ପୁରୁଷଙ୍କ ଗର୍ଭରେ ଶିଶୁ, ଏପରି କିପରି ହୁଏ, ଜାଣନ୍ତୁ…

ଲଣ୍ଡନ,୮।୬: ମହିଳାଙ୍କ ଗର୍ଭରେ ଶିଶୁ ସୃଷ୍ଟି ପାଇଁ ପ୍ରକୃତି ସମସ୍ତ ପ୍ରକାର ସୁବିଧା ସୁଯୋଗ ଖଞ୍ଜି ଦେଇଛି। ତେବେ ପୁରୁଷଙ୍କ ଶରୀରରେ ଏଭଳି ସ୍ଥିତି ସୃଷ୍ଟି ହେବା ପ୍ରାୟତଃ ଦେଖାଯାଇ ନ ଥାଏ। ତେବେ ଆଧୁନିକ ବିଜ୍ଞାନ ଯୋଗୁ ଏବେ ସବୁ ସମ୍ଭବ ହେଉଛି। କେତେକ ପୁରୁଷ ମହିଳାଙ୍କ ପରି ଗର୍ଭ ବେଦନା ସହିତ ଅନ୍ୟ ପାରିପାର୍ଶ୍ୱିକ ଅବସ୍ଥାକୁ ସହଜରେ ଅନୁଭବ କରିପାରନ୍ତି। ଏଭଳି ସ୍ଥିତିକୁ ଡାକ୍ତରୀ ଭାଷାରେ କୌଭାଡେ ସିଣ୍ଡ୍ରୋମ୍‌ କୁହାଯାଇଥାଏ। ଏକ୍ଷେତ୍ରରେ ପୁରୁଷଙ୍କ କ୍ଷେତ୍ରରେ ଗର୍ଭବତୀଙ୍କଠାରେ ଦୃଷ୍ଟିଗୋଚର ହେଉଥିବା ସମସ୍ତ ଲକ୍ଷଣ ମଧ୍ୟ ପରିପ୍ରକାଶ ହୋଇଥାଏ। ଗର୍ଭବତୀଙ୍କ ସହିତ ଅତି ଅନ୍ତରଙ୍ଗ ଭାବେ ଜଡ଼ିତ ଥିବା ପୁରୁଷ ସାଥୀଙ୍କଠାରେ ଗର୍ଭାବସ୍ଥାର ସମସ୍ତ ଲକ୍ଷଣ ପ୍ରକାଶ ପାଇଥାଏ। ଏହାକୁ ସହାନୁଭୁତି ଗର୍ଭବସ୍ଥା ମଧ୍ୟ କୁହାଯାଇଥାଏ। ବର୍ତ୍ତମାନ ସୁଦ୍ଧା ଏଭଳି ଅବସ୍ଥାକୁ ଚିକିତ୍ସା ବିଜ୍ଞାନରେ କୌଣସି ମାନସିକ ଡିଜ୍‌ଅର୍ଡର ଭାବେ ଗ୍ରହଣ କରାଯାଇ ନାହିଁ। ଲଣ୍ଡନର ସେଣ୍ଟ୍‌ ଜର୍ଜ ହସ୍ପିଟାଲରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏସମ୍ପର୍କରେ ଉଲ୍ଲେଖ କରାଯାଇଛି। କୌଭାଡେ ସିଣ୍ଡ୍ରୋମ୍‌ରେ ପୁରୁଷଙ୍କ ପେଟରେ ଗର୍ଭବତୀଙ୍କ ଭଳି ଯନ୍ତ୍ରଣା ହେବା ସହିତ ପେଟ ଫୁଲିବା, ପିଠି ଯନ୍ତ୍ରଣା, ଆଳସ୍ୟ ବୋଧ, ମର୍ନିଂ ସିକ୍‌ନେସ୍‌, ଦାନ୍ତ ଯନ୍ତ୍ରଣା, ଅଧିକ ଭୋକ ଲାଗିବା ଆଦି ଲକ୍ଷଣ ପ୍ରକାଶ ପାଇଥାଏ। ଗର୍ଭବତୀଙ୍କର ପ୍ରସବ ହେବାର କିଛି ଦିନ ପର୍ଯ୍ୟନ୍ତ ମଧ୍ୟ ସମ୍ପୃକ୍ତ ପୁରୁଷ ସାଥୀଙ୍କଠାରେ କେତେକ ଲକ୍ଷଣ ପ୍ରକାଶ ପାଇଥାଏ। ପରବର୍ତ୍ତୀ ସମୟରେ ଏହା ସମ୍ପୂର୍ଣ୍ଣ ଦୂର ହୋଇଥାଏ। ବିକଶିତ ଦେଶରେ କୌଭାଡେ ସିଣ୍ଡ୍ରୋମ୍‌ ପୁରୁଷଙ୍କଠାରେ ଅଧିକ ଦେଖିବାକୁ ମିଳିଥାଏ। ଆମେରିକା, ସ୍ବିଡେନ୍‌, ଥାଇଲାଣ୍ଡ୍‌ ଏବଂ ବ୍ରିଟେନ୍‌ରେ ପୁରୁଷଙ୍କଠାରେ ଏଭଳି ସ୍ଥିତି ଅଧିକ ଦୃଷ୍ଟି ଗୋଚର ହୋଇଥାଏ। ଗଭବତୀଙ୍କ ସହିତ ଭାବନାତ୍ମକଭାବେ ଅଧିକ ଜଡ଼ିତ ହେବା ଏବଂ ହରମୋନ୍‌ସ୍ତରରେ କେତେକ ପରିବର୍ତ୍ତନ ଯୋଗୁ କୌଭାଡେ ସିଣ୍ଡ୍ରୋମ୍‌ ସୃଷ୍ଟି ହୋଇଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଷ୍ଟିହୀନ ଶିଶୁଙ୍କ ସନ୍ଧାନରେ ଯିବେ ୬୦୦୦ ଏନଏସଏସ ଛାତ୍ରୀ: ଦୁଇଜଣିଆ ଟିମ କରିବେ ସର୍ଭେ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ଅଧୀନରେ ପୁଷ୍ଟିହୀନ ଶିଶୁଙ୍କ ସର୍ଭେ କାର୍ଯ୍ୟରେ ସାମିଲ ହେବାକୁ ଥିବା ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀଙ୍କୁ ନେଇ ସୋମବାର…

