ଜାପାନର ଅର୍ଥନୈତିକ ଜୋନ୍ ଉପରେ କ୍ଷେପଣାସ୍ତ୍ର ଛାଡ଼ିଲା ଉତ୍ତରକୋରିଆ, ବଢୁଛି ଚିନ୍ତା
ଟୋକିଓ,୨୫।୩: ଉତ୍ତରକୋରିଆ ଜାପାନ ନିକଟ ସମୁଦ୍ରରେ ଦୁଇଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଉତ୍କ୍ଷେପଣ କରିଛି। ଏନେଇ ଜାପାନର ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଗୁରୁବାର ସୂଚନା ଦେଇଛନ୍ତି। ଜାପାନ ସରକାରଙ୍କ ଦ୍ୱାରା ପ୍ରକାଶିତ ଏକ ବିବୃତିରେ କୁହାଯାଇଛି ଯେ, ଆମେ ଲୋକଙ୍କ ଜୀବନ ଏବଂ…
ଶୈଖ ହମ୍ଦନ ବିନ୍ ରସିଦ୍ଙ୍କ ପରଲୋକ
ଦୁବାଇ, ୨୫ା୩: ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ର ଉପ ଶାସକ ତଥା ଅର୍ଥମନ୍ତ୍ରୀ ଶୈଖ ହମ୍ଦନ ବିନ ରସିଦ୍ ଅଲ୍ ମକ୍ତୁମ(୭୫)ଙ୍କ ବୁଧବାର ପରଲୋକ ଘଟିଛି। ଶାସକ ତଥା ତାଙ୍କ ଭାଇ ଶୈଖ ମହମ୍ମଦ ବିନ ରସିଦ୍ ଅଲ ମକ୍ତୁମଙ୍କ ଅଧୀନରେ ଉପଶାସକ…
କିଲ୍ ଦି ବିଲ୍
ଲଣ୍ଡନ,୨୫ା୩: କିଛି ମାସ ହେଲା ୟୁରୋପ ସାରା ବିଭିନ୍ନ ପ୍ରସଙ୍ଗରେ ବିକ୍ଷୋଭ ଓ ଆନ୍ଦୋଳନ ମୁଣ୍ଡ ଟେକିଛି। ଗତବର୍ଷ ଆମେରିକାରୁ ଆରମ୍ଭ ହୋଇଥିବା ବ୍ଲାକ୍ ଲାଇଭ୍ସ ମ୍ୟାଟର ଆନ୍ଦୋଳନ ବିଭିନ୍ନ ଦେଶକୁ ବ୍ୟାପିଥିଲା। ସେହିପରି ଫ୍ରାନ୍ସରେ ସୁରକ୍ଷା ଆଇନକୁ ନେଇ ବିବାଦ…
କମ୍ପାନୀର ୧୨୦୦ ମାଇକ୍ରୋସଫ୍ଟ ୟୁଜର ଆକାଉଣ୍ଟ ଡିଲିଟ୍ କରିଦେବାରୁ କର୍ମଚାରୀଙ୍କୁ ଜେଲ
ଓ୍ବାଶିଂଟନ,୨୪।୩ : କମ୍ପାନୀର ସର୍ଭର ହ୍ୟାକ କରିବା ଓ ୧୨୦୦ ମାଇକ୍ରୋସଫ୍ଟ ୟୁଜର ଆକାଉଣ୍ଟ ଡିଲିଟ୍ କରିବା ପାଇଁ କମ୍ପାନୀ ପକ୍ଷରୁ ନିଲମ୍ବିତ ହୋଇଥିବା ଜଣେ ଭାରତୀୟ ନାଗରିକଙ୍କୁ କଲିଫର୍ନିଆର ଏକ କୋର୍ଟ ଦୁଇ ବର୍ଷର ଜେଲ ଦଣ୍ଡ ଶୁଣାଇଛନ୍ତି। ଚଳିତ…
ପୃଥିବୀପୃଷ୍ଠରୁ ୧୯ କିଲୋମିଟର ପର୍ଯ୍ୟନ୍ତ ଚକ୍ ଗୁଣ୍ଡ ବିଛାଇବାକୁ ଚାହୁଁଛନ୍ତି ବିଲ୍ ଗେଟ୍ସ, କାରଣ ଜାଣିଲେ…
ଓ୍ବାଶିଂଟନ,୨୪।୩: ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ବିଲ୍ ଗେଟ୍ସ ଚାହୁଁଛନ୍ତି ପୃଥିବୀ ପୃଷ୍ଠରୁ ୧୯ କିଲୋମିଟର ଦୂରରେ ଚକ୍ ଗୁଣ୍ଡର ଏକ ସ୍ତର କରିବେ। ଫଳରେ ଏହା ଦ୍ୱାରା ସୂର୍ଯ୍ୟଙ୍କ କିରଣ ପୃଥିବୀ ପୃଷ୍ଠକୁ କମ୍ ଆସିବ। ପୃଥିବୀରେ ଗ୍ଲୋବାଲ ଓ୍ବାର୍ମିଂ…
ମୋଟର ସାଇକେଲ ବୋମା ବିସ୍ଫୋରଣ: ୩ ମୃତ ୧୩ ଆହତ
କ୍ୱେଟା,୨୪।୩: ପାକିସ୍ତାନ ଆଫଗାନିସ୍ତାନ ସୀମାରେ ଥିବା କ୍ୱେଟାର ଚାମନ ଅଞ୍ଚଳରେ ଏକ ମୋଟର ସାଇକେଲ ବମୋ ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୩ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି…
ପୋଲିସ ସମେତ ୧୦ ମୃତ
