ଏହି ରାଷ୍ଟ୍ରପତିଙ୍କ ମଜାକ୍‌ ଉଡ଼ାଉଥିଲେ ସାଙ୍ଗମାନେ, କାରଣ…

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କର ଆଜି ଅର୍ଥାତ୍‌ ବୁଧବାର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅନୁସାରେ ଏହି କାର୍ଯ୍ୟକ୍ରମ ରାତି ସାଢ଼େ ୧୦ ଟାରେ ହେବ। ଏହି ଅବସରରେ ଜୋ ବାଇଡେନ ରାଷ୍ଟ୍ରପତି ଏବଂ କମଲା ହାରିସ ଉପରାଷ୍ଟ୍ରପତି ପଦ ପାଇଁ ଶପଥ ନେବେ। ଟ୍ରମ୍ପଙ୍କୁ ହରାଇ ହ୍ବାଇସ୍‌ ହାଉସ୍‌ରେ ନିଜ ପାଇଁ ସ୍ଥାନ ତିଆରି କରିପାରିଥିବା ବାଇଡେନ ଆମେରିକା ଇତିହାସରେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଅଧିକ ବୟସ୍କ ରାଷ୍ଟ୍ରପତି ହୋଇପାରିଛନ୍ତି।
ଜୋସେଫ ରବିନେଟ୍‌ ବାଇଡେନ ଓରଫ୍‌ ଜୋ ବାଇଡେନ ୧୯୪୨ ମସିହାରେ ପେନସିଲଭାନିଆର ସ୍କ୍ରେଣ୍ଟନରେ ଜନ୍ମଗ୍ରହଣ କରିଥିଲେ। ଏହା ପରେ ସେ ଡେଲାଓ୍ବେର ଚାଲିଯାଇଥିଲେ। ଯେତେବେଳେ ସେ ୧୦ ବର୍ଷର ହୋଇଥିଲେ ସ୍କୁଲରେ ପିଲାମାନେ ତାଙ୍କୁ ଚିଡ଼ାଉଥିଲେ। କାରଣ କଥା ହେଲାବେଳେ ତାଙ୍କର ପାଟି ଲାଗୁଥିଲା। ହାଇସ୍କୁଲରେ ସେ ଫୁଟବଲ ମଧ୍ୟ ଦେଳୁଥିଲେ। ୧୯୬୦ରେ ସେ ଏପରି ଖେଳୁଥିଲେ ଯେ, ଯେଉଁ ଟିମ୍‌ରେ ରହୁଥିଲେ ଉକ୍ତ ଟିମ୍‌ ଆଦୌ ହେଲେ ହାରୁ ନ ଥିଲା। ବାଇଡେନ୍‌ ରାଜନୀତିକୁ ଆସିବା ପୂର୍ବରୁ ଜଣେ ଓକିଲ ଭାବେ କାମ କରୁଥିଲେ। ଲ’ ପାଠପଢ଼ା ଶେଷ ହେବାପରେ ସେ ଭିଏତନାମା ଯୁଦ୍ଧରେ ସେବା କରିବାକୁ ଯାଇଥିଲେ। ମାତ୍ର ଆଜ୍‌ମା କାରଣରୁ ସେ ମେଡିକାଲ ଟେଷ୍ଟରେ ଫେଲ୍‌ ହୋଇଯାଇଥିଲେ। ୧୯୭୨ରେ ବାଇଡେନ୍‌ଙ୍କ ପୂର୍ବତନ ସ୍ତ୍ରୀ ଓଆମି ଏବଂ ୧ବର୍ଷର ଝିଅଙ୍କର ଏକ କାର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏହି ସମୟରେ ତାଙ୍କର ଅନ୍ୟ ୨ ଝିଅ ମଧ୍ୟ ଉକ୍ତ କାରରେ ଥିଲେ। ମାତ୍ର ସେ ବଞ୍ଚିଯାଇଥିଲେ। ୨୦୧୫ରେ ତାଙ୍କର ବଡ଼ ପୁଅର ବ୍ରେନ୍‌କ୍ୟାନ୍ସରରେ ମୃତ୍ୟୁ ଘଟିଥିଲା। ଖୁବ୍‌ କମ୍‌ ଲୋକେ ଜାଣିଥିବେ ଯେ ବାଇଡେନ୍‌ ଆଇସ୍‌କ୍ରିମ୍‌ ଖାଇବାକୁ ବହୁତ ଭଲପାଆନ୍ତି। ଏକଦା ସେ କହିଥିଲେ, ମୋ ନାଁ ଜୋ ବାଇଡେନ୍‌, ମୁଁ ଆଇସ୍‌କ୍ରିମ୍‌ ଖାବିକାକୁ ବହୁତ ଭଲପାଏ। ଆହୁରି ମଧ୍ୟ କହିଥିଲେ, ମୁଁ ମଦ ପିଏ ନାହିଁ, ସିଗାରେଟ୍‌ ପିଲ ନାହିଁ ମାତ୍ର ବହୁତ ଆଇସକ୍ରିମ୍‌ ଖାଏ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?