ଆଫଗାନିସ୍ତନରୁ ଲୁଚି ପାକିସ୍ତାନ ପଳାଇ ଆସିଲେ ୩୧ ମହିଳା ଫୁଟବଲ ଖେଳାଳି

ଇସ୍‌ଲାମାବାଦ,୧୬ ।୯: ଆଫଗାନିସ୍ତାନରେ ବେଳକୁ ବେଳ ତାଲିବାନର କ୍ରୁରତା ବଢିବାରେ ଲାଗିଛି । ଏହାରି ଭିତରେ ୩୨ ଜଣ ମହିଳା ଫୁଟବଲ ଖେଳାଳି ତାଲିବାନଠାରୁ ଲୁଚି ପାକିସ୍ତାନ ପହଞ୍ଚିଥିବା କୁହାଯାଉଛି । ଏମାନେ ସମସ୍ତେ ନ୍ୟାଶନାଲ ଜୁନିୟର୍ସ ଗର୍ଲସ ଟିମ୍‌ର ସଦସ୍ୟ ହୋଇଥିବା ବେଳେ ସମସ୍ତେ କତର ଯିବାର ଥିଲା । ଯେଉଁଠାରେ ୨୦୨୨ରେ ଫିଫା ବିଶ୍ୱକପର ଆୟୋଜନ ହେବାକୁ ଯାଉଛି । ୨୬ ଅଗଷ୍ଟରେ କାବୁଲ ବିମାନ ବନ୍ଦରରେ ବିସ୍ଫୋରଣ ହେବା ପରେ ଏମାନେ ସମସ୍ତେ ସେଠାରେ ଫସି ଯାଇଥିଲେ । ଏହି ବିସ୍ଫୋରଣରେ ୧୩ ଆମେରିକା ସେନାଙ୍କ ସହ ୧୭୦ ଆଫଗାନ ନାଗରିକଙ୍କ ଜୀବନ ଯାଇଛି । ଏମାନେ ଖେଳାଳି ହୋଇଥିବାରୁ ତାଲିବାନ ଏମାନଙ୍କୁ ବରମ୍ବାର ଧମକାଇ ଆସୁଥିଲା । କାରଣ ତାଲିବାନ ନଜରରେ ମହିଳାମାନେ କେବଳ ଘରେ ରହିବେ ଓ ସନ୍ତାନ ପ୍ରସବ କରିବେ । ଏମାନଙ୍କୁ ବାହାରକୁ ଯିବାକୁ ମନା । ତେଣୁ ଏବେ ଏହି ଖେଳାଳିମାନେ ପରିବାର ସହ ତାଲିବାନ ନଜରରୁ ଲୁଚି ପାକିସ୍ତାନ ପଳାଇ ଆସିଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ୍‌ ଯୁଦ୍ଧରେ ଆମେରିକାର ଖର୍ଚ୍ଚ ହୋଇଛି ଏତେ ଡଲାର, ଜାଣିଲେ ହୋଇଯିବେ ତାଜୁବ

ୱାଶିଂଟନ, ୨୩ା୭: ଇରାନ୍‌ ବିରୋଧରେ ଚାଲିଥିବା ଯୁଦ୍ଧରେ ଆମେରିକାର ଏପର୍ଯ୍ୟନ୍ତ ପ୍ରାୟ ୩୭.୫ ବିଲିୟନ ଡଲାର (ପ୍ରାୟ ୩.୧ ଲକ୍ଷ କୋଟି ଟଙ୍କା) ଖର୍ଚ୍ଚ ହୋଇସାରିଛି। ଆମେରିକା…

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ଜେନେରିକ୍ ଔଷଧ ଉପରେ ଲାଗିବ ଏତିକି % ଶୁଳ୍କ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେନେରିକ୍ ଔଷଧ ଆମଦାନୀ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦୁଇ ବର୍ଷ ପାଇଁ…

ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ପ୍ରଦର୍ଶନ, ଭାରତ ସରକାରଙ୍କୁ କଲେ ବଡ଼ ଅପିଲ୍‌

ନୂଆଦିଲ୍ଲୀ,୨୨।୭: ଆମେରିକାସ୍ଥିତ ଏକ ଅଧିକାର ଗ୍ରୁପର କର୍ମକର୍ତ୍ତାମାନେ ଆମରଣ ଅନଶନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକଜୁଟତା ଜାହିର କରିବା ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ…

ମସ୍କୋ ଉପରେ ୪୦୦ ଡ୍ରୋନ୍‌ ମାଡ଼ କଲା ୟୁକ୍ରେନ୍‌

ମସ୍କୋ, ୨୧।୭: ରୁଷ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ସଂଘର୍ଷ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ୟୁକ୍ରେନ ସେନା ରୁଷ୍‌ର ରାଜଧାନୀ ମସ୍କୋକୁ ଲକ୍ଷ୍ୟ କରି…

ୟୁକ୍ରେନରେ ବଡ଼ ଦୁର୍ଘଟଣା: ଓଡ଼େଶା ବନ୍ଦରରେ ଜାହାଜ ଉପରେ ଆକ୍ରମଣ, ୪ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୦।୭: ୟୁକ୍ରେନର ଓଡ଼େଶା ବନ୍ଦରରୁ ବାହାରୁଥିବା ଏକ ବାଣିଜି୍ୟକ ଜାହାଜ ‘MV ଗୋଲଡେନ ଲିଓ’ (MV Golden Leo) ଉପରେ ହୋଇଛି ଭୟଙ୍କର ଆକ୍ରମଣ। ଏହି ଆକ୍ରମଣରେ…

‘ସଂସଦ ଚଲୋ’ ବିକ୍ଷୋଭ ବେଳେ ବିକ୍ଷୋଭକାରୀଙ୍କୁ ପୋଲିସର ଲାଠିଚାର୍ଜ

ନୂଆଦିଲ୍ଲୀ,୨୦ା୭: ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଯନ୍ତରମନ୍ତରଠାରେ ସିଜେପି ପକ୍ଷରୁ ସୋମବାର ଧାରଣା ଦିଆଯାଇଥିଲା। ଏହି ଅବସରରେ ସିଜେପି…

FIFA ଫାଇନାଲରେ ହାରିବା ପରେ ଆର୍ଜେଣ୍ଟିନାରେ ଦଙ୍ଗା, ପୋଲିସକୁ ପଥର ମାଡ

ନୂଆଦିଲ୍ଲୀ,୨୦।୭: ଫିଫା ବିଶ୍ୱକପ୍ ଫାଇନାଲରେ ସ୍ପେନ୍ ଠାରୁ ଦଳର ପରାଜୟ ପରେ ଆର୍ଜେଣ୍ଟିନାରେ ଦଙ୍ଗା ଆରମ୍ଭ ହୋଇଛି। ଆର୍ଜେଣ୍ଟିନାର ଖେଳାଳି ଲିଓନେଲ୍ ମେସି ତାଙ୍କ ଶେଷ ବିଶ୍ୱକପ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri