨ନୂଆ କରୋନା ପଜିଟିଭ୍‌...

୧୩ଜଣଙ୍କ ଜୀବନ ବଞ୍ଚାଇଲେ ୫ବର୍ଷର ଶିଶୁ

ଓ୍ବାଶିଂଟନ୍‌, ୩୦।୭: ଆମେରିକାର ଚିକାଗୋ ସହରରେ ଜଣେ ୫ବର୍ଷର ଶିଶୁ ପାଇଁ ଘରର ୧୩ ଜଣ ସଦସ୍ୟଙ୍କ ଜୀବନ ବଞ୍ଚିଯାଇଛି। ରୋଷେଇ ଘରେ ନିଆଁ ଲାଗିଥିବାର...

ପୁଣି ଘନେଇଲା ବିପଦ: ବାୟୁରେ ବି ବ୍ୟାପି ପାରେ କରୋନା

ଓ୍ବାଶିଂଟନ,୬।୭: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଏପରିସ୍ଥଳେ ୩୨ ଦେଶର ୨୩୯ ବୈଜ୍ଞାନିକ ଦାବି କରିଛନ୍ତି ଯେ, କରୋନା ଭୂତାଣୁ ବାୟୁ ଦ୍ୱାରା...

Coronavirus Update



Archives

Model This Week

Why Dharitri

Leave a comment

Your email address will not be published. Required fields are marked *