ନିର୍ବାଚନ ପୂର୍ବରୁ ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀଙ୍କ ନଗ୍ନ ଷ୍ଟାଚ୍ୟୁ, ଘଟଣାର ଯାଞ୍ଚ କରୁଛି ପୋଲିସ
ଜେରୁଜେଲମ୍,୧୮।୩: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଏକ ନଗ୍ନ ଷ୍ଟାଚ୍ୟୁ ଅବିବ ସହରର ହାବିମା ସ୍କୋୟାରରେ ଦେଖିବାକୁ ମିଳିଛି। ଏକ ରିପୋର୍ଟ ଅନୁଯାୟୀ, କଂସାର ଏହି ମୂର୍ତ୍ତିରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବସିବା ମୁଦ୍ରାରେ ରହିଛନ୍ତି। ପୋଲିସ ଏହି ଘଟଣାର ଯାଞ୍ଚ କରୁଛି।…
ଫେସ୍ବୁକ୍ ପୋଷ୍ଟକୁ ନେଇ ଭାଙ୍ଗିି ଦେଲେ ୮୦ ଘର
ଢାକା,୧୮।୩: ଫେସବୁକ୍ ପୋଷ୍ଟକୁ ନେଇ ବାଂଲାଦେଶର ଏକ ହିନ୍ଦୁ ଗାଁରେ ହିଫାଜତ୍-ଇ-ଇସଲାମ୍ ନାମକ ମୌଳବାଦୀ ସଂଗଠନ ପକ୍ଷରୁ ବ୍ୟାପକ ଭଙ୍ଗାରୁଜା କରାଯାଇଛି। ସଂଗଠନର ସଦସ୍ୟମାନେ ଗାଁ ପଶି ୮୦ରୁ ଅଧିକ ଘର ଭଙ୍ଗାରୁଜା କରିବା ସହିତ କେତେକ ସ୍ଥାନରେ ନିଆଁ ମଧ୍ୟ…
ଏବେ ସପ୍ତାହରେ ୪ ଦିନ ଅଫିସ୍…
ମାଦ୍ରିଦ୍,୧୮।୩: ସପ୍ତାହରେ କେବଳ ୪ ଦିନ ଅଫିସରେ କାମ କରିବାକୁ ପଡ଼ିବ। ଅନ୍ୟ ୩ ଦିନ ଛୁଟି। ସ୍ପେନ୍ର ସରକାର ପରୀକ୍ଷାମୂଳକ ଭାବେ ଏଭଳି ଯୋଜନା ପ୍ରଣୟନ କରିବାକୁ ଯାଉଛନ୍ତି। ଫଳରେ ଦିନକୁ ୮ ଘଣ୍ଟା ହିସାବରେ ଦେଶରେ କର୍ମଚାରୀମାନେ ଏବେ…
ରାଷ୍ଟ୍ରପତି ଜନ୍ ମାଗୁଫୁଲିଙ୍କ ପରଲୋକ
ଦର୍-ଇସ୍-ସଲାମ,୧୮।୩: ତାଞ୍ଜାନିଆର ରାଷ୍ଟ୍ରପତି ଜନ୍ ମାଗୁଫୁଲିଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ଦୀର୍ଘ ୫ ବର୍ଷରୁ ଅଧିକ ସମୟ ଧରି ସେ ହୃଦ୍ରୋଗରେ ପୀଡ଼ିତ ଥିଲେ ବୋଲି ଉପରାଷ୍ଟ୍ରପତି ସାମିଆ ସୁଲୁହୁ ହାସନ ସୂଚନା…
ପଶୁଙ୍କ ଗର୍ଭାଶୟରେ ଛଡ଼ାଯିବ ମଣିଷଙ୍କ ଭ୍ରୁଣ!
ଟୋକିଓ,୧୭।୩: ଜାପାନର ଜଣେ ଷ୍ଟେମ୍-ସେଲ୍ ବୈଜ୍ଞାନିକ ଏକ ଭିନ୍ନ ଧରଣର ଗବେଷଣା କରିଛନ୍ତି। ଏଠାକାର ସରକାର ଏଥିପାଇଁ ସହାୟତା ମଧ୍ୟ ଦେବା ଆରମ୍ଭ କରିଛନ୍ତି। ବୈଜ୍ଞାନିକ ଏମିତି ଉପାୟରେ କାର୍ଯ୍ୟ ଆରମ୍ଭ କରିଛନ୍ତି, ଯାହା ପଶୁଙ୍କ ଗର୍ଭାଶୟରେ ମାନବ କୋଷର ବିକାଶ…
ଯୁଦ୍ଧ ପାଇଁ ପ୍ରସ୍ତୁତି: ବ୍ରିଟେନ୍ ତିଆରି କରିବ ୮୦ ନୂଆ ପରମାଣୁ ବୋମା
ଲଣ୍ଡନ,୧୭।୩: ଚାଇନା ସହିତ ବ୍ରିଟେନର ବିବାଦ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବ୍ରିଟେନ ୮୦ ନୂଆ ପରମାଣୁ ବୋମା ତିଆରି କରିବାକୁ ଯୋଜନା ରଖିଛି। ସମ୍ପ୍ରତି ବ୍ରିଟେନ୍ ପାଖରେ ୧୮୦ଟି ପରମାଣୁ ବୋମା ରହିଛି। ତେବେ ନୂଆ ବୋମା…
ସାବଧାନ! ଭାତଥାଳିରେ ଆଉ ରହିବନି ଭାତ
ଓ୍ବାଶିଂଟନ,୧୭।୩: ଆସନ୍ତା ୩୦ ବର୍ଷ ପରେ ଭାରତୀୟ ଭାତଥାଳିରେ ଆଉ ଭାତ ଦେଖିବାକୁ ମିଳିବ ନାହିଁ। ଭାତଥାଳିରୁ ଏହା ଗାଏବ ହୋଇଯିବ। ଆମେରିକାର ଇଲିନୋଇସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ପରିବର୍ତ୍ତିତ ପାଣିପାଗ, ପାଣିର…
ବାଇଡେନ୍ଙ୍କ ବିରୋଧରେ ଷଡ଼ଯନ୍ତ୍ର: ଟ୍ରମ୍ପ୍ଙ୍କୁ ସହାୟତା କରିଥିଲେ ପୁଟିନ୍
ଓ୍ବାଶିଂଟନ,୧୭।୩: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ବିରୋଧରେ ରଚାଯାଇଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍ ହୋଇଛି। ଆମେରିକା ଗୋଇନ୍ଦା ସଂସ୍ଥା ରିପୋର୍ଟ ଏନେଇ ଉଲ୍ଲେଖ କରାଯାଇଛି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଦ୍ୱାରା ହୋଇଥିବା ଷଡ଼ଯନ୍ତ୍ରରେ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର୍ ପୁଟିନ୍ ଆବଶ୍ୟକ ସହାୟତା…
ସଫୁରା ଜରଗରଙ୍କୁ କ୍ଷତିପୂରଣ ଦିଅ
ଜାତିସଂଘ,୧୭।୩: ୨୦୨୦ ଫେବୃୟାରୀରେ କେନ୍ଦ୍ରର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ବିକ୍ଷୋଭ ବେଳେ ଦିଲ୍ଲୀରେ ବ୍ୟାପକ ହିଂସା ହୋଇଥିଲା। ସାମ୍ପ୍ରଦାୟିକ ଦଙ୍ଗାରେ ୫୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରୁ ଅଧିକାଂଶ ସଂଖ୍ୟାଲଘୁ ଥିଲେ।…
ବଢୁଛି ଯାଆଁଳାଙ୍କ ଜନ୍ମ
ଲଣ୍ଡନ, ୧୭।୩: ସମଗ୍ର ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି ଯାଆଁଳା ଶିଶୁଙ୍କ ସଂଖ୍ୟା। ଇନ୍ ଭିଟ୍ରୋ ଫର୍ଟିଲାଇଜେଶନ ଓ ଅନ୍ୟାନ୍ୟ କୃତ୍ରିମ ପ୍ରଜନନ କୌଶଳ ଦ୍ୱାରା ଅଧିକ ସଂଖ୍ୟାରେ ଯମଜ ଶିଶୁଙ୍କ ପ୍ରସବ ହେଉଥିବା ବିଶ୍ୱସ୍ତରୀୟ ଏକ ଅଧ୍ୟୟନ ତଥ୍ୟ କହୁଛି।…
ଚାଇନିଜ୍ ଟିକା ନ ନେଲେ ଭାରତୀୟଙ୍କୁ ଚାଇନା ମନା
ବେଜିଂ, ୧୭ା୩: ଚାଇନା ଯିବାକୁ ଚାହୁଁଥିବା ଭାରତୀୟ ଚାଇନିଜ୍ ଟିକା ନେବାକୁ ବାଧ୍ୟ। ଚାଇନାରେ ନିର୍ମିତ ଭ୍ୟାକ୍ସିନ ନେବା ପରେ ହିଁ ଭାରତୀୟଙ୍କ ଭିସା ଆବେଦନ ସରଳ କରାଯିବ ବୋଲି ଭାରତରେ ଅବସ୍ଥିତ ଚାଇନା ଦୂତାବାସ ପକ୍ଷରୁ କୁହାଯାଇଛି। ହେଲେ ଭାରତରେ…
ଏପ୍ରିଲରେ ଭାରତ ଆସିବେ ବୋରିସ୍
ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଆସନ୍ତା ଏପ୍ରିଲରେ ଭାରତ ଆସିବେ। ୟୁରୋପିଆନ ୟୁନିୟନରୁ ବ୍ରିଟେନ ବାହାରିବା ପରେ ଏହା ବୋରିସ୍ଙ୍କ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ଗସ୍ତ ବୋଲି ସୋମବାର ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଗତ ଜାନୁୟାରୀରେ ବୋରିସ୍ ଭାରତ ଆସିବାର…
Archives