ଓ୍ବାଶିଂଟନ୍, ୨୪ା୩: ଆମେରିକାର କଲରାଡୋ ରାଜ୍ୟରେ ଆତତାୟୀଙ୍କ ଗୁଳିରେ ସୋମବାର ଜଣେ ପୋଲିସ ଅଫିସରଙ୍କ ସମେତ ମୋଟ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ବନ୍ଧୁକଧାରୀ ବୋଲ୍ଡର ସହରସ୍ଥିତ ଏକ ଗ୍ରସୋରୀ ମାର୍କେଟରେ ପଶି ଗୁଳି ଚଳାଇଥିଲେ। ପୋଲିସ ଜଣେ ସନ୍ଦିଗ୍ଧଙ୍କୁ…
୧୫ ଦଗ୍ଧ, ୪୦୦ ନିଖୋଜ
କୋକ୍ସବାଜାର,୨୪ା୩: ବାଂଲାଦେଶର କୋକ୍ସ ବାଜାରସ୍ଥିତ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ସୋମବାର ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଅନୂ୍ୟନ ୧୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୦୦ରୁ ଊର୍ଦ୍ଧ୍ୱ ନିଖୋଜ ହୋଇଯାଇଥିବା ଜାତିସଂଘ ଶରଣାର୍ଥୀ ସଂସ୍ଥା ୟୁଏନ୍ଏଚ୍ସିଆର୍ ପକ୍ଷରୁ କୁହାଯାଇଛି। ନିଆଁରେ ୧ ହଜାରରୁ…
ଅଷ୍ଟ୍ରେଲିଆରେ ପ୍ରବଳ ବନ୍ୟା: ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି ସାପ, ବୃଢିଆଣୀ
କାନବେରା,୨୩।୩: ଅଷ୍ଟ୍ରେଲିଆର ଜନବହୁଳ ରାଜ୍ୟ ନ୍ୟୁ ସାଉଥ ୱେଲ୍ସରେ ପ୍ରବଳ ବର୍ଷା ବିଭିନ୍ନ ସ୍ଥାନରେ ବନ୍ୟା ସୃଷ୍ଟି ହୋଇଛି। ମଣିଷମାନଙ୍କ ସହିତ ପଶୁମାନେ ମଧ୍ୟ ନିଜ ଜୀବନ ବଞ୍ଚାଇବାକୁ ଦୌଡୁଛନ୍ତି। ଆଜିକାଲି ସୋସିଆଲ ମିଡିଆରେ ଏହିପରି କିଛି ଫଟୋ ଏବଂ ଭିଡିଓ…
ଏପ୍ରିଲ୍ ୧୮ ପର୍ଯ୍ୟନ୍ତ ଲକ୍ଡାଉନ୍
ବର୍ଲିନ୍,୨୩।୩: ଜର୍ମାନୀରେ କରୋନ ସଂକ୍ରମଣ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଦେଶରେ ଏପ୍ରିଲ୍ ୧୮ ପର୍ଯ୍ୟନ୍ତ ଲକ୍ଡାଉନ୍ ବୃଦ୍ଧି କରାଯିବା ସମ୍ପର୍କରେ ଘୋଷଣା କରାଯାଇଛି। ପୂର୍ବରୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଥିଲା। ମଙ୍ଗଳବାର…
ଗାଁ ପାଲଟିଲା ଶ୍ମଶାନ: ଆଖିବୁଜା ଗୁଳି ମାଡ଼ରେ ୧୩୭ ମୃତ
ନିଆମେ,୨୩।୩: ପଶ୍ଚିମ ଆଫ୍ରିକୀୟ ଦେଶ ନାଇଜରର ମାଲି ସୀମାରେ ଥିବା ତାହୁଆ ଅଞ୍ଚଳରେ କେତେକ ଅଜଣା ବନ୍ଧୁକଧାରୀଙ୍କ ଆଖିବୁଜା ଗୁଳିମାଡ଼ରେ ୧୩୭ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ବାଇକରେ ଆସି ବନ୍ଧୁକଧାରୀମାନେ ଏକାଧିକ ଗାଁରେ ପଶି ଲୋକଙ୍କ ଉପରେ ଗୁଳି…
ଇସ୍ରାଏଲ୍ ନିର୍ବାଚନ: ନେତାନ୍ୟାହୁଙ୍କ ପାଇଁ କଡ଼ା ପରୀକ୍ଷା
ଜେରୁଜେଲମ୍,୨୩।୩: ମଙ୍ଗଳବାର ଇସ୍ରାଏଲ୍ରେ ୨ ବର୍ଷ ମଧ୍ୟରେ ଚତୁର୍ଥ ଥର ପାଇଁ ନିର୍ବାଚନ ହେଉଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ପାଇଁ ଏହା କଡ଼ା ପରୀକ୍ଷା ନେଇ ଆସିଛି। ନିର୍ବାଚନ ପୂର୍ବରୁ ଦେଶର ବିଭିନ୍ନ ଅଞ୍ଚଳରେ ନେତାନ୍ୟାହୁଙ୍କ ବିରୋଧରେ ପ୍ରଦର୍ଶନ କରାଯାଇଛିି। ତେଣୁ…
Archives


