ଚାଇନା ନୁହେଁ: ୯ ମାସ ପୂର୍ବରୁ ସ୍ପେନରେ ଦେଖାଦେଇଥିଲା କରୋନା ଭାଇରସ !

ବାର୍ସିଲୋନା,୨୮।୬: କରୋନା ଭାଇରସ ଏବେ ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ଏହା ପ୍ରଥମେ ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା ସୂଚନା ରହିଛି। ହେଲେ ନିକଟରେ ସ୍ପେନ ବାର୍ସିଲୋନା ୟୁନିଭର୍ସିଟିର ବିଶେଷଜ୍ଞମାନେ ଦାବି କରିଛନ୍ତି କି କରୋନା ଭାଇରସ ଚାଇନାରେ ଦେଖାଦେବାର ୯ ମାସ ପୂର୍ବରୁ ସ୍ପେନରେ ଦେଖାଦେଇଥିଲା। କରୋନା ଭାଇରସକୁ ନେଇ ଗବେଷଣା କରୁଥିବା କେତେଜଣ ବିଶେଷଜ୍ଞ ଏହା ସ୍ପେନର ମଇଳା ପାଣିରେ ପ୍ରଥମେ ଦେଖାଦେଇଥିବା ଦାବି କରିଛନ୍ତି। ସେମାନଙ୍କ ମତରେ ଏହା ସ୍ପନରେ ମାର୍ଚ୍ଚ ୨୦୧୯ରେ ମିଳିଥିଲା। ତେଣୁ ଏହାର ୯ ମାସ ପରେ ଅର୍ଥାତ୍‌ ଡିସେମ୍ବର ୨୦୧୯ରେ ଚାଇନାରେ କରୋନା ଭାଇରସରର ଉପସ୍ଥିତି ସାମ୍ନାକୁ ଆସିଥିଲା। ଚାଇନାର ବିଶେଷଜ୍ଞମାନେ ମଧ୍ୟ ଏହା କହିଥିଲେ। ଏମିତିକି ଇଟାଲୀରେ ମଧ୍ୟ କରୋନା ଭାଇରସର ଉତ୍ପତିକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା। ଏବେ କରୋନା ଭାଇରସର ଉତ୍ପତ୍ତିକୁ ନେଇ ଚାଲିଥିବା ଆଲୋଚନାରେ ଏକ ନୂଆ ମୋଡ ଆସିଥିବା କୁହାଯାଉଛି। ସ୍ପେନର ବିଶେଷଜ୍ଞମାନେ କହିଛନ୍ତି ପ୍ରଥମେ ମାର୍ଚ୍ଚ ୧୨ , ୨୦୧୯ରେ ସେଠାକାର ମଇଳା ପାଣିରେ କରୋନା ଭାଇରସ ମିଳିଥିଲା। ବାର୍ସିଲୋନା ୟୁନିଭର୍ସିଟି ଦ୍ୱାରା ପ୍ରକାଶିତ ଏକ ଅଧ୍ୟୟନରେ ସାର୍ସ-କୋଭିଡ-୨ରେ ଏହା ଦାବି କରାଯାଇଛି। ଏଥିପାଇଁ ସ୍ପେନର ବିଭିନ୍ନ ସହରରୁ ଜାନୁୟାରି ୨୦୧୮ରୁ ଡିସେମ୍ବର ୨୦୧୯ ମଧ୍ୟରେ ଭିନ୍ନ ଭିନ୍ନ ତାରିଖରେ ମଇଳା ଜଳର ନମୁନା ସଂଗ୍ରହ କରାଯାଇଥିଲା। ଏଥିମଧ୍ୟରୁ ଗୋଟିଏ ନମୁନାକୁ ବାଦ୍‌ ଦେଲେ ବାକି ସମସ୍ତ ନମୁନାରେ କୋଭିଡ-୧୯ ଭୂତାଣୁ ଥିବା ଜଣାପଡିଥିଲା। ହେଲେ ଏସମ୍ପର୍କରେ ଜଣା ନ ଥିବାରୁ ଏହାକୁ ଫ୍ଲୁ ଭାବି ଚିକିତ୍ସା କରାଯାଉଥିବା ବିଶେଷଜ୍ଞମାନେ କହିଛନ୍ତି। ଫଳରେ ଏହା ଅଧିକ ସଂକ୍ରମଣ ହୋଇଗଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri