୨୪ ହଜାର ବର୍ଷ ଶୋଇବା ପରେ ବରଫ ତଳୁ ନିଦରୁ ଉଠିଲା ଏହି ପ୍ରାଣୀ…

ମସ୍କୋ,୮।୬: ଦିନେ ଦୁଇ ଦିନ ଅବା ସପ୍ତାହେ ନୁହେଁ। ଏକାଥରେ ୨୪ ହଜାର ବର୍ଷ ଶୋଇବା ପରେ ବରଫ ତଳୁ ନିଦରୁ ଉଠିଛି ଏକ ପ୍ରାଣୀ। ଏହି ଅତି ସୁକ୍ଷ୍ମ ପ୍ରାଣୀଟି ସାଇବେରିଆର ବରଫ ତଳେ ଉପଯୁକ୍ତ ସମୟକୁ ଅପେକ୍ଷା କରିଥିଲା। ଏବେ ସେ ନିଦରୁ ଉଠିଛି। ଏହି ଅତି ସୂକ୍ଷ୍ମ ପ୍ରାଣୀଟିର ନାମ ହେଉଛି ବଡେଲୋଏଡ୍‌ ରୋଟିଫର। ଏହାକୁ ବୈଜ୍ଞାନିକମାନେ ରୁଷିଆ ଆର୍କଟିକ୍‌ର ଆଲାୟେଜା ନଦୀ ନିକଟରୁ ପାଇଛନ୍ତି। ମାଟି ଖୋଲି ଏହାକୁ ବାହାର କରାଯାଇଛି। ଆସେକ୍ସୁଆଲି ରିପ୍ରଡ୍ୟୁସ୍‌ କରୁଥିବା ଏହି ସୂକ୍ଷ୍ମ ପ୍ରାଣୀଟି ସାଧାରଣତଃ ସନ୍ତସନ୍ତିଆ ଅଞ୍ଚଳରେ ଜୀବିତ ରହିଥାଏ। ପ୍ରତିକୂଳ ପରିସ୍ଥିତିରେ ନିଜକୁ ଜୀବିତ ରଖିବା ଲାଗି ଏହାର ଅଦ୍ଭୁତ କ୍ଷମତା ରହିଛି। ଏହା ଏକାଦିକ୍ରମେ ୧୦ ବର୍ଷ ପର୍ଯ୍ୟନ୍ତ ଶୋଇ ରହିଥାଏ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା। ତେବେ ଏବେ ଏହା ଭୁଲ ପ୍ରମାଣିତ ହୋଇଛି। ରେଡିଓକାର୍ବନ ଡାଟିଂ ଅନୁସାରେ ବଡେଲୋଏଡ୍‌ ରୋଟିଫର ୨୪ ହଜାର ବର୍ଷ ଧରି ଶୋଇ ରହିଥିବା ଜଣାପଡ଼ିଛି। ଏସମ୍ପର୍କିତ ରିପୋର୍ଟ କରେଣ୍ଟ୍‌ ବାୟୋଲୋଜିରେ ପ୍ରକାଶିତ ହୋଇଛି। ଏହି ଅତି ସୂକ୍ଷ୍ମ ପ୍ରାଣୀଟି ୨୩,୯୬୦ରୁ ୨୪,୪୮୫ ବର୍ଷ ତଳର ବୋଲି ରେଡିଓକାର୍ବନ ଡାଟିଂ ରିପୋର୍ଟରୁ ସୂଚନା ମିଳିଥିବା ରୁଷିଆର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକୋକେମିକାଲ ଆଣ୍ଡ୍‌ ବାୟୋଲୋଜିକାଲ ପ୍ରୋବ୍ଲେମ୍ସ ଇନ୍‌ ସଏଲ୍‌ ସାଇନ୍ସ୍‌ର ପ୍ରଫେସର ଷ୍ଟାସ୍‌ ମାଲାଭିନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆପଣଙ୍କ ପିଲା ପୋଷା କୁକୁର ସହ ଖେଳୁଛି କି.. ତେବେ ନିଶ୍ଚେ ପଢ଼ନ୍ତୁ ଏହି ଖବର, ହୋଇଯିବେ ଆଶ୍ଚର୍ଯ୍ୟ

ଆମେ ସମସ୍ତେ ଏହା ଭଲଭାବରେ ଜାଣୁ ଯେ ଗୃହପାଳିତ ପ୍ରାଣୀମାନେ ଚିନ୍ତାମୁକ୍ତ କରିବାରେ ସାହାଯ୍ୟ କରନ୍ତି। ମାତ୍ର ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ,...

ଗ୍ଲୋବାଲ ଓ୍ବାର୍ମିଂର ପ୍ରଭାବ: ଅଣ୍ଟାର୍କଟିକାରେ ଧ୍ୱଂସ ହେବାରେ ଲାଗିଛି ପେଙ୍ଗୁଇନ୍‌ ଆଶ୍ରୟ ସ୍ଥଳ

ଓ୍ବାଶିଂଟନ,୨୭।୪: ଗ୍ଲୋବାଲ ଓ୍ବାର୍ମିଂର ପ୍ରଭାବରେ ଜଳଜୀବ ପ୍ରଜାତି ସମେତ ପେଙ୍ଗୁଇନ୍‌ ବଂଶ ଏବେ ବିଳୁପ୍ତି ଦ୍ୱାରା ଦେଶରେ ପହଞ୍ଚିଛି। ଇତିମଧ୍ୟରେ କେତେକ ପ୍ରଜାତିର ଜଳଜୀବ ଏବଂ...

ୟୁକ୍ରେନର ବିଭାଜିତ ଅଞ୍ଚଳରେ ବାଣିଜ୍ୟ ଓ ପୁଞ୍ଜି ବିନିଯୋଗ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ୱାଶିଂଟନ,୨୨ ।୨: ରୁଷିଆ ଦ୍ୱାରା ପୂର୍ବ ୟୁକ୍ରେନର ୨ଟି ଅଞ୍ଚଳକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦିଆଯିବା ପରେ ଆମେରିକା କଠୋର ପଦକ୍ଷେପ ନେଇଛି । ଆମେରିକା...

ତିବ୍ଦତର ପରିଚୟ ଶେଷ କରିବାକୁ ଚାଇନାର ଷଡଯନ୍ତ୍ର,ଘୋଷଣା କରିବାକୁ ଚାହୁଁଛି ନିଜର ଦଲାଇ ଲାମା…

ବେଜିଂ,୯।୧୦ : ଚାଇନା କ୍ରମାଗତ ଭାବରେ ତିବ୍ଦତ ଏବଂ ନିର୍ବାସିତ ଦଲାଇ ଲାମାଙ୍କ ପ୍ରତି ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଆସୁଛି। ନିକଟରେ ଚାଇନାର ଦୁଇଟି ଗୁପ୍ତ...

ହାତରେ ହ୍ବାଟ୍ସଆପ୍‌ ମେସେଜ୍‌ ଟାଟୁ କଲେ ପ୍ରେମୀଯୁଗଳ, ଲୋକେ କଲେ ଟ୍ରୋଲ୍‌

ପ୍ରେମ କାହା ସହ କେତେବେଳେ ହୋଇଯିବ କହି ହେବ ନାହିଁ। କୌଣସି ପରିସ୍ଥିତିରେ ବି ଜଣେ ପ୍ରେମରେ ପଡ଼ିପାରେ। ଯେଉଁମାନେ ପ୍ରେମରେ ପଡ଼ିଥାନ୍ତି ସେମାନେ ସର୍ବଦା...

ଚାଇନାରେ ମୃତ୍ୟୁସଂଖ୍ୟା ୪୧

ବ୍ରାଜିଲ,୨୬ା୧: ଚାଇନାରେ କରୋନା ଭୂତାଣୁ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ଶନିବାର ୪୧ରେ ପହଞ୍ଚତ୍ଛି। ୧୩୦୦ରୁ ଊର୍ଦ୍ଧ୍ୱ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ...

ରୁଷିଆ ସେନାଙ୍କ ଉପରେ ବୋମାମାଡ କରି କିଛି ଅଞ୍ଚଳକୁ ନିଜ କବଜାକୁ ଆଣିଲେଣି ୟୁକ୍ରେନ୍ ସେନା: ଜେଲେନ୍‌ସ୍କି

କ୍ୱିଭ୍‌,୩ ।୪: ରୁଷିଆ-ୟୁକ୍ରେନ ଯୁଦ୍ଧ ବେଳକୁ ବେଳ ନୂଆ ମୋଡ ନେଉଛି । ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନ୍‌ସ୍କି କହିଛନ୍ତି କ୍ୱିଭ ଓ ଚେର୍ନୋହିବର ଆଖପାଖ...

୨୫ ବର୍ଷ ହେବ ପ୍ରତିଦିନ ସମାନ ଖାଦ୍ୟ ଖାଉଛନ୍ତି ପ୍ରସିଦ୍ଧ ଫୁଟବଲର୍‌ଙ୍କ ସ୍ତ୍ରୀ

ଇଂଲଣ୍ଡର ପୂର୍ବତନ ଫୁଟବଲ ଖେଳାଳି ତଥା କୋଟିପତି ଡେଭିଡ ବେକହମ ଏକ ଅଜବ ଘଟଣାର ଖୁଲା କରିଛନ୍ତି। ତାଙ୍କ ସ୍ତ୍ରୀ ଭିକ୍ଟୋରିଆ ୨୫ ବର୍ଷ ଧରି...

Advertisement
Archives

Model This Week