ବୈଭବଙ୍କ ବୋଲିଂ ଆକ୍ସନ ଦେଖି ଯୁବରାଜଙ୍କ ମଜାଦାର କମେଣ୍ଟ, କହିଲେ ଏମିତି…ପଡିଗଲା ଚହଳ

ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ୨୦୨୬ ଦୁଲୀପ ଟ୍ରଫିରେ ନିଜ ପ୍ରତିଭାର ଝଲକ ଦେଖାଉଛନ୍ତି। ମାତ୍ର ୧୫ ବର୍ଷ ବୟସର…

ରାତିରେ ହେଲା ସ୍ବାମୀ-ସ୍ତ୍ରୀ ପାଟିତୁଣ୍ଡ: ସକାଳୁ ମିଳିଲା…

ଲାଞ୍ଜିଗଡ, ୩୧।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ଭାଟଗୁଡ଼ା ଗ୍ରାମରେ ଏକ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମୃତ୍ୟୁର…

ଝିଆରୀଙ୍କୁ ଲିଫ୍ଟ ଦେଇ ବଳାତ୍କାର ଉଦ୍ୟମ କଲେ ଦାଦା: ବାନ୍ଧିଲା ପୋଲିସ

ପାଟଣା,୩୧।୮(ବୀର କିଶୋର ଦାଶ): ଯୁକ୍ତ୨ ପଢୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସମ୍ପର୍କୀୟ ଦାଦା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୋମବାର ପାଟଣା ପୋଲିସ ଦାଦାଙ୍କୁ…

ପୁଟିନ- ମୋଦିଙ୍କ ମଧ୍ୟରେ ବୈଠକ: ଆଲୋଚନା ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ, ୩୧।୮: ଦୁଇ ଦିନିଆ କିର୍ଗିଜସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶକେକ୍‌ରେ ପହଞ୍ଚିବା ପରେ ସୋମବାର ସାଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ଯୋଗଦେଇଛନ୍ତି।…

ଭଞ୍ଜନଗର ସହରର ବିକାଶ ଉପରେ ଗୁରୁତ୍ୱ: ବିଧାୟକ କହିଲେ, ମିଳିତ ପ୍ରୟାସ ଆବଶ୍ୟକ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ମ୍ୟୁନିସିପାଲିଟି ପକ୍ଷରୁ ସୋମବାର ସ୍ବାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପରିସରରେ…

ପ୍ରକାଶ ପାଇଲା ଚିଠା ଭୋଟର ତାଲିକା: ଦିଲ୍ଲୀରେ ବାଦ୍‌ ପଡିଛନ୍ତି ୪୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର

ନୂଆଦିଲ୍ଲୀ,୩୧ା୮: ଦିଲ୍ଲୀରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଦିଲ୍ଲୀର ମୋଟ ୧.୪୫ କୋଟି…

ମହଙ୍ଗା ମଧ୍ୟରେ ବଡ଼ ଆଶ୍ୱସ୍ତି: କମିଲା ଚିନି ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୩୧।୮: ବଢ଼ୁଥିବା ମହଙ୍ଗା ମଧ୍ୟରେ ଚିନି ଦରକୁ ନେଇ ଚିନ୍ତିତ ଥିବା ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ମିଲ୍‌ରୁ ବାହାରୁଥିବା ଚିନିର ଦାମ ଅର୍ଥାତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri