ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀଙ୍କୁ ଜେଲ୍‌

ଡର୍ବାନ,୮।୬: ମହତ୍ମା ଗାନ୍ଧୀଙ୍କ ଅଣନାତୁଣୀ ଆଶିଷ ଲତା ରାମଗୋବିନଙ୍କୁ ଠକେଇ ମାମଲାରେ ୭ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ଦକ୍ଷିଣ ଆଫ୍ରିକାର ଏକ କୋର୍ଟ। ୫୬ ବର୍ଷୀୟା ରାମଗୋବିନ ଶିଳ୍ପପତି ଏସ୍‌ ଆର ମହାରାଜଙ୍କ ସହ ୬୨ ଲକ୍ଷ ରାଣ୍ଡ (ପ୍ରାୟ ୩.୩ କୋଟି ଟଙ୍କା)ର ଠକେଇ କରିଥିଲେ। ଭାରତରୁ ଆମଦାନୀ ଓ କନସାଇନମେଣ୍ଟ ଉପରୁ କଷ୍ଟମ ଶୁଳ୍କ କ୍ଲିୟରାନ୍ସ ବାବଦକୁ ନ୍ୟୁ ଆଫ୍ରିକା ଆଲାଏନ୍ସ ଫୁଟ୍‌ଓ୍ବିଅର ଡିଷ୍ଟ୍ରିବ୍ୟୁଟର୍‌ର ନିର୍ଦ୍ଦେଶକ ଏସ୍‌. ଆର୍‌. ମହାରାଜଙ୍କଠାରୁ ଏହି ଅର୍ଥ ନେଇଥିଲେ। ଏହି ମାମଲାରେ ଆଶିଷ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ରାମଗୋବିନ ହେଉଛନ୍ତି ସାମାଜିକ କର୍ମୀ ଇଲା ଗାନ୍ଧୀ ଓ ସ୍ବର୍ଗତଃ ମଓ୍ବୋ ରାମଗୋବିନ୍ଦଙ୍କ ଝିଅ। ୨୦୧୫ରେ ଏହି ମାମଲାର ଶୁଣାଣିବେଳେ ଦେଶର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବ୍ରିଗେଡିୟର ହାଙ୍ଗଓ୍ବାନି ମୁଲାଦ୍‌ଜି କହିଥିଲେ, ଲାଇନ୍ସ ଭର୍ତ୍ତି କଣ୍ଟେନର୍ସ ଭାରତରୁ ଆସିଥିବା ଥିବା ଦର୍ଶାଇବା ପାଇଁ ରାମଗୋବିନ ରିସିପ୍ଟ ଓ ଡକ୍ୟୁମେଣ୍ଟରେ ଜାଲିଆତି କରିଥିଲେ। ଏହାପରେ ମହାରାଜ ମଗାଇଥିବା ସାମଗ୍ରୀ ଡେଲିଭରୀ ହୋଇଯାଇଥିବା ରାମଗୋବିନ, ମହାରାଜଙ୍କୁ ସାକ୍ଷାତ କରି ଜଣାଇଥିଲେ। ସେତେବେଳେ ଲତା ଦେଇଥିବା ସମସ୍ତ ଦସ୍ତାବିଜ୍‌ ନକଲି ଥିଲା ବୋଲି ସୋମବାର ଶୁଣାଣିରେ କୋର୍ଟ ଜାଣିବାକୁ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ପ୍ରଥମ ହିନ୍ଦୁ ମହିଳା ଡିଏସ୍‌ପି ମନିଶା ରୋପେଟା

ଇସ୍‌ଲାମାବାଦ୍‌,୩୦।୭: ପାକିସ୍ତାନ ସିନ୍ଧରେ ଜଣେ ହିନ୍ଦୁ ମହିଳା ପୋଲିସ ଅଧିକାରୀ ମନିଶା ରୋପେଟାଙ୍କୁ ଡେପୁଟି ସୁପରିଟେଣ୍ଡେଣ୍ଟ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ପାକିସ୍ତାନରେ ଏହା ପ୍ରଥମ...

