ଚାଇନା ବିରୋଧୀ ବିଲ୍କୁ ବାଇଡେନ୍ଙ୍କ ମୋହର
ଓ୍ବାଶିଂଟନ,୨୫।୧୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ରେ ସ୍ବାକ୍ଷର କରିଛନ୍ତି। ଚାଇନାର ଶିଞ୍ଜିଆନ୍ ପ୍ରଦେଶରେ ସଂଖ୍ୟାଲଘୁ ଉଇଗର ସମ୍ପ୍ରଦାୟ ଉପରେ ହେଉଥିବା ଅତ୍ୟାଚାର ଏବଂ ମାନବାଧିକାର ଉଲ୍ଲଂଘନ ପ୍ରସଙ୍ଗରେ ବେଜିଂକୁ ଦଣ୍ଡିତ କରିବା ପାଇଁ ଏହି ଆଇନ…
ବିଶ୍ୱରେ ଚତୁର୍ଥ ଲହର
ନୂଆଦିଲ୍ଲୀ, ୨୫।୧୨(ପି.ଟି.): ବିଶ୍ୱ ଏବେ କୋଭିଡ୍ ମହାମାରୀର ଚତୁର୍ଥ ଲହରକୁ ସାମ୍ନା କରୁଥିବା ନେଇ ଶୁକ୍ରବାର କେନ୍ଦ୍ର ସରକାର ଜନସାଧାରଣଙ୍କୁ ସତର୍କ କରାଇଛନ୍ତି। ଏଭଳି ସମୟରେ ମହାମାରୀକୁ ନେଇ ଲୋକେ ଖାମଖିଆଲି ନ ହେବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ…
ଜେମ୍ସ ଓ୍ବେବ୍ ଟେଲିସ୍କୋପ ପ୍ରସ୍ତୁତ: କାଲି କରିବ ଲଞ୍ଚ, ସାରା ବିଶ୍ୱର ସଂଗ୍ରହ କରିବ ଡାଟା
ଓ୍ବାଶିଂଟନ,୨୪ା୧୨: ନାସା ଲଞ୍ଚ୍ କରିବା ପୂର୍ବରୁ ଜେମ୍ସ ଓ୍ବେବ୍ ଟେଲିସ୍କୋପର ଫଟୋ ପ୍ରକାଶ କରିଛି। ଏହି ଟେଲିସ୍କୋପ୍ ମହାକାଶରେ ସବୁଠାରୁ ଶକ୍ତିଶାଳୀ ହେବ ବୋଲି ତାଲିକାରେ ରହିଛି। ପାଣିପାଗ ଓ ପ୍ରଯୁକ୍ତି ବିଦ୍ୟା ହେତୁ ଲଞ୍ଚ୍ରେ ବିଳମ୍ବର ସମ୍ମୁଖୀନ ହେବା ପରେ…
ଓମିକ୍ରନ ଭୟ : ଏହି ସହର ହେଲା ଲକ୍ଡାଉନ୍
ବେଜିଂ,୨୪ା୧୨: ବଢୁଥିବା କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ଚାଇନାର ଜିଆନ ସହରରେ ଲକ୍ଡାଉନ୍ ଜାରି କରାଯାଇଛି। ଏକ ରିପୋର୍ଟ ଅନୁଯାୟୀ, ଯଦିଓ ଜିଆନରେ ଏପର୍ଯ୍ୟନ୍ତ ଓମିକ୍ରନ ସଂକ୍ରମଣର କୌଣସି ରିପୋର୍ଟ ହୋଇନାହିଁ, ତଥାପି ଡେଲ୍ଟା ଭାରିଆଣ୍ଟର ମାମଲା ଆସିଥିଲା। ଦେଶରେ କରୋନା…
ଲଞ୍ଚରେ ନିଆଁ,ଚାଲିଗଲା ୩୨ ଜୀବନ
ଢାକା,୨୪।୧୨: ଦକ୍ଷିଣ ବାଂଲାଦେଶରେ ଏକ ଲଞ୍ଚରେ ନିଆଁ ଲାଗି ଶୁକ୍ରବାର ୩୨ ଜଣଙ୍କର ମୃତ୍ୟୁ ଘଟିଥିବା ପୋଲିସ କହିଛି। ରାଜଧାନୀ ଢାକା ଠାରୁ ୨୫୦ କିଲୋମିଟର ଦୂରରେ ଥିବା ଦକ୍ଷିଣ ଗ୍ରାମାଞ୍ଚଳ ଜାକାକାଟି ନିକଟରେ ସକାଳେ ଏହି ଘଟଣା ଘଟିଛି। ତେବେ…
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଯୁବତୀ: ବିବାହକୁ ନେଇ କଲେ ଏମିତି ଅନୁରୋଧ
ଲଣ୍ଡନ,୨୪।୧୨: ଓମିକ୍ରନ୍ର ବୃଦ୍ଧି ହେତୁ ପ୍ରତିବନ୍ଧକ ଅବଧି ପୁଣି ଆରମ୍ଭ ହୋଇଛି । ସଂକ୍ରମଣକୁ ରୋକିବା ପାଇଁ ଅନେକ ଦେଶ କଠୋର ପଦକ୍ଷେପ ନେଇଛନ୍ତି। ବ୍ରିଟିଶ ସରକାର ମଧ୍ୟ ଲକ୍ଡାଉନ୍ ପକାଇବାକୁ ଯୋଜନା କରୁଛନ୍ତି। ବ୍ରିଟେନ୍ରେ କିଛି ସ୍ଥାନରେ ପ୍ରତିବନ୍ଧକ ଲଗାଯାଇଛି।ଏହି…
ଚାଇନାରେ କଠୋର ଲକ୍ଡାଉନ୍
ବେଜିଂ,୨୩।୧୨: ଚାଇନାରେ କରୋନା ସଂକ୍ରମଣ ମାଡ଼ି ଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାକୁ ସରକାର କଠୋର କଟକଣା ଜାରି କରିଛନ୍ତି। ଉତ୍ତର ଚାଇନାର ଶାନ୍ଶି ରାଜଧାନୀ ଶିଆନ ସହରରେ ଗୁରୁବାର ଲକ୍ଡାଉନ ଘୋଷଣା କରାଯାଇଛି। ଫଳରେ ପ୍ରାୟ ୧ କୋଟି ୩୦ଲକ୍ଷରୁ…
ଖୁସି ଖବର: ଆସିଲା କରୋନା ଔଷଧ
ଓ୍ବାଶିଂଟନ,୨୩ା୧୨: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ବିଶ୍ୱବ୍ୟାପୀ ଚିନ୍ତାର ବିଷୟ। ବ୍ରିଟେନ, ଆମେରିକା, ଇସ୍ରାଏଲ ସମେତ ଅନେକ ଦେଶରେ ଓମିକ୍ରନ ମାମଲା ବୃଦ୍ଧି ପାଉଛି। ଭାରତରେ ମଧ୍ୟ କରୋନା ଭାରିଆଣ୍ଟ ଧୀରେ ଧୀରେ ମାଡ଼ିଲାଣି। ଏହି ସମୟ ମଧ୍ୟରେ ଆମେରିକାରୁ…
ଚାଇନାରୁ ମିଳିଲା ଡାଇନୋସର ଭ୍ରୂଣ
ବେଜିଂ, ୨୩ା୧୨: ଦକ୍ଷିଣ ଚାଇନାର ଗାନ୍ଝୌରୁ ବୈଜ୍ଞାନିକମାନେ ଡାଇନୋସରର ଏକ ଭ୍ରୂଣକୁ ପାଇଛନ୍ତି। ପ୍ରାୟ ୬.୬ରୁ ୭.୨ କୋଟି ବର୍ଷ ତଳୁ ଏହା ସଂରକ୍ଷିତ ଅବସ୍ଥାରେ ରହିଥିଲା ଏବଂ ଭ୍ରୂଣଟି ଅଣ୍ଡାରୁ ବାହାରକୁ ବାହାରିବାକୁ ଚେଷ୍ଟା କରୁଥିଲା। ଏ ନେଇ ବର୍ମିଂହାମ୍…
ମିଳିଲା ୭ କୋଟି ବର୍ଷ ପୁରୁଣା ଡାଇନୋସର ଅଣ୍ଡା
ବେଜିଂ,୨୩।୧୨: ବୈଜ୍ଞାନିକମାନେ ଚାଇନାରେ ଏକ ଡାଇନୋସର ଅଣ୍ଡାର ଜୀବାଶ୍ମ ଉଦ୍ଧାର କରିଛନ୍ତି। ଏହି ଅଣ୍ଡା ଭିତରେ ଏକ ଭଲ ସଂରକ୍ଷିତ ଡାଇନୋସର ଭ୍ରୁଣ ଥିବା ବୈଜ୍ଞାନିକମାନେ କହିଛନ୍ତି। ବିଶ୍ୱାସ କରାଯାଏ ଯେ ଡାଇନୋସର ଅଣ୍ଡା ୬୬-୭୨ ମିଲିୟନ୍ (୭ କୋଟି ୨୦…
‘ଓମିକ୍ରନ ଦ୍ବାରା ପ୍ରତ୍ୟେକ ପରିବାର ପ୍ରଭାବିତ ହେବେ’
ନ୍ୟୁୟର୍କ,୨୨ା୧୨: ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ତଥା ବିଶ୍ୱର ଧନୀ ଭାବରେ ଜଣାଶୁଣା ବିଲ୍ ଗେଟ୍ସ କରୋନା ମହାମାରୀକୁ ନେଇ ବିଶ୍ବକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ବାରା ପ୍ରତ୍ୟେକ ପରିବାର ପ୍ରଭାବିତ ହେବେ। ବିଶ୍ୱବାସୀ ଏବେଠୁ ସତର୍କ…
ଖଦାନରେ ଭୂସ୍ଖଳନ, ୭୦ରୁ ଅଧିକ ନିଖୋଜ…
ନାପିଦ୍ୱ, ୨୨।୧୨: ମ୍ୟାନମାରର ଏକ ଖଦାନରେ ଭୟଙ୍କର ଦୁର୍ଘଟଣା ଘଟିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଉତ୍ତର ମ୍ୟାନମାରର ଜେଡ୍ ଖଦାନରେ ବୁଧବାର ଭୂସ୍ଖଳନ ଘଟିଛି। ଫଳରେ ଏଠାରେ କାମ କରୁଥିବା ୭୦ରୁ ଅଧିକ ଜଣ ଲୋକ ନିଖୋଜ ଥିବା କୁହାଯାଉଛି। ଏଠାରେ…

