ଜୁନ୍‌ ୧୫ରୁ ମାସ୍କ ଫ୍ରି ହେବ ଏହି ଦେଶ, ଡିସେମ୍ବରରେ ଆରମ୍ଭ ହୋଇଥିଲା ଟିକାକରଣ

ଜେରୁଜେଲମ,୯ା୬: କରୋନା ଅବଧି ସମୟରେ ଇସ୍ରାଏଲ ବିଶ୍ୱର ପ୍ରଥମ ମାସ୍କ ମୁକ୍ତ ଦେଶ ହେବ। ଏଠାରେ ବନ୍ଦ ସ୍ଥାନରେ ମାସ୍କ ପ୍ରୟୋଗ କରିବାର ନିୟମ ଜୁନ୍‌ ୧୫ରୁ ଶେଷ ହେବ। ଇସ୍ରାଏଲର ସ୍ବାସ୍ଥ୍ୟମନ୍ତ୍ରୀ ୟୁଲି ଏଡେଲଷ୍ଟାଇନ ଏହା ଘୋଷଣା କରିଛନ୍ତି।

ଦେଶରେ ମାସ୍କ ଲଗାଇବା ନିୟମ ପୂର୍ବରୁ ରଦ୍ଦ ହୋଇସାରିଛି। ସ୍ବାସ୍ଥ୍ୟମନ୍ତ୍ରୀ ଏଡେଲଷ୍ଟାଇନ କହିଛନ୍ତି, ‘ଯଦି ସଂକ୍ରମଣ ବୃଦ୍ଧି ନ ହୁଏ, ତେବେ ପ୍ରତିବନ୍ଧକ ସମ୍ପୂର୍ଣ୍ଣ ରୂପେ ହଟାଯିବ।

ବିଦେଶ ଯାତ୍ରା ସହ ଜଡ଼ିତ ଅଧିକାଂଶ ପ୍ରତିବନ୍ଧକ ଏପର୍ଯ୍ୟନ୍ତ ହଟାଯାଇ ନାହିଁ। ଉଦାହରଣ ସ୍ବରୂପ, ୯ ଦେଶକୁ ଯାତ୍ରା ଏପର୍ଯ୍ୟନ୍ତ ନିଷେଧ ରହିଛି। ଏହି ଦେଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଏକ ନିୟମ ଅଛି। ତାଙ୍କର କରୋନା ପରୀକ୍ଷା ମଧ୍ୟ କରାଯାଉଛି।

ଅନ୍ୟପକ୍ଷରେ ରବିବାର ଠାରୁ ଇସ୍ରାଏଲରେ ୧୨ରୁ ୧୫ ବର୍ଷର ପିଲାମାନଙ୍କର କରୋନା ଟିକାକରଣ ମଧ୍ୟ ଆରମ୍ଭ ହୋଇଛି। ଇସ୍ରାଏଲରେ କରୋନା ଟିକାକରଣ ଅଭିଯାନ ୨୦ ଡିସେମ୍ବର ୨୦୨୦ରେ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟ କର୍ମୀ ଏବଂ ୬୫ ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଇଥିଲା। ଏହା ପରେ ଟିକାକରଣ ପାଇଁ ବୟସ ହ୍ରାସ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନ: ମଇଦାନରେ ୨୩ ପ୍ରାର୍ଥୀ, ଜଣଙ୍କ ପ୍ରାର୍ଥିପତ୍ର ନାକଚ

ପୁରୁଷୋତ୍ତମପୁର, ୯/୧୦ (ସବିତା ମିଶ୍ର): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁରସ୍ଥିତ ତାରାତାରିଣୀ କଲେଜରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା…

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…

୨୨ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ: କ୍ୟାମ୍ପସ୍‌ରେ ରାଜନୈତିକ ଉଷ୍ମତା

ପାଟଣା, ୯/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ସ୍ୱାମପାଟଣାସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ଶେଷ ହୋଇଛି। ନାମାଙ୍କନ…

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

ବାଲିଯାତ୍ରାରେ ରକ୍ତପାତ: ଛୁରାମାଡ଼ରେ ଜଣେ ମୃତ, ଅନ୍ୟଜଣେ ଗୁରୁତର

କଲ୍ୟାଣସିଂହପୁର, ୯।୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିଖରପାଇ ବାଲିଯାତ୍ରାରେ ଘଟିଛି ଏକ ଅଭାବନୀୟ ଘଟଣା। ସାମାନ୍ୟ ବଚସାକୁ କେନ୍ଦ୍ର କରି…

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?