ଅନ୍ତର୍ଜାତୀୟ

ଚାଇନାର ବନ୍ଧୁ ପଣିଆ: କିମ୍‌ ଜୋଙ୍ଗ୍‌ଙ୍କୁ କରୋନା ଟିକା ଦେଲେ ଜିନ୍‌ପିଙ୍ଗ୍‌

ବେଜିଂ,୧।୧୨: ଚାଇନା ଉତ୍ତର କୋରିଆ ପ୍ରତି ଥିବା ନିଜର ବନ୍ଧୁ ପଣିଆ ଦେଖାଇଛି। ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ପ୍ରତି ନିଜର ପ୍ରତିଶ୍ରୁତି ବଦ୍ଧତା ଦେଖାଇ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ସରକାର କରୋନା ଟିକା ପହଞ୍ଚାଇଛନ୍ତି। ଉତ୍ତର…

ଚାଷୀ ଆନ୍ଦୋଳନକୁ ସମର୍ଥନ କଲେ କାନାଡ଼ା ପ୍ରଧାନମନ୍ତ୍ରୀ

ଟୋରଣ୍ଟୋ,୧।୧୨: ଭାରତରେ ଜାରି ରହିଥିବା ଚାଷୀ ଆନ୍ଦୋଳନକୁ ଏବେ ବିଦେଶରୁ ସମର୍ଥନ ମିଳିଛି। କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଏହା ଏକ ଚିନ୍ତା ଜନକ ପ୍ରସଙ୍ଗ ବୋଲି କହିଛନ୍ତି। ଶୀଘ୍ର ଏହାର ସମାଧାନ ହେବା ନେଇ ସେ ଗୁରୁତ୍ୱାରୋପ କରିଛନ୍ତି। କାନାଡ଼ା…

୨୦୨୨ ସୁଦ୍ଧା ପୃଥିବୀର ସମସ୍ତଙ୍କୁ ଦିଆଯିବ କରୋନା ଟିକା: ୨୦୦୦ ହଜାର କାର୍ଗୋ ବିମାନରେ ହେବ ପରିବହନ

ଓ୍ବାଶିଂଟନ,୧।୧୨: ପୃଥିବୀର ସମସ୍ତ ଲୋକଙ୍କୁ ୨୦୨୨ ସୁଦ୍ଧା କରୋନା ଟିକା ଦିଆଯିବ। ୭ ଶହ କୋଟି ଲୋକଙ୍କ ପାଖରେ ୧୪ ଶହ କୋଟି ଟିକା ପହଞ୍ଚାଇବା ପାଇଁ ବିଭିନ୍ନ ବିମାନ କମ୍ପାନୀଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଟିକା ପରିବହନ କାର୍ଯ୍ୟରେ…

ପୁରୁଷ ବନ୍ଧୁଙ୍କୁ ବିବାହ କରିବାକୁ ଝିଅଙ୍କୁ ଅନୁମତି ଦେଲେ ଜାପାନ କ୍ରାଉନ୍ ପ୍ରିନ୍ସ

ଟୋକିଓ,୧ ।୧୨: ଶେଷରେ କିଛି ବର୍ଷର ନିରବତା ପରେ ଜାପାନର କ୍ରାଉନ୍ ପ୍ରିନ୍ସ ଫୁମିହିତୋ ତାଙ୍କ ଝିଅ ପ୍ରିନସେସ୍ ମାକୋଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କୁ ବିବାହ କରିବାକୁ ଅନୁମତି ପ୍ରଦାନ କରିଥିବା ଜଣାପଡିଛି । ବେଶ୍ କିଛି ବର୍ଷ ହେବ ଏହି…

କରୋନା କେଉଁଠୁ ଆସିଛି ଜାଣିବା ଜରୁରୀ: ଡବ୍ଲୁଏଚ୍‌ଓ

ଜେନେଭା,୧ ।୧୨: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଡାଇରେକ୍ଟର ଜେନରାଲ ଟେଡ୍ରୋସ୍ ଅଦାନମ ଘେବ୍ରୟସସ କହିଛନ୍ତି କରୋନା ଭାଇରସ କେଉଁଠୁ ଆସିଛି ତାହା ଜାଣିବା ଜରୁରୀ । ଏହା ଜାଣିଲେ ଭବିଷ୍ୟତରେ ଏମିତି ସମସ୍ୟାର ସମାଧାନ ଆମେ କରିପାରିବା ବୋଲି ସେ କହିଛନ୍ତି…

ତହଉର ରାଣା ପ୍ରତ୍ୟର୍ପଣ ମାମଲା ଶୁଣାଣି ଫେବୃୟାରୀ ୧୨ରେ

ଓ୍ବାଶିଂଟନ୍‌, ୧।୧୨(ପି.ଟି.): ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସହ ସମ୍ପୃକ୍ତ ପାକିସ୍ତାନୀ ବଂଶୋଦ୍ଭବ କାନାଡ଼ା ବ୍ୟବସାୟୀ ତହଉର ରାଣା ପ୍ରତ୍ୟର୍ପଣ ମାମଲାର ଶୁଣାଣି ଫେବୃୟାରୀ ୧୨ରେ ଆମେରିକାର ଏକ ଅଦାଲତରେ ହେବ। ଭାରତ ସରକାର ରାଣାଙ୍କୁ ପଳାତକ ଘୋଷଣା କରିଥିଲେ। ୨୦୦୮ରେ…

ଆସିଲା ବାର୍ଡ ଫ୍ଲୁ: ୧୮ ଲକ୍ଷରୁ ଊର୍ଦ୍ଧ୍ୱ କୁକୁଡାଙ୍କୁ ମାରି ଦିଆଗଲା

ଟୋକିଓ,୧ ।୧୨: ପାଖାପାଖି ୧ ବର୍ଷ ହେବାକୁ ଯାଇଛି ସାରା ବିଶ୍ୱବାସୀ କରୋନା ଭାଇରସ ଭଳି ମହାମାରୀ ସହ ଲଢି ଚାଲିଛନ୍ତି । ଆଉ ଏବେ ଦାଉ ସାଧିଲାଣି ବାର୍ଡ ଫ୍ଲୁ । ଜାପାନ କୃଷି ମନ୍ତ୍ରଣାଳୟ ମଙ୍ଗଳବାର ପ୍ରକାଶ କରିଛି…

କୁକୁର ସହ ଖେଳୁ ଖେଳୁ ଭାଙ୍ଗିଲା ବାଇଡେନ୍‌ଙ୍କ ଗୋଡ

ୱାଶିଂଟନ,୩୦ ।୧୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ କୁକୁର ସହ ଖେଳୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି । ସିଏନ୍‌ଏନ୍‌ର ଏକ ରିପୋର୍ଟ ଅନୁଯାୟୀ, କୁକୁର ସହ ଖେଳୁଥିବା ସମୟରେ ଦୁର୍ଘଟଣା ଯୋଗୁ ତାଙ୍କ ଗୋଡ ସାମାନ୍ୟ…

ଆରୋଗ୍ୟ ନ ହେଲେ ବି ଏଡସ୍‌ ମହାମାରୀରୁ ବଞ୍ଚିବା ସମ୍ଭବ

ନୂଆଦିଲ୍ଲୀ/ଓ୍ବାଶିଂଟନ,୩୦।୧୧: ପୃଥିବୀରେ ଏଡସ୍‌ ମହାମାରୀ ବିଭିନ୍ନ ବିକଶିତ ରାଷ୍ଟ୍ରଙ୍କୁ ଚିନ୍ତାରେ ପକାଇଛି। ଏ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଡିସେମ୍ବର ୧ରେ ଏଡସ୍‌ ଦିବସ ପାଳିତ ହୋଇଥାଏ। ୧୯୯୫ ଠାରୁ ଆମେରିକାରେ ଡିସେମ୍ବର ୧ ଦିନଟିକୁ ସରକାରୀ ତାଲିକାଭୁକ୍ତ କରାଯାଇଥିଲା।…

ଟ୍ରମ୍ପ୍‌ ପୁଣି ଫେଲ୍‌: ଓ୍ବିସକୋନସିନ୍‌ ଭୋଟ ଗଣନାରେ ବାଇଡେନ୍‌ ବିଜୟୀ,ପାଣିରେ ପଡ଼ିଲା ୩୦ ଲକ୍ଷ ଡଲାର

ଓ୍ବାଶିଂଟନ,୩୦।୧୧: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆମେରିକା ରାଷ୍ଟ୍ରପତି ନିର୍ବାଚନ ବିରୋଧରେ କରିଥିବା ଦାବିରେ ପୁଣି ଅସଫଳ ହୋଇଛନ୍ତି। ସେ ଓ୍ବିସକୋନସିନ୍‌ ରାଜ୍ୟର ୨ଟି ବଡ଼ କାଉଣ୍ଟିର ଭୋଟ ଗଣନା ପୁଣିଥରେ କରିବାକୁ କହିଥିଲେ। ତେବେ ଏଥିରେ ମଧ୍ୟ ଟ୍ରମ୍ପ୍‌ଙ୍କୁ ସଫଳତା ମିଳିନାହିଁ।…

ଚଳିତ ବର୍ଷର ରାଷ୍ଟ୍ରପତି ନିର୍ବାଚନ ଆମେରିକା ଇତିହାସର ଏକ ଅସୁରକ୍ଷିତ ଘଟଣା: ଟ୍ରମ୍ପ୍‌

ଓ୍ବାଶିଂଟନ,୩୦।୧୧: ଚଳିତ ବର୍ଷ ନଭେମ୍ବର ୩ରେ ଆମେରିକାରେ ହୋଇଥିବା ନିର୍ବାଚନ ବିରୋଧରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପୁଣିଥରେ ମୁହଁ ଖୋଲିଛନ୍ତି। ଆମେରିକା ଇତିହାସରେ ଏହା ସବୁଠାରୁ ଅସୁରକ୍ଷିତ ଘଟଣା ବୋଲି ଟ୍ରମ୍ପ୍‌ କହିଛନ୍ତି। ଏହା ସହିତ ଓ୍ବିସକୋନସିନ୍‌ର ୨ଟି କାଉଣ୍ଟିର ଭୋଟ…

୧୧୦ ଲୋକଙ୍କ ମୁଣ୍ଡ କାଟିଲେ ଆତଙ୍କବାଦୀ

ଆବୁଜା,୩୦।୧୧: ଆତଙ୍କବାଦୀମାନେ ୧୧୦ ଜଣ ସାଧାରଣ ଲୋକଙ୍କ ମୁଣ୍ଡକାଟି ହତ୍ୟା କରିଛନ୍ତି। ଏଭଳି ଅମାନବୀୟ ଘଟଣା ନାଇଜେରିଆରେ ଘଟିଛି। ଆତଙ୍କବାଦୀ ସଂଗଠନ ବୋକା ହାରାମ ପକ୍ଷରୁ ଏଭଳି କରାଯାଇଥିବା କୁହାଯାଉଛି। ଆତଙ୍କବାଦୀମାନେ ଲୋକଙ୍କର ହାତଗୋଡ଼ ବାନ୍ଧି ମୁଣ୍ଡ କାଟିଥିବା ଜାତିସଂଘର ମାନବୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri