ଚାଇନାର ହାତୀପଲ ସୋସିଆଲ ମିଡ଼ିଆରେ ଭାଇରାଲ: ୨୦ କୋଟିରୁ ଅଧିକ ଥର ଦେଖାଗଲାଣି…

ବେଜିଂ,୯।୬: ଏବେ ସୋସିଆଲ ମିଡ଼ିଆରେ ଚାଇନାର ଏକ ହାତୀପଲ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲଗେିଛି। ୧୫ ଜଣିଆ ହାତୀପଲ ଦୀର୍ଘ ଏକବର୍ଷ ଧରି ନିଜ ବାସସ୍ଥାନ ଛାଡ଼ି ଘୁରି ବୁଲୁଛନ୍ତି। ହାତୀପଲଙ୍କର ୨୫,୦୦୦ ଫଟୋ ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ କରାଯାଇଛି। ଏହାକୁ ଇତିମଧ୍ୟରେ ବିଶ୍ୱବ୍ୟାପୀ ୟୁଜର ୨୦ କୋଟିରୁ ଅଧିକ ଥର ଦେଖିସାରିଛନ୍ତି। ହାତୀପଲ ଏବେ ଟୁଇଟର ଏବଂ ୟୁଟ୍ୟୁବ୍‌ରେ ଭାଇରାଲ ହେବାରେ ଲାଗିଛି। ହାତୀପଲ ଶୋଇଥିବାରୁ ଫଟୋ ଓ ଭିଡ଼ିଓକୁ ଅଧିକ ୟୁଜର ପସନ୍ଦ କରିଛନ୍ତି। ହାତୀପଲ ଜିଶୁଆଙ୍ଗ୍‌ବନ୍ନା ସୀମାରେ ଥିବା ରିଜର୍ଭ ଜଙ୍ଗଲରେ ବାସ କରୁଥିଲେ। ତେବେ ଏବେ ହାତୀପଲ ୫୦୦ କିଲୋମିଟର ଦୂର ୟୁନାନା ପ୍ରଦେଶର କୁନ୍‌ମିଙ୍ଗ୍‌ ଅଞ୍ଚଳରେ ପହଞ୍ଚିଛନ୍ତି। ଯାତ୍ରା ଆରମ୍ଭ କରିବା ସମୟରେ ହାତୀପଲରେ ୧୬ ହାତୀଥିଲେ। ତେବେ ପରବର୍ତ୍ତୀ ସମୟରେ ୨ଟି ହାତୀ ଘରକୁ ଫେରିଯାଇଥିଲେ। ସେହିପରି ଗୋଟିଏ ହାତୀ ଛୁଆ ମଧ୍ୟ ଜନ୍ମ ହୋଇଥିଲା। ଏବେ ପଲରେ ୬ଟି ମାଈ ହାତୀ, ୩ଟି ଅଣ୍ଡିରା ହାତୀ, ୩ଟି ଛୋଟ ହାତୀ ଏବଂ ୩ଟି ଛୁଆ ହାତୀ ରହିଥିବା ସରକାରୀ ରିପୋର୍ଟରୁ ଜଣାପଡ଼ିଛି। ହାତୀପଲ ଚାଷ ଜମିରେ ପଶି ଫସଲ ନଷ୍ଟ କରୁଛନ୍ତି। କିଛି ଦିନ ତଳେ ଗୋଟିଏ ହାତୀ ପଚାସଢ଼ା ଖାଦ୍ୟଶସ୍ୟ ଖାଇଥିଲା। ଫଳରେ ହାତୀଟି ନିଶାଗ୍ରସ୍ତ ହୋଇ ବହୁ ଭଙ୍ଗାରୁଜା କରିଥିବା ସ୍ଥାନୀୟ ଜଙ୍ଗଲ ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲମ୍ବା କେଶ ରଖି ଗିନିଜ୍‌ ରେକର୍ଡ କରିଥିଲେ ଯୁବତୀ: ଏହି କାରଣ ପାଇଁ ୧୨ ବର୍ଷ ପରେ କାଟିଲେ, କହିଲେ ଏମିତି କିଛି…

ଲମ୍ବା କେଶ ରଖି ଗିନିଜ୍‌ ରେକର୍ଡ କରିଥିବା ଗୁଜରାଟର ନୀଲାଂଶୀ ପଟେଲ ଏବେ କେଶ କାଟି ଦେଇଛନ୍ତି। କେଶ କାଟିବା ସମୟରେ ସେ ନର୍ଭସ ଲାଗୁଥିବା...

ପ୍ଲାଷ୍ଟିକ୍‌ରୁ ତିଆରି ହେଲା ସୁନା: ଏବେ ପ୍ଲାଷ୍ଟିକ୍‌ ବର୍ଜ୍ୟର ଆଉ ରହିବ ନାହିଁ ଭୟ !

ଲଣ୍ଡନ,୧୩।୧: ପରିବେଶକୁ ଅଧିକ ପ୍ରଦୂଷିତ କରୁଥିବା ପ୍ଲାଷ୍ଟିକରୁ ଏବେ ସୁନା ତିଆରି ସମ୍ଭବ। ସୁଇଜରଲାଣ୍ଡର ବୈଜ୍ଞାନିକ ପ୍ରଥମ ଥର ପାଇଁ ପ୍ଲାଷ୍ଟିକ୍‌ରୁ ସୁନା ତିଆରି କରିବାକୁ...

୬ ଭାରତୀୟ ଲେଖିକା

ସର୍ବ ଭାରତୀୟ ସାହିତ୍ୟ ଜଗତରେ ଏବେ ଏକ ପ୍ରକାରର ପରିବର୍ତ୍ତନର ଅବହାଓ୍ବା ପ୍ରବାହିତ ହେଉଛି। ବଦଳୁଥିବା ସମୟର ସ୍ବରକୁ ଥିମ୍‌ ଭାବରେ ନିଆଯାଇ ଉପନ୍ୟାସ ରଚନା...

କରୋନା ସଂକ୍ରମଣ ପରେ ଏବେ ସାଇବର ଯୁଦ୍ଧର ପ୍ରସ୍ତୁତି କରୁଛି ଚାଇନା: ୫ ବର୍ଷ ମଧ୍ୟରେ ସୁପର ପାଓ୍ବାର ହେବାର ରଖିଛି ଲକ୍ଷ୍ୟ

ବେଜିଂ,୨୫।୪: ସାରା ପୃଥିବୀରେ କରୋନା ସଂକ୍ରମଣ କରାଇଥିବା ଚାଇନା ଏବେ ସାଇବର ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। କରୋନା ଯୋଗୁ ବହୁ ଦେଶର ଆର୍ଥିକ...

ଯୁବତୀଙ୍କୁ ବଳାତ୍କାର ଉଦ୍ୟମ କଲେ ବାର୍‌ ମାଲିକ, ଦେଲେ ଏମିତି ଦଣ୍ଡ; ଜାଣିଲେ…

ବାର୍ସାଲୋନା,୩ା୬: ସ୍ପେନ୍‌ର ଏକ ବାର୍‌ରେ କାମ କରୁଥିବା ଜଣେ ଯୁବତୀ ତାଙ୍କ ମାଲିକଙ୍କ ପ୍ରାଇଭେଟ ପାର୍ଟକୁ ଛୁରିରେ କାଟି ଦେଇଛନ୍ତି। କାରଣ ବାର୍‌ ମାଲିକ ତାଙ୍କୁ...

ପୃଥିବୀରେ ୫ ହଜାର କୋଟି ପକ୍ଷୀ

ସିଡ୍‌ନୀ: ପ୍ରାୟ ୫୦ ବିଲିୟନ ବା ୫୦୦୦ କୋଟି ପକ୍ଷୀ ପୃଥିବୀରେ ବାସ କରନ୍ତି। ଏହି ସଂଖ୍ୟା ବିଶ୍ୱର ମୋଟ ଲୋକ ସଂଖ୍ୟାର ୬ ଗୁଣ।...

ସୌରମଣ୍ଡଳ ବାହାରେ ଥିବା ଚନ୍ଦ୍ରମାରେ ଏଲିଏନ୍‌ ରହିଥିବା ସମ୍ଭାବନା !

ଲଣ୍ଡନ,୮।୬: ସୌରମଣ୍ଡଳ ବାହାରେ ଥିବା ଚନ୍ଦ୍ରମାରେ ଏଲିଏନ୍‌ ରହିଥିବାର ସମ୍ଭାବନା ରହିଛି। ଏନେଇ ମହାକାଶ ବିଜ୍ଞାନୀ ଯୁକ୍ତି ବାଢ଼ିଛନ୍ତି। ଏସବୁ ଚନ୍ଦ୍ରମାରେ ଥିବା ତରଳ ଜଳ...

ପରୀକ୍ଷା ଦେବାକୁ ଆସି ପୁତ୍ର ସନ୍ତାନ ଜନ୍ମଦେଲେ ଛାତ୍ରୀ, ସ୍ୱାମୀ ନାମ ରଖିଲେ ‘ପରୀକ୍ଷା’

ମୁଜାଫରପୁର,୨୦ ।୨: ବିହାରର ମୁଜାଫରପୁର ଜିଲାରେ ଏମ୍‌ଡିଡିଏମ୍ ପରୀକ୍ଷା କେନ୍ଦ୍ରରେ ଜଣେ ଛାତ୍ରୀ ଶାନ୍ତି ଦେବୀ ପରୀକ୍ଷା ଦେଉଥିବା ସମୟରେ ଗର୍ଭଯନ୍ତ୍ରଣା ପାଇଥିଲେ । ଆମ୍ବୁଲାନ୍ସ...

Advertisement


Archives

Model This Week

Why Dharitri