କରୋନା ମହାମାରୀ ସଂକ୍ରମଣ ପାଇଁ ଚାଇନା-ଡବ୍ଲ୍ୟୁଏଚ୍‌ଓ ଦାୟୀ

ଜେନେଭା,୧୯।୧: ଚାଇନାର ଉହାନ ସହରରୁ କରୋନା ମହାମାରୀ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଦେଶକୁ ବ୍ୟାପୀ ଥିଲା। କରୋନା ସଂକ୍ରମଣ ପାଇଁ ଚାଇନା ଏବଂ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଦାୟୀ ବୋଲି ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଚାଇନା ଏବଂ ଡବ୍ଲ୍ୟୁଏଚ୍‌ଓ କୌଣସି ସାବଧାନତା ଅବଲମ୍ବନ କରି ନ ଥିବା ରିପୋର୍ଟରେ ଦର୍ଶାଯାଇଛି। ଏହି ରିପୋର୍ଟ ଇଣ୍ଡିପେଣ୍ଡେଟ୍‌ ପ୍ୟାନେଲ୍‌ ଫର୍‌ ପେଣ୍ଡାମିକ୍‌ ପ୍ରିପାର୍ଡନେସ୍‌ ଆଣ୍ଡ ରେସପନ୍ସ୍‌ ପକ୍ଷରୁ ପ୍ରକାଶ ପାଇଛି। ଚାଇନା ଚାହିଁଥିଲେ ମହାମାରୀ ସଂକ୍ରମଣକୁ ରୋକି ପାରିଥାନ୍ତା। ମାତ୍ର ଚାଇନା ଏଭଳି ପଦକ୍ଷେପ ଗ୍ରହଣ ନ କରିବାରୁ କରୋନା ମହାମାରୀ ପୃଥିବୀ ସାରା ବ୍ୟାପୀ ଯାଇଥିଲା। ୨୦୧୯ ଡିସେମ୍ବରରେ ଉହାନରେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ମାତ୍ର ଚାଇନା ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ବନ୍ଦ କରି ନ ଥିଲା। ସେହିପରି ଡବ୍ଲ୍ୟୁଏଚ୍‌ଓର ଜରୁରିକାଳୀନ କମିଟି ପକ୍ଷରୁ ୨୦୨୦ ଜାନୁୟାରୀ ୨୨ ପର୍ଯ୍ୟନ୍ତ ମହାମାରୀ ସଙ୍କଟ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରାଯାଇ ନ ଥିଲା, କିମ୍ବା ଏନେଇ ବୈଠକ ମଧ୍ୟ ଅନୁଷ୍ଠିତ ହୋଇ ନ ଥିଲା। ସମୟ ପୂର୍ବରୁ କମିଟି କରୋନା ମହାମାରୀ ସମ୍ପର୍କରେ ଘୋଷଣା କରିବାରେ ଅସଫଳ ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି। ରିପୋର୍ଟ ନେଇ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଏବଂ ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ ଟେଡ୍ରୋସ୍‌ ଆଧାନୋମ୍‌ ଘେବ୍ରିସିୟସ୍‌ଙ୍କ ଚିନ୍ତା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ରେ ଡ୍ରୋନ୍‌ ଦ୍ୱାରା ପାନମସଲା ପଠାଉଥିବା ଟିକ୍‌ଟକ୍‌ ଭିଡ଼ିଓ ଭାଇରାଲ: ୨ ଗିରଫ

ଅହମଦାବାଦ,୧୪।୪: ଭାରତରେ କରୋନା ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି ରହିଛି। ତେବେ କେତେକ ଏହାର ଗୁରୁତ୍ୱକୁ ହୃଦୟଙ୍ଗମ କରିପାରୁ ନ ଥିବା...

CORONAVIRUS UPDATE: ଆଉ ୧୦ ପଜିଟିଭ ଚିହ୍ନଟ: ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ରେ ପହଞ୍ଚିଲା

ଭୁବନେଶ୍ୱର, ୭।୩(ବ୍ୟୁରୋ): ରାଜ୍ୟରେ ଗୁରୁବାର ସନ୍ଧ୍ୟାରେ ଆଉ ୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଗଞ୍ଜାମ ଜିଲାର ୭ ଥିବାବେଳେ ଭୁବନେଶ୍ୱରର ୩ ଆକ୍ରାନ୍ତ...

