ବାଂଲାଦେଶ ନୌକା ବୁଡି ଦୁର୍ଘଟଣାରେ ଗଲା ୩୦ରୁ ଊର୍ଦ୍ଧ୍ୱ ଜୀବନ

ଢ଼ାକା,୨୯।୬: ବାଲାଂଦେଶରେ ସୋମବାର ଏକ ବଡ଼ ଦୁର୍ଘଟଣା ଘଟିଛି। ବୌରିଗଙ୍ଗା ନଦୀରେ ଏକ ନୌକା ବୁଡ଼ିଯିବାରୁ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କେତେକ ନିଖୋଜ ଥିବା ସୂଚନା ରହିଛି। ମୃତକଙ୍କ ମଧ୍ୟରେ ୨୦ଜଣ ପୁରୁଷ, ୭ଜଣ ମହିଳା ଓ ୩ଶିଶୁ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମର୍ନିଂ ବୋର୍ଡ ନାମକ ଏକ ନୌକା ସକାଳ ସାଢ଼େ ୯ଟାରେ ମୁନ୍‌ଶିଗଞ୍ଜରୁ ସଦରଘାଟକୁ ଯାଉଥିଲା। ସେହି ସମୟରେ ମର୍ନିଂ ବୋର୍ଡ ନୌକାକୁ ଚାନ୍ଦପୁରରୁ ଆସୁଥିବା ଆଉ ଏକ ନୌକା ଧକ୍କା ଦେଇଥିଲା। ଫଳରେ ନୌକାଟି ଭାରସାମ୍ୟ ହରାଇ ନଦୀରେ ବୁଡ଼ିଯାଇଥିଲା। ଉକ୍ତ ନୌକାରେ ୧୦୦ଜଣ ଯାତ୍ରୀ ଥିବା ବେଳେ ଘଟଣାସ୍ଥଳରେ ୩୦ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି। କେତେକ ଲୋକ ପହଁରି ପହଁରି ନିଜ ଜୀବନ ବଞ୍ଚାଇଥିବା ବେଳେ ଆଉ କେତେକଙ୍କ ଏଯାଏଁ ପତ୍ତା ମିଳିପାରି ନାହିଁ। ଖବରପାଇ ଘଟଣାସ୍ଥଳରେ ପୋଲିସ ଓ ରେସକ୍ୟୁ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।


All Right Reserved By Dharitri.Com

କରୋନା ଭାଇରସରେ ପୀଡିତ ଇରାନ ଉପରାଷ୍ଟ୍ରପତି

ତେହେରାନ,୨୮।୨: ଚାଇନାରୁ ଆରମ୍ଭ ହୋଇଥିବା ମାହାମାରୀ କରୋନା ଭାଇରସ ଏବେ ସାରା ବିଶ୍ୱକୁ କାୟା ବିସ୍ତାର କରିବାରେ ଲାଗିଛି। ଏବେ ଇରାନର ଉପ ରାଷ୍ଟ୍ରପତି ମାସୁମେହ...

ପୋଲ ତଳେ ଫସିଲା ପ୍ଲେନ

ବେଜିଂ,୨୩।୧୦: ଚାଇନାର ହର୍ବିନ୍‌ରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକୁ ଦେଖି ସମସ୍ତେ ଚକିତ ହୋଇପଡ଼ିଛନ୍ତି। ହର୍ବିନ୍‌ ସହରର ଏକ ପୋଲ ତଳେ ଟ୍ରକରେ...

ଇସ୍ରାଏଲ୍‌ରେ ଅବସ୍ଥାପିତ ଚାଇନା ରାଷ୍ଟ୍ରଦୂତଙ୍କ ସନ୍ଦେହ ଜନକ ମୃତ୍ୟୁ

ଜେରୁଜେଲମ୍‌,୧୭।୫: ଇସ୍ରାଏଲ୍‌ରେ ଅବସ୍ଥାପିତ ଥିବା ଚାଇନା ରାଷ୍ଟ୍ରଦୂତ ଡୁ ଓ୍ବେଇଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି। ବାସଭବନରେ ତାଙ୍କ ମୃତଦେହ ପଡ଼ି ରହିଥିବା କୁହାଯାଉଛି।...

ମୋଦି-ପୁଟିନ୍‌ଙ୍କ ମିଳିତ ବିବୃତି: ଦେଶର ଆଭ୍ୟନ୍ତରୀଣ ମାମଲାରେ ଅନ୍ୟ କାହାର ହସ୍ତକ୍ଷେପ ବରଦାସ୍ତ କରାଯିବନି

ଭ୍ଲାଡ଼ିଭୋସ୍ତକ,୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ଗସ୍ତରେ ଯାଇଛନ୍ତି। ଭ୍ଲାଡ଼ିଭୋସ୍ତକଠାରେ ଏକ ଖବରଦାତା ସମ୍ମିଳନୀରେ ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମୀର୍‌ ପୁଟିନ୍‌ ମିଳିତ ଭାବେ...

ବିଷାକ୍ତ ମଦ ପିଇ ୩୦୦ ମୃତ

ତେହେରାନ,୨୮ା୩: ଘାତକ କୋଭିଡ୍‌-୧୯ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରି ମୁଣ୍ଡ ପରେ ମୁଣ୍ଡ ନେଇଚାଲିଛି। ଇରାନରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ୩୨,୩୩୨ରେ ପହଞ୍ଚତ୍ଥିବାବେଳେ...

ଭାରତ-ଆମେରିକା ମିଳିତ ସମରାଭ୍ୟାସ ‘ବଜ୍ର ପ୍ରହାର’: ଚିନ୍ତାରେ ପାକିସ୍ତାନ

ଓ୍ବାଶିଂଟନ,୧୩।୧୦: ଭାରତ-ଆମେରିକା ମିଳିତ ସମରାଭ୍ୟାସ ‘ବଜ୍ର ପ୍ରହାର’ ରବିବାରଠାରୁ ଆରମ୍ଭ ହେଉଛି। ଆମେରିକା ସିଟଲେର ଲୁଇସ୍‌ ମ୍ୟାକ୍‌କର୍ଡ ମିଲିଟାରୀ ବେସ୍‌ଠାରେ ଏହା ଅକ୍ଟୋବର ୨୮ ପର୍ଯ୍ୟନ୍ତ...

ପ୍ରଦୂଷଣ ପାଇଁ ଭାରତକୁ ଦାୟୀ କଲା ପାକିସ୍ତାନ

ଇସ୍‌ଲାମାବାଦ,୩୧।୧୦: ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରୁଥିବା ଇମ୍ରାନ ଖାଁଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିବା ଫୟାଦ ଚୌଧୂରୀ ଏଥର ବି ଆସିଛନ୍ତି ଚର୍ଚ୍ଚାକୁ। ଏଥର ପାକିସ୍ତାନରେ...

ମୋଦିଙ୍କ ଚିଠିର ଉତ୍ତର ଦେଲେ ଚାଇନା ରାଷ୍ଟ୍ରପତି

ବେଜିଂ,୧୦।୨: ଚାଇନାରେ କରୋନାଭାଇରସ୍‌ ମହାମାରୀର ରୂପ ନେଇଥିବା ବେଳେ ଏବେ ପର୍ଯ୍ୟନ୍ତ ଏଥିଯୋଗୁ ୯୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି। ଚାଇନା ସହ ଏହି ଭୂତାଣୁ...

Coronavirus Update



Archives

Model This Week

Why Dharitri

Leave a comment

Your email address will not be published. Required fields are marked *