ବିବାହ ଉତ୍ସବରେ ନାଚୁଥିବା ଯୁବତୀଙ୍କୁ ଗୋଇଠା ମାଡ: ଭାଇରାଲ ହେଉଛି ଭିଡିଓ

ଇସ୍‌ଲାମାବାଦ,୩୦।୬: ପାକିସ୍ତାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର କମିବାର ଦେଖାଯାଉନାହିଁ। ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ଏହା ସ୍ପଷ୍ଟ ହେଉଛି। ଉକ୍ତ ଭିଡିଓରେ ଏକ ବିବାହ ଉତ୍ସବରେ ଅତିଥିଙ୍କ ମନୋରଞ୍ଜନ ପାଇଁ ଜଣେ ଯୁବତୀ ନାଚୁଥିବା ବେଳେ ହଠାତ୍‌ ଜଣେ ବ୍ୟକ୍ତ ଆସି ତାଙ୍କ ଛାତିକୁ ଏକ ଶକ୍ତ ଗୋଇଠା ମାରୁଛନ୍ତି। ଫଳରେ ଯୁବତୀ ଜଣକ ଖୁବ୍‌ ଜୋରରେ କିଛିବାଟ ଛିଟିକି ଯାଇ ତଳେ ପଡି ଯାଉଥିବା ଦେଖାଯାଇଛି। ଏହି ସମୟରେ ସେଠାରେ ଥିବା ଲୋକେ ଯୁବତୀଙ୍କୁ ବଞ୍ଚାଇବାକୁ ଆଗକୁ ଚାଲି ଆସୁଥିବା ଦେଖାଯାଇଛି। ଡେଲି ମେଲରେ ପ୍ରକାଶିତ ଖବର ଅନୁସାରେ, ଏହା ଏକ ବିବାହ ଉତ୍ସବର ବୋଲି ଜଣାପଡିଛି। ତେବେ ଏହା ନିର୍ଦ୍ଦିଷ୍ଟ ଭାବେ କେଉଁ ସ୍ଥାନର ଓ ଏଥିରେ ଗୋଇଠା ମାରୁଥିବା ବ୍ୟକ୍ତି କିଏ ଓ ସେ କାହିଁକି ଗୋଇଠା ମାରିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ। ପାକିସ୍ତାନ ଏକ ରୁଢିବାଦୀ ସମାଜ ହୋଇଥିବାରୁ କେତେଲୋକ କହୁଛନ୍ତି କି ଗୋଇଠା ମାରିଥିବା ବ୍ୟକ୍ତି ଜଣଙ୍କ ନୃତ୍ୟ କରୁଥିବା ଯୁବତୀଙ୍କ ଉପରେ ଖୁବ୍‌ ରାଗି ଯାଇଥିଲେ। ଆଉ କେତେଜଣ କହିଛନ୍ତି ଯୁବତୀ ଜଣକ ଅଶ୍ଳୀର ନୃତ୍ୟ କରୁଥିବାରୁ ବ୍ୟକ୍ତି ଜଣଙ୍କ ଏହାକୁ ବିରୋଧ କରୁଥିଲେ। ପାକିସ୍ତାନ ଗଣମାଧ୍ୟମର କିଛି ସ୍ଥାନରେ ମଧ୍ୟ ଉକ୍ତ ଭିଡ଼ିଓଟିକୁ ଶେୟାର କରାଯାଇଥିବା ଦେଖାଯାଇଛି। ହେଲେ ଏପର୍ଯ୍ୟନ୍ତ ଏ ସମ୍ପର୍କରେ ସଠିକ୍‌ ତଥ୍ୟ ମିଳି ନ ଥିଲେ ମଧ୍ୟ ଯୁବତୀ ଜଣକ ଅନ୍ୟ ପୁରୁଷଙ୍କ ସହ ନୃତ୍ୟ କରିବା ଅପରାଧ ବୋଲି କେତେଜଣ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟୁଇଟ୍‌ କରିପାରିବେନି ଟ୍ରମ୍ପ!

ଓ୍ବାଶିଂଟନ,୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଥିବା ସୂଚନା ମିଳିଛି। ତେବେ କରୋନା ଭାଇରସ ସଂକ୍ରମଣକୁ ନେଇ ଟ୍ରମ୍ପକୁ...

ସୋସିଆଲ ମିଡ଼ିଆରେ ମିଥ୍ୟା ଖବର ପ୍ରଚାରକାରୀଙ୍କୁ ୫ ବର୍ଷ ଜେଲ୍‌; ୧୦ ଲକ୍ଷ ଜରିମାନା

କଲମ୍ବୋ, ୬।୬: ଶ୍ରୀଲଙ୍କା ସରକାର ସୋସିଆଲ୍‌ ମିଡ଼ିଆରେ ମିଥ୍ୟା ଖବର ପ୍ରଚାର କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ନୂଆ ଆଇନ ପ୍ରଣୟନ କରିଛନ୍ତି। ଏଭଳି ବ୍ୟକ୍ତିଙ୍କୁ...

ଆମେରିକା ଉପରେ ସାଇବର ଆକ୍ରମଣ

ୱାଶିଂଟନ,୨୦।୧୨: ୨୦୧୬ ରାଷ୍ଟ୍ରପତି ନିର୍ବାଚନରେ ରୁଷିଆର ହସ୍ତକ୍ଷେପକୁ ନେଇ ଉଠିଥିବା ଝଡ଼ ବିଗତ ୪ ବର୍ଷ ଧରି ଆମେରିକା ରାଜନୀତିକୁ ପ୍ରଭାବିତ କରିଆସିଥିଲା। ଏବେ ନୂଆ...

ର଼୍ୟାନାୟାର ବିମାନକୁ ଓହ୍ଲାଇଦେଲା ବେଲାରୁଷ୍‌

ମସ୍କୋ, ୨୫।୫: ବେଲାରୁଷ୍‌ କର୍ତ୍ତୃପକ୍ଷ ଏକ ଯୁଦ୍ଧବିମାନରେ ପିଛା କରି ର଼୍ୟାନାୟାର ବ୍ୟବସାୟିକ ବିମାନକୁ ମିନ୍‌ସ୍କଠାରେ ଜବରଦସ୍ତ ଓହ୍ଲାଇଦେବା ସହ ସେଥିରେ ଥିବା ବେଲାରୁଷ୍‌ର ଜଣେ...

ମଝି ଆକାଶରେ ୨ ବିମାନ ମଧ୍ୟରେ ମୁହାଁମୁହିଁ ଧକ୍କା: ୨ ପାଇଲଟ ମୃତ

ଓ୍ବିଲିଂଟନ୍‌,୧୬।୬: ନ୍ୟୁଜିଲାଣ୍ଡ୍‌ରେ ମଝି ଆକାଶରେ ୨ ବିମାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବିମାନରେ ଥିବା ୨ ପାଇଲଟଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ତେବେ...

ଇଥିଓପିଆ ହିଂସାରେ ୨୩୯ ମୃତ

ଆଡିସ୍‌ ଆବାବ୍‌,୯ା୭: ଇଥିଓପିଆରେ ସପ୍ତାହେ ହେଲା ହିଂସାତ୍ମକ ଆନ୍ଦୋଳନ ଜାରି ରହିଥିବାବେଳେ ଏଥିରେ ୨୩୯ ଜଣଙ୍କ ମୃତ୍ୟୁ ଘଟିଲାଣି। ୩,୫୦୦ ଲୋକ ଗିରଫ ହେଲେଣି। ଫଳରେ...

ନ୍ୟୁୟର୍କରେ ସର୍ବାଧିକ ସଂକ୍ରମିତ

ନ୍ୟୁୟର୍କ,୧୧ା୪: କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟାରେ ବିଶ୍ୱର ସମସ୍ତ ଦେଶଠାରୁ ଆମେରିକାର ନ୍ୟୁୟର୍କ ପ୍ରଦେଶ ଟପିଯାଇଛି। କେବଳ ନ୍ୟୁୟର୍କରେ ଗୁରୁବାର ୧୦,୩୩୩ ଜଣ ସଂକ୍ରମିତ ହେବା...

ପଙ୍ଗପାଳକୁ ନେଇ ପାକ୍‌ରେ ଜରୁରୀ ପରିସ୍ଥିତି

ଇସ୍‌ଲାମାବାଦ,୩ା୨: ପାକିସ୍ତାନକୁ ଲକ୍ଷ ଲକ୍ଷ ସଂଖ୍ୟାରେ ପଙ୍ଗପାଳ ମାଡ଼ିଆସି ଫସଲ ନଷ୍ଟ କରିଚାଲିଥିବାରୁ ସରକାର ଜାତୀୟ ଜରୁରୀ ପରିସ୍ଥିତି ଜାରି କରିଛନ୍ତି। ପଙ୍ଗପାଳ ସିନ୍ଧ୍‌ ପ୍ରଦେଶରେ...

Advertisement


Archives

Model This Week

Why Dharitri