କରୋନା ଯୋଦ୍ଧାଙ୍କୁ ଅଣଦେଖା ପ୍ରସଙ୍ଗ: ପ୍ରତିଶ୍ରୁତି ପରେ ଏମ୍‌କେସିଜି ମେଡିକାଲ ନର୍ସଙ୍କ ଧାରଣା ପ୍ରତ୍ୟାହୃତ

ବ୍ରହ୍ମପୁର ଅଫିସ, ୧୧।୫ : କରୋନା ମୁକାବିଲାରେ ନର୍ସଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୋଭିଡ଼ -୧୯ ହସ୍ପିଟାଲରେ ନର୍ସମାନେ ଦିନରାତି ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି।...

ପୁଣି ଅକ୍ସିଜେନ ଅଭାବ ନେଲା ୧୩ ଜୀବନ

ପାଣାଜି,୧୪।୫: ଦେଶରେ କରୋନା ଭାଇରସ୍‌ ଦ୍ୱିତୀୟ ଲହର ଆତଙ୍କ ଖେଳାଇଥିବା ବେଳେ ଅଧିକ ସମସ୍ୟା ସୃଷ୍ଟି କରୁଛି ଅକ୍ସିଜେନ ଅଭାବ। ଅକ୍ସିଜେନ ଅଭାବ ଯୋଗୁ ଦେଶରେ...

CORONAVIRUS UPDATE: ରାଜ୍ୟରେ ଆଉ ୬୭ କରୋନା ପଜିଟିଭ୍‌ ଚିହ୍ନଟ; ମୋଟ ଆକ୍ରାନ୍ତ ସଂଖ୍ୟା ୧୩୩୬କୁ ବୃଦ୍ଧି

ଭୁବନେଶ୍ୱର,୨୪।୫(ବ୍ୟୁରୋ): ରାଜ୍ୟରେ ଆଉ ୬୭ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୬୦ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ବେଳେ ୪ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଏବଂ...

ପୁଣି ନକଲି କଫ୍‌ ସିରପ ପିଇ ୬ ଶିଶୁ ମୃତ, ଭାରତକୁ ସାହାର୍ଯ୍ୟ ମାଗିଲା ହୁ

ଲଣ୍ଡନ,୨୧।୭: ନକଲି କଫ ସିରପ ଯୋଗୁ ପୁଣି କିଛି ଶିଶୁଙ୍କ ମୃତ୍ୟୁ ହୋଇଛି। ନକଲି କଫ ସିରପ ପିଇବା ଯୋଗୁ କାମେରୁନରେ ୬ଜଣ ଶିଶୁଙ୍କ ମୃତ୍ୟୁ...

ପାକିସ୍ତାନରେ ନାବାଳିକାଙ୍କ ଧର୍ମାନ୍ତରୀକରଣ ନେଇ ଚିନ୍ତାବ୍ୟକ୍ତ କଲା ଜାତିସଂଘ…

ଜେନେଭା,୧୭।୧ : ପାକିସ୍ତାନର ମୌଳିବାଦୀ ଚେହେରା ପୁଣି ଥରେ ବିଶ୍ୱ ସାମ୍ନାରେ ପ୍ରକାଶ ପାଇଛି। ଜାତିସଂଘର ବିଶେଷଜ୍ଞମାନେ ପାକିସ୍ତାନରେ ଧାର୍ମିକ ଅଳ୍ପସଂଖ୍ୟଙ୍କ ନାବାଳିକାଙ୍କ ଅପହରଣ, ବାଧ୍ୟତାମୂଳକ...

ଅଭିଯୁକ୍ତଙ୍କୁ ଗିରଫ ବେଳେ ଏସ୍‌ଓପି ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୨୧।୫(ବ୍ୟୁରୋ): ଜଣେ ୩୬ ବର୍ଷୀୟ କନଷ୍ଟେବଳଙ୍କ କୋଭିଡ୍‌ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିବା ପରେ ତତ୍ପର ହୋଇଉଠିଛି କମିଶନରେଟ ପୋଲିସ। ଏବେ କୌଣସି ଅଭିଯୁକ୍ତଙ୍କୁ ଗିରଫ...

Advertisement
Archives

Model This Week