ଅନ୍ତର୍ଜାତୀୟ

ହାତୀ ମାରିବାକୁ ଆଦେଶ ଦେଲେ ବୋଟସଓ୍ବାନା ସରକାର

ଗାବୋରୋନେ,୯।୨: କେଉଁଠି କେଉଁଠି ହାତୀଙ୍କ ସଂଖ୍ୟା କମିଯିବା ଶୁଣାଯାଉଥିବା ବେଳେ ଏମାନେ ଖାଦ୍ୟାଭାବରୁ ଜଙ୍ଗଲ ଛାଡି ଜନବସତି ମୁହାଁ ହେଉଥିବା ମଧ୍ୟ ଦେଖାଯାଇଛି। ବେଳେ ବେଳେ ହାତୀ ମଣିଷର ଲଢେଇରେ ଅନେକ ଲୋକଙ୍କ ଜୀବନ ଯିବା ଖବର ମଧ୍ୟ ଆସିଛି। ହେଲେ…

କରୋନା ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତ କରିଥିବା ଦାବି କଲେ ଡାକ୍ତର

ଲାସା,୯।୨: କରୋନା ଭୁତାଣୁ ଚାଇନାରେ ଆତଙ୍କ ସୃଷ୍ଟି କରିଛି। ଇତିମଧ୍ୟରେ ଏହା ପୃଥିବୀର ୨୭ରୁ ଅଧିକ ଦେଶରେ ସଂକ୍ରମିତ ହୋଇଛି। ଏହାର ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତ କରିଥିବା ତିବ୍ବତର ଜଣେ ଡାକ୍ତର ଦାବି କରିଛନ୍ତି। ଏହି ଔଷଧକୁ ବେକରେ କଳା…

ଆଣ୍ଟାର୍କଟିକାରେ ତାପମାତ୍ରା ୧୮.୩ ଡିଗ୍ରୀ ଛୁଇଁଲା: ୧୧ ଉପକୂଳ ସହର ସମୁଦ୍ର ଆଁକୁ ଯିବା ଆଶଙ୍କା !

ଜେନେଭା,୯।୨: ଜଳବାୟୁ ପରିବର୍ତ୍ତନ ଯୋଗୁ ଆଣ୍ଟାର୍କଟିକାରେ ତାପମାତ୍ରା ୧୮.୩ ଡିଗ୍ରୀ ଛୁଇଁଛି। ଏଭଳି ସ୍ଥିତି ଜାରି ରହିଲେ ଆସନ୍ତା ୮୦ ବର୍ଷ ମଧ୍ୟରେ ସମୁଦ୍ର ଜଳସ୍ତର ୩ ମିଟର ବଢ଼ିଯିବ। ତାପମାତ୍ରା ବଢୁଥିବାରୁ ୧.୪୨ କୋଟି ବର୍ଗ କିମି ଅଞ୍ଚଳର ହିମ…

୨୭ ଦେଶକୁ ମାଡ଼ିଲାଣି କରୋନା

ବେଜିଂ, ୯ା୨: ଚାଇନାରେ କରୋନା ଭାଇରସ୍‌ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶନିବାର ସୁଦ୍ଧା ଏହି ମୃତ୍ୟୁସଂଖ୍ୟା ୭୨୩ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୩୪, ୮୦୦କୁ ବୃଦ୍ଧିପାଇଛି। ଚାଇନାର ହୁବେଇ ପ୍ରଦେଶ ପରିସ୍ଥିତି ସାଂଘାତିକ ହୋଇପଡ଼ିଛି। ଏଠାରେ ଶନିବାର ୮୧…

୨୦ ଜଣଙ୍କୁ ଗୁଳିକଲେ ସୈନ୍ୟ

ବ୍ୟାଙ୍କ୍‌କ,୯ା୨: ଥାଇଲାଣ୍ଡର ଜଣେ ସୈନ୍ୟ ଶନିବାର ମେଶିନ୍‌ ଗନ୍‌ରେ ନିରୀହ ଲୋକମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇବା ଫଳରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନେକ ଆହତ ହୋଇଥିବା ଜଣାପଡିଛି। ଉତ୍ତରପୂର୍ବ ଥାଇଲାଣ୍ଡର ନଖୋନ ରାଟଚାସିମାରେ ଏହି ଗୁଳିକାଣ୍ଡ ଘଟିଥିବା…

କରୋନାଭାଇରସର ନୂଆ ନାଁ ରଖିଲା ଚାଇନା

ବେଜିଂ,୮।୨: କରୋନାଭାଇରସ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଚାଇନାରେ କରୋନାଭାଇରସରେ ମୃତ୍ୟୁସଂଖ୍ୟା ଏବେସୁଦ୍ଧା ୭୨୨ ଛୁଇଁଲାଣି। ଏହାସହ ୩୪ ହଜାରରୁ ଊର୍ଦ୍ଧ୍ୱ ଲୋକ ଏଥିରେ ସଂକ୍ରମିତ ହୋଇ ସାରିଲେଣି। ଏହା ଚାଇନା ସମେତ ବିଶ୍ୱର ଅନ୍ୟ ଦେଶରେ…

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଅଲଗା ହୋଇଯାଇଥିବା ୨ ଭଉଣୀ ୭୮ ବର୍ଷ ପରେ ହେଲେ ଏକାଠି

ମସ୍କୋ, ୮।୨: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପରସ୍ପରଠାରୁ ଅଲଗା ହୋଇଯାଇଥିବା ୨ ଭଉଣୀ ଦୀର୍ଘ ୭୮ ବର୍ଷ ପରେ ପୁଣି ଏକାଠି ହୋଇଛନ୍ତି। ଏନେଇ ସେମାନେ ଟିଭି ଏବଂ ପୋଲିସକୁ କୃତଜ୍ଞତା ଜଣାଇଛନ୍ତି। ଏବେ ବଡ଼ଭଉଣୀ ରୋଜଲିନା ସ୍ବାରିତୋନୋଭାଙ୍କୁ ୯୪ ବର୍ଷ…

୧୪ ବର୍ଷ ବୟସ୍କା ନାବାଳିକାଙ୍କ ବିବାହକୁ ବୈଧ କହିଲେ ପାକିସ୍ତାନ କୋର୍ଟ

ଇସଲାମାବାଦ୍‌,୮।୨: ପାକିସ୍ତାନର ଏକ କୋର୍ଟ ଜଣେ ୧୪ ବର୍ଷ ବୟସ୍କା ଖ୍ରୀଷ୍ଟିଆନ୍‌ ନାବାଳିକାଙ୍କ ବିବାହକୁ ବୈଧ ବୋଲି କହିଛନ୍ତି। ନାବାଳିକା ଜଣକ ଋତୁମତୀ ହୋଇଥିବାରୁ ଏହି ବିବାହ ଶରିୟତ୍‌ ଆଇନ ଅନୁସାରେ ବୈଧ ବୋଲି କୋର୍ଟ ରାୟ ଦେଇଛନ୍ତି। ଗତବର୍ଷ ଅକ୍ଟୋବରରେ…

ଚାଇନାରେ କରୋନାଭାଇରସ ପୀଡିତଙ୍କୁ ଦିଆଯାଉଛି କଇଁଛ ମାଂସ!

ବେଜିଂ,୮।୨: କରୋନାଭାଇରସ ଏବେ ଚାଇନାରେ ମହାମାରୀର ରୂପ ନେଇଛି। ଏବେସୁଦ୍ଧା ଏଥିରେ ପ୍ରାୟ ୭୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୪ ହଜାରରୁ ଊର୍ଦ୍ଧ୍ୱ ଏଥିରେ ସଂକ୍ରମିତ ଅଛନ୍ତି। ଏହାକୁ ନେଇ ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

୭୩ ବର୍ଷ ପରେ ପାକିସ୍ତାନରେ ଧୁମ୍‌ଧାମ୍‌ରେ ପାଳନ କରାଯିବ ଶିବରାତ୍ରି: ଖୋଲାଯିବ ୨୦୦ ବର୍ଷ ପୁରୁଣା ମନ୍ଦିର

ଇସଲାମାବାଦ୍‌,୮।୨: ପାକିସ୍ତାନରେ ଥିବା ଏକ ୨୦୦ ବର୍ଷ ପୁରୁଣା ଶିବ ମନ୍ଦିରରେ ଚଳିତ ଥର ଶିବରାତ୍ରି ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ଗତ ୭୩ ବର୍ଷ ଧରି ଏହି ମନ୍ଦିର ବନ୍ଦ ରହିଥିଲା। ବାଲୁଚିସ୍ତାନରେ ଥିବା…

ଗୁଗୁଲ ମ୍ୟାପ୍‌କୁ ପୂରିଲା ୧୫ ବର୍ଷ

ଓ୍ବାଶିଂଟନ,୮।୨: ଗୁଗୁଲ ମ୍ୟାପ୍‌କୁ ଶନିବାର ୧୫ ବର୍ଷ ପୂରିଛି। ଗୁଗୁଲ ଦ୍ୱାରା ବିକଶିତ ହୋଇଥିବା ଓ୍ବେବ୍‌ ମ୍ୟାପିଂ ସର୍ଭିସ୍‌ ୨୦୦୫ ଫେବୃୟାରୀ ୮ରେ ଶୁଭାରମ୍ଭ ହୋଇଥିଲା। ଏହାକୁ ଜିନ୍ସ ଇଲଷ୍ଟ୍ରୁପ୍‌ ରାସମୁସେନ୍‌ ଏବଂ ଲାରର୍‌ସ ରାସମୁସେନ୍‌ ଡିଜାଇନିଂ କରିଥିଲେ। ଏହା ଇଂଲିଶ୍‌,…

ପାକିସ୍ତାନର ମିରାଜ ବିମାନ ଦୁର୍ଘଟଣାଗ୍ରସ୍ତ

ଇସ୍‌ଲାମାବାଦ,୭।୨: ପାକିସ୍ତାନର ସରାକୋଟ ସହର ନିକଟରେ ସେନାର ପ୍ରଶିକ୍ଷଣ ବିମାନ ମିରାଜ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ପାକିସ୍ତାନ ବାୟୁ ସେନାର ମିରାଜ ବିମାନ ସବୁଦିନ ଭଳି ଶୁକ୍ରବାର ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri