ଚାଇନାକୁ ଘେରିବା ପାଇଁ ‘ଅକସ୍‌’

ଓ୍ବାଶିଂଟନ/ଲଣ୍ଡନ,୧୭ା୯ସେପ୍ଟେମ୍ବର ୧୦ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ତାଙ୍କ ଚାଇନା ପ୍ରତିପକ୍ଷ ଶି ଜିନ୍‌ପିଙ୍ଗ୍‌ଙ୍କ ସହ ଫୋନ୍‌ରେ ଆଫଗାନିସ୍ତାନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଦୁଇ ନେତାଙ୍କ ମଧ୍ୟରେ ଏହା ଥିଲା ୭ ମାସ ପରେ କଥାବାର୍ତ୍ତା। ଦୁଇ ଦେଶ ପରସ୍ପର ସହ ଆଲୋଚନା ଜାରି ରଖିବା ଉଚିତ ବୋଲି ବାଇଡେନ୍‌ ସେତେବେଳେ କହିଥିଲେ। ଆମେରିକା ରାଷ୍ଟ୍ରପତିଙ୍କ ଏହି ପଦକ୍ଷେପକୁ ଦୁଇ ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟରେ ବିଗୁଡ଼ୁଥିବା ସମ୍ପର୍କକୁ ଟ୍ରାକ୍‌କୁ ଆଣିବା ପାଇଁ ଉଦ୍ୟମ ବୋଲି ବିବେଚନା କରାଯାଇଥିଲା। ଏହି ଆଲୋଚନାର ସପ୍ତାହେ ନ ପୂରୁଣୁ ଆମେରିକା, ବ୍ରିଟେନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏକ ତ୍ରିପାକ୍ଷିକ ପ୍ରତିରକ୍ଷା ଚୁକ୍ତି ହୋଇଛି। ଉକ୍ତ ରାଜିନାମା ଅନୁସାରେ ରୟାଲ ଅଷ୍ଟ୍ରେଲିଆ ନୌସେନା ପାଇଁ ଆଣବିକ ଶକ୍ତି ଚାଳିତ ବୁଡ଼ାଜାହାଜ ନିର୍ମାଣ କରାଯିବ। ତେବେ ଭାରତ-ପ୍ରଶାନ୍ତ ମହାସାଗରରେ ଚାଇନାର ବଢ଼ୁଥିବା ବଳ ଓ ସାମରିକ ଉପସ୍ଥିତିକୁ ନେଇ ଆମେରିକା ଚିନ୍ତିତ ଥିବାରୁ ବ୍ରିଟେନ ଓ ଅଷ୍ଟ୍ରେଲିଆ ସହ ହାତ ମିଳାଇଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଆମେରିକା, ବ୍ରିଟେନ୍‌ ଓ ଅଷ୍ଟ୍ରେଲିଆ ମିଳିତ ଭାବେ ଏକ ତ୍ରିପାକ୍ଷିକ ସୁରକ୍ଷା ମେଣ୍ଟ ଗଠନ କରିଛନ୍ତି। ଏକବିଂଶ ଶତାବ୍ଦୀରେ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଦେଖାଦେଉଥିବା ଆହ୍ବାନର ମୁକାବିଲା କରିବା, ପ୍ରତିରକ୍ଷା ସାମର୍ଥ୍ୟ ସହଯୋଗିତା ବୃଦ୍ଧି ଏବଂ ଅଷ୍ଟ୍ରେଲିଆକୁ ଆଣବିକ ଶକ୍ତିସମ୍ପନ୍ନ ବୁଡ଼ାଜାହାଜ ଦେବା ପାଇଁ ଏହା ବିଶେଷ ସହାୟକ ହେବ ବୋଲି କୁହାଯାଉଛି। ତେବେ ଏହି ସାମରିକ ମେଣ୍ଟ ଗଠନ ପଛର ଅସଲ ଉଦ୍ଦେଶ୍ୟ ହେଉଛି ସମ୍ପୃକ୍ତ ଅଞ୍ଚଳରେ ଶକ୍ତିଶାଳୀ ଚାଇନାର କ୍ରମବର୍ଦ୍ଧିଷ୍ଣୁ ବଳକୁ ଚେକ୍‌ ଦେବା। ଏହା ଉପରେ ଚାଇନାର ପ୍ରତିକ୍ରିୟା ମଧ୍ୟ ଆସିଛି। ଓ୍ବାଶିଂଟନରେ ଚାଇନା ଦୂତାବାସର ମୁଖପାତ୍ର କହିଛନ୍ତି, ତୃତୀୟ ପକ୍ଷଙ୍କ ହିତକୁ ଟାର୍ଗେଟ କରି ଭିନ୍ନ ବ୍ଲକ୍‌ ଗଠନ କରିବା ଅନୁଚିତ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ ବୁଧବାର ଏହି ମହତ୍ତ୍ୱାକାଂକ୍ଷୀ ନିରାପତ୍ତା ପଦକ୍ଷେପ ନେଇ ଏକ ମିଳିତ ବିବୃତିରେ ଘୋଷଣା କରିଛନ୍ତି। ଏହି ଅବସରରେ ବାଇଡେନ୍‌ ହ୍ବାଇଟ୍‌ ହାଉସ୍‌ର ଇଷ୍ଟ୍‌ ରୁମ୍‌ରେ ଭିଡିଓ କନ୍‌ଫରେନ୍ସ ଜରିଆରେ ନୂଅ ତ୍ରିପାକ୍ଷିକ ମେଣ୍ଟ ‘ଅକସ୍‌’ ଗଠନର ଶୁଭାରମ୍ଭ କରିଛନ୍ତି। ଏହି ଐତିହାସିକ ପଦକ୍ଷେପ ଇଣ୍ଡୋ-ପାସିଫିକ୍‌ କ୍ଷେତ୍ରରେ ସ୍ଥିରତାକୁ ଦୀର୍ଘକାଳୀନ ପ୍ରୋତ୍ସାହନ ଦେବା ସହ ୩ ରାଷ୍ଟ୍ରର ସ୍ବାର୍ଥରକ୍ଷାରେ ସହାୟକ ହେବ। ଆମେରିକା, ଅଷ୍ଟ୍ରେଲିଆ ଓ ବ୍ରିଟେନ ଦୀର୍ଘ ସମୟ ଧରି ବିଶ୍ୱସ୍ତ ଓ ସମର୍ଥ ସହଯୋଗୀ ରହିଆସିଥିବାବେଳେ ପାରସ୍ପରିକ ସହଯୋଗିତାକୁ ଆହୁରି ମଜଭୁତ କରିବା ପାଇଁ ଆମେ ଆଗେଇ ଆସିଛୁ ବୋଲି ବାଇଡେନ୍‌ କହିଛନ୍ତି। ସେପ୍ଟେମ୍ବର ୨୪ରେ ଓ୍ବାଶିଂଟନରେ ବାଇଡେନ୍‌ କ୍ୱାଡ୍‌ ନେତାମାନଙ୍କ ସହ ବୈଠକ କରିବାର ସପ୍ତାହେ ପୂର୍ବରୁ ଅକସ୍‌ ଗଠନ କରାଯାଇଛି। କ୍ୱାଡ୍‌ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ ଓ ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଯୋଗଦେବେ।
ଅକସ୍‌ ମେଣ୍ଟ ଅଧୀନରେ ୩ ରାଷ୍ଟ୍ର ମିଳିତ ସାମର୍ଥ୍ୟ ଓ ଟେକ୍ନୋଲୋଜି ଆଦାନପ୍ରଦାନକୁ ତ୍ୱରାନ୍ବିତ କରିବେ। ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉକ୍ତ ଚୁକ୍ତି ଅନୁସାରେ ଅଷ୍ଟ୍ରେଲିଆ ପାଖରେ ପ୍ରଥମ ଥର ପାଇଁ ଆଣବିକ ଶକ୍ତିଚାଳିତ ବୁଡ଼ାଜାହାଜ ରହିବ। ଅଷ୍ଟ୍ରେଲିଆ ପରମାଣୁ ଅପ୍ରସାର ଚୁକ୍ତି ସପକ୍ଷବାଦୀ। ଉକ୍ତ ରାଜିନାମା ପରେ ମଧ୍ୟ ଅଷ୍ଟ୍ରେଲିଆ ଏକ ଅଣଆଣବିକ ରାଷ୍ଟ୍ର ଭାବେ ନିଜ ଦାୟିତ୍ୱ ତୁଲାଇବା ପାଇଁ ପ୍ରତିଶ୍ରୁତିବଦ୍ଧ। ଏପରି ବୁଡ଼ାଜାହାଜ ପାଇବା ପରେ ଅଷ୍ଟ୍ରେଲିଆ ବିଶ୍ୱର ସେହି ୭ ଦେଶର ତାଲିକାରେ ସାମିଲ ହୋଇଯିବ, ଯାହାଙ୍କ ପାଖରେ ଆଣବିକ ଶକ୍ତିଚାଳିତ ବୁଡ଼ାଜାହାଜ ରହିବ। ଏହା ପୂର୍ବରୁ ଆମେରିକା, ବ୍ରିଟେନ୍‌, ଫ୍ରାନ୍ସ, ଚାଇନା, ଭାରତ ଓ ରୁଷିଆ ପାଖରେ ଏହି ଟେକ୍‌ନିକ ରହିଛି। ଏହି ବୁଡ଼ାଜାହାଜର ତୀବ୍ରତା ପାରମ୍ପରିକ ଭାବେ ଚାଳିତ ସବ୍‌-ମରିନ୍‌ ତୁଳନାରେ ଅଧିକ। ସମୁଦ୍ର ଭିତରେ ଏହାକୁ ଠାବ କରିବା କଠିନ। ଅତଳ ଗଭୀର ପାଣିରେ ଏହା ମାସ ମାସ ଧରି ରହିପାରିବ। ବହୁ ଦୂରରୁ ମିଶାଇଲକୁ ଲକ୍ଷ୍ୟଭେଦ କରିପାରିବ। ବିଗତ ୫୦ ବର୍ଷ ମଧ୍ୟରେ ଆମେରିକା ନିଜ ସବ୍‌-ମରିନ୍‌ ଟେକ୍ନୋଲୋଜି ବ୍ରିଟେନ ବ୍ୟତୀତ ଅନ୍ୟ କୌଣସି ରାଷ୍ଟ୍ରକୁ ଦେଇ ନାହିଁ। ତେଣୁ ଏହାକୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

ଚାଇନା କହିଲା ‘ଦାୟିତ୍ୱହୀନ’

ଆମେରିକା, ବ୍ରିଟେନ ଓ ଅଷ୍ଟ୍ରେଲିଆ ଦ୍ୱାରା ନବଗଠିତ ‘ଅକସ୍‌’ ମେଣ୍ଟକୁ ନେଇ ଚାଇନା ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବେଜିଂରେ ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ୍‌ ଏହି ମେଣ୍ଟକୁ ଅତ୍ୟନ୍ତ ଦାୟିତ୍ୱହୀନ ଭାବେ ଅଭିହିତ କରିଛନ୍ତି। ସେ କହିଛନ୍ତି, ଏହି ମେଣ୍ଟ କ୍ଷେତ୍ରୀୟ ନିରାପତ୍ତା ପାଇଁ ବିପଜ୍ଜନକ। ଏହି ୩ ଦେଶ ଆଞ୍ଚଳିକ ସୁରକ୍ଷା ଓ ଶାନ୍ତିକୁ ନଷ୍ଟ କରୁଛନ୍ତି। ଏମାନେ ଅସ୍ତ୍ରଶସ୍ତ୍ର ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି କରି ଅନ୍ତର୍ଜାତୀୟ ଅଣୁଅପ୍ରସାର ଉଦ୍ୟମକୁ ଭଣ୍ଡୁର କରୁଛନ୍ତି ବୋଲି ଲିଜିଆନ୍‌ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି।

ପଛପଟୁ ଛୁରାମାଡ଼: ଫ୍ରାନ୍ସ

ଆମେରିକା ସହ ଅଷ୍ଟ୍ରେଲିଆର ଏହି ଚୁକ୍ତି ଯୋଗୁ କେବଳ ଚାଇନା ନୁହେଁ, ଫ୍ରାନ୍ସ ମଧ୍ୟ ପ୍ରଭାବିତ ହୋଇଛି। ୨୦୧୬ରେ ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ମଧ୍ୟରେ ଏକ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଉକ୍ତ ଚୁକ୍ତି ଅନୁସାରେ ଅଷ୍ଟ୍ରେଲିଆ ନୌସେନା ପାଇଁ ୧୨ଟି ବୁଡ଼ାଜାହାଜ ନିର୍ମାଣ ଲାଗି ଫ୍ରାନ୍ସକୁ କଣ୍ଟ୍ରାକ୍ଟ ମିଳିଥିଲା। ଏହା ପ୍ରାୟ ୫୦ ବିଲିୟନ ଅଷ୍ଟ୍ରେଲୀୟ ଡଲାରର ଡିଲ୍‌ ଥିଲା। ଅଷ୍ଟ୍ରେଲିଆ ଇତିହାସରେ ଏହା ଅଦ୍ୟାବଧି ସବୁଠୁ ବଡ଼ ପ୍ରତିରକ୍ଷା ଚୁକ୍ତି ଥିଲା। ସଦ୍ୟ ରାଜିନାମା ପରେ ଫ୍ରାନ୍ସ ସହ ହୋଇଥିବା ଡିଲ୍‌କୁ ଅଷ୍ଟ୍ରେଲିଆ ବାତିଲ କରିଦେଇଛି। ଅଷ୍ଟ୍ରେଲିଆର ଏହି ନିଷ୍ପତ୍ତି ଫ୍ରାନ୍ସକୁ ଚକିତ କରିଦେଇଛି। ଏନେଇ ଫ୍ରାନ୍ସ ବହିର୍ବ୍ୟାପାର ମନ୍ତ୍ରୀ ଜିନ୍‌-ୟଭେସ୍‌ ଲେ ଡ୍ରିଆନ୍‌ ଗୁରୁବାର କହିଛନ୍ତି, ଆମେ ଅଷ୍ଟ୍ରେଲିଆକୁ ବିଶ୍ୱାସକୁ ନେଇ ଏହି ଡିଲ୍‌ କରିଥିଲୁ। ଅଷ୍ଟ୍ରେଲିଆ ଏକତରଫା ଭାବେ ଆମ ସହ ସମ୍ପର୍କ ଛିନ୍ନ କରି ବିଶ୍ୱାସଘାତ କରିଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପୂର୍ବରୁ ଆମ ସହ କରିଥିବା ବ୍ୟବହାରକୁ ଏହା ମନେପକାଇଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri