ସାଧାରଣ ଶୈଶବ ଟିକା କୋଭିଡ୍‌ ଜଟିଳତାକୁ ରୋକିପାରିବ

ଓ୍ବାଶିଂଟନ,୨୮ା୬(ପି.ଟି.): ମିଳିମିଳା ପ୍ରତିକାର ପାଇଁ ବ୍ୟବହାର ହେଉଥିବା ଟିକା କୋଭିଡ୍‌-୧୯ ଜନିତ ଗୁରୁତର ଫୁସ୍‌ଫୁସ୍‌ ପ୍ରଦାହକୁ ରୋକିପାରିବ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଫଳରେ କରୋନା ମହାମାରୀର ବିପଦରୁ ମୁକୁଳିବା ଲାଗି ଏକ ନୂଆ ସୂତ୍ର ବାହାରିବାକୁ ଯାଉଛି। ଏମ୍‌ବାୟୋ ପତ୍ରିକାରେ ପ୍ରକାଶିତ ଉକ୍ତ ଗବେଷଣାରେ କୁହାଯାଇଛି, ଜୀବନ୍ତ ଦୁର୍ବଳ ଭୂତାଣୁରୁ ପ୍ରସ୍ତୁତ ଟିକା ରୋଗ ପ୍ରତିରୋଧକ ସେଲ୍‌ଗୁଡ଼ିକୁ ସକ୍ରିୟ କରିପାରେ। ଏହା ରୋଗ ପ୍ରତିରୋଧକ ବ୍ୟବସ୍ଥାର ହ୍ବାଇଟ୍‌ ବ୍ଲଡ୍‌ ସେଲ୍‌ଗୁଡ଼ିକୁ ଅନ୍ୟ ସଂକ୍ରମଣକୁ ପ୍ରତିରୋଧ କରିବା ଲାଗି ତାଲିମ କରିଦିଏ। ଆମେରିକାର ଲୁଇସିଆନା ଷ୍ଟେଟ୍‌ ୟୁନିଭର୍ସିଟିର ଗବେଷକମାନେ ଏହା ଲାବରେଟୋରିରେ ପ୍ରମାଣିତ କରିଛନ୍ତି। ଶୈଶବାବସ୍ଥାରେ ପିଲାଙ୍କୁ ମିଳିମିଳା, ରୁବେଲା ଆଦି ରୋଗ ଦାଉରୁ ସୁରକ୍ଷା ପାଇଁ ଦିଆଯାଉଥିବା ଟିକାକୁ ସିଧାସଳଖ କୋଭିଡ୍‌-୧୯ ରୋଗୀଙ୍କ କ୍ଷେତ୍ରରେ ପ୍ରୟୋଗ କରିବାକୁ ବୈଜ୍ଞାନିକମାନେ ପ୍ରସ୍ତାବ ଦେଇନାହାନ୍ତି। ତେବେ କୋଭିଡ୍‌ର ଗୁରୁତର ଲକ୍ଷଣ ଥିବା ରୋଗୀଙ୍କ କ୍ଷେତ୍ରରେ ଏହା ପ୍ରତିଷେଧକ ବ୍ୟବସ୍ଥା ଭାବେ କାର୍ଯ୍ୟ କରିପାରିବ ବୋଲି ସେମାନେ କହିଛନ୍ତି।


All Right Reserved By Dharitri.Com

ପୁଣି ଜଣେ ରାଷ୍ଟ୍ରପତିଙ୍କୁ କରୋନା

ଲା ପାଜ୍‌,୧୦।୭: ବୋଲଭିଆର ଅନ୍ତରୀଣ ରାଷ୍ଟ୍ରପତି ଜିନାଇନ୍‌ ଅନେଜ କରୋନା ଆକ୍ରାନ୍ତ ହୋଇଛନ୍ତି। ଏନେଇ ନିଜେ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି ରାଷ୍ଟ୍ରପତି। ୫୩ ବର୍ଷୀୟ...

ବାଲେଶ୍ୱର ବିଷ୍ଣୁପୁର ଗ୍ରାମର ୧୨ ପ୍ରବେଶ ପଥ ସିଲ୍‌

ବାହାନାଗା,୨୮।୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଳକ ବିଷ୍ଣୁପୁର ଗ୍ରାମର ୧୨ଟି ପ୍ରବେଶ ପଥକୁ ମଙ୍ଗଳବାର ସିଲ୍‌ କରାଯାଇଛି। ବାହାନଗା ବ୍ଳକରେ ୧୬ନଂ କରୋନା ଆକ୍ରାନ୍ତ ଚିହ୍ନଟ...

ଗତ ୨୪ଘଣ୍ଟାରେ ୧୮ହଜାରରୁ ଊର୍ଦ୍ଧ୍ୱ କରୋନା ପିଜିଟିଭ୍‌ ଚିହ୍ନଟ: ରେକର୍ଡ ଭାଙ୍ଗିଲା ଭାରତ

ନୂଆଦିଲ୍ଲୀ,୨୭।୬: ଭାରତରେ କରୋନା ଭାଇରସ୍‌ ସଂକ୍ରମଣ ଥମିବାରେ ନା ନେଉନି। ପ୍ରତିଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଥିବା ବେଳେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା...

କରୋନା ପୀଡ଼ିତ ଶିକ୍ଷକଙ୍କ ମୃତ୍ୟୁରେ ୧ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୨।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କରୋନା ଯୋଦ୍ଧାଙ୍କ ମୃତ୍ୟୁରେ ସହାୟତା ରାଶି ଭାବେ ୧କୋଟି ଟଙ୍କା ପ୍ରଦାନ କରିବାକୁ ପୂର୍ବରୁ ଘୋଷଣା କରିଥିଲେ। ମେ’...

ଗଞ୍ଜାମରୁ ଆନ୍ଧ୍ର, ଖୋର୍ଦ୍ଧା, ପୁରୀ ସାମୀ ସିଲ୍‌ : ୨୪ ଘଣ୍ଟିଆ ଯାଞ୍ଚ, ସିସିଟିଭି ବ୍ୟବସ୍ଥା

ଛତ୍ରପୁର, ୧୮।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗଞ୍ଜାମର ଆନ୍ଧ୍ର, ଖୋର୍ଦ୍ଧା, ପୁରୀ ଜ଼ିଲା ସୀମାକୁ ସିଲ୍‌ କରାଯାଇଛି। ଜିଲାପାଳ ବୁଜୟ ଅମୃତ କୁଲାଙ୍ଗେଙ୍କ...

ସର୍ଭିଲାନ୍ସ ଜରିଆରେ ପ୍ରିଭେସି ଉଲ୍ଲଂଘନ

ଅଦୃଶ୍ୟ ରାକ୍ଷସ କରୋନା ବିଶ୍ୱର ୨୦୯ ରାଷ୍ଟ୍ରକୁ କବଳିତ କରିଛି। ଏହି ଘାତକ ଭୂତାଣୁ ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ଦେଶ ଭିନ୍ନ ଭିନ୍ନ ପନ୍ଥା...

ବ୍ରାକ୍‌ଜିଟ ରାଜିନାମାକୁ ନେଇ ମୁଣ୍ଡ ନୁଅଁ।ଇଲେ ବ୍ରିଟେନ ପ୍ରଧାନମନ୍ତ୍ରୀ: ଦଳରୁ ଇସ୍ତଫା ଦେବେ ଥେରେସା

ଲଣ୍ଡନ,୨୪।୫: ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେ’ ନିଜ କଂଜରଭେଟିଭ ଦଳରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିବା ନେଇ ଶୁକ୍ରବାର ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ ଜୁନ...

୩୦ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଓ୍ବାଶିଂଟନ/ରୋମ୍‌/ଲଣ୍ଡନ,୨୮ା୪: ପ୍ରାଣଘାତୀ କରୋନାରେ ୨୧୦ ଦେଶରେ ମୋଟ ୨.୦୮ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ସଂକ୍ରମିତଙ୍କ ସଂଖ୍ୟା ୩୦ ଲକ୍ଷ ଟପିଥିବା ବେଳେ ଆମେରିକା,...

Coronavirus Update



Archives

Model This Week

Why Dharitri

Leave a comment

Your email address will not be published. Required fields are marked *