କାବୁଲ ବିମାନ ବନ୍ଦରରେ ପାଣି ବୋତଲର ଦାମ୍ ୩ହଜାର ଟଙ୍କା ଭାତ ପ୍ଲେଟ ୭ହଜାର ୫ଶହ

କାବୁଲ,୨୬ ।୮: ଆଫଗାନିସ୍ତାନରେ ତାଲିବାନ ପ୍ରବେଶ କରିବା ପରେ ଏବେ ସେଠାରେ ବେଳକୁ ବେଳ ସ୍ଥିତି ବିଗିଡିବାରେ ଲାଗିଛି । ଦେଶ ଛାଡି ଚାଲିଯିବାକୁ ଚାହୁଁଥିବା...

ମୋଦିଙ୍କ ସହ କଥା ହେଲେ ଜେଲେନ୍‌ସ୍କି: କହିଲେ…

କିଭ୍‌/ନୂଆଦିଲ୍ଲୀ,୫।୧୦: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଗତ ୭ମାସରୁ ଉର୍ଦ୍ଧ୍ୱ ହେବ ଯୁଦ୍ଧ ଜାରି ରହିଛି। ଇତିମଧ୍ୟରେ ଏହି ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ପୁଅ ବାହାଘରରେ ଭାରତୀୟ ଡିଜାଇନର ଲେହେଙ୍ଗା ପିନ୍ଧିଲେ ମରିୟମ

ଇସଲାମାବାଦ,୧୮ ।୧୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଝିଅ ତଥା ପିଏଲ୍‌ଏମ୍‌-ଏନ୍‌ର ଉପାଧ୍ୟକ୍ଷା ମରିୟମ ନୱାଜଙ୍କ ପୁଅ ଜୁନୈଦ ସଫଦରଙ୍କର ଆୟଶା ସୈଫ ଖାଁଙ୍କ...

ଚାଇନାକୁ କଡ଼ା ବାର୍ତ୍ତା ଦେଲେ ରାଜନାଥ

ଓ୍ବାଶିଂଟନ,୧୫।୪: ଭାରତର କେହି କ୍ଷତି କଲେ ଆମେ କଦାପି ଛାଡ଼ିବୁ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚାଇନାକୁ ଏକ କଡ଼ା ବାର୍ତ୍ତା ଦେଇଛନ୍ତି।...

ଭାରତକୁ ଟୁଇଟର ଦେଲା ୧୧୦ କୋଟି

ଓ୍ବାଶିଂଟନ୍‌, ୧୨ା୫: କରୋନା ମୁକାବିଲାରେ ଭାରତକୁ ସହାୟତା କରିବାକୁ ୧୫ ମିଲିୟନ ଆମେରିକୀୟ ଡଲାର(ପ୍ରାୟ ୧୧୦,୨୨,୧୭,୨୫୦ ଟଙ୍କା) ଦାନ କରିଛି ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର। ଏ...

ଥିଏଟର ଉପରେ ବୋମାମାଡ଼ କଲା ରୁଷିଆ, ଆଶ୍ରୟ ନେଇଥିଲେ ମହିଳା-ଛୋଟ ପିଲା…

କ୍ୱିଭ୍‌,୧୭।୩ : ୟୁକ୍ରେନ୍‌ର ଏକ ଡ୍ରାମା ଥିଏଟର ଉପରେ ରୁଷିଆ ବାୟୁସେନା ବୋମା ମାଡ଼ କରିଛି। ଏହା ସହିତ ରୁଷିଆ ସୈନ୍ୟବାହିନୀ ମଧ୍ୟ ଏହା ଉପରେ...

ପୁଟିନ୍‌ ଦେଲେ ଭାରତକୁ ବଡ଼ ଅଫର

ମସ୍କୋ,୨୩।୬: ଚାଇନା ନେତୃତ୍ୱରେ ଆୟୋଜିତ ହୋଇଥିବା ୨ଦିନିଆ ବ୍ରିକ୍ସ ସମ୍ମିଳନୀ ବୁଧବାରଠାରୁ ଶୁଭାରମ୍ଭ ହୋଇଛି। ୧୪ତମ ବ୍ରିକ୍ସ ସମ୍ମିଳନୀରେ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଏକ...

Advertisement
Archives

Model